Odia Page 822

ਦ੍ਰਿਸਟਿ ਨ ਆਵਹਿ ਅੰਧ ਅਗਿਆਨੀ ਸੋਇ ਰਹਿਓ ਮਦ ਮਾਵਤ ਹੇ ॥੩॥
ସେହି ଅନ୍ଧ-ଅଜ୍ଞାନ କିଛି ମଧ୍ୟ ଦେଖିପାରେ ନାହିଁ, ବରଂ ମୋହର ନିଶାରେ ଶୋଇ ରହିଥାଏ॥3॥        

ਜਾਲੁ ਪਸਾਰਿ ਚੋਗ ਬਿਸਥਾਰੀ ਪੰਖੀ ਜਿਉ ਫਾਹਾਵਤ ਹੇ ॥
ଯେପରି କୌଣସି ପକ୍ଷୀକୁ ଧରିବା ପାଇଁ ଜାଲ ବିଛାଯାଇ ଦାନା ଦିଆଯାଏ, ସେହିପରି ମୃତ୍ୟୁ ତାହାକୁ ଫସାଇ ରଖିଥାଏ।                 

ਕਹੁ ਨਾਨਕ ਬੰਧਨ ਕਾਟਨ ਕਉ ਮੈ ਸਤਿਗੁਰੁ ਪੁਰਖੁ ਧਿਆਵਤ ਹੇ ॥੪॥੨॥੮੮॥
ହେ ନାନକ! ଏହି ବନ୍ଧନକୁ କାଟିବା ପାଇଁ ମହାପୁରୁଷ ସଦଗୁରୁଙ୍କୁ ଧ୍ୟାନ କରିଥାଏ||4||2||88||             

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਹਰਿ ਹਰਿ ਨਾਮੁ ਅਪਾਰ ਅਮੋਲੀ ॥
ହରିଙ୍କ ନାମ ଅପାର ଏବଂ ଅମୂଲ୍ୟ ଅଟେ।                  

ਪ੍ਰਾਨ ਪਿਆਰੋ ਮਨਹਿ ਅਧਾਰੋ ਚੀਤਿ ਚਿਤਵਉ ਜੈਸੇ ਪਾਨ ਤੰਬੋਲੀ ॥੧॥ ਰਹਾਉ ॥
ସେ ଆମର ପ୍ରାଣ ଠାରୁ ମଧ୍ୟ ପ୍ରିୟ ଅଟନ୍ତି ଆଉ ମନର ଆଧାର ଅଟନ୍ତି। ମୁଁ ତାହାଙ୍କୁ ଏପରି ସ୍ମରଣ କରିଥାଏ ଯେପରି ପାନ ବିକ୍ରେତା ନିଜ ପାନ ଆଡେ ଧ୍ୟାନ ଦେଇଥାଏ॥1॥ରୁହ॥   

ਸਹਜਿ ਸਮਾਇਓ ਗੁਰਹਿ ਬਤਾਇਓ ਰੰਗਿ ਰੰਗੀ ਮੇਰੇ ਤਨ ਕੀ ਚੋਲੀ ॥
ଯେପରି ଗୁରୁ ବତାଇଛନ୍ତି, ସେପରି ହିଁ ମୁଁ ସ୍ଵାଭାବିକ ଅବସ୍ଥାରେ ରହିଥାଏ ଆଉ ମୋର ଶରୀର ରୂପୀ ଖୋଳପା ପ୍ରଭୁ ରଙ୍ଗରେ ରଙ୍ଗୀନ ହୋଇ ଯାଇଛି।

ਪ੍ਰਿਅ ਮੁਖਿ ਲਾਗੋ ਜਉ ਵਡਭਾਗੋ ਸੁਹਾਗੁ ਹਮਾਰੋ ਕਤਹੁ ਨ ਡੋਲੀ ॥੧॥
ଯେତେବେଳେ ମୋର ଭାଗ୍ୟ ଉଦୟ ହୋଇ ଯାଇଛି, ମୋତେ ନିଜ ପ୍ରିୟଙ୍କ ଦର୍ଶନ ହୋଇ ଯାଇଛି, ଏବେ ମୋର ସୋହାଗ ଅଟଳ ହୋଇ ଯାଇଛି॥1॥

ਰੂਪ ਨ ਧੂਪ ਨ ਗੰਧ ਨ ਦੀਪਾ ਓਤਿ ਪੋਤਿ ਅੰਗ ਅੰਗ ਸੰਗਿ ਮਉਲੀ ॥
ଈଶ୍ବରଙ୍କ ପୂଜା କରିବା ପାଇଁ ମୋତେ, ରୂପ, ଧୂପ, ସୁଗନ୍ଧି ଏବଂ ଦୀପକର କୌଣସି ଆବଶ୍ୟକତା ନାହିଁ, କାରଣ ତାହା ସଦା ମୋ’ ସାଥିରେ ରହିଥାଏ ଆଉ ତାହା ଦ୍ଵାରା ମୁଁ ଫୁଲ ଭଳି ଖୁସି ହୋଇ ଯାଇଛି।    

ਕਹੁ ਨਾਨਕ ਪ੍ਰਿਅ ਰਵੀ ਸੁਹਾਗਨਿ ਅਤਿ ਨੀਕੀ ਮੇਰੀ ਬਨੀ ਖਟੋਲੀ ॥੨॥੩॥੮੯॥
ହେ ନାନକ! ମୋର ପ୍ରିୟ ପ୍ରଭୁ ମୋତେ ସୁହାଗିନୀ ବନାଇ ରମଣ କରିଛନ୍ତି ଆଉ ମୋର ହୃଦୟ ରୂପୀ ଶେଜ ସୁନ୍ଦର ବନି ଯାଇଛି||2||3||89||

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਗੋਬਿੰਦ ਗੋਬਿੰਦ ਗੋਬਿੰਦ ਮਈ ॥
‘ଗୋବିନ୍ଦ-ଗୋବିନ୍ଦ’ ଜପ କରି ମୁଁ ଗୋବିନ୍ଦମୟୀ ବନି ଯାଇଛି।         

ਜਬ ਤੇ ਭੇਟੇ ਸਾਧ ਦਇਆਰਾ ਤਬ ਤੇ ਦੁਰਮਤਿ ਦੂਰਿ ਭਈ ॥੧॥ ਰਹਾਉ ॥
ଯେବେ ଠାରୁ ମୋତେ ଦୟାଳୁ ସାଧୁ ମିଳି ଯାଇଛନ୍ତି, ମୋର ଦୁର୍ମତି ଦୂର ହୋଇ ଯାଇଛି॥1॥ରୁହ॥        

ਪੂਰਨ ਪੂਰਿ ਰਹਿਓ ਸੰਪੂਰਨ ਸੀਤਲ ਸਾਂਤਿ ਦਇਆਲ ਦਈ ॥
ସଂପୂର୍ଣ୍ଣ ପରମାତ୍ମା ସବୁ ଜାଗାରେ ବାସ କରିଛନ୍ତି, ସେ ବଡ ଶୀତଳ ସ୍ଵଭାବ ବାଲା ଅଟନ୍ତି, ଶାନ୍ତିର ପୁଞ୍ଜି ଓ ଦୟାର ସାଗର ଅଟନ୍ତି।           

ਕਾਮ ਕ੍ਰੋਧ ਤ੍ਰਿਸਨਾ ਅਹੰਕਾਰਾ ਤਨ ਤੇ ਹੋਏ ਸਗਲ ਖਈ ॥੧॥
ମୋର ମନରୁ କାମ, କ୍ରୋଧ, ତୃଷ୍ଣା ଓ ଅହଂକାର ଆଦି ନାଶ ହୋଇ ଯାଇଛି॥1॥     

ਸਤੁ ਸੰਤੋਖੁ ਦਇਆ ਧਰਮੁ ਸੁਚਿ ਸੰਤਨ ਤੇ ਇਹੁ ਮੰਤੁ ਲਈ ॥
ମୋତେ ସନ୍ଥଙ୍କ ଦ୍ଵାରା ସତ୍ୟ, ସନ୍ତୋଷ, ଦୟା, ଧର୍ମ ଏବଂ ପୂଣ୍ୟର ମନ୍ତ୍ର ମିଳି ଯାଇଛି।                   

ਕਹੁ ਨਾਨਕ ਜਿਨਿ ਮਨਹੁ ਪਛਾਨਿਆ ਤਿਨ ਕਉ ਸਗਲੀ ਸੋਝ ਪਈ ॥੨॥੪॥੯੦॥
ହେ ନାନକ! ଯିଏ ମନରେ ଭଗବାନଙ୍କୁ ଜାଣି ପାରିଛି, ତାହାକୁ ସାରା ସୁଖ ପ୍ରାପ୍ତ ହୋଇ ଯାଇଛି ||2||4||90||  

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਕਿਆ ਹਮ ਜੀਅ ਜੰਤ ਬੇਚਾਰੇ ਬਰਨਿ ਨ ਸਾਕਹ ਏਕ ਰੋਮਾਈ ॥
ହେ ଠାକୁର! ଆମେ ବିଚରା ଜୀବ କଣ କରି ପାରିବୁ? ଆମେ ତୋର ଏକ ଲୋମ ମଧ୍ୟ ବର୍ଣ୍ଣନା କରି ପାରିବୁ ନାହିଁ।       

ਬ੍ਰਹਮ ਮਹੇਸ ਸਿਧ ਮੁਨਿ ਇੰਦ੍ਰਾ ਬੇਅੰਤ ਠਾਕੁਰ ਤੇਰੀ ਗਤਿ ਨਹੀ ਪਾਈ ॥੧॥
ବ୍ରହ୍ମା, ଶିବଶଙ୍କର, ସିଦ୍ଧ, ମୁନି ଏବଂ ଇନ୍ଦ୍ର ମଧ୍ୟ ତୋର ଗତିକୁ ଜାଣି ପାରନ୍ତି ନାହିଁ॥1॥           

ਕਿਆ ਕਥੀਐ ਕਿਛੁ ਕਥਨੁ ਨ ਜਾਈ ॥
ତୋର କଣ ମହିମା କରିବି? କିଛି କଥନ କରାଯାଇ ପାରିବ ନାହିଁ।  

ਜਹ ਜਹ ਦੇਖਾ ਤਹ ਰਹਿਆ ਸਮਾਈ ॥੧॥ ਰਹਾਉ ॥
ମୁଁ ଯେଉଁଠି ଦେଖିଲେ ମଧ୍ୟ ସେଠାରେ ତୁ ହିଁ ଦେଖା ଯାଉଛୁ॥1॥ରୁହ॥  

ਜਹ ਮਹਾ ਭਇਆਨ ਦੂਖ ਜਮ ਸੁਨੀਐ ਤਹ ਮੇਰੇ ਪ੍ਰਭ ਤੂਹੈ ਸਹਾਈ ॥
ହେ ମୋର ପ୍ରଭୁ! ଶୁଣିବା ମାତ୍ରେ ଯେଉଁଠି ଯମର ଭୟାନକ ଦୁଃଖ ମିଳିଥାଏ, ସେଇଠି ତୁ ସହାୟକ ହେଉ।          

ਸਰਨਿ ਪਰਿਓ ਹਰਿ ਚਰਨ ਗਹੇ ਪ੍ਰਭ ਗੁਰਿ ਨਾਨਕ ਕਉ ਬੂਝ ਬੁਝਾਈ ॥੨॥੫॥੯੧॥
ମୁଁ ହରିଙ୍କ ଶରଣରେ ପଡି ରହିଛି ଏବଂ ତାହାଙ୍କ ଚରଣ ଧରିଛି, ନାନକ କହନ୍ତି ଯେ ପ୍ରଭୁ ମୋତେ ସତ୍ୟର ଜ୍ଞାନ ଦେଇଛନ୍ତି||2||5||91||            

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਅਗਮ ਰੂਪ ਅਬਿਨਾਸੀ ਕਰਤਾ ਪਤਿਤ ਪਵਿਤ ਇਕ ਨਿਮਖ ਜਪਾਈਐ ॥
ଅଗମ୍ୟ ରୂପ, ଅବିନାଶୀ ଈଶ୍ଵରଙ୍କ ନାମ ଏକ କ୍ଷଣ ପାଇଁ ମଧ୍ୟ ଜପିବା ଉଚିତ, ଯିଏ ପତିତ ଜୀବକୁ ପବିତ୍ର କରିଥାନ୍ତି।     

ਅਚਰਜੁ ਸੁਨਿਓ ਪਰਾਪਤਿ ਭੇਟੁਲੇ ਸੰਤ ਚਰਨ ਚਰਨ ਮਨੁ ਲਾਈਐ ॥੧॥
ଏହି ଆଶ୍ଚର୍ଯ୍ୟ ଶୁଣିଛି ଯେ ସନ୍ଥଙ୍କ ସହିତ ସାକ୍ଷାତ କରିବା ପରେ ପ୍ରଭୁ ପ୍ରାପ୍ତ ହୋଇଥାନ୍ତି, ଏଥିପାଇଁ ସନ୍ଥଙ୍କ ଚରଣରେ ମନ ଲଗାଇବା ଉଚିତ॥1॥       

ਕਿਤੁ ਬਿਧੀਐ ਕਿਤੁ ਸੰਜਮਿ ਪਾਈਐ ॥
ତାହାଙ୍କୁ କେଉଁ ବିଧି ଓ ସଂଯମ ଦ୍ଵାରା ପ୍ରାପ୍ତ କରାଯାଇ ପାରେ?   

ਕਹੁ ਸੁਰਜਨ ਕਿਤੁ ਜੁਗਤੀ ਧਿਆਈਐ ॥੧॥ ਰਹਾਉ ॥
ହେ ଭଦ୍ରଜନ! କୁହ, କେଉଁ ଯୁକ୍ତିରେ ତାହାଙ୍କ ଧ୍ୟାନ କରିବା ଉଚିତ?॥1॥ରୁହ॥       

ਜੋ ਮਾਨੁਖੁ ਮਾਨੁਖ ਕੀ ਸੇਵਾ ਓਹੁ ਤਿਸ ਕੀ ਲਈ ਲਈ ਫੁਨਿ ਜਾਈਐ ॥
ଯେଉଁ ମନୁଷ୍ୟ ଅନ୍ୟ ମନୁଷ୍ୟର ସେବା କରିଥାଏ, ସେ ମଧ୍ୟ ତାହାର ସେବା ପାଇଁ ପୁନଃ ପୁନଃ ଯାଇଥାଏ।              

ਨਾਨਕ ਸਰਨਿ ਸਰਣਿ ਸੁਖ ਸਾਗਰ ਮੋਹਿ ਟੇਕ ਤੇਰੋ ਇਕ ਨਾਈਐ ॥੨॥੬॥੯੨॥
ନାନକ କହନ୍ତି ଯେ ହେ ସୁଖ ସାଗର! ମୁଁ ତୋର ଶରଣ ନେଇଛି ତଥା ମୋତେ ତୋର ନାମର ଆଶ୍ରା ଅଛି||2||6||92||     

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਸੰਤ ਸਰਣਿ ਸੰਤ ਟਹਲ ਕਰੀ ॥
ମୁଁ ସଣ୍ଠଗଙ୍କ ଶରଣରେ ଆସି ତାହାଙ୍କ ସେବା କରିଛି।             

ਧੰਧੁ ਬੰਧੁ ਅਰੁ ਸਗਲ ਜੰਜਾਰੋ ਅਵਰ ਕਾਜ ਤੇ ਛੂਟਿ ਪਰੀ ॥੧॥ ਰਹਾਉ ॥
ଯାହା ଫଳରେ ଜଗତର ଧନ୍ଦା, ବନ୍ଧନ, ସାରା ଜଞ୍ଜାଳ ତଥା ଅନ୍ୟ କାର୍ଯ୍ୟରୁ ମୁକ୍ତ ହୋଇ ଯାଇଛି॥1॥ରୁହ॥       

ਸੂਖ ਸਹਜ ਅਰੁ ਘਨੋ ਅਨੰਦਾ ਗੁਰ ਤੇ ਪਾਇਓ ਨਾਮੁ ਹਰੀ ॥
ମୁଁ ଗୁରୁଙ୍କ ଠାରୁ ହରିଙ୍କ ନାମ ପ୍ରାପ୍ତ କରିଛି, ଯାହାଦ୍ୱାରା ମୋତେ ସ୍ଵାଭାବିକ ସୁଖ ଏବଂ ବହୁତ ଆନନ୍ଦ ପ୍ରାପ୍ତ ହୋଇଛି।

error: Content is protected !!