ਭਗਤ ਜਨਾ ਕੀ ਬੇਨਤੀ ਸੁਣੀ ਪ੍ਰਭਿ ਆਪਿ ॥
ପ୍ରଭୁ ସ୍ଵୟଂ ହିଁ ନିଜ ଭକ୍ତର ବିନତି ଶୁଣିଛନ୍ତି।
ਰੋਗ ਮਿਟਾਇ ਜੀਵਾਲਿਅਨੁ ਜਾ ਕਾ ਵਡ ਪਰਤਾਪੁ ॥੧॥
ସାରା ଜଗତରେ ଯାହାର ବଡ ପ୍ରତାପ ଅଛି, ସେ ରୋଗ ଦୂର କରି ବାଳକକୁ ଜୀବନ ଦାନ ଦେଇଛନ୍ତି॥1॥
ਦੋਖ ਹਮਾਰੇ ਬਖਸਿਅਨੁ ਅਪਣੀ ਕਲ ਧਾਰੀ ॥
ନିଜ ଶକ୍ତି ଦ୍ଵାରା ସେ ଆମର ସବୁ ଦୋଷ କ୍ଷମା କରି ଦେଇଛନ୍ତି।
ਮਨ ਬਾਂਛਤ ਫਲ ਦਿਤਿਅਨੁ ਨਾਨਕ ਬਲਿਹਾਰੀ ॥੨॥੧੬॥੮੦॥
ହେ ନାନକ! ସେ ମୋତେ ମନୋବାଞ୍ଚିତ ଫଳ ପ୍ରଦାନ କରିଛନତି, ମୁଁ ତାହାଙ୍କ ପ୍ରତି ବାରମ୍ବାର ସମର୍ପିତ ଅଟେ||2||16||80||
ਰਾਗੁ ਬਿਲਾਵਲੁ ਮਹਲਾ ੫ ਚਉਪਦੇ ਦੁਪਦੇ ਘਰੁ ੬
ରାଗ ବିଲାବଲୁ ମହଲା 5 ଚଉପଦୀ ଦୁପଦୀ ଘର 6
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਮੇਰੇ ਮੋਹਨ ਸ੍ਰਵਨੀ ਇਹ ਨ ਸੁਨਾਏ ॥
ହେ ମୋର ମୋହନ! ତାହା ମୋର କାନରେ କେବେ ମଧ୍ୟ ନ ଶୁଣାଅ ନାହିଁ,
ਸਾਕਤ ਗੀਤ ਨਾਦ ਧੁਨਿ ਗਾਵਤ ਬੋਲਤ ਬੋਲ ਅਜਾਏ ॥੧॥ ਰਹਾਉ ॥
ଯାହା ମାୟାବୀ ଜୀବ ଅଭଦ୍ର ଗୀତର ସ୍ଵର ଓ ଧ୍ୱନିରେ ଗାନ କରିଥାଏ ଆଉ ବ୍ୟର୍ଥ କଥା କହିଥାଏ॥1॥ରୁହ॥
ਸੇਵਤ ਸੇਵਿ ਸੇਵਿ ਸਾਧ ਸੇਵਉ ਸਦਾ ਕਰਉ ਕਿਰਤਾਏ ॥
ଜୀବନରେ ସର୍ବଦା ଏହି କାର୍ଯ୍ୟ କରିବି ଯେ ଏକାଗ୍ରଚିତ୍ତ ହୋଇ ସାଧୁଙ୍କ ସେବା କରିବି।
ਅਭੈ ਦਾਨੁ ਪਾਵਉ ਪੁਰਖ ਦਾਤੇ ਮਿਲਿ ਸੰਗਤਿ ਹਰਿ ਗੁਣ ਗਾਏ ॥੧॥
ହେ ଦାତା! ମୁଁ ତୋ’ ଠାରୁ ଅଭୟ ପ୍ରାପ୍ତ କରିବି ଆଉ ସତସଙ୍ଗତିରେ ସମ୍ମିଳିତ ହୋଇ ତୋର ହିଁ ଗୁଣଗାନ କରିବି॥1॥
ਰਸਨਾ ਅਗਹ ਅਗਹ ਗੁਨ ਰਾਤੀ ਨੈਨ ਦਰਸ ਰੰਗੁ ਲਾਏ ॥
ହେ ପ୍ରଭୁ! ମୋର ଜିହ୍ଵା ତୋର ଅନନ୍ତ ଗୁଣରେ ଲୀନ ରହିଥାଏ ଆଉ ନୟନ ତୋର ଦର୍ଶନର ପ୍ରେମରେ ଲାଖି ରହିଥାଏ।
ਹੋਹੁ ਕ੍ਰਿਪਾਲ ਦੀਨ ਦੁਖ ਭੰਜਨ ਮੋਹਿ ਚਰਣ ਰਿਦੈ ਵਸਾਏ ॥੨॥
ହେ ଦୀନର ଦୁଃଖ ନାଶକ! କୃପାଳୁ ହୁଅ ଆଉ ନିଜ ଚରଣ କମଳ ମୋର ହୃଦୟରେ ସ୍ଥାପନ କର॥2॥
ਸਭਹੂ ਤਲੈ ਤਲੈ ਸਭ ਊਪਰਿ ਏਹ ਦ੍ਰਿਸਟਿ ਦ੍ਰਿਸਟਾਏ ॥
ମୋତେ ଏପରି ଦୃଷ୍ଟି ଦିଅ ଯେ ମୁଁ ନିଜକୁ ସବୁଠାରୁ ବିନୀତ ଭାବିବି ଆଉ ସବୁଙ୍କୁ ନିଜ ଠାରୁ ଉଚ୍ଚ ଭାବିବି।
ਅਭਿਮਾਨੁ ਖੋਇ ਖੋਇ ਖੋਇ ਖੋਈ ਹਉ ਮੋ ਕਉ ਸਤਿਗੁਰ ਮੰਤ੍ਰੁ ਦ੍ਰਿੜਾਏ ॥੩॥
ସଦଗୁରୁ ମୋ’ ଠାରେ ନାମ ମନ୍ତ୍ର ଦୃଢ କରାଇଛନ୍ତି ଆଉ ମୋର ଅଭିମାନ ସଂପୂର୍ଣ୍ଣ ଭାବରେ ଦୂର ହୋଇ ଯାଇଛି॥3॥
ਅਤੁਲੁ ਅਤੁਲੁ ਅਤੁਲੁ ਨਹ ਤੁਲੀਐ ਭਗਤਿ ਵਛਲੁ ਕਿਰਪਾਏ ॥
ହେ ଭକ୍ତବତ୍ସଳ, ହେ କୃପାନିଧି! ତୁ ଅତୁଳନୀୟ ଅଟୁ ଆଉ ତୋର ଗୁଣକୁ ତଉଲା ଯାଇ ପାରିବ ନାହିଁ।
ਜੋ ਜੋ ਸਰਣਿ ਪਰਿਓ ਗੁਰ ਨਾਨਕ ਅਭੈ ਦਾਨੁ ਸੁਖ ਪਾਏ ॥੪॥੧॥੮੧॥
ନାନକ କହନ୍ତି ଯେ ଯିଏ ଯିଏ ଗୁରୁଙ୍କ ଶରଣରେ ଆସିଛନ୍ତି, ସେ ଅଭୟଦାନ ଓ ସୁଖ ପ୍ରାପ୍ତ କରିଛି||4||||1||81||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਪ੍ਰਭ ਜੀ ਤੂ ਮੇਰੇ ਪ੍ਰਾਨ ਅਧਾਰੈ ॥
ହେ ପ୍ରଭୁ! ତୁ ମୋର ପ୍ରାଣର ଆଧାର ଅଟୁ,
ਨਮਸਕਾਰ ਡੰਡਉਤਿ ਬੰਦਨਾ ਅਨਿਕ ਬਾਰ ਜਾਉ ਬਾਰੈ ॥੧॥ ਰਹਾਉ ॥
ଏଥିପାଇଁ ମୁଁ ତୋତେ ପ୍ରଣାମ କରିଥାଏ ଆଉ ତୋ’ ପ୍ରତି ସମର୍ପିତ ଯାଇଥାଏ॥1॥ରୁହ॥
ਊਠਤ ਬੈਠਤ ਸੋਵਤ ਜਾਗਤ ਇਹੁ ਮਨੁ ਤੁਝਹਿ ਚਿਤਾਰੈ ॥
ଉଠିବା, ବସିବା, ଶୋଇବା, ଜାଗିବା ସମୟରେ ଏହି ମନ ତୋତେ ହିଁ ସ୍ମରଣ କରିଥାଏ।
ਸੂਖ ਦੂਖ ਇਸੁ ਮਨ ਕੀ ਬਿਰਥਾ ਤੁਝ ਹੀ ਆਗੈ ਸਾਰੈ ॥੧॥
ମୁଁ ନିଜ ମନର ସୁଖ-ଦୁଃଖ ଓ ବ୍ୟଥା ତୋର ସମ୍ମୁଖରେ ବର୍ଣ୍ଣନା କରିଥାଏ॥1॥
ਤੂ ਮੇਰੀ ਓਟ ਬਲ ਬੁਧਿ ਧਨੁ ਤੁਮ ਹੀ ਤੁਮਹਿ ਮੇਰੈ ਪਰਵਾਰੈ ॥
ତୁ ମୋର ଆଶ୍ରା, ବଳ, ବୁଦ୍ଧି, ଧନ ଇତ୍ୟାଦି ଅଟୁ ଆଉ ମୋର ପରିବାର ମଧ୍ୟ ଅଟୁ।
ਜੋ ਤੁਮ ਕਰਹੁ ਸੋਈ ਭਲ ਹਮਰੈ ਪੇਖਿ ਨਾਨਕ ਸੁਖ ਚਰਨਾਰੈ ॥੨॥੨॥੮੨॥
ନାନକ କହନ୍ତି ଯେ ଯାହା ତୁମେ କରୁଅଛ, ତାହା ମୋ’ ପାଇଁ ଭଲ ଅଟେ ତଥା ତୁମ ଚରଣକୁ ଦେଖି ମୋତେ ସୁଖ ମିଳିଥାଏ||2||2||82||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਸੁਨੀਅਤ ਪ੍ਰਭ ਤਉ ਸਗਲ ਉਧਾਰਨ ॥
ହେ ପ୍ରଭୁ! ଶୁଣିଛି ଯେ ତୁମେ ସବୁ ଜୀବଙ୍କୁ ଉଦ୍ଧାର କରିବା ବାଲା ଅଟ।
ਮੋਹ ਮਗਨ ਪਤਿਤ ਸੰਗਿ ਪ੍ਰਾਨੀ ਐਸੇ ਮਨਹਿ ਬਿਸਾਰਨ ॥੧॥ ਰਹਾਉ ॥
ମୋହରେ ମଗ୍ନ ହୋଇ ପତିତ ପ୍ରାଣୀର ସାଥିରେ ରହି ଆମେ ମନରୁ ତୋତେ ଭୁଲି ଯାଇଛୁ।
ਸੰਚਿ ਬਿਖਿਆ ਲੇ ਗ੍ਰਾਹਜੁ ਕੀਨੀ ਅੰਮ੍ਰਿਤੁ ਮਨ ਤੇ ਡਾਰਨ ॥
ଆମେ ମାୟା ରୂପୀ ବିଷକୁ ସଞ୍ଚୟ କରି ରଖିଛୁ, କିନ୍ତୁ ନାମାମୃତକୁ ମନରୁ ହଟାଇ ଦେଇଛୁ।
ਕਾਮ ਕ੍ਰੋਧ ਲੋਭ ਰਤੁ ਨਿੰਦਾ ਸਤੁ ਸੰਤੋਖੁ ਬਿਦਾਰਨ ॥੧॥
ଆମେ କାମ, କ୍ରୋଧ ଓ ନିନ୍ଦାରେ ଲୀନ ରହିଛୁ, କିନ୍ତୁ ସତ୍ୟ ଓ ସନ୍ତୋଷକୁ ତ୍ୟାଗ କରିଛୁ॥1॥
ਇਨ ਤੇ ਕਾਢਿ ਲੇਹੁ ਮੇਰੇ ਸੁਆਮੀ ਹਾਰਿ ਪਰੇ ਤੁਮ੍ਹ੍ਹ ਸਾਰਨ ॥
ହେ ମୋର ସ୍ଵାମୀ! ମୋତେ ଏହି ବିକାରରୁ ବାହାର କର, ମୁଁ ହାରି ଯାଇ ତୋର ଶରଣରେ ଆସି ଯାଇଛି।
ਨਾਨਕ ਕੀ ਬੇਨੰਤੀ ਪ੍ਰਭ ਪਹਿ ਸਾਧਸੰਗਿ ਰੰਕ ਤਾਰਨ ॥੨॥੩॥੮੩॥
ନାନକଙ୍କ ପ୍ରଭୁଙ୍କ ଠାରେ ବିନତି ଯେ ମୋତେ ସାଧୁ-ସଂଗତି ଦ୍ଵାରା ସଂସାର ସାଗରରୁ ପାର କରାଇ ଦିଅ||2||3||83||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਸੰਤਨ ਕੈ ਸੁਨੀਅਤ ਪ੍ਰਭ ਕੀ ਬਾਤ ॥
ସନ୍ଥଜନଙ୍କ ସାନ୍ନିଧ୍ୟରେ ପ୍ରଭୁଙ୍କ କଥା ହିଁ ଶୁଣାଯାଏ।
ਕਥਾ ਕੀਰਤਨੁ ਆਨੰਦ ਮੰਗਲ ਧੁਨਿ ਪੂਰਿ ਰਹੀ ਦਿਨਸੁ ਅਰੁ ਰਾਤਿ ॥੧॥ ਰਹਾਉ ॥
ସେଠାରେ ଦିନରାତି କଥା-କୀର୍ତ୍ତନ, ଆନନ୍ଦ ଏବଂ ମଙ୍ଗଳ ଧ୍ୱନି ହୋଇଥାଏ॥1॥ରୁହ॥
ਕਰਿ ਕਿਰਪਾ ਅਪਨੇ ਪ੍ਰਭਿ ਕੀਨੇ ਨਾਮ ਅਪੁਨੇ ਕੀ ਕੀਨੀ ਦਾਤਿ ॥
କୃପା କରି ପ୍ରଭୁ ନିଜ ସେବକ ବନାଇଛନ୍ତି ଆଉ ନିଜ ନାମର ଦାନ ପ୍ରଦାନ କରିଛନ୍ତି।
ਆਠ ਪਹਰ ਗੁਨ ਗਾਵਤ ਪ੍ਰਭ ਕੇ ਕਾਮ ਕ੍ਰੋਧ ਇਸੁ ਤਨ ਤੇ ਜਾਤ ॥੧॥
ଏବେ ଆଠ ପ୍ରହର ପ୍ରଭୁଙ୍କ ଗୁଣଗାନ କରିବା ଦ୍ଵାରା କାମ, କ୍ରୋଧ ଦୂର ହୋଇ ଯାଇଛି॥1॥