Odia Page 824

ਕਹਾ ਕਰੈ ਕੋਈ ਬੇਚਾਰਾ ਪ੍ਰਭ ਮੇਰੇ ਕਾ ਬਡ ਪਰਤਾਪੁ ॥੧॥
ସାରା ଦୁନିଆରେ ମୋର ପ୍ରଭୁଙ୍କ ବଡ ପ୍ରତାପ ଅଛି, ପୁଣି କେଉଁ ମନୁଷ୍ୟ ମୋର କଣ ବିଗାଡି ପାରିବ?॥1॥               

ਸਿਮਰਿ ਸਿਮਰਿ ਸਿਮਰਿ ਸੁਖੁ ਪਾਇਆ ਚਰਨ ਕਮਲ ਰਖੁ ਮਨ ਮਾਹੀ ॥
ବାରମ୍ବାର ଭଗବାନଙ୍କୁ ସ୍ମରଣ କରି ମୋତେ ସୁଖ ଉପଲବ୍ଧ ହୋଇ ଯାଇଛି, ଏଥିପାଇଁ ତାହାଙ୍କ ଚରଣ-କମଳ ମନରେ ସ୍ଥାପନ କରିଛି।    

ਤਾ ਕੀ ਸਰਨਿ ਪਰਿਓ ਨਾਨਕ ਦਾਸੁ ਜਾ ਤੇ ਊਪਰਿ ਕੋ ਨਾਹੀ ॥੨॥੧੨॥੯੮॥
ଦାସ ନାନକ ସେହି ପରମାତ୍ମାଙ୍କ ଶରଣରେ ପଡିଛନ୍ତି, ଯାହାଙ୍କ ଉପରେ କେହି ନାହାନ୍ତି||2||12||98||          

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਸਦਾ ਸਦਾ ਜਪੀਐ ਪ੍ਰਭ ਨਾਮ ॥
ସର୍ବଦା ପ୍ରଭୁଙ୍କ ନାମ ଜପ କରିବା ଉଚିତ, 

ਜਰਾ ਮਰਾ ਕਛੁ ਦੂਖੁ ਨ ਬਿਆਪੈ ਆਗੈ ਦਰਗਹ ਪੂਰਨ ਕਾਮ ॥੧॥ ਰਹਾਉ ॥
କାରଣ ଏହା ଦ୍ଵାରା ବାର୍ଦ୍ଧକ୍ୟ ଓ ମୃତ୍ୟୁର ଦୁଃଖ ପ୍ରଭାବିତ ହୁଏନାହିଁ ଆଉ ସତ୍ୟର ଦରବାରରେ କାର୍ଯ୍ୟ ପୂର୍ଣ୍ଣ ହୋଇଯାଏ॥1॥ରୁହ॥         

ਆਪੁ ਤਿਆਗਿ ਪਰੀਐ ਨਿਤ ਸਰਨੀ ਗੁਰ ਤੇ ਪਾਈਐ ਏਹੁ ਨਿਧਾਨੁ ॥
ନିଜ ଅହଂତ୍ଵ ତ୍ୟାଗ କରି ସର୍ବଦା ଶରଣରେ ରହିବା ଉଚିତ। ଏହି ନାମର ଭଣ୍ଡାର ଗୁରୁଙ୍କ ଦ୍ଵାରା ପ୍ରାପ୍ତ ହୋଇଥାଏ।                   

ਜਨਮ ਮਰਣ ਕੀ ਕਟੀਐ ਫਾਸੀ ਸਾਚੀ ਦਰਗਹ ਕਾ ਨੀਸਾਨੁ ॥੧॥
ଏହା ଦ୍ଵାରା ଜନ୍ମ ମରଣର ଫାଶୀ କଟି ଯାଏ ଏବଂ ସତ୍ୟର ଦରବାରକୁ ଯିବା ପାଇଁ ସ୍ଵୀକୃତ ହୋଇଯାଏ॥1॥        

ਜੋ ਤੁਮ੍ਹ੍ਹ ਕਰਹੁ ਸੋਈ ਭਲ ਮਾਨਉ ਮਨ ਤੇ ਛੂਟੈ ਸਗਲ ਗੁਮਾਨੁ ॥
ହେ ଇଶ୍ଵର! ଯାହା ତୁ କରୁ, ମୁଁ ତାହା ସହର୍ଷ ମାନିଥାଏ ଆଉ ମୋର ମନରୁ ସାରା ଅହଂକାର ଦୂର ହୋଇ ଯାଇଛି।       

ਕਹੁ ਨਾਨਕ ਤਾ ਕੀ ਸਰਣਾਈ ਜਾ ਕਾ ਕੀਆ ਸਗਲ ਜਹਾਨੁ ॥੨॥੧੩॥੯੯॥
ହେ ନାନକ! ମୁଁ ସେହି ପରମାତ୍ମାଙ୍କ ଶରଣରେ ଅଛି, ଯିଏ ସାରା ସୃଷ୍ଟି ବନାଇଛନ୍ତି||2||13||99||               

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਮਨ ਤਨ ਅੰਤਰਿ ਪ੍ਰਭੁ ਆਹੀ ॥
ଯାହାର ମନ ଓ ତନରେ ପ୍ରଭୁ ବାସ କରିଛନ୍ତି,         

ਹਰਿ ਗੁਨ ਗਾਵਤ ਪਰਉਪਕਾਰ ਨਿਤ ਤਿਸੁ ਰਸਨਾ ਕਾ ਮੋਲੁ ਕਿਛੁ ਨਾਹੀ ॥੧॥ ਰਹਾਉ ॥
ସେ ନିତ୍ୟ ତାହାଙ୍କ ଗୁଣଗାନ କରି ଅନ୍ୟକୁ ଶୁଣାଇବାର ପରୋପକାର  କରିଥାଏ, ତାହାର ଜିହ୍ଵାର ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ॥1॥ରୁହ॥           

ਕੁਲ ਸਮੂਹ ਉਧਰੇ ਖਿਨ ਭੀਤਰਿ ਜਨਮ ਜਨਮ ਕੀ ਮਲੁ ਲਾਹੀ ॥
ତାହାର ସାରା କୁଳ ଏକ କ୍ଷଣରେ ଉଦ୍ଧାର ହୋଇଯାନ୍ତି ଆଉ ତାହାର ଜନ୍ମ-ଜନ୍ମାନ୍ତରର ମଇଳା ଦୂର ହୋଇ ଯାଇଛି। 

ਸਿਮਰਿ ਸਿਮਰਿ ਸੁਆਮੀ ਪ੍ਰਭੁ ਅਪਨਾ ਅਨਦ ਸੇਤੀ ਬਿਖਿਆ ਬਨੁ ਗਾਹੀ ॥੧॥
ସେ ନିଜ ପ୍ରଭୁଙ୍କ ସ୍ମରଣ କରି ବଡ ଆନନ୍ଦରେ ଜଙ୍ଗଲ ରୂପୀ ଜଗତରୁ ପାର ହୋଇ ଯାଇଛି॥1॥              

ਚਰਨ ਪ੍ਰਭੂ ਕੇ ਬੋਹਿਥੁ ਪਾਏ ਭਵ ਸਾਗਰੁ ਪਾਰਿ ਪਰਾਹੀ ॥
ସେ ପ୍ରଭୁଙ୍କ ଚରଣ ରୂପୀ ଜାହାଜ ପାଇ ଭବସାଗରରୁ ପାର ହୋଇ ଯାଇଛି।      

ਸੰਤ ਸੇਵਕ ਭਗਤ ਹਰਿ ਤਾ ਕੇ ਨਾਨਕ ਮਨੁ ਲਾਗਾ ਹੈ ਤਾਹੀ ॥੨॥੧੪॥੧੦੦॥
ହେ ନାନକ! ଯେଉଁ ଭଗବାନଙ୍କ ଭକ୍ତିରେ ଅନେକ ସନ୍ଥ, ମହାପୁରୁଷ ଏବଂ ଭକ୍ତ ଲୀନ ଅଛନ୍ତି, ତାହାଙ୍କ ମନ ମଧ୍ୟ ଶୀତଳ ହୋଇ ଯାଇଛି ||2||14||100||          

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਧੀਰਉ ਦੇਖਿ ਤੁਮ੍ਹ੍ਹਾਰੇ ਰੰਗਾ ॥
ହେ ପରମେଶ୍ଵର! ତୋର ଲୀଳା ଦେଖି ମୋତେ ବହୁତ ଧୈର୍ଯ୍ୟ ଆସି ଯାଇଛି।           

ਤੁਹੀ ਸੁਆਮੀ ਅੰਤਰਜਾਮੀ ਤੂਹੀ ਵਸਹਿ ਸਾਧ ਕੈ ਸੰਗਾ ॥੧॥ ਰਹਾਉ ॥
ତୁ ହିଁ ଅନ୍ତର୍ଯାମୀ ସ୍ଵାମୀ ଅଟୁ ଆଉ ତୁ ହିଁ ସାଧୁଙ୍କ ସଙ୍ଗରେ ରହିଥାଉ॥1॥ରୁହ॥         

ਖਿਨ ਮਹਿ ਥਾਪਿ ਨਿਵਾਜੇ ਠਾਕੁਰ ਨੀਚ ਕੀਟ ਤੇ ਕਰਹਿ ਰਾਜੰਗਾ ॥੧॥
ସେହି ଠାକୁରଙ୍କ ଲୀଳା ଏତେ ଅଦ୍ଭୁତ ଯେ ସେ ଏକ କ୍ଷଣରେ ହିଁ ନୀଚ ମନୁଷ୍ୟକୁ ରାଜ ସିଂହାସନ ଉପରେ ବସାଇ ସମ୍ମାନ ଦେଇଥାନ୍ତି॥1॥               

ਕਬਹੂ ਨ ਬਿਸਰੈ ਹੀਏ ਮੋਰੇ ਤੇ ਨਾਨਕ ਦਾਸ ਇਹੀ ਦਾਨੁ ਮੰਗਾ ॥੨॥੧੫॥੧੦੧॥
ଦାସ ନାନକ ବିନତି କରନ୍ତି ଯେ ହେ ପ୍ରଭୁ! ମୁଁ ଏହି ଦାନ ମାଗିଥାଏ ଯେ ତୁ ମୋର ହୃଦୟରୁ କେବେ ବିସ୍ମୃତ ହୁଅ ନାହିଁ||2||15||101||

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਅਚੁਤ ਪੂਜਾ ਜੋਗ ਗੋਪਾਲ ॥
ଅଟଳ ପରମେଶ୍ଵର ପୂଜନୀୟ ଅଟନ୍ତି,  

ਮਨੁ ਤਨੁ ਅਰਪਿ ਰਖਉ ਹਰਿ ਆਗੈ ਸਰਬ ਜੀਆ ਕਾ ਹੈ ਪ੍ਰਤਿਪਾਲ ॥੧॥ ਰਹਾਉ ॥
ମୁଁ ନିଜ ତନ-ମନ ତାହାଙ୍କ ସମ୍ମୁଖରେ ଅର୍ପଣ କରିଥାଏ, ସେ ହିଁ ସବୁ ଜୀବଙ୍କ ପାଳନ କରଟା ଅଟନ୍ତି॥1॥ରୁହ॥             

ਸਰਨਿ ਸਮ੍ਰਥ ਅਕਥ ਸੁਖਦਾਤਾ ਕਿਰਪਾ ਸਿੰਧੁ ਬਡੋ ਦਇਆਲ ॥
ସେ ଜୀବଙ୍କୁ ଶରଣ ଦେବାରେ ସମର୍ଥ ଅଟନ୍ତି, ତାହାଙ୍କ ମହିମା ଅକଥନୀୟ ଅଟେ, ସେ ସୁଖଦାତା ଅଟନ୍ତି, କୃପାର ସାଗର ଓ ବଡ ଦୟାଳୁ ଅଟନ୍ତି।            

ਕੰਠਿ ਲਾਇ ਰਾਖੈ ਅਪਨੇ ਕਉ ਤਿਸ ਨੋ ਲਗੈ ਨ ਤਾਤੀ ਬਾਲ ॥੧॥
ସେ ଭକ୍ତକୁ ଗଳାରେ ଲଗାଇ ରଖିଥାନ୍ତି ଆଉ ତାହାଙ୍କୁ କୌଣସି ଗରମ ହାୱା ଅର୍ଥାତ ଦୁଃଖ ଆସେ ନାହିଁ॥1॥          

ਦਾਮੋਦਰ ਦਇਆਲ ਸੁਆਮੀ ਸਰਬਸੁ ਸੰਤ ਜਨਾ ਧਨ ਮਾਲ ॥
ସେହି ଦାମୋଦର ସ୍ଵାମୀ ବଡ ଦୟାଳୁ ଅଟନ୍ତି ଆଉ ସନ୍ଥଙ୍କ ଧନ-ସମ୍ପତ୍ତି ଓ ସବୁ କିଛି ଅଟନ୍ତି। 

ਨਾਨਕ ਜਾਚਿਕ ਦਰਸੁ ਪ੍ਰਭ ਮਾਗੈ ਸੰਤ ਜਨਾ ਕੀ ਮਿਲੈ ਰਵਾਲ ॥੨॥੧੬॥੧੦੨॥
ଯାଚକ ନାନକ ପ୍ରଭୁ-ଦର୍ଶନ ହିଁ ମାଗିଥାନ୍ତି ଆଉ ଚାହାନ୍ତି ଯେ ତାହାଙ୍କୁ ଭକ୍ତର ଚରଣ-ଧୂଳି ମିଳୁ||2||16||102||          

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਸਿਮਰਤ ਨਾਮੁ ਕੋਟਿ ਜਤਨ ਭਏ ॥
ଭଗବାନଙ୍କ ନାମ ସ୍ମରଣ କରିବା ଦ୍ଵାରା କୋଟି କୋଟି ପ୍ରୟାସ ପୁରା ହୋଇଯାଏ।            

ਸਾਧਸੰਗਿ ਮਿਲਿ ਹਰਿ ਗੁਨ ਗਾਏ ਜਮਦੂਤਨ ਕਉ ਤ੍ਰਾਸ ਅਹੇ ॥੧॥ ਰਹਾਉ ॥
ଯେତେବେଳ ସନ୍ଥଙ୍କ ସଙ୍ଗତିରେ ମିଶି ହରିଙ୍କ ଗୁଣଗାନ କରିଛି, ଯମଦୂତ ମଧ୍ୟ ନିକଟକୁ ଆସିବାରେ ଭୟ କରିଛି॥1॥ରୁହ॥ 

ਜੇਤੇ ਪੁਨਹਚਰਨ ਸੇ ਕੀਨੑੇ ਮਨਿ ਤਨਿ ਪ੍ਰਭ ਕੇ ਚਰਣ ਗਹੇ ॥
ମନ-ତନରେ ପ୍ରଭୁଙ୍କ ଚରଣ ସ୍ଥାପନ କରିଲେ ସବୁ ପ୍ରାୟଶ୍ଚିତ ପୂର୍ଣ୍ଣ ହୋଇଯାଏ।      

ਆਵਣ ਜਾਣੁ ਭਰਮੁ ਭਉ ਨਾਠਾ ਜਨਮ ਜਨਮ ਕੇ ਕਿਲਵਿਖ ਦਹੇ ॥੧॥
ଏବେ ମୋର ଜନ୍ମ-ମର୍ତ୍ନ, ଭ୍ରମ ଓ ବ ହାଯ ଦୂର ହୋଇ ଯାଇଛି ଆଉ ସବୁ ପାପ ଜଳି ଯାଇଛି॥1॥                          

ਨਿਰਭਉ ਹੋਇ ਭਜਹੁ ਜਗਦੀਸੈ ਏਹੁ ਪਦਾਰਥੁ ਵਡਭਾਗਿ ਲਹੇ ॥
ନିର୍ଭୀକ ହୋଇ ଜଗଦୀଶ୍ଵରଙ୍କ ଭଜନ କର, ଏହି ନାମ ରୂପୀ ପଦାର୍ଥ ଭାଗ୍ୟଶାଳୀକୁ ହିଁ ମିଳିଥାଏ।  

error: Content is protected !!