ਕਾਮਿ ਕ੍ਰੋਧਿ ਲੋਭਿ ਮੋਹਿ ਮਨੁ ਲੀਨਾ ॥
ମୋର ମନ କାମ, କ୍ରୋଧ, ଲୋଭ, ମୋହ, ଅହଂକାରରେ ଲୀନ ରହିଥିଲା,
ਬੰਧਨ ਕਾਟਿ ਮੁਕਤਿ ਗੁਰਿ ਕੀਨਾ ॥੨॥
କିନ୍ତୁ ଗୁରୁ ମୋର ସାରା ବନ୍ଧନ କାଟି ମୋତେ ମୁକ୍ତ କରି ଦେଇଛନ୍ତି॥2॥
ਦੁਖ ਸੁਖ ਕਰਤ ਜਨਮਿ ਫੁਨਿ ਮੂਆ ॥
ଦୁଃଖ ଏବଂ ସୁଖ ଭୋଗ କରି ମୁଁ କେବେ ଜନ୍ମ ନେଉଥିଲି ଆଉ କେବେ ପୁନଃ ମୃତ୍ୟୁ ପ୍ରାପ୍ତ କରୁଥିଲି,
ਚਰਨ ਕਮਲ ਗੁਰਿ ਆਸ੍ਰਮੁ ਦੀਆ ॥੩॥
କିନ୍ତୁ ଗୁରୁ ମୋତେ ନିଜ ଚରଣ କମଳରେ ଆଶ୍ରୟ ଦେଇଛନ୍ତି॥3॥
ਅਗਨਿ ਸਾਗਰ ਬੂਡਤ ਸੰਸਾਰਾ ॥
ସଂପୂର୍ଣ୍ଣ ସାଗର ତୃଷ୍ଣା ରୂପୀ ଅଗ୍ନି ସାଗରରେ ବୁଡି ରହିଛି।
ਨਾਨਕ ਬਾਹ ਪਕਰਿ ਸਤਿਗੁਰਿ ਨਿਸਤਾਰਾ ॥੪॥੩॥੮॥
ହେ ନାନକ! ସଦଗୁରୁ ମୋର ବାହୁ ଧରି ମୋତେ ନିସ୍ତାର କରିଛନ୍ତି॥4॥3॥8॥
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਤਨੁ ਮਨੁ ਧਨੁ ਅਰਪਉ ਸਭੁ ਅਪਨਾ ॥
ମୁଁ ନିଜ ମନ, ତନ ଓ ଧନ ଇତ୍ୟାଦି ସବୁକିଛି ଅର୍ପଣ କରିଦେବି,
ਕਵਨ ਸੁ ਮਤਿ ਜਿਤੁ ਹਰਿ ਹਰਿ ਜਪਨਾ ॥੧॥
ତାହା କେଉଁ ସୁମତି ଅଟେ, ଯାହା ଦ୍ଵାରା ମୁଁ ହରିଙ୍କ ଜପ କରି ରହୁଥିବି॥1॥
ਕਰਿ ਆਸਾ ਆਇਓ ਪ੍ਰਭ ਮਾਗਨਿ ॥
ହେ ପ୍ରଭୁ! ମୁଁ ବଡ ଆଶା କରି ତୋ’ ଠାରୁ ମାଗିବାକୁ ଆସିଛି,
ਤੁਮ੍ਹ੍ਹ ਪੇਖਤ ਸੋਭਾ ਮੇਰੈ ਆਗਨਿ ॥੧॥ ਰਹਾਉ ॥
ତୋଏଆ ଦେଖି ମୋର ହୃଦୟ ରୂପୀ ଅଗଣାରେ ଶୋଭା ବୃଦ୍ଧି ପାଉଛି॥1॥ରୁହ॥
ਅਨਿਕ ਜੁਗਤਿ ਕਰਿ ਬਹੁਤੁ ਬੀਚਾਰਉ ॥
ମୁଁ ଅନେକ ଯୁକ୍ତି ଦ୍ଵାରା ବହୁତ ବିଚାର କରିଛି ଯେ
ਸਾਧਸੰਗਿ ਇਸੁ ਮਨਹਿ ਉਧਾਰਉ ॥੨॥
ସତସଙ୍ଗରେ ହିଁ ଏହି ମନର ଉଦ୍ଧାର ହୋଇଥାଏ॥2॥
ਮਤਿ ਬੁਧਿ ਸੁਰਤਿ ਨਾਹੀ ਚਤੁਰਾਈ ॥
ମୋ’ ଠାରେ କୌଣସି ମତି, ବୁଦ୍ଧି, ଚେତନା ଅଥବା ଚତୁରତା ନାହିଁ,
ਤਾ ਮਿਲੀਐ ਜਾ ਲਏ ਮਿਲਾਈ ॥੩॥
ତୁ ସେତେବେଳେ ମିଳି ପାରିବୁ, ଯଦି ତୁ ସ୍ଵୟଂ ହିଁ ମୋତେ ନିଜ ସାଥିରେ ମିଳନ କରାଉ॥3॥
ਨੈਨ ਸੰਤੋਖੇ ਪ੍ਰਭ ਦਰਸਨੁ ਪਾਇਆ ॥
ପ୍ରଭୁଙ୍କ ଦର୍ଶନ ପ୍ରାପ୍ତ କରି ଯାହାର ନୟନ ସନ୍ତୋଷ ପାଇଛି,
ਕਹੁ ਨਾਨਕ ਸਫਲੁ ਸੋ ਆਇਆ ॥੪॥੪॥੯॥
ହେ ନାନକ! ସେହି ବ୍ୟକ୍ତି ଦୁନିଆକୁ ଆସିବାରେ ସଫଳ ହୋଇଛି||4||4||9||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਮਾਤ ਪਿਤਾ ਸੁਤ ਸਾਥਿ ਨ ਮਾਇਆ ॥
ମାତା-ପିତା, ପୁତ୍ର ଏବଂ ଧନ-ଦୌଲତ କେହି ମଧ୍ୟ ସାଥି ଦିଅନ୍ତି ନାହିଁ।
ਸਾਧਸੰਗਿ ਸਭੁ ਦੂਖੁ ਮਿਟਾਇਆ ॥੧॥
ପରନ୍ତୁ, ସାଧୁଙ୍କ ସଙ୍ଗତିରେ ସାରା ଦୁଃଖ ଦୂର କରିଛି॥1॥
ਰਵਿ ਰਹਿਆ ਪ੍ਰਭੁ ਸਭ ਮਹਿ ਆਪੇ ॥
ପ୍ରଭୁ ସ୍ଵୟଂ ହିଁ ସବୁ ଜୀବଙ୍କ ଠାରେ ରହିଛନ୍ତି।
ਹਰਿ ਜਪੁ ਰਸਨਾ ਦੁਖੁ ਨ ਵਿਆਪੇ ॥੧॥ ਰਹਾਉ ॥
ଜିହ୍ଵା ଦ୍ଵାରା ହରିଙ୍କ ଜପ କରିବା ଦ୍ଵାରା କୌଣସି ଦୁଃଖ ପ୍ରଭାବିତ କରେ ନାହିଁ॥1॥ରୁହ॥
ਤਿਖਾ ਭੂਖ ਬਹੁ ਤਪਤਿ ਵਿਆਪਿਆ ॥
ତୃଷ୍ଣା ଓ କ୍ଷୁଧାର ତାପ ମନକୁ ବହୁତ ଜଳାଇ ଥିଲା, କିନ୍ତୁ
ਸੀਤਲ ਭਏ ਹਰਿ ਹਰਿ ਜਸੁ ਜਾਪਿਆ ॥੨॥
ଭଗବାନଙ୍କ ଯଶୋଗାନ କରିବା ଦ୍ଵାରା ମନ ଶୀତଳ ହୋଇଯାଇଛି॥2॥
ਕੋਟਿ ਜਤਨ ਸੰਤੋਖੁ ਨ ਪਾਇਆ ॥
କୋଟି କୋଟି ଯତ୍ନ କରିବା ଦ୍ଵାରା ମଧ୍ୟ ସନ୍ତୋଷ ମିଳିନାହିଁ,
ਮਨੁ ਤ੍ਰਿਪਤਾਨਾ ਹਰਿ ਗੁਣ ਗਾਇਆ ॥੩॥
ପରନ୍ତୁ ଭଗବାନଙ୍କ ଗୁଣଗାନ କରିବା ଦ୍ଵାରା ମନ ତୃପ୍ତ ହୋଇ ଯାଇଛି॥3॥
ਦੇਹੁ ਭਗਤਿ ਪ੍ਰਭ ਅੰਤਰਜਾਮੀ ॥
ହେ ଅନ୍ତର୍ଯାମୀ ପ୍ରଭୁ! ମୋତେ ନିଜର ଭକ୍ତି ଦିଅ।
ਨਾਨਕ ਕੀ ਬੇਨੰਤੀ ਸੁਆਮੀ ॥੪॥੫॥੧੦॥
ନିଜ ସ୍ଵାମୀଙ୍କୁ ନାନକଙ୍କ କେବଳ ଏହି ବିନତି ଅଟେ||4||5||10||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਗੁਰੁ ਪੂਰਾ ਵਡਭਾਗੀ ਪਾਈਐ ॥
ପୂର୍ଣ୍ଣ ଗୁରୁ ସୌଭାଗ୍ୟରୁ ହିଁ ମିଳିଥାନ୍ତି।
ਮਿਲਿ ਸਾਧੂ ਹਰਿ ਨਾਮੁ ਧਿਆਈਐ ॥੧॥
ସାଧୁଙ୍କ ସହିତ ମିଶି ହରି-ନାମର ଧ୍ୟାନ କରିବା ଉଚିତ॥1॥
ਪਾਰਬ੍ਰਹਮ ਪ੍ਰਭ ਤੇਰੀ ਸਰਨਾ ॥
ହେ ପରଂବ୍ରହ୍ମ ପ୍ରଭୁ! ତୋର ଶରଣରେ ଆସିଛି।
ਕਿਲਬਿਖ ਕਾਟੈ ਭਜੁ ਗੁਰ ਕੇ ਚਰਨਾ ॥੧॥ ਰਹਾਉ ॥
ଗୁରୁଙ୍କ ଚରଣର ଭଜନ କରିବା ଦ୍ଵାରା ସାରା ପାପ ନାଶ ହୋଇଯାଏ॥1॥ରୁହ॥
ਅਵਰਿ ਕਰਮ ਸਭਿ ਲੋਕਾਚਾਰ ॥
ଅନ୍ୟ ସବୁ କର୍ମ କେବଳ ଲୋକାଚାର ଅଟେ।
ਮਿਲਿ ਸਾਧੂ ਸੰਗਿ ਹੋਇ ਉਧਾਰ ॥੨॥
ଏଣୁ ସାଧୁଙ୍କ ସଂଗତି ଦ୍ଵାରା ହିଁ ଉଦ୍ଧାର ହୋଇଥାଏ॥2॥
ਸਿੰਮ੍ਰਿਤਿ ਸਾਸਤ ਬੇਦ ਬੀਚਾਰੇ ॥
ମୁଁ ସ୍ମୃତି, ଶାସ୍ତ୍ର ଓ ବେଦ ବିଚାର କରି ଦେଖିଛି,
ਜਪੀਐ ਨਾਮੁ ਜਿਤੁ ਪਾਰਿ ਉਤਾਰੇ ॥੩॥
କିନ୍ତୁ ଭଗବାନଙ୍କ ନାମ ଜପିବା ଦ୍ଵାରା ହି ଜୀବକୁ ମୁକ୍ତି ମିଳିଥାଏ॥3॥
ਜਨ ਨਾਨਕ ਕਉ ਪ੍ਰਭ ਕਿਰਪਾ ਕਰੀਐ ॥
ହେ ପ୍ରଭୁ! ଦାସ ନାନକ ଉପରେ କୃପା କର,
ਸਾਧੂ ਧੂਰਿ ਮਿਲੈ ਨਿਸਤਰੀਐ ॥੪॥੬॥੧੧॥
ଯଦି ସାଧୁଙ୍କ ଚରଣ ଧୂଳି ମିଳିଯାଏ, ତାହାହେଲେ ମୁକ୍ତି ମିଳିଥାଏ||4||6||11||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਗੁਰ ਕਾ ਸਬਦੁ ਰਿਦੇ ਮਹਿ ਚੀਨਾ ॥
ଗୁରୁଙ୍କ ଶବ୍ଦ ହୃଦୟରେ ଚିହ୍ନି ପାରିଛି,
ਸਗਲ ਮਨੋਰਥ ਪੂਰਨ ਆਸੀਨਾ ॥੧॥
ଏହା ଦ୍ଵାରା ମୋର ସାରା ମନୋକାମନା ପୁରା ହୋଇ ଯାଇଛି॥1॥
ਸੰਤ ਜਨਾ ਕਾ ਮੁਖੁ ਊਜਲੁ ਕੀਨਾ ॥
ଭଗବାନ ସନ୍ଥଜନଙ୍କ ମୁଖ ଉଜ୍ଜଳ କରି ଦେଇଛନ୍ତି ଆଉ
ਕਰਿ ਕਿਰਪਾ ਅਪੁਨਾ ਨਾਮੁ ਦੀਨਾ ॥੧॥ ਰਹਾਉ ॥
କୃପା କରି ତାହାକୁ ନିଜ ନାମ ଦେଇଛନ୍ତି॥1॥ରୁହ॥
ਅੰਧ ਕੂਪ ਤੇ ਕਰੁ ਗਹਿ ਲੀਨਾ ॥
ଭଗବାନ ତାହାର ହାତ ଧରି ତାହାକୁ ଅଜ୍ଞାନତାର ଅନ୍ଧ କୂପରୁ ବାହାର କରିଛନ୍ତି।
ਜੈ ਜੈ ਕਾਰੁ ਜਗਤਿ ਪ੍ਰਗਟੀਨਾ ॥੨॥
ସେ ସାରା ଜଗତରେ ଲୋକପ୍ରିୟ ହୋଇ ଯାଇଛି ଏବଂ ସବୁ ସ୍ଥାନରେ ତାହାର ଜୟ-ଜୟକାର ହେଉଛି॥2॥
ਨੀਚਾ ਤੇ ਊਚ ਊਨ ਪੂਰੀਨਾ ॥
ସେ ନୀଚକୁ ଉଚ୍ଚ କରିଥାନ୍ତି ଆଉ ଗୁଣହୀନକୁ ଗୁଣବାନ କରିଥାନ୍ତି।
ਅੰਮ੍ਰਿਤ ਨਾਮੁ ਮਹਾ ਰਸੁ ਲੀਨਾ ॥੩॥
ମୁଁ ଅମୃତ ନାମର ମହାରସ ନେଇଛି॥3॥
ਮਨ ਤਨ ਨਿਰਮਲ ਪਾਪ ਜਲਿ ਖੀਨਾ ॥
ମୋର ମନ ଓ ତନ ନିର୍ମଳ ହୋଇ ଯାଇଛି ଆଉ ସାରା ପାପ ଜଳି କ୍ଷୀଣ ହୋଇ ଯାଇଛି।
ਕਹੁ ਨਾਨਕ ਪ੍ਰਭ ਭਏ ਪ੍ਰਸੀਨਾ ॥੪॥੭॥੧੨॥
ହେ ନାନକ! ପ୍ରଭୁ ମୋ’ ଉପରେ ପ୍ରସନ୍ନ ହୋଇଛନ୍ତି||4||7||12||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਸਗਲ ਮਨੋਰਥ ਪਾਈਅਹਿ ਮੀਤਾ ॥
ହେ ମୋର ମିତ୍ର! ସେତେବେଳେ ସାରା ମନୋରଥ ପ୍ରାପ୍ତ ହୋଇ ଯାଏ,