Odia Page 737

ਜਿਸ ਨੋ ਲਾਇ ਲਏ ਸੋ ਲਾਗੈ ॥
ଯାହାକୁ ପରମାତ୍ମା ସ୍ଵୟଂ ନିଜ ସାଥିରେ ଲଗାଇ ଥାଆନ୍ତି, ସେ ତାହାଙ୍କ ଠାରେ ଲାଗିଥାଏ।    

ਗਿਆਨ ਰਤਨੁ ਅੰਤਰਿ ਤਿਸੁ ਜਾਗੈ ॥
ରତ୍ନ ଭଳି ଅମୂଲ୍ୟ ଜ୍ଞାନ ତାହାର ମନରେ ଜାଗ୍ରତ ହୋଇଥାଏ।                

ਦੁਰਮਤਿ ਜਾਇ ਪਰਮ ਪਦੁ ਪਾਏ ॥
ତାହାର ଦୁର୍ମତି ନାସ ହୋଇଯାଏ ଆଉ ସେ ପରମ ପଦ ପାଇନିଏ।      

ਗੁਰ ਪਰਸਾਦੀ ਨਾਮੁ ਧਿਆਏ ॥੩॥
ଗୁରୁଙ୍କ କୃପାରୁ ସେ ପରମାତ୍ମାଙ୍କ ନାମର ଧ୍ୟାନ କରିଥାଏ॥3॥  

ਦੁਇ ਕਰ ਜੋੜਿ ਕਰਉ ਅਰਦਾਸਿ ॥
ହେ ପ୍ରଭୁ! ମୁଁ ନିଜ ଦୁଇ ହାତ ଯୋଡି ତୋର ସମ୍ମୁଖରେ ପ୍ରାର୍ଥନା କରିଥାଏ।   

ਤੁਧੁ ਭਾਵੈ ਤਾ ਆਣਹਿ ਰਾਸਿ ॥
ଯେତେବେଳେ ତୋତେ ଭଲ ଲାଗିଥାଏ, ତୁ ମୋର କାର୍ଯ୍ୟ ସଫଳ କରୁ।   

ਕਰਿ ਕਿਰਪਾ ਅਪਨੀ ਭਗਤੀ ਲਾਇ ॥
କୃପା କରି ନିଜ ଭକ୍ତିରେ ଲଗାଇ ରଖ।   

ਜਨ ਨਾਨਕ ਪ੍ਰਭੁ ਸਦਾ ਧਿਆਇ ॥੪॥੨॥
ନାନକ ସର୍ବଦା ପ୍ରଭୁଙ୍କ ଧ୍ୟାନ କରିଥାନ୍ତି||4||2||      

ਸੂਹੀ ਮਹਲਾ ੫ ॥
ସୁହୀ ମହଲା 5 ॥

ਧਨੁ ਸੋਹਾਗਨਿ ਜੋ ਪ੍ਰਭੂ ਪਛਾਨੈ ॥
ସେହି ସୁହାଗିନୀ ଧନ୍ୟ ଅଟେ, ଯିଏ ନି ପତି-ପ୍ରଭୁଙ୍କୁ ଜାଣିଥାଏ।       

ਮਾਨੈ ਹੁਕਮੁ ਤਜੈ ਅਭਿਮਾਨੈ ॥
ସେ ନିଜ ପତି-ପ୍ରଭୁଙ୍କ ହୁକୁମ ମାନିଥାଏ ଏବଂ ଅଭିମାନ ତ୍ୟାଗ କରିଥାଏ।         

ਪ੍ਰਿਅ ਸਿਉ ਰਾਤੀ ਰਲੀਆ ਮਾਨੈ ॥੧॥
ସେ ନିଜ ପ୍ରିୟର ପ୍ରେମରେ ମଗ୍ନ ରହି ଆନନ୍ଦ ପ୍ରାପ୍ତ କରିଥାଏ॥1॥           

ਸੁਨਿ ਸਖੀਏ ਪ੍ਰਭ ਮਿਲਣ ਨੀਸਾਨੀ ॥
ହେ ମୋର ସଖୀ! ପ୍ରଭୁଙ୍କ ସହିତ ମିଶିବାର ଚିହ୍ନ ବା ଉପାୟ ଶୁଣ।                     

ਮਨੁ ਤਨੁ ਅਰਪਿ ਤਜਿ ਲਾਜ ਲੋਕਾਨੀ ॥੧॥ ਰਹਾਉ ॥
ଲୋକ-ଲଜ୍ଜା ତ୍ୟାଗ କରି ନିଜ ମନ-ତନ ପ୍ରଭୁଙ୍କୁ ଅର୍ପଣ କର॥1॥ରୁହ॥          

ਸਖੀ ਸਹੇਲੀ ਕਉ ਸਮਝਾਵੈ ॥
ସଖୀ ନିଜ ବାନ୍ଧବୀକୁ ବୁଝାଇ ଥାଏ ଯେ                

ਸੋਈ ਕਮਾਵੈ ਜੋ ਪ੍ਰਭ ਭਾਵੈ ॥ ਸਾ ਸੋਹਾਗਣਿ ਅੰਕਿ ਸਮਾਵੈ ॥੨॥
ସେ ଏହି କାର୍ଯ୍ୟ କରୁ, ଯାହା ପ୍ରଭୁଙ୍କୁ ଭଲ ଲାଗିଥାଏ, ପୁଣି ସେହି ସୁହାଗିନୀ ପ୍ରଭୁଙ୍କ ଚରଣରେ ଲାଗି ରହିଥାଏ॥2।          

ਗਰਬਿ ਗਹੇਲੀ ਮਹਲੁ ਨ ਪਾਵੈ ॥
ଅହଂକାରରେ ଫସି ଜୀବ-ସ୍ତ୍ରୀ ପ୍ରଭୁଙ୍କୁ ପାଇ ପାରେ ନାହିଁ। 

ਫਿਰਿ ਪਛੁਤਾਵੈ ਜਬ ਰੈਣਿ ਬਿਹਾਵੈ ॥
ଯେତେବେଳେ ତାହାର ଜୀବନ ରୂପୀ ରାତ୍ରି ବିତିଯାଏ, ସେ ପଶ୍ଚାତାପ କରିଥାଏ।          

ਕਰਮਹੀਣਿ ਮਨਮੁਖਿ ਦੁਖੁ ਪਾਵੈ ॥੩॥
କର୍ମହୀନ ମନମୁଖୀ ଜୀବ-ସ୍ତ୍ରୀ ବହୁତ ଦୁଃଖ ପ୍ରାପ୍ତ କରିଥାଏ॥3॥     

ਬਿਨਉ ਕਰੀ ਜੇ ਜਾਣਾ ਦੂਰਿ ॥
ମୁଁ ପ୍ରଭୁଙ୍କ ସମ୍ମୁଖରେ ହିଁ ବିନତି କରିବି, କେବଳ ଯଦି ତାହାଙ୍କୁ ମୁଁ ଦୂର ଭାବିବି।   

ਪ੍ਰਭੁ ਅਬਿਨਾਸੀ ਰਹਿਆ ਭਰਪੂਰਿ ॥
ସେହି ଅବିନାଶୀ ପ୍ରଭୁ ସର୍ବବ୍ୟାପକ ଅଟନ୍ତି। 

ਜਨੁ ਨਾਨਕੁ ਗਾਵੈ ਦੇਖਿ ਹਦੂਰਿ ॥੪॥੩॥
ନାନକ ତାହାଙ୍କୁ ନିଜ ପାଖରେ ଦେଖି ତାହାଙ୍କ ଗୁଣଗାନ କରିଥାନ୍ତି||4||3||       

ਸੂਹੀ ਮਹਲਾ ੫ ॥
ସୁହୀ ମହଲା 5 ॥

ਗ੍ਰਿਹੁ ਵਸਿ ਗੁਰਿ ਕੀਨਾ ਹਉ ਘਰ ਕੀ ਨਾਰਿ ॥
ହେ ସଖୀ! ଗୁରୁ ମୋର ହୃଦୟ ଘର ମୋର ବଶରେ କରିଛନ୍ତି ଆଉ ଏବେ ମୁଁ ହୃଦୟ ଘରେ ସ୍ଵାମିନୀ ବନି ଯାଇଛି।             

ਦਸ ਦਾਸੀ ਕਰਿ ਦੀਨੀ ਭਤਾਰਿ ॥
ମୋର ପତି-ପ୍ରଭୁ ମୋର ଦଶ ଇନ୍ଦ୍ରିୟକୁ ମୋର ବଶରେ ରଖିଛନ୍ତି।       

ਸਗਲ ਸਮਗ੍ਰੀ ਮੈ ਘਰ ਕੀ ਜੋੜੀ ॥
ମୁଁ ନିଜ ହୃଦୟ ଘରର ସାରା ସାମଗ୍ରୀ ଏକାଠି କରିଛି।   

ਆਸ ਪਿਆਸੀ ਪਿਰ ਕਉ ਲੋੜੀ ॥੧॥
ଏବେ ମୁଁ ମିଳନର ତୀବ୍ର ଲାଳସା ଦ୍ଵାରା ପତି-ପ୍ରଭୁଙ୍କୁ ପାଇବାକୁ ଚାହେଁ॥1॥           

ਕਵਨ ਕਹਾ ਗੁਨ ਕੰਤ ਪਿਆਰੇ ॥
ମୁଁ ସେହି ପ୍ରିୟ ପ୍ରଭୁଙ୍କ କେଉଁ ଗୁଣ ବ୍ୟକ୍ତ କରିବି?    

ਸੁਘੜ ਸਰੂਪ ਦਇਆਲ ਮੁਰਾਰੇ ॥੧॥ ਰਹਾਉ ॥
ସେହି ମୁରାରୀ ବଡ ଚତୁର, ସୁନ୍ଦର ରୂପ ବାଲା ଏବଂ ବଡ ଦୟାଳୁ ଅଟନ୍ତି॥1॥ରୁହ॥          

ਸਤੁ ਸੀਗਾਰੁ ਭਉ ਅੰਜਨੁ ਪਾਇਆ ॥
ମୁଁ ସତ୍ୟର ଶୃଙ୍ଗାର କରିଛି ଏବଂ ତାହାଙ୍କ ପ୍ରେମ ଭୟର ସୁରମା ନିଜ ଆଖିରେ ଲଗାଇଛି।           

ਅੰਮ੍ਰਿਤ ਨਾਮੁ ਤੰਬੋਲੁ ਮੁਖਿ ਖਾਇਆ ॥
ଅମୃତମୟୀ ନାମ ରୂପୀ ପାନକୁ ନିଜ ମୁଖରେ ଖାଇଛି।   

ਕੰਗਨ ਬਸਤ੍ਰ ਗਹਨੇ ਬਨੇ ਸੁਹਾਵੇ ॥
ବର୍ତ୍ତମାନ, ସତ୍ୟର ଶୃଙ୍ଗାର ଦ୍ଵାରା ସୁସଜ୍ଜିତ, ମୋର କଙ୍ଗନ, ବସ୍ତ୍ର ଏବଂ ଆଭୁଷଣ ବହୁତ ସୁନ୍ଦର ଲାଗିଥାଏ।        

ਧਨ ਸਭ ਸੁਖ ਪਾਵੈ ਜਾਂ ਪਿਰੁ ਘਰਿ ਆਵੈ ॥੨॥
ହେ ସଖୀ! ଜୀବ-ସ୍ତ୍ରୀ ହି ସୁଖ ପାଇଥାଏ, ଯେତେବେଳେ ତାହାଙ୍କ ପତି-ପ୍ରଭୁ ତାହାର ହୃଦୟ ଗୃହରେ ବାସ କରିଥାନ୍ତି॥2॥            

ਗੁਣ ਕਾਮਣ ਕਰਿ ਕੰਤੁ ਰੀਝਾਇਆ ॥
ମୁଁ ଶୁଭ ଗୁଣର ଜାଦୁ କରି ନିଜ ପତି-ପରମେଶ୍ଵରଙ୍କୁ ପ୍ରସନ୍ନ କରିଛି।      

ਵਸਿ ਕਰਿ ਲੀਨਾ ਗੁਰਿ ਭਰਮੁ ਚੁਕਾਇਆ ॥
ଗୁରୁ ମୋର ଭ୍ରମ ଦୂର କରି ଦେଇଛନ୍ତି, ତେଣୁ ମୁଁ ତାହାକୁ ନିଜ ବଶରେ କରିଛି। 

ਸਭ ਤੇ ਊਚਾ ਮੰਦਰੁ ਮੇਰਾ ॥
ମୋର ହୃଦୟ ରୂପୀ ମନ୍ଦିର ସର୍ବୋତ୍ତମ ବନି ଯାଇଛି।    

ਸਭ ਕਾਮਣਿ ਤਿਆਗੀ ਪ੍ਰਿਉ ਪ੍ਰੀਤਮੁ ਮੇਰਾ ॥੩॥
ମୋର ପ୍ରିୟତମ-ପ୍ରଭୁ ଅନ୍ୟ ସବୁ ଜୀବ-ସ୍ତ୍ରୀକୁ ଛାଡି ମୋତେ ନିଜର ବନାଇଛନ୍ତି॥3॥                   

ਪ੍ਰਗਟਿਆ ਸੂਰੁ ਜੋਤਿ ਉਜੀਆਰਾ ॥
ଯେତେବେଳେ ପ୍ରଭୁ-ରୂପୀ ସୂର୍ଯ୍ୟ ମୋର ହୃଦୟରେ ଉଦୟ ହୋଇଛନ୍ତି, ମୋର ମନରେ ଜ୍ୟୋତି ଉଜ୍ଜଳ ହୋଇ ଯାଇଛି।                 

ਸੇਜ ਵਿਛਾਈ ਸਰਧ ਅਪਾਰਾ ॥
ତାହାଙ୍କ ପାଇଁ ମୁଁ ହୃଦୟ ରୂପୀ ଶେଯ ବିଛାଇଛି।        

ਨਵ ਰੰਗ ਲਾਲੁ ਸੇਜ ਰਾਵਣ ਆਇਆ ॥
ନବରଂଗ ପ୍ରିୟତମ ପ୍ରଭୁ ରମଣ କରିବା ପାଇଁ ମୋର ହୃଦୟ ରୂପୀ ଶେଯ ଉପରକୁ ଆସିଛନ୍ତି।       

ਜਨ ਨਾਨਕ ਪਿਰ ਧਨ ਮਿਲਿ ਸੁਖੁ ਪਾਇਆ ॥੪॥੪॥
ହେ ନାନକ! ଜୀବ-ସ୍ତ୍ରୀ ପତି-ପ୍ରଭୁଙ୍କ ସହିତ ମିଶି ସୁଖ ପାଇଥାଏ||4||4||            

ਸੂਹੀ ਮਹਲਾ ੫ ॥
ସୁହୀ ମହଲା 5 ॥

ਉਮਕਿਓ ਹੀਉ ਮਿਲਨ ਪ੍ਰਭ ਤਾਈ ॥
ପ୍ରଭୁ-ମିଳନ ପାଇଁ ମୋର ହୃଦୟ ଅଭିଳାଷରେ ଭରି ରହିଛି ଏବଂ 

ਖੋਜਤ ਚਰਿਓ ਦੇਖਉ ਪ੍ਰਿਅ ਜਾਈ ॥
ମୁଁ ତାହାଙ୍କୁ ଖୋଜିବା ପାଇଁ ଚାଲିଛି, ଯେପରି ନିଜ ପ୍ରିୟବରଙ୍କୁ ଦେଖି ପାରିବି।   

ਸੁਨਤ ਸਦੇਸਰੋ ਪ੍ਰਿਅ ਗ੍ਰਿਹਿ ਸੇਜ ਵਿਛਾਈ ॥
ନିଜ ପ୍ରିୟ-ପ୍ରଭୁଙ୍କ ଅଗମନର ସନ୍ଦେଶ ଶୁଣି ମୁଁ ନିଜ ହୃଦୟ ରୂପୀ ଘରେ ଶେଯ ବିଛାଇଛି।   

ਭ੍ਰਮਿ ਭ੍ਰਮਿ ਆਇਓ ਤਉ ਨਦਰਿ ਨ ਪਾਈ ॥੧॥
ମୁଁ ବୁଲି ବୁଲି ଫେରି ଆସିଛି, ପରନ୍ତୁ ସେ ମୋତେ ଦେଖା ଦିଅନ୍ତି ନାହିଁ॥1॥ 

ਕਿਨ ਬਿਧਿ ਹੀਅਰੋ ਧੀਰੈ ਨਿਮਾਨੋ ॥
କେଉଁ ଉପାୟରେ ମୋର ଏହି ନିରୀହ ହୃଦୟରେ ଧୈର୍ଯ୍ୟ ଆସିବ?  

ਮਿਲੁ ਸਾਜਨ ਹਉ ਤੁਝੁ ਕੁਰਬਾਨੋ ॥੧॥ ਰਹਾਉ ॥
ହେ ମୋର ବନ୍ଧୁ! ମୋ’ ସହିତ ସାକ୍ଷାତ କର, ମୁଁ ତୋ’ ପ୍ରତି ସମର୍ପିତ ଅଟେ॥1॥ରୁହ॥          

ਏਕਾ ਸੇਜ ਵਿਛੀ ਧਨ ਕੰਤਾ ॥
ଜୀବ-ସ୍ତ୍ରୀ ଏବଂ ପତି-ପ୍ରଭୁଙ୍କ ପାଇଁ ଶେଯ ବିଛା ହୋଇଛି।                 

ਧਨ ਸੂਤੀ ਪਿਰੁ ਸਦ ਜਾਗੰਤਾ ॥
ଜୀବ-ସ୍ତ୍ରୀ ଅଜ୍ଞାନତାର ନିଦ୍ରାରେ ଶୋଇ ରହିଥାଏ, କିନ୍ତୁ ପତି-ପ୍ରଭୁ ସର୍ବଦା ଜ୍ଞାନରେ ଜାଗ୍ରତ ରହିଥାଏ।      

ਪੀਓ ਮਦਰੋ ਧਨ ਮਤਵੰਤਾ ॥
ସେ ମୋହ-ମାୟା ରୂପୀ ମଦିରା ପାନ କରି ମତୁଆଲା ହୋଇ ଯାଇଛି।      

ਧਨ ਜਾਗੈ ਜੇ ਪਿਰੁ ਬੋਲੰਤਾ ॥੨॥
ଯଦି ପତି-ପ୍ରଭୁ ତାହାକୁ ବୋଲାଇ ଜାଗ୍ରତ କରାଇ ଦିଅନ୍ତି, ତାହାହେଲେ ସେ ଅଜ୍ଞାନତାର ନିଦ୍ରାରୁ ଜାଗ୍ରତ ହୋଇଥାଏ॥2॥ 

ਭਈ ਨਿਰਾਸੀ ਬਹੁਤੁ ਦਿਨ ਲਾਗੇ ॥
ହେ ସଖୀ! ସେହି ପତି-ପ୍ରଭୁଙ୍କୁ ଖୋଜି ଖୋଜି ବହୁତ ଦିନ ବିତି ଯାଇଛି ଏବଂ ବର୍ତ୍ତମାନ ମୁଁ ନିରାଶ ହୋଇ ଯାଇଛି।                  

ਦੇਸ ਦਿਸੰਤਰ ਮੈ ਸਗਲੇ ਝਾਗੇ ॥
ମୁଁ ଦେଶ-ପ୍ରଦେଶ ଖୋଜି ଦେଖିଛି।                     

error: Content is protected !!