Odia Page 843

ਮਨਮੁਖ ਮੁਏ ਅਪਣਾ ਜਨਮੁ ਖੋਇ ॥
ମନମୁଖୀ ଜୀବ ନିଜର ଅମୂଲ୍ୟ ଜୀବନ ହରାଇ ମୃତ୍ୟୁ ପ୍ରାପ୍ତ କରିଥାଏ।     

ਸਤਿਗੁਰੁ ਸੇਵੇ ਭਰਮੁ ਚੁਕਾਏ ॥
ଯଦି ସେ ସଦଗୁରୁଙ୍କ ସେବା କରିଥାଏ, ତାହାର ଭ୍ରମ ଦୂର ହୋଇଯାଏ ଏବଂ      

ਘਰ ਹੀ ਅੰਦਰਿ ਸਚੁ ਮਹਲੁ ਪਾਏ ॥੯॥
ନିଜର ଶରୀର ରୂପୀ ଘରେ ସେ ସତ୍ୟକୁ ପ୍ରାପ୍ତ କରିଥାଏ॥9॥       

ਆਪੇ ਪੂਰਾ ਕਰੇ ਸੁ ਹੋਇ ॥
ପୂର୍ଣ୍ଣ ପରମେଶ୍ଵର ଯାହା କରିଥାନ୍ତି, ତାହା ହୋଇଥାଏ।          

ਏਹਿ ਥਿਤੀ ਵਾਰ ਦੂਜਾ ਦੋਇ ॥
ଏହି ତିଥି ଓ ବାର ଦୈତ୍ୟଭାବ ଜାତ କରିଥାଏ।                  

ਸਤਿਗੁਰ ਬਾਝਹੁ ਅੰਧੁ ਗੁਬਾਰੁ ॥
ସଦଗୁରୁଙ୍କ ବିନା ଜଗତରେ ଘୋର ଅନ୍ଧକାର ବନି ରହିଥାଏ।       

ਥਿਤੀ ਵਾਰ ਸੇਵਹਿ ਮੁਗਧ ਗਵਾਰ ॥
ମୂର୍ଖ ବୋକା ବ୍ୟକ୍ତି ହିଁ ତିଥି ଏବଂ ବାରକୁ ମାନିଥାଏ।        

ਨਾਨਕ ਗੁਰਮੁਖਿ ਬੂਝੈ ਸੋਝੀ ਪਾਇ ॥
ହେ ନାନକ! ଯିଏ ଗୁରୁମୁଖୀ ବନି ଜ୍ଞାନ ପ୍ରାପ୍ତ କରିଥାଏ, ତାହାକୁ ଜ୍ଞାନ ହୋଇଯାଏ ଏବଂ            

ਇਕਤੁ ਨਾਮਿ ਸਦਾ ਰਹਿਆ ਸਮਾਇ ॥੧੦॥੨॥
ସେ ସଦା ପରମାତ୍ମାଙ୍କ ନାମରେ ଲୀନ ରହିଥାଏ॥10॥2॥    

ਬਿਲਾਵਲੁ ਮਹਲਾ ਛੰਤ ਦਖਣੀ
ବିଲାବଲୁ ମହଲା 1 ଛନ୍ତ ଦକ୍ଷିଣୀ   

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।    

ਮੁੰਧ ਨਵੇਲੜੀਆ ਗੋਇਲਿ ਆਈ ਰਾਮ ॥
ଜୀବ ରୂପୀ ନବବଧୂ ଏହି ଜଗତକୁ କିଛି ଦିନ ପାଇଁ ଆସିଥାଏ।             

ਮਟੁਕੀ ਡਾਰਿ ਧਰੀ ਹਰਿ ਲਿਵ ਲਾਈ ਰਾਮ ॥
ସେ କ୍ଷୀର ଭରା ମାଠିଆକୁ ମସ୍ତକ ଉପରୁ କାଢି ପରମାତ୍ମାଙ୍କ ଲଗ୍ନରେ ଲାଗିଥାଏ।      

ਲਿਵ ਲਾਇ ਹਰਿ ਸਿਉ ਰਹੀ ਗੋਇਲਿ ਸਹਜਿ ਸਬਦਿ ਸੀਗਾਰੀਆ ॥
ସେ ପରମାତ୍ମାଙ୍କ ଠାରେ ଲଗ୍ନ ଲଗାଇ ସ୍ଵାଭାବିକ ଶବ୍ଦର ଶୃଙ୍ଗାର କରିଥାଏ।                     

ਕਰ ਜੋੜਿ ਗੁਰ ਪਹਿ ਕਰਿ ਬਿਨੰਤੀ ਮਿਲਹੁ ਸਾਚਿ ਪਿਆਰੀਆ ॥
ସେ ହାତ ଯୋଡି ଗୁରୁଙ୍କ ଠାରେ ବିନତି କରିଥାଏ ଯେ ମୋତେ ସଚ୍ଚା ପ୍ରିୟତମଙ୍କ ସହିତ ମିଳନ କରାଇ ଦିଅ।                   

ਧਨ ਭਾਇ ਭਗਤੀ ਦੇਖਿ ਪ੍ਰੀਤਮ ਕਾਮ ਕ੍ਰੋਧੁ ਨਿਵਾਰਿਆ ॥
ସେ ଭକ୍ତି ଭାବନା ଦ୍ଵାରା ପ୍ରିୟତମଙ୍କୁ ଦେଖି କାମ-କ୍ରୋଧକୁ ଦୂର କରି ଦେଇଥାଏ।                                                                                           

ਨਾਨਕ ਮੁੰਧ ਨਵੇਲ ਸੁੰਦਰਿ ਦੇਖਿ ਪਿਰੁ ਸਾਧਾਰਿਆ ॥੧॥
ହେ ନାନକ! ସେହି ସୁନ୍ଦର ନବବଧୂ ମୁଗ୍ଧା ପ୍ରିୟତମଙ୍କୁ ଦେଖି ଶ୍ରଦ୍ଧା ଧାରଣ କରିଥାଏ॥1॥         

ਸਚਿ ਨਵੇਲੜੀਏ ਜੋਬਨਿ ਬਾਲੀ ਰਾਮ ॥
ହେ ନବବଧୂ ଜୀବ-ସ୍ତ୍ରୀ! ସତ୍ୟ ଦ୍ଵାରା ଯୌବନ ମଧ୍ୟ ନିରୀହ ହୋଇଯାଏ।         

ਆਉ ਨ ਜਾਉ ਕਹੀ ਅਪਨੇ ਸਹ ਨਾਲੀ ਰਾਮ ॥
ନିଜ ପତିଙ୍କ ସାଥିରେ ବନି ରୁହ ଆଉ କେଉଁଠାକୁ ଯାଅ ନାହିଁ।             

ਨਾਹ ਅਪਨੇ ਸੰਗਿ ਦਾਸੀ ਮੈ ਭਗਤਿ ਹਰਿ ਕੀ ਭਾਵਏ ॥
ନିଜ ପ୍ରଭୁଙ୍କ ଦାସୀ ବନି ତାହାଙ୍କ ସାଥିରେ ରୁହ, ମୋତେ ହରିଙ୍କ ଭକ୍ତି ଭଲ ଲାଗିଥାଏ।        

ਅਗਾਧਿ ਬੋਧਿ ਅਕਥੁ ਕਥੀਐ ਸਹਜਿ ਪ੍ਰਭ ਗੁਣ ਗਾਵਏ ॥
ମୁଁ ତାହାଙ୍କ କଥା କହିଥାଏ, ଯାହାଙ୍କ ଜ୍ଞାନ ଅଥଳ ଏବଂ ଅକଥନୀୟ ଅଟେ, ମୁଁ ସ୍ଵାଭାବିକ ଭାବରେ ହିଁ ଗୁଣଗାନ କରିଥାଏ।              

ਰਾਮ ਨਾਮ ਰਸਾਲ ਰਸੀਆ ਰਵੈ ਸਾਚਿ ਪਿਆਰੀਆ ॥
ରାମଙ୍କ ନାମ ରସର ସାଗର ଅଟେ। ସେହି ରସିକ ତାହାଙ୍କ ସହିତ ରମଣ କରିଥାଏ, ଯିଏ ସତ୍ୟ ସହିତ ପ୍ରେମ କରିଥାଏ।  

ਗੁਰਿ ਸਬਦੁ ਦੀਆ ਦਾਨੁ ਕੀਆ ਨਾਨਕਾ ਵੀਚਾਰੀਆ ॥੨॥
ହେ ନାନକ! ଯାହାକୁ ଗୁରୁ ଶବ୍ଦ ଦାନ ଦେଇଥାନ୍ତି, ସେ ବିଚାରବାନ ବନିଥାଏ॥2॥       

ਸ੍ਰੀਧਰ ਮੋਹਿਅੜੀ ਪਿਰ ਸੰਗਿ ਸੂਤੀ ਰਾਮ ॥
ପ୍ରଭୁଙ୍କ ମୋହରେ ମୁଗ୍ଧ ହୋଇଥିବା ଜୀବ-ସ୍ତ୍ରୀ ହି ତାହାଙ୍କ ସଙ୍ଗ ପ୍ରାପ୍ତ କରିଥାଏ।        

ਗੁਰ ਕੈ ਭਾਇ ਚਲੋ ਸਾਚਿ ਸੰਗੂਤੀ ਰਾਮ ॥
ଗୁରୁଙ୍କ ଇଚ୍ଛା ଅନୁସାରେ ଚାଲିବା ବାଲା ଜୀବ-ସ୍ତ୍ରୀ ସତ୍ୟର ସଙ୍ଗରେ ହିଁ ମିଳିଯାଏ।           

ਧਨ ਸਾਚਿ ਸੰਗੂਤੀ ਹਰਿ ਸੰਗਿ ਸੂਤੀ ਸੰਗਿ ਸਖੀ ਸਹੇਲੀਆ ॥
ନିଜ ସାଥିଙ୍କ ସହିତ ସତ୍ୟରେ ହିଁ ଲୀନ ରହିଥାଏ ଆଉ ପରମାତ୍ମାଙ୍କ ସଂଯୋଗ ହିଁ ପ୍ରାପ୍ତ କରିଥାଏ।     

ਇਕ ਭਾਇ ਇਕ ਮਨਿ ਨਾਮੁ ਵਸਿਆ ਸਤਿਗੁਰੂ ਹਮ ਮੇਲੀਆ ॥
ଏକ ମନ ହେବା ଦ୍ଵାରା ପ୍ରଭୁଙ୍କ ନାମ ମନରେ ବାସ କରିଛି ଆଉ ସଦଗୁରୁ ପରମାତ୍ମାଙ୍କ ସହିତ ମିଳାଇଛନ୍ତି। 

ਦਿਨੁ ਰੈਣਿ ਘੜੀ ਨ ਚਸਾ ਵਿਸਰੈ ਸਾਸਿ ਸਾਸਿ ਨਿਰੰਜਨੋ ॥
ସେହି ନିରଞ୍ଜନଙ୍କୁ ପ୍ରତି କ୍ଷଣରେ ସ୍ମରଣ କରିଥାଏ ଏବଂ ଦିନରାତି ତାହାଙ୍କୁ ମନେ ପକାଏ।    

ਸਬਦਿ ਜੋਤਿ ਜਗਾਇ ਦੀਪਕੁ ਨਾਨਕਾ ਭਉ ਭੰਜਨੋ ॥੩॥
ହେ ନାନକ! ମନ ରୂପୀ ଦୀପକରେ ଶବ୍ଦର ଜ୍ୟୋତି ପ୍ରଜ୍ଵଳିତ ହୋଇଛି, ଯିଏ ସାରା ଭୟ ନାଶ କରିଥାଏ॥3॥     

ਜੋਤਿ ਸਬਾਇੜੀਏ ਤ੍ਰਿਭਵਣ ਸਾਰੇ ਰਾਮ ॥
ହେ ସଖୀ! ଯାହାଙ୍କ ଜ୍ୟୋତି ତିନିଲୋକରେ ପ୍ରସାରିତ ହୋଇଛି,          

ਘਟਿ ਘਟਿ ਰਵਿ ਰਹਿਆ ਅਲਖ ਅਪਾਰੇ ਰਾਮ ॥
ସେ ଅଦୃଷ୍ଟ, ଅପାର ପରମାତ୍ମା ପ୍ରତି ଜୀବ ଠାରେ ବାସ କରନ୍ତି।     

ਅਲਖ ਅਪਾਰ ਅਪਾਰੁ ਸਾਚਾ ਆਪੁ ਮਾਰਿ ਮਿਲਾਈਐ ॥
ସେହି ଅଦୃଷ୍ଟ, ଅପରାମ୍ପର, ସଚ୍ଚା ପରମେଶ୍ଵର ଅହଂତ୍ଵକୁ ନାଶ କରି ହିଁ ମିଳିଥାନ୍ତି।     

ਹਉਮੈ ਮਮਤਾ ਲੋਭੁ ਜਾਲਹੁ ਸਬਦਿ ਮੈਲੁ ਚੁਕਾਈਐ ॥
ନିଜ ଅହଂ, ମମତା ଏବଂ ଲୋଭକୁ ଜଳାଇ ଦିଅ ଆଉ ଶବ୍ଦ ଦ୍ଵାରା ମନର ମଇଳା ଦୂର କରିଦିଅ।            

ਦਰਿ ਜਾਇ ਦਰਸਨੁ ਕਰੀ ਭਾਣੈ ਤਾਰਿ ਤਾਰਣਹਾਰਿਆ ॥
ଶ୍ରଦ୍ଧା ସହିତ ତାହାଙ୍କ ଦ୍ଵାରକୁ ଯାଇ ତାହାଙ୍କ ଦର୍ଶନ କର, ହେ ତାରଣହାର! ଏହି ସଂସାର ସାଗରରୁ ପାର କରାଇ ଦିଅ।        

ਹਰਿ ਨਾਮੁ ਅੰਮ੍ਰਿਤੁ ਚਾਖਿ ਤ੍ਰਿਪਤੀ ਨਾਨਕਾ ਉਰ ਧਾਰਿਆ ॥੪॥੧॥
ହେ ନାନକ! ଯିଏ ହରିଙ୍କୁ ହୃଦୟରେ ବାସ କରାଇଛି, ସେ ହରିଙ୍କ ନାମାମୃତ ଆସ୍ଵାଦନ କରି ତୃପ୍ତ ହୋଇ ଯାଇଛି॥4॥1॥ 

ਬਿਲਾਵਲੁ ਮਹਲਾ ੧ ॥
ବିଲାବଲୁ ମହଲା 1॥ 

ਮੈ ਮਨਿ ਚਾਉ ਘਣਾ ਸਾਚਿ ਵਿਗਾਸੀ ਰਾਮ ॥
ହେ ସଖୀ! ମୋର ମନରେ ବଡ ଆତୁରତା ଜାତ ହୋଇଛି, ମୁଁ ସତ୍ୟ ଦ୍ଵାରା ପ୍ରସନ୍ନ ରହିଥାଏ।               

ਮੋਹੀ ਪ੍ਰੇਮ ਪਿਰੇ ਪ੍ਰਭਿ ਅਬਿਨਾਸੀ ਰਾਮ ॥
ଅବିନାଶୀ ପ୍ରଭୁଙ୍କ ପ୍ରେମ ମୋତେ ମୋହି ନେଇଛି।  

ਅਵਿਗਤੋ ਹਰਿ ਨਾਥੁ ਨਾਥਹ ਤਿਸੈ ਭਾਵੈ ਸੋ ਥੀਐ ॥
ଅଟଳ ପରମାତ୍ମା ନାଥଙ୍କ ନାଥ ଅଟନ୍ତି, ତାହାଙ୍କୁ ଯାହା ଭଲ ଲାଗିଥାଏ, ତାହା ହିଁ ହୋଇଥାଏ।             

ਕਿਰਪਾਲੁ ਸਦਾ ਦਇਆਲੁ ਦਾਤਾ ਜੀਆ ਅੰਦਰਿ ਤੂੰ ਜੀਐ ॥
ହେ ଦାତା! ତୁ ସର୍ବଦା କୃପାଳୁ ଏବଂ ଦୟାଳୁ ଅଟୁ ଏବଂ ସାବି ଜୀବଙ୍କ ଭିତରେ ତୁ ହିଁ ଜୀବନ ରୂପରେ ରହୁ।             

error: Content is protected !!