ਕਰਿ ਕਿਰਪਾ ਪੂਰਨ ਪ੍ਰਭ ਦਾਤੇ ਨਿਰਮਲ ਜਸੁ ਨਾਨਕ ਦਾਸ ਕਹੇ ॥੨॥੧੭॥੧੦੩॥
ଦାସ ନାନକ ପ୍ରାର୍ଥନା କରନ୍ତି ଯେ ହେ ପୂର୍ଣ୍ଣ ପ୍ରଭୁ ଦାତା! ଏପରି କୃପା କର ଯେ ମୁଁ ତୋର ପବିତ୍ର ଯଶୋଗାନ କରିବି||2||17||103||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਸੁਲਹੀ ਤੇ ਨਾਰਾਇਣ ਰਾਖੁ ॥
ଇଶ୍ଵର ସୁଲହୀ ଖାଁ ଠାରୁ ଆମକୁ ରକ୍ଷା କରିଛନ୍ତି।
ਸੁਲਹੀ ਕਾ ਹਾਥੁ ਕਹੀ ਨ ਪਹੁਚੈ ਸੁਲਹੀ ਹੋਇ ਮੂਆ ਨਾਪਾਕੁ ॥੧॥ ਰਹਾਉ ॥
ସୁଲହୀ ଖାଁ ନିଜ ଉଦ୍ଦେଶ୍ୟରେ ସଫଳ ହୋଇନାହିଁ ଅର୍ଥାତ ସେ ଆମର କ୍ଷତି କରିପାରି ନାହିଁ ଆଉ ବଡ ଭୟାନକ ମୃତ୍ୟୁର ଶିକାର ହେଲା॥1॥ରୁହ॥
ਕਾਢਿ ਕੁਠਾਰੁ ਖਸਮਿ ਸਿਰੁ ਕਾਟਿਆ ਖਿਨ ਮਹਿ ਹੋਇ ਗਇਆ ਹੈ ਖਾਕੁ ॥
ଇଶ୍ଵର କୁରାଢି ବାହାର କରି ତାହାର ମସ୍ତକ କାଟି ଦେଇଛନ୍ତି ଆଉ ଏକ କ୍ଷଣରେ ହିଁ ସେ ଧ୍ଵଂସ ହୋଇ ଯାଇଛି। ସେ ଆମର ମନ୍ଦ ଚିନ୍ତା କରି କରି ଜଳି ମରିଯାଇଛି।
ਮੰਦਾ ਚਿਤਵਤ ਚਿਤਵਤ ਪਚਿਆ ਜਿਨਿ ਰਚਿਆ ਤਿਨਿ ਦੀਨਾ ਧਾਕੁ ॥੧॥
ଯେଉଁ ପରମେଶ୍ଵର ତାହାକୁ ବନାଇ ଥିଲେ, ସେ ହିଁ ତାହାକୁ ମୃତ୍ୟୁ ଦେଇଛନ୍ତି॥1॥
ਪੁਤ੍ਰ ਮੀਤ ਧਨੁ ਕਿਛੂ ਨ ਰਹਿਓ ਸੁ ਛੋਡਿ ਗਇਆ ਸਭ ਭਾਈ ਸਾਕੁ ॥
ତାହାର କୌଣସି ପୁତ୍ର, ମିତ୍ର ଏବଂ ଧନ ମଧ୍ୟ ରହିଲା ନାହିଁ ଆଉ ସବୁ ସମ୍ବନ୍ଧୀୟଙ୍କୁ ଛାଡି ଚାଲି ଗଲା।
ਕਹੁ ਨਾਨਕ ਤਿਸੁ ਪ੍ਰਭ ਬਲਿਹਾਰੀ ਜਿਨਿ ਜਨ ਕਾ ਕੀਨੋ ਪੂਰਨ ਵਾਕੁ ॥੨॥੧੮॥੧੦੪॥
ହେ ନାନକ! ମୁଁ ସେହି ପ୍ରଭୁଙ୍କ ପ୍ରତି ଶତ ଶତ ସମର୍ପିତ ଯାଇଥାଏ, ଯିଏ ନିଜ ସେବକର ବାକ୍ୟ ପୁରା କରିଛନ୍ତି||2||18||104||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਪੂਰੇ ਗੁਰ ਕੀ ਪੂਰੀ ਸੇਵ ॥
ପୂର୍ଣ୍ଣ ଗୁରୁଙ୍କ ସେବା ପୂର୍ଣ୍ଣ ଫଳଦାୟକ ଅଟେ।
ਆਪੇ ਆਪਿ ਵਰਤੈ ਸੁਆਮੀ ਕਾਰਜੁ ਰਾਸਿ ਕੀਆ ਗੁਰਦੇਵ ॥੧॥ ਰਹਾਉ ॥
ଜଗତର ସ୍ଵାମୀ ସ୍ଵୟଂ ସବୁସ୍ଥାନରେ ବିଦ୍ୟମାନ ଅଛନ୍ତି ଆଉ ଗୁରୁଦେବ ଆମର ସବୁ କାର୍ଯ୍ୟ ସଂପୂର୍ଣ୍ଣ କରିଛନ୍ତି॥1॥ରୁହ॥
ਆਦਿ ਮਧਿ ਪ੍ਰਭੁ ਅੰਤਿ ਸੁਆਮੀ ਅਪਨਾ ਥਾਟੁ ਬਨਾਇਓ ਆਪਿ ॥
ସ୍ଵାମୀ ପ୍ରଭୁ ଆଦି, ମଧ୍ୟ ଏବଂ ଅନ୍ତ ପର୍ଯ୍ୟନ୍ତ ଅଛନ୍ତି, ସେ ନିଜ ରଚନା ସ୍ଵୟଂ ହିଁ କରିଛନ୍ତି।
ਅਪਨੇ ਸੇਵਕ ਕੀ ਆਪੇ ਰਾਖੈ ਪ੍ਰਭ ਮੇਰੇ ਕੋ ਵਡ ਪਰਤਾਪੁ ॥੧॥
ମୋର ପ୍ରଭୁଙ୍କ ବଡ ପ୍ରତାପ ଅଛି ଯେ ସେ ନିଜ ସେବକର ସର୍ବଦା ସମ୍ମାନ ରକ୍ଷା କରିଥାନ୍ତି॥1॥
ਪਾਰਬ੍ਰਹਮ ਪਰਮੇਸੁਰ ਸਤਿਗੁਰ ਵਸਿ ਕੀਨੑੇ ਜਿਨਿ ਸਗਲੇ ਜੰਤ ॥
ପରଂବ୍ରହ୍ମ-ପରମେଶ୍ଵର ହିଁ ସଦଗୁରୁ ଅଟନ୍ତି, ଯିଏ ସବୁ ଜୀବଙ୍କୁ ନିଜ ବଶରେ ରଖିଛନ୍ତି।
ਚਰਨ ਕਮਲ ਨਾਨਕ ਸਰਣਾਈ ਰਾਮ ਨਾਮ ਜਪਿ ਨਿਰਮਲ ਮੰਤ ॥੨॥੧੯॥੧੦੫॥
ହେ ନାନକ! ମୁଁ ତାହାଙ୍କ ଚରଣର ଶରଣ ନେଇଛି ଏବଂ ନିର୍ମଳ ରାମନାମ ରୂପୀ ମନ୍ତ୍ର ଜପ କରୁଛି||2||19||105||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਤਾਪ ਪਾਪ ਤੇ ਰਾਖੇ ਆਪ ॥
ପରମାତ୍ମା ସ୍ଵୟଂ ମୋତେ ଦୁଃଖ ଓ ପାପରୁ ରକ୍ଷା କରିଛନ୍ତି।
ਸੀਤਲ ਭਏ ਗੁਰ ਚਰਨੀ ਲਾਗੇ ਰਾਮ ਨਾਮ ਹਿਰਦੇ ਮਹਿ ਜਾਪ ॥੧॥ ਰਹਾਉ ॥
ଗୁରୁଙ୍କ ଚରଣରେ ଲାଗି ମନ ଶାନ୍ତ ହୋଇ ଯାଇଛି ଆଉ ନିଜ ହୃଦୟରେ ରାମନାମର ହିଁ ଜପ କରିଥାଏ॥1॥ରୁହ॥
ਕਰਿ ਕਿਰਪਾ ਹਸਤ ਪ੍ਰਭਿ ਦੀਨੇ ਜਗਤ ਉਧਾਰ ਨਵ ਖੰਡ ਪ੍ਰਤਾਪ ॥
ପ୍ରଭୁ କୃପା କରି ମୋ’ ମସ୍ତକ ଉପରେ ନିଜ ହାତ ରଖିଛନ୍ତି, ସେ ଜଗତର ଉଦ୍ଧାର କରିବା ବାଲା ଅଟନ୍ତି ଆଉ ଧରିତ୍ରିର ନବଖଣ୍ଡରେ ତାହାଙ୍କ ପ୍ରତାପ ପ୍ରସାରିତ ହୋଇଛି।
ਦੁਖ ਬਿਨਸੇ ਸੁਖ ਅਨਦ ਪ੍ਰਵੇਸਾ ਤ੍ਰਿਸਨ ਬੁਝੀ ਮਨ ਤਨ ਸਚੁ ਧ੍ਰਾਪ ॥੧॥
ମୋର ସବୁ ଦୁଃଖ ନାଶ ହୋଇ ଯାଇଛି ତଥା ସୁଖ ଏବଂ ଆନନ୍ଦ ମନରେ ପ୍ରବେଶ କରିଛି। ନାମ ଜପ କରି ତୃଷ୍ଣା ମେଣ୍ଟି ଯାଇଛି ଆଉ ମନ ଓ ତନ ସନ୍ତୁଷ୍ଟ ହୋଇ ଯାଇଛି॥1॥
ਅਨਾਥ ਕੋ ਨਾਥੁ ਸਰਣਿ ਸਮਰਥਾ ਸਗਲ ਸ੍ਰਿਸਟਿ ਕੋ ਮਾਈ ਬਾਪੁ ॥
ଅନାଥର ନାଥ ଇଶ୍ଵର ହିଁ ଜୀବକୁ ଶରଣ ଦେବାରେ ସମର୍ଥ ଅଟନ୍ତି ଆଉ ସେ ସଂପୂର୍ଣ୍ଣ ସୃଷ୍ଟିର ମାତା-ପିତା ଅଟନ୍ତି।
ਭਗਤਿ ਵਛਲ ਭੈ ਭੰਜਨ ਸੁਆਮੀ ਗੁਣ ਗਾਵਤ ਨਾਨਕ ਆਲਾਪ ॥੨॥੨੦॥੧੦੬॥
ହେ ନାନକ! ମୁଁ ଭକ୍ତବତ୍ସଳ, ଭୟନାଶକ ସ୍ଵାମୀଙ୍କ ହିଁ ଗୁଣଗାନ କରିଥାଏ ଆଉ ତାହାଙ୍କ ହିଁ ନାମ ନେଇଥାଏ||2||20||106||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਜਿਸ ਤੇ ਉਪਜਿਆ ਤਿਸਹਿ ਪਛਾਨੁ ॥
ହେ ମାନବ! ଯାହାଠାରୁ ତୁ ଜାତ ହୋଇଛୁ ତାହାଙ୍କୁ ଜାଣ!
ਪਾਰਬ੍ਰਹਮੁ ਪਰਮੇਸਰੁ ਧਿਆਇਆ ਕੁਸਲ ਖੇਮ ਹੋਏ ਕਲਿਆਨ ॥੧॥ ਰਹਾਉ ॥
ପରଂବ୍ରହ୍ମ-ପରମେଶ୍ଵରଙ୍କ ଧ୍ୟାନ-ମନନ କରିବା ଦ୍ଵାରା ହିଁ କଲ୍ୟାଣ ହୋଇଥାଏ॥1॥ରୁହ॥
ਗੁਰੁ ਪੂਰਾ ਭੇਟਿਓ ਬਡ ਭਾਗੀ ਅੰਤਰਜਾਮੀ ਸੁਘੜੁ ਸੁਜਾਨੁ ॥
ଅହୋଭାଗ୍ୟରୁ ହି ପୂର୍ଣ୍ଣ ଗୁରୁ ମିଳିଥାନ୍ତି, ସେ ଅନ୍ତର୍ଯାମୀ, ବୁଦ୍ଧିମାନ ଏବଂ ସର୍ବଗୁଣ ସମ୍ପର୍ଣ୍ଣ ଅଟନ୍ତି।
ਹਾਥ ਦੇਇ ਰਾਖੇ ਕਰਿ ਅਪਨੇ ਬਡ ਸਮਰਥੁ ਨਿਮਾਣਿਆ ਕੋ ਮਾਨੁ ॥੧॥
ସେ ନିଜର ବନାଇ ହାତରେ ରକ୍ଷା କରିଥାନ୍ତି, ସେ ମାନହୀନକୁ ମାନ ଦେଇଥାନ୍ତି॥1॥
ਭ੍ਰਮ ਭੈ ਬਿਨਸਿ ਗਏ ਖਿਨ ਭੀਤਰਿ ਅੰਧਕਾਰ ਪ੍ਰਗਟੇ ਚਾਨਾਣੁ ॥
ମୋର ସାରା ଭୟ ଓ ଭ୍ରମ ଏକ କ୍ଷଣରେ ନାଶ ହୋଇ ଯାଇଛି ଆଉ ଅଜ୍ଞାନତାର ଅନ୍ଧକାର ଦୂର ହୋଇ ଜ୍ଞାନର ପ୍ରକାଶ ହୋଇ ଯାଇଛି।
ਸਾਸਿ ਸਾਸਿ ਆਰਾਧੈ ਨਾਨਕੁ ਸਦਾ ਸਦਾ ਜਾਈਐ ਕੁਰਬਾਣੁ ॥੨॥੨੧॥੧੦੭॥
ହେ ନାନକ! ମୁଁ ଜୀବନର ପ୍ରତି ଶ୍ଵାସରେ ତାହାଙ୍କ ଆରାଧନା କରିଥାଏ ଆଉ ସର୍ବଦା ତାହାଙ୍କ ପ୍ରତି ସମର୍ପିତ ଅଟେ||2||21||107||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਦੋਵੈ ਥਾਵ ਰਖੇ ਗੁਰ ਸੂਰੇ ॥
ସୁରବୀର ଗୁରୁ ଇହଲୋକ ଓ ପରଲୋକରେ ଆମର ରକ୍ଷା କରିଛନ୍ତି।
ਹਲਤ ਪਲਤ ਪਾਰਬ੍ਰਹਮਿ ਸਵਾਰੇ ਕਾਰਜ ਹੋਏ ਸਗਲੇ ਪੂਰੇ ॥੧॥ ਰਹਾਉ ॥
ପରଂବ୍ରହ୍ମ-ପରମେଶ୍ଵର ଆମର ଲୋକ-ପରଲୋକ ସଫଳ କରିଛନ୍ତି ଏବଂ ସବୁ କାର୍ଯ୍ୟ ପୁରା ହୋଇ ଯାଇଛି॥1॥ରୁହ॥
ਹਰਿ ਹਰਿ ਨਾਮੁ ਜਪਤ ਸੁਖ ਸਹਜੇ ਮਜਨੁ ਹੋਵਤ ਸਾਧੂ ਧੂਰੇ ॥
ହରିଙ୍କ ନାମ ଜପିବା ଦ୍ଵାରା ସୁଖ ପ୍ରାପ୍ତ ହୋଇ ଯାଇଛି ଆଉ ସାଧୁଙ୍କ ଚରଣ ଧୂଳିରେ ସ୍ନାନ କରିଛି।
ਆਵਣ ਜਾਣ ਰਹੇ ਥਿਤਿ ਪਾਈ ਜਨਮ ਮਰਣ ਕੇ ਮਿਟੇ ਬਿਸੂਰੇ ॥੧॥
ବର୍ତ୍ତମାନ ଜନ୍ମ-ମରଣ ସମାପ୍ତ ହୋଇ ଯାଇଛି ତଥା ଜନ୍ମ-ମରଣ ଚକ୍ର ଦୂର ହୋଇ ଯାଇଛି॥1॥
ਭ੍ਰਮ ਭੈ ਤਰੇ ਛੁਟੇ ਭੈ ਜਮ ਕੇ ਘਟਿ ਘਟਿ ਏਕੁ ਰਹਿਆ ਭਰਪੂਰੇ ॥
ମୁଁ ଭ୍ରମ-ଭୟ ସାଗରରୁ ପାର ହୋଇ ଯାଇଛି ଏବଂ ମୃତ୍ୟୁର ଭୟରୁ ମଧ୍ୟ ରକ୍ଷା ପାଇଛି, ଏକ ପରମାତ୍ମା ସବୁ ଜୀବଙ୍କ ମଧ୍ୟରେ ବିଦ୍ୟମାନ ଅଛନ୍ତି।