Odia Page 745

ਸੂਹੀ ਮਹਲਾ ੫ ॥
ସୁହୀ ମହଲା 5॥ 

ਦਰਸਨ ਕਉ ਲੋਚੈ ਸਭੁ ਕੋਈ ॥
ପ୍ରତ୍ୟେକ ଜୀବ ପ୍ରଭୁଙ୍କ ଦର୍ଶନ କରିବାର ଅଭିଲାଷ କରିଥାଏ,     

ਪੂਰੈ ਭਾਗਿ ਪਰਾਪਤਿ ਹੋਈ ॥ ਰਹਾਉ ॥
କିନ୍ତୁ ତାହାଙ୍କ ଦର୍ଶନ ପୂର୍ଣ୍ଣ ଭାଗ୍ୟରୁ ହିଁ ପ୍ରାପ୍ତ ହୋଇଥାଏ॥ରୁହ॥ 

ਸਿਆਮ ਸੁੰਦਰ ਤਜਿ ਨੀਦ ਕਿਉ ਆਈ ॥
ସେହି ଶ୍ୟାମସୁନ୍ଦରଙ୍କୁ ଛାଡି ମାୟା କାହିଁକି ଆସିଛି?    

ਮਹਾ ਮੋਹਨੀ ਦੂਤਾ ਲਾਈ ॥੧॥
ମନମୋହିନୀ ମାୟାର ଦୂତ-କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାର ମାୟାକୁ ଆଣିଛି                       

ਪ੍ਰੇਮ ਬਿਛੋਹਾ ਕਰਤ ਕਸਾਈ ॥
କଂସେଇ ଦୂତ ହିଁ ପ୍ରେମ ଦୂର କରିଛି।                    

ਨਿਰਦੈ ਜੰਤੁ ਤਿਸੁ ਦਇਆ ਨ ਪਾਈ ॥੨॥
ସିଏ ବିଛେଦ ହୋଇଥିବା ନିର୍ଦ୍ଦୟ ଜନ୍ତୁ ଅଟେ, ଯାହାଠାରେ ପ୍ରଭୁ ଦୟା କରି ନାହାନ୍ତି॥2॥  

ਅਨਿਕ ਜਨਮ ਬੀਤੀਅਨ ਭਰਮਾਈ ॥
ମୋର ଅନେକ ଜନ୍ମ ଭ୍ରମରେ ବିତିଯାଇଛି।   

ਘਰਿ ਵਾਸੁ ਨ ਦੇਵੈ ਦੁਤਰ ਮਾਈ ॥੩॥
ସେହି ଭୟାନକ ମାୟା ମୋତେ ମୋର ହୃଦୟ-ଘରେ ନିବାସ କରିବାକୁ ଦିଏ ନାହିଁ॥3॥            

ਦਿਨੁ ਰੈਨਿ ਅਪਨਾ ਕੀਆ ਪਾਈ ॥
ମୁଁ ଦିନରାତି ନିଜେ କରିଥିବା କର୍ମ ଫଳ ହିଁ ପ୍ରାପ୍ତ କରୁଅଛି,     

ਕਿਸੁ ਦੋਸੁ ਨ ਦੀਜੈ ਕਿਰਤੁ ਭਵਾਈ ॥੪॥
ଏଣୁ କାହାକୁ ଦୋଷ ଦିଏ ନାହିଁ, କାରଣ ମୋର କର୍ମ ହିଁ ମୋତେ ପଥଭ୍ରଷ୍ଟ କରୁଛି॥4॥ 

ਸੁਣਿ ਸਾਜਨ ਸੰਤ ਜਨ ਭਾਈ ॥
ହେ ମୋର ସଜ୍ଜନ! ସନ୍ଥଜନ ଭାଇ! ଶୁଣ,      

ਚਰਣ ਸਰਣ ਨਾਨਕ ਗਤਿ ਪਾਈ ॥੫॥੩੪॥੪੦॥
ନାନକ ପରମାତ୍ମାଙ୍କ ଚରଣର ଗତି ହିଁ ପାଇଛନ୍ତି||5||34||40||            

ਰਾਗੁ ਸੂਹੀ ਮਹਲਾ ੫ ਘਰੁ ੪
ରାଗ ସୁହୀ ମହଲା 5 ଘର 4

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।    

ਭਲੀ ਸੁਹਾਵੀ ਛਾਪਰੀ ਜਾ ਮਹਿ ਗੁਨ ਗਾਏ ॥
ନିର୍ଦ୍ଧନ ବ୍ୟକ୍ତିର ସେହି ଛୋଟ କୁଟୀର ଉତ୍ତମ ଏବଂ ସୁନ୍ଦର ଅଟେ, ଯେଉଁଠି ପରମାତ୍ମାଙ୍କ ଗୁଣଗାନ ହୋଇଥାଏ।      

ਕਿਤ ਹੀ ਕਾਮਿ ਨ ਧਉਲਹਰ ਜਿਤੁ ਹਰਿ ਬਿਸਰਾਏ ॥੧॥ ਰਹਾਉ ॥
କିନ୍ତୁ ଯେଉଁଠି ଭଗବାନଙ୍କୁ ହିଁ ଭୁଲିଯାନ୍ତି, ଏତେ ବଡ ମହଲ କିଛି କାମରେ ଆସେ ନାହିଁ। ॥1॥ରୁହ॥    

ਅਨਦੁ ਗਰੀਬੀ ਸਾਧਸੰਗਿ ਜਿਤੁ ਪ੍ਰਭ ਚਿਤਿ ਆਏ ॥
ସାଧୁସଙ୍ଗତିରେ ଦରିଦ୍ର ପାଖରେ ମଧ୍ୟ ଆନନ୍ଦ ରହିଥାଏ, ଯେଉଁଠି ପ୍ରଭୁଙ୍କ ସ୍ମରଣ ଥାଏ।               

ਜਲਿ ਜਾਉ ਏਹੁ ਬਡਪਨਾ ਮਾਇਆ ਲਪਟਾਏ ॥੧॥
ସେହି ବଡପଣ ଜଳିଯିବା ଉଚିତ ଯେଉଁ ମନୁଷ୍ୟକୁ ମାୟା ଫସାଇ ରଖିଥାଏ॥1॥       

ਪੀਸਨੁ ਪੀਸਿ ਓਢਿ ਕਾਮਰੀ ਸੁਖੁ ਮਨੁ ਸੰਤੋਖਾਏ ॥
ଚକ୍କି ପେଷି ଏବଂ ସାଧାରଣ ପୋଷାକ ପିନ୍ଧି ମନୁଷ୍ୟ ମନରେ ସୁଖ ଓ ସନ୍ତୋଷ ପ୍ରାପ୍ତ କରିଥାଏ।   

ਐਸੋ ਰਾਜੁ ਨ ਕਿਤੈ ਕਾਜਿ ਜਿਤੁ ਨਹ ਤ੍ਰਿਪਤਾਏ ॥੨॥
ଏପରି ରାଜ୍ୟ କୌଣସି କାମରେ ଆସେ ନାହିଁ, ଯେଉଁଠି ମନ ତୃପ୍ତ ହୁଏନାହିଁ॥2॥       

ਨਗਨ ਫਿਰਤ ਰੰਗਿ ਏਕ ਕੈ ਓਹੁ ਸੋਭਾ ਪਾਏ ॥
ଯେଉଁ ମନୁଷ୍ୟ ଫଟା ଚିରା ବସ୍ତ୍ର ପିନ୍ଧି ମଧ୍ୟ ପରମାତ୍ମାଙ୍କ ରଙ୍ଗରେ ରାହିଥାଏ, ସେ ଶୋଭା ପାଇଥାଏ।            

ਪਾਟ ਪਟੰਬਰ ਬਿਰਥਿਆ ਜਿਹ ਰਚਿ ਲੋਭਾਏ ॥੩॥
ସେହି ରେଶମୀ ସୁନ୍ଦର ବସ୍ତ୍ର ବ୍ୟର୍ଥ ଅଟେ, ଯେଉଁଥିରେ ଲୀନ ହେବାର ଲାଳସା ମନୁଷ୍ୟ ପାଖରେ ଆହୁରି ବୃଦ୍ଧି ହୋଇଥାଏ॥3॥    

ਸਭੁ ਕਿਛੁ ਤੁਮ੍ਹ੍ਹਰੈ ਹਾਥਿ ਪ੍ਰਭ ਆਪਿ ਕਰੇ ਕਰਾਏ ॥
ହେ ପ୍ରଭୁ! ସତ୍ୟ ଏହା ଯେ ସବୁକିଛି ତୋର ହାତରେ ଅଛି, ତୁ ନିଜେ ହିଁ ସବୁକିଛି କରୁ ଆଉ ଜୀବଙ୍କ ଦ୍ଵାରା କରାଉ।    

ਸਾਸਿ ਸਾਸਿ ਸਿਮਰਤ ਰਹਾ ਨਾਨਕ ਦਾਨੁ ਪਾਏ ॥੪॥੧॥੪੧॥
ନାନକ ପ୍ରାର୍ଥନା କରନ୍ତି, ‘ହେ ପରମାତ୍ମା! ମୁଁ ତୋ’ ଠାରୁ ଏହି ଦାନ ପ୍ରାପ୍ତ କରିବି ଯେ ପ୍ରତି ଶ୍ଵାସରେ ତୋର ହିଁ ସ୍ମରଣ କରିବି’||4||1||41||       

ਸੂਹੀ ਮਹਲਾ ੫ ॥
ସୁହୀ ମହଲା 5॥ 

ਹਰਿ ਕਾ ਸੰਤੁ ਪਰਾਨ ਧਨ ਤਿਸ ਕਾ ਪਨਿਹਾਰਾ ॥
ପରମାତ୍ମାଙ୍କ ସନ୍ଥ ମୋର ପ୍ରାଣ ଓ ଧନ ଅଟନ୍ତି ଆଉ ମୁଁ ତାହାଙ୍କ ପାଣି ଭରିବା ବାଲା ସେବକ ଅଟେ।           

ਭਾਈ ਮੀਤ ਸੁਤ ਸਗਲ ਤੇ ਜੀਅ ਹੂੰ ਤੇ ਪਿਆਰਾ ॥੧॥ ਰਹਾਉ ॥
ସେ ମୋତେ ମୋର ଭାଇ, ମିତ୍ର, ପୁତ୍ର ଇତ୍ୟାଦି ଠାରୁ ଅଧିକ ପ୍ରିୟ ଅଟନ୍ତି॥1॥ରୁହ॥                   

ਕੇਸਾ ਕਾ ਕਰਿ ਬੀਜਨਾ ਸੰਤ ਚਉਰੁ ਢੁਲਾਵਉ ॥
ମୁଁ ମୋର କେଶକୁ ପଙ୍ଖା ବନାଇ ତାହାଙ୍କୁ ବିଞ୍ଚିଥାଏ।     

ਸੀਸੁ ਨਿਹਾਰਉ ਚਰਣ ਤਲਿ ਧੂਰਿ ਮੁਖਿ ਲਾਵਉ ॥੧॥
ମୁଁ ତାହାଙ୍କ ସମ୍ମୁଖରେ ନିଜର ମସ୍ତକ ନତ କରାଇ ଥାଏ ଏବଂ ତାହାଙ୍କ ଚରଣ ଧୂଳି ନିଜ ମୁଖରେ ଲଗାଇ ଥାଏ॥1॥          

ਮਿਸਟ ਬਚਨ ਬੇਨਤੀ ਕਰਉ ਦੀਨ ਕੀ ਨਿਆਈ ॥
ମୁଁ ଏକ ଦୀନ ପରି ମିଠା ବଚନ ଦ୍ଵାରା ତାହାଙ୍କ ପାଖରେ ବିନତି କରିଥାଏ ଏବଂ         

ਤਜਿ ਅਭਿਮਾਨੁ ਸਰਣੀ ਪਰਉ ਹਰਿ ਗੁਣ ਨਿਧਿ ਪਾਈ ॥੨॥
ନିଜ ଅଭିମାନ ତ୍ୟାଗ କରି ତାହାଙ୍କ ଶରଣରେ ପଡିଥାଏ ଯେପରି ଗୁଣର ଭଣ୍ଡାର ପରମାତ୍ମାଙ୍କୁ ପ୍ରାପ୍ତ କରିବି॥2॥              

ਅਵਲੋਕਨ ਪੁਨਹ ਪੁਨਹ ਕਰਉ ਜਨ ਕਾ ਦਰਸਾਰੁ ॥
ମୁଁ ସେହି ଈଶ୍ଵରଙ୍କ ଉପାସକଙ୍କ ଦର୍ଶନ ପୁନଃ ପୁନଃ କରିଥାଏ।         

ਅੰਮ੍ਰਿਤ ਬਚਨ ਮਨ ਮਹਿ ਸਿੰਚਉ ਬੰਦਉ ਬਾਰ ਬਾਰ ॥੩॥
ମୁଁ ତାହାଙ୍କ ଅମୃତ ବଚନ ମନରେ ସଞ୍ଚୟ କରିଥାଏ ଆଉ ବାରମ୍ବାର ତାହାଙ୍କୁ ବନ୍ଦନା କରିଥାଏ॥3॥       

ਚਿਤਵਉ ਮਨਿ ਆਸਾ ਕਰਉ ਜਨ ਕਾ ਸੰਗੁ ਮਾਗਉ ॥
ମୁଁ ନିଜ ମନରେ ଆଶା କରିଥାଏ ତଥା ସେହି ଉପାସକଙ୍କ ସାଥି ମାଗିଥାଏ।   

ਨਾਨਕ ਕਉ ਪ੍ਰਭ ਦਇਆ ਕਰਿ ਦਾਸ ਚਰਣੀ ਲਾਗਉ ॥੪॥੨॥੪੨॥
ନଅଙ୍କ ପ୍ରାର୍ଥନା କରନ୍ତି, ‘ ହେ ପ୍ରଭୁ! ମୋ’ ଉପରେ ଦୟା କର ଯେପରି ତୋର ଦାସର ଚରଣରେ ଲାଗି ରହିବି॥4॥2॥42॥              

ਸੂਹੀ ਮਹਲਾ ੫ ॥
ସୁହୀ ମହଲା 5॥ 

ਜਿਨਿ ਮੋਹੇ ਬ੍ਰਹਮੰਡ ਖੰਡ ਤਾਹੂ ਮਹਿ ਪਾਉ ॥
ହେ ଇଶ୍ଵର! ମୁଁ ସେହି ମାୟାର ମୋହରେ ପଡି ରହିଛି, ଯିଏ ଖଣ୍ଡ, ବ୍ରହ୍ମାଣ୍ଡକୁ ମୋହି ନେଇଛି।               

ਰਾਖਿ ਲੇਹੁ ਇਹੁ ਬਿਖਈ ਜੀਉ ਦੇਹੁ ਅਪੁਨਾ ਨਾਉ ॥੧॥ ਰਹਾਉ ॥
ମୋ’ ଭଳି ବିକାରୀ ଜୀବକୁ ଏଥିରୁ ରକ୍ଷା କର ଏବଂ ନିଜର ନାମ ଦିଅ॥1॥ରୁହ॥                

ਜਾ ਤੇ ਨਾਹੀ ਕੋ ਸੁਖੀ ਤਾ ਕੈ ਪਾਛੈ ਜਾਉ ॥
ଯେଉଁ ମାୟା ଦ୍ଵାରା କେବେ କେହି ସୁଖୀ ହୋଇ ନାହାନ୍ତି, ମୁଁ ତାହା ପଛରେ ଦୌଡି ଥାଏ।    

ਛੋਡਿ ਜਾਹਿ ਜੋ ਸਗਲ ਕਉ ਫਿਰਿ ਫਿਰਿ ਲਪਟਾਉ ॥੧॥
ଯିଏ ସବୁକିଛି ଛାଡି ଯାଇଥାଏ, ମୁଁ ବାରମ୍ବାର ସେଥିରେ ଲିପ୍ତ ରହିଥାଏ॥1॥        

ਕਰਹੁ ਕ੍ਰਿਪਾ ਕਰੁਣਾਪਤੇ ਤੇਰੇ ਹਰਿ ਗੁਣ ਗਾਉ ॥
ହେ କରୁଣାନିଧି! କୃପା କର ଯେପରି ତୋର ଗୁଣଗାନ କରିବି।                        

ਨਾਨਕ ਕੀ ਪ੍ਰਭ ਬੇਨਤੀ ਸਾਧਸੰਗਿ ਸਮਾਉ ॥੨॥੩॥੪੩॥
ହେ ପ୍ରଭୁ! ନାନକ ତୋ’ ପାଖରେ ଏହି ବିନତି କରେ, ‘ ମୁଁ ଶାଢୀ ସଙ୍ଗତିରେ ପ୍ରବୃତ୍ତ ରହିବି’||2||3||43||               

error: Content is protected !!