Odia Page 821

ਤ੍ਰਿਪਤਿ ਅਘਾਏ ਪੇਖਿ ਪ੍ਰਭ ਦਰਸਨੁ ਅੰਮ੍ਰਿਤ ਹਰਿ ਰਸੁ ਭੋਜਨੁ ਖਾਤ ॥
ପ୍ରଭୁଙ୍କ ଦର୍ଶନ କରି ତୃପ୍ତ ଓ ସନ୍ତୁଷ୍ଟ ହୋଇ ଯାଇଛି ଆଉ ଅମୃତ ରୂପ ହରି ରସର ଭୋଜନ ଗ୍ରହଣ କରିଥାଏ।  

ਚਰਨ ਸਰਨ ਨਾਨਕ ਪ੍ਰਭ ਤੇਰੀ ਕਰਿ ਕਿਰਪਾ ਸੰਤਸੰਗਿ ਮਿਲਾਤ ॥੨॥੪॥੮੪॥
ନାନକ କହନ୍ତି ଯେ ହେ ପ୍ରଭୁ! ମୁଁ ତୋର ଚରଣର ଶରଣ ନେଇଛି, କୃପା କରି ମୋତେ ସନ୍ଥଙ୍କ ସହିତ ମିଳନ କରାଇ ଦିଅ||2||4||84||   

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਰਾਖਿ ਲੀਏ ਅਪਨੇ ਜਨ ਆਪ ॥
ଇଶ୍ଵର ସ୍ଵୟଂ ହିଁ ନିଜ ଦାସକୁ ରକ୍ଷା କରିଛନ୍ତି। 

ਕਰਿ ਕਿਰਪਾ ਹਰਿ ਹਰਿ ਨਾਮੁ ਦੀਨੋ ਬਿਨਸਿ ਗਏ ਸਭ ਸੋਗ ਸੰਤਾਪ ॥੧॥ ਰਹਾਉ ॥
ନିଜ କୃପା କରି ନାମ ଦେଇଛନ୍ତି, ଯାହାଦ୍ୱାରା ସବୁ ଶୋକ-ସନ୍ତାପ ଦୂର ହୋଇ ଯାଇଛି॥1॥          

ਗੁਣ ਗੋਵਿੰਦ ਗਾਵਹੁ ਸਭਿ ਹਰਿ ਜਨ ਰਾਗ ਰਤਨ ਰਸਨਾ ਆਲਾਪ ॥
ହେ ଭକ୍ତଜନ! ସମସ୍ତେ ମିଶି ଗୋବିନ୍ଦଙ୍କ ଗୁଣଗାନ କର ଆଉ ନିଜ ଜିହ୍ଵାରେ ଅମୂଲ୍ୟ ରାଗ ଉଚ୍ଚାରଣ କର।          

ਕੋਟਿ ਜਨਮ ਕੀ ਤ੍ਰਿਸਨਾ ਨਿਵਰੀ ਰਾਮ ਰਸਾਇਣਿ ਆਤਮ ਧ੍ਰਾਪ ॥੧॥
ଏବେ କୋଟି କୋଟି ଜନ୍ମର ତୃଷ୍ଣା ଦୂର ହୋଇ ଯାଇଛି ଆଉ ରାମନାମରେ ଆତ୍ମା ତୃପ୍ତ ହୋଇ ଯାଇଛି॥1॥          

ਚਰਣ ਗਹੇ ਸਰਣਿ ਸੁਖਦਾਤੇ ਗੁਰ ਕੈ ਬਚਨਿ ਜਪੇ ਹਰਿ ਜਾਪ ॥
ମୁଁ ସୁଖଦାତାଙ୍କ ଶରଣ ନେଇ ତାହାଙ୍କ ଚରଣ ଧରିଛି ତଥା ଗୁରୁଙ୍କ ବଚନ ଦ୍ଵାରା ହରିଙ୍କ ଜପ କରିଛି।      

ਸਾਗਰ ਤਰੇ ਭਰਮ ਭੈ ਬਿਨਸੇ ਕਹੁ ਨਾਨਕ ਠਾਕੁਰ ਪਰਤਾਪ ॥੨॥੫॥੮੫॥
ହେ ନାନକ! ଠାକୁରଙ୍କ ପ୍ରତାପରୁ ଭବସାଗରରୁ ପାର ହୋଇ ଯାଇଛି  ଆଉ ସାରା ଭ୍ରମ-ଭୟ ନାଶ ହୋଇ ଯାଇଛି ||2||5||85||     

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਤਾਪੁ ਲਾਹਿਆ ਗੁਰ ਸਿਰਜਨਹਾਰਿ ॥
ସୃଜନହାର ଗୁରୁ ପୁତ୍ର ହରିଗୋବିନ୍ଦଙ୍କ ରୋଗ ଦୂର କରିଛନ୍ତି।       

ਸਤਿਗੁਰ ਅਪਨੇ ਕਉ ਬਲਿ ਜਾਈ ਜਿਨਿ ਪੈਜ ਰਖੀ ਸਾਰੈ ਸੰਸਾਰਿ ॥੧॥ ਰਹਾਉ ॥
ମୁଁ ନିଜ ସଦଗୁରୁଙ୍କ ପ୍ରତି ସମର୍ପିତ ଅଟେ, ଯିଏ ସାରା ସଂସାରରେ ମୋର ସମ୍ମାନ ରଖିଛନ୍ତି॥1॥ରୁହ॥             

ਕਰੁ ਮਸਤਕਿ ਧਾਰਿ ਬਾਲਿਕੁ ਰਖਿ ਲੀਨੋ ॥
ସେ ମସ୍ତକ ଉପରେ ନିଜ ହାତ ରଖି ହରଗୋବିନ୍ଦଙ୍କୁ ରକ୍ଷା କରିଛନ୍ତି।  

ਪ੍ਰਭਿ ਅੰਮ੍ਰਿਤ ਨਾਮੁ ਮਹਾ ਰਸੁ ਦੀਨੋ ॥੧॥
ପ୍ରଭୁ ତାହାଙ୍କୁ ଅମୃତ ନାମ ରୂପୀ ମହାରସ ଦେଇଛନ୍ତି॥1॥       

ਦਾਸ ਕੀ ਲਾਜ ਰਖੈ ਮਿਹਰਵਾਨੁ ॥
କୃପାଳୁ ପରମାତ୍ମା ସର୍ବଦା ନିଜ ଦାସର ସମ୍ମାନ ରଖିଥାନ୍ତି।        

ਗੁਰੁ ਨਾਨਕੁ ਬੋਲੈ ਦਰਗਹ ਪਰਵਾਨੁ ॥੨॥੬॥੮੬॥
ଯାହା କିଛି ନାନକ ବୋଲିଥାନ୍ତି, ତାହା ଦରବାରରେ ମଞ୍ଜୁର ହୋଇଯାଏ||2||6||86||

ਰਾਗੁ ਬਿਲਾਵਲੁ ਮਹਲਾ ਚਉਪਦੇ ਦੁਪਦੇ ਘਰੁ
ରାଗ ବିଲାବଲୁ ମହଲା 5 ଚଉପଦୀ ଦୁପଦୀ ଘର 7 

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।       

ਸਤਿਗੁਰ ਸਬਦਿ ਉਜਾਰੋ ਦੀਪਾ ॥
ଗୁରୁଙ୍କ ଶବ୍ଦ ଜ୍ଞାନ ରୂପୀ ଉଜ୍ଜଳ କରାଇବା ବାଲା ଦୀପକ ଅଟେ।     

ਬਿਨਸਿਓ ਅੰਧਕਾਰ ਤਿਹ ਮੰਦਰਿ ਰਤਨ ਕੋਠੜੀ ਖੁਲ੍ਹ੍ਹੀ ਅਨੂਪਾ ॥੧॥ ਰਹਾਉ ॥
ତାହାର ଆଲୋକରେ ମନ ମନ୍ଦିରରେ ଅଜ୍ଞାନତା ରୂପୀ ଅନ୍ଧକାର ନାଶ ହୋଇଯାଏ ତଥା ମନ ମନ୍ଦିରରେ ଅନୂପ କୋଠରି ଖୋଲିଯାଏ॥1॥ରୁହ॥        

ਬਿਸਮਨ ਬਿਸਮ ਭਏ ਜਉ ਪੇਖਿਓ ਕਹਨੁ ਨ ਜਾਇ ਵਡਿਆਈ ॥
ମନ-ମନ୍ଦିରରେ ଭଗବାନଙ୍କ ଦର୍ଶନ କରି ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛି ତଥା ମୋ’ ଦ୍ଵାରା ତାହାଙ୍କ ମହିମା ଗାନ କରାଯାଇ ପାରୁ ନାହିଁ।                  

ਮਗਨ ਭਏ ਊਹਾ ਸੰਗਿ ਮਾਤੇ ਓਤਿ ਪੋਤਿ ਲਪਟਾਈ ॥੧॥
ମୁଁ ତାହାଙ୍କ ସହିତ ମିଶି ମସ୍ତ ଏବଂ ଆସକ୍ତ ହୋଇ ଯାଇଛି ଆଉ ସେଥିରେ ସଂପୂର୍ଣ୍ଣ ଭାବରେ ମିଶି ଯାଇଛି॥1॥           

ਆਲ ਜਾਲ ਨਹੀ ਕਛੂ ਜੰਜਾਰਾ ਅਹੰਬੁਧਿ ਨਹੀ ਭੋਰਾ ॥
ମୋର ମନରେ ଅହଂ ବୁଦ୍ଧି ଆଦୌ ରହି ନାହିଁ ଆଉ ମୋହ-ମାୟାର ଜାଲ ଏବଂ ମନ୍ଦ ବୁଦ୍ଧି ଦୂର ହୋଇ ଯାଇଛି।                  

ਊਚਨ ਊਚਾ ਬੀਚੁ ਨ ਖੀਚਾ ਹਉ ਤੇਰਾ ਤੂੰ ਮੋਰਾ ॥੨॥
ହେ ପ୍ରଭୁ! ତୁ ସର୍ବୋଚ୍ଚ ଅଟୁ ଆଉ ତୁ ମୋର ଏବଂ ମୁଁ ତୋର ଅଟେ॥2॥     

ਏਕੰਕਾਰੁ ਏਕੁ ਪਾਸਾਰਾ ਏਕੈ ਅਪਰ ਅਪਾਰਾ ॥
ଏକ ଓଁକାର ହିଁ ସଂପୂର୍ଣ୍ଣ ପ୍ରସାର ଅଟେ ଆଉ ସେ ଅପରାମ୍ପର ଅଟେ।       

ਏਕੁ ਬਿਸਥੀਰਨੁ ਏਕੁ ਸੰਪੂਰਨੁ ਏਕੈ ਪ੍ਰਾਨ ਅਧਾਰਾ ॥੩॥
ଏକ ପରମେଶ୍ଵର ହିଁ ସାରା ଜଗତରେ ପ୍ରସାର ହୋଇଛନ୍ତି, ସବୁ ଜୀବଙ୍କ ପ୍ରାଣର ଆଧାର ଅଟନ୍ତି॥3॥          

ਨਿਰਮਲ ਨਿਰਮਲ ਸੂਚਾ ਸੂਚੋ ਸੂਚਾ ਸੂਚੋ ਸੂਚਾ ॥
ସେ ଅତି ନିର୍ମଳ ଏମ ସବୁଠାରୁ ଶୁଦ୍ଧ ଅଟନ୍ତି।    

ਅੰਤ ਨ ਅੰਤਾ ਸਦਾ ਬੇਅੰਤਾ ਕਹੁ ਨਾਨਕ ਊਚੋ ਊਚਾ ॥੪॥੧॥੮੭॥
ହେ ନାନକ! ତାହାଙ୍କ ଅନ୍ତ ପ୍ରାପ୍ତ କରାଯାଇ ପାରୁ ନାହିଁ, ସେ ସର୍ବଦା ଅନନ୍ତ ତଥା ମହାନ ଅଟନ୍ତି||4||1||87||          

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਬਿਨੁ ਹਰਿ ਕਾਮਿ ਨ ਆਵਤ ਹੇ ॥
ହେ ଜୀବ! ହରିନାମ ଅତିରିକ୍ତ କିଛି ମଧ୍ୟ ତୋର କାମରେ ଆସିବ ନାହିଁ।                

ਜਾ ਸਿਉ ਰਾਚਿ ਮਾਚਿ ਤੁਮ੍ਹ੍ਹ ਲਾਗੇ ਓਹ ਮੋਹਨੀ ਮੋਹਾਵਤ ਹੇ ॥੧॥ ਰਹਾਉ ॥
ଯାହା ସାଥିରେ ତୁ ମିଶି ରହିଛୁ, ସେହି ମୋହିନୀ ମୋତେ ମୋହିତ କରିଛି॥1॥       

ਕਨਿਕ ਕਾਮਿਨੀ ਸੇਜ ਸੋਹਨੀ ਛੋਡਿ ਖਿਨੈ ਮਹਿ ਜਾਵਤ ਹੇ ॥
ନିଜର ସୁନ୍ଦର ନାରୀର ସୁନ୍ଦର ଶେଜକୁ ଏକ କ୍ଷଣରେ ତ୍ୟାଗ କରି ଜୀବ ଏଠାରୁ ଚାଲିଯାଏ।      

ਉਰਝਿ ਰਹਿਓ ਇੰਦ੍ਰੀ ਰਸ ਪ੍ਰੇਰਿਓ ਬਿਖੈ ਠਗਉਰੀ ਖਾਵਤ ਹੇ ॥੧॥
ଇନ୍ଦ୍ରିୟ ରସରେ ପ୍ରେରିତ ହୋଇ ସେ ବାସନାରେ ଆନନ୍ଦିତ ହୋଇଛି ଆଉ ବିଷ ରୂପୀ ନକଲି ଔଷଧ ସେବନ କରୁଛି॥1॥  

ਤ੍ਰਿਣ ਕੋ ਮੰਦਰੁ ਸਾਜਿ ਸਵਾਰਿਓ ਪਾਵਕੁ ਤਲੈ ਜਰਾਵਤ ਹੇ ॥
ସେ ନଡାର ଘର କରିଛି, କିନ୍ତୁ ତାହାର ତଳେ ଅଗ୍ନି ଜଳାଉଛି।    

ਐਸੇ ਗੜ ਮਹਿ ਐਠਿ ਹਠੀਲੋ ਫੂਲਿ ਫੂਲਿ ਕਿਆ ਪਾਵਤ ਹੇ ॥੨॥
ସେ ଏପରି ଦୁର୍ଗରେ ବସିଛି, କିନ୍ତୁ କଣ ପାଇ ପାରିବ॥2॥              

ਪੰਚ ਦੂਤ ਮੂਡ ਪਰਿ ਠਾਢੇ ਕੇਸ ਗਹੇ ਫੇਰਾਵਤ ਹੇ ॥
କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାର- ପାଞ୍ଚ ଦୂତ ମସ୍ତକ ଉପରେ ରହି କେଶକୁ ଘୂରାଇ ଥାଏ। 

error: Content is protected !!