Odia Page 845

ਭਗਤਿ ਵਛਲੁ ਹਰਿ ਨਾਮੁ ਹੈ ਗੁਰਮੁਖਿ ਹਰਿ ਲੀਨਾ ਰਾਮ ॥
ହରିନାମ ଭକ୍ତବତ୍ସଳ ଅଟେ, ଗୁରୁଙ୍କ ମାଧ୍ୟମରୁ ହରିଙ୍କ ଠାରେ ଲୀନ ରହିଥାଏ।          

ਬਿਨੁ ਹਰਿ ਨਾਮ ਨ ਜੀਵਦੇ ਜਿਉ ਜਲ ਬਿਨੁ ਮੀਨਾ ਰਾਮ ॥
ଯେପରି ଜଳ ବିନା ମାଛ ରହିପାରେ ନାହିଁ, ସେପରି ହିଁ ଭକ୍ତଜନ ହରିନାମ ବିନା ଜୀବିତ ରହିପାରେ ନାହିଁ।                

ਸਫਲ ਜਨਮੁ ਹਰਿ ਪਾਇਆ ਨਾਨਕ ਪ੍ਰਭਿ ਕੀਨਾ ਰਾਮ ॥੪॥੧॥੩॥
ହେ ନାନକ! ଯିଏ ଈଶ୍ଵରଙ୍କୁ ପ୍ରାପ୍ତ କରିଛି, ତାହାର ଜୀବନ ସଫଳ ହୋଇ ଯାଇଛି||4||1||3||                   

ਬਿਲਾਵਲੁ ਮਹਲਾ ੪ ਸਲੋਕੁ ॥
ବିଲାବଲୁ ମହଲା 4 ଶ୍ଳୋକ॥  

ਹਰਿ ਪ੍ਰਭੁ ਸਜਣੁ ਲੋੜਿ ਲਹੁ ਮਨਿ ਵਸੈ ਵਡਭਾਗੁ ॥
ନିଜର ସଜ୍ଜନ ପ୍ରଭୁଙ୍କୁ ସନ୍ଧାନ କର, ଯାହାର ମନରେ ବାସ କରନ୍ତି, ସେ ଭାଗ୍ୟବାନ ଅଟେ।      

ਗੁਰਿ ਪੂਰੈ ਵੇਖਾਲਿਆ ਨਾਨਕ ਹਰਿ ਲਿਵ ਲਾਗੁ ॥੧॥
ହେ ନାନକ! ପୂର୍ଣ୍ଣ ଗୁରୁ ମୋତେ ତାହାଙ୍କ ଦର୍ଶନ କରାଇଛନ୍ତି, ଏଥିପାଇଁ ମୋର ଲଗ୍ନ ବର୍ତ୍ତମାନ ପରମାତ୍ମାଙ୍କ ଠାରେ ଲାଗି ଯାଇଛି॥1॥ 

ਛੰਤ ॥
ଛନ୍ତ 

ਮੇਰਾ ਹਰਿ ਪ੍ਰਭੁ ਰਾਵਣਿ ਆਈਆ ਹਉਮੈ ਬਿਖੁ ਝਾਗੇ ਰਾਮ ॥
ମୁଁ ନିଜ ଅହଂକାର ରୂପୀ ବେଶକୁ ଦୂର କରି ପ୍ରଭୁଙ୍କ ସହିତ ରମଣ କରିବାକୁ ଆସିଛି।         

ਗੁਰਮਤਿ ਆਪੁ ਮਿਟਾਇਆ ਹਰਿ ਹਰਿ ਲਿਵ ਲਾਗੇ ਰਾਮ ॥
ଗୁରୁଙ୍କ ଉପଦେଶ ଦ୍ଵାରା ମୁଁ ନିଜ ଆତ୍ମାଭିମାନ ଦୂର କରିଛି ଆଉ ମୋର ବୃତ୍ତି ହରିନାମରେ ଲାଗି ରହିଛି।    

ਅੰਤਰਿ ਕਮਲੁ ਪਰਗਾਸਿਆ ਗੁਰ ਗਿਆਨੀ ਜਾਗੇ ਰਾਮ ॥
ମୋର ହୃଦୟ-କମଳ ଖୁସି ହୋଇ ଯାଇଛି, ଗୁରୁଙ୍କ ଜ୍ଞାନ ଜାଗ୍ରତ କରାଇ ଦେଇଛି।   

ਜਨ ਨਾਨਕ ਹਰਿ ਪ੍ਰਭੁ ਪਾਇਆ ਪੂਰੈ ਵਡਭਾਗੇ ਰਾਮ ॥੧॥
ହେ ନାନକ! ପୂର୍ଣ୍ଣ ଭାଗ୍ୟରୁ ପରମାତ୍ମାଙ୍କୁ ପ୍ରାପ୍ତ କରିଛି॥1॥          

ਹਰਿ ਪ੍ਰਭੁ ਹਰਿ ਮਨਿ ਭਾਇਆ ਹਰਿ ਨਾਮਿ ਵਧਾਈ ਰਾਮ ॥
ପ୍ରଭୁ ହିଁ ମୋର ମନକୁ ଭଲ ଲାଗିଛନ୍ତି ଆଉ ହରିନାମ ହିଁ ମୋର ସବୁକିଛି ଅଟେ।            

ਗੁਰਿ ਪੂਰੈ ਪ੍ਰਭੁ ਪਾਇਆ ਹਰਿ ਹਰਿ ਲਿਵ ਲਾਈ ਰਾਮ ॥
ପୂର୍ଣ୍ଣ ଗୁରୁ ଦ୍ଵାରା ପ୍ରଭୁଙ୍କୁ ପାଇ ସେଥିରେ ହିଁ ଲଗ୍ନ ଲଗାଇଛି।                

ਅਗਿਆਨੁ ਅੰਧੇਰਾ ਕਟਿਆ ਜੋਤਿ ਪਰਗਟਿਆਈ ਰਾਮ ॥
ମୋର ଅଜ୍ଞାନତାର ଅନ୍ଧକାର ଦୂର ହୋଇ ଯାଇଛି ଆଉ ମନରେ ଜ୍ୟୋତି ପ୍ରଜ୍ଜ୍ଵଳିତ ହୋଇ ଯାଇଛି।         

ਜਨ ਨਾਨਕ ਨਾਮੁ ਅਧਾਰੁ ਹੈ ਹਰਿ ਨਾਮਿ ਸਮਾਈ ਰਾਮ ॥੨॥
ହେ ନାନକ! ନାମ ହିଁ ମୋର ଜୀବନ ଧାରା ଅଟେ ଆଉ ହରିନାମରେ ହିଁ ମୁଁ ଲୀନ ହୋଇ ଯାଇଛି॥2॥             

ਧਨ ਹਰਿ ਪ੍ਰਭਿ ਪਿਆਰੈ ਰਾਵੀਆ ਜਾਂ ਹਰਿ ਪ੍ਰਭ ਭਾਈ ਰਾਮ ॥
ଯେତେବେଳେ ପ୍ରଭୁଙ୍କୁ ଭଲ ଲାଗିଥାଏ, ସେତେବେଳେ ହିଁ ପ୍ରିୟ ପ୍ରଭୁ ରମଣ କରିଥାନ୍ତି।    

ਅਖੀ ਪ੍ਰੇਮ ਕਸਾਈਆ ਜਿਉ ਬਿਲਕ ਮਸਾਈ ਰਾਮ ॥
ତାହାର ନେତ୍ର ପ୍ରେମରେ ଏତେ ଆକର୍ଷିତ ହୋଇ ଯାଇଛି, ଯେପରି ବିଲେଇର ଆଖି ଦୁଧ ସହିତ ହୋଇଥାଏ।          

ਗੁਰਿ ਪੂਰੈ ਹਰਿ ਮੇਲਿਆ ਹਰਿ ਰਸਿ ਆਘਾਈ ਰਾਮ ॥
ପୂର୍ଣ୍ଣ ଗୁରୁ ହରିଙ୍କ ସହିତ ମିଳନ କରାଇଛନ୍ତି ଆଉ ହରି-ରସ ପାଇ ତୃପ୍ତ ହୋଇ ଯାଇଛି।      

ਜਨ ਨਾਨਕ ਨਾਮਿ ਵਿਗਸਿਆ ਹਰਿ ਹਰਿ ਲਿਵ ਲਾਈ ਰਾਮ ॥੩॥
ହେ ନାନକ! ହରି-ନାମ ଦ୍ଵାରା ତାହାର ହୃଦୟ-କମଳ ପ୍ରସନ୍ନ ହୋଇ ଯାଇଛି ଏବଂ ସେ ହରିଙ୍କ ଠାରେ ହିଁ ଲଗ୍ନ ଲଗାଇ ରଖିଥାଏ॥3॥    

ਹਮ ਮੂਰਖ ਮੁਗਧ ਮਿਲਾਇਆ ਹਰਿ ਕਿਰਪਾ ਧਾਰੀ ਰਾਮ ॥
ଇଶ୍ଵର କୃପା କରି ମୋ’ ଭଳି ଅବୁଝାକୁ ନିଜ ସାଥିରେ ମିଳାଇ ଥାଆନ୍ତି।         

ਧਨੁ ਧੰਨੁ ਗੁਰੂ ਸਾਬਾਸਿ ਹੈ ਜਿਨਿ ਹਉਮੈ ਮਾਰੀ ਰਾਮ ॥
ସେହି ଗୁରୁ ଧନ୍ୟ ଅଟନ୍ତି, ପ୍ରଶଂସାର ପାତ୍ର ଅଟନ୍ତି, ଯିଏ ମୋର ଅହଂକାର ନାଶ କରି ଦେଇଛନ୍ତି। 

ਜਿਨੑ ਵਡਭਾਗੀਆ ਵਡਭਾਗੁ ਹੈ ਹਰਿ ਹਰਿ ਉਰ ਧਾਰੀ ਰਾਮ ॥
ଯେଉଁ ଭାଗ୍ୟଶାଳୀର ଭାଗ୍ୟ ଉଦୟ ହୋଇ ଯାଇଛି, ସେ ପରମାତ୍ମାଙ୍କୁ ନିଜ ହୃଦୟରେ ସ୍ଥାପନ କରିଛି।        

ਜਨ ਨਾਨਕ ਨਾਮੁ ਸਲਾਹਿ ਤੂ ਨਾਮੇ ਬਲਿਹਾਰੀ ਰਾਮ ॥੪॥੨॥੪॥
ହେ ନାନକ! ତୁ ନାମର ସ୍ତୁତି କରି ଚାଲ ଏବଂ ନାମ ପ୍ରତି ସମର୍ପିତ ରୁହ||4||2||4||     

ਬਿਲਾਵਲੁ ਮਹਲਾ ਛੰਤ
ବିଲାବଲୁ ମହଲା 5 ଛନ୍ତ  

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।   

ਮੰਗਲ ਸਾਜੁ ਭਇਆ ਪ੍ਰਭੁ ਅਪਨਾ ਗਾਇਆ ਰਾਮ ॥
ହେ ସଖୀ! ବଡ ଖୁସିର ଅବସର ଆସିଛି, ମୁଁ ନିଜ ପ୍ରଭୁଙ୍କ ଯଶୋଗାନ କରିଛି।              

ਅਬਿਨਾਸੀ ਵਰੁ ਸੁਣਿਆ ਮਨਿ ਉਪਜਿਆ ਚਾਇਆ ਰਾਮ ॥
ଯେତେବେଳେ ନିଜ ଅବିନାଶୀ ବରର ନାମ ଶୁଣିଛି, ମୋର ମନରେ ବହୁତ ଉତ୍ସାହ ଜାତ ହୋଇ ଯାଇଛି।              

ਮਨਿ ਪ੍ਰੀਤਿ ਲਾਗੈ ਵਡੈ ਭਾਗੈ ਕਬ ਮਿਲੀਐ ਪੂਰਨ ਪਤੇ ॥
ବଡ ଭାଗ୍ୟରୁ ମୋର ମନରେ ତାହାଙ୍କ ପାଇଁ ପ୍ରୀତି ଲାଗିଛି, ବର୍ତ୍ତମାନ ପୂର୍ଣ୍ଣ ପତି-ପ୍ରଭୁଙ୍କ ସହିତ କେବେ ମିଳନ ହେବ?         

ਸਹਜੇ ਸਮਾਈਐ ਗੋਵਿੰਦੁ ਪਾਈਐ ਦੇਹੁ ਸਖੀਏ ਮੋਹਿ ਮਤੇ ॥
ହେ ସଖୀ! ମୋତେ ଏପରି ଶିକ୍ଷା ଦିଅ ଯେ ମୁଁ ଗୋବିନ୍ଦଙ୍କୁ ପ୍ରାପ୍ତ କରିବି ଆଉ ସ୍ଵାଭାବିକ ଭାବରେ ସେଥିରେ ଲୀନ ରହିବି। 

ਦਿਨੁ ਰੈਣਿ ਠਾਢੀ ਕਰਉ ਸੇਵਾ ਪ੍ਰਭੁ ਕਵਨ ਜੁਗਤੀ ਪਾਇਆ ॥
ମୁଁ ଦିନରାତି ତାହାଙ୍କ ବହୁତ ସେବା କରିବି, ପୁଣି କିପରି ପ୍ରଭୁଙ୍କୁ ପ୍ରାପ୍ତ କରିବି?            

ਬਿਨਵੰਤਿ ਨਾਨਕ ਕਰਹੁ ਕਿਰਪਾ ਲੈਹੁ ਮੋਹਿ ਲੜਿ ਲਾਇਆ ॥੧॥
ନାନକଙ୍କ ବିନତି ଯେ ହେ ପ୍ରଭୁ! କୃପା କରି ମୋତେ ନିଜ ସହିତ ମିଳାଇ ଦିଅ॥1॥    

ਭਇਆ ਸਮਾਹੜਾ ਹਰਿ ਰਤਨੁ ਵਿਸਾਹਾ ਰਾਮ ॥
ଯେତେବେଳେ ଶୁଭ ସମୟ ଆସି ଯାଇଛି, ମୁଁ ହରି ରୂପୀ ରତ୍ନ କ୍ରୟ କରି ଦେଇଛି।    

ਖੋਜੀ ਖੋਜਿ ਲਧਾ ਹਰਿ ਸੰਤਨ ਪਾਹਾ ਰਾਮ ॥
ସନ୍ଧାନକାରୀ ତାହାଙ୍କୁ ଖୋଜି ହରିଙ୍କ ସନ୍ଥଙ୍କ ଠାରୁ ପାଇଛନ୍ତି। 

ਮਿਲੇ ਸੰਤ ਪਿਆਰੇ ਦਇਆ ਧਾਰੇ ਕਥਹਿ ਅਕਥ ਬੀਚਾਰੋ ॥
ମୋତେ ପ୍ରିୟ ସନ୍ଥ ମିଳି ଯାଇଛନ୍ତି, ଯିଏ ଦୟା କରି ଅକଥନୀୟ କଥା କହିଥାନ୍ତି।        

ਇਕ ਚਿਤਿ ਇਕ ਮਨਿ ਧਿਆਇ ਸੁਆਮੀ ਲਾਇ ਪ੍ਰੀਤਿ ਪਿਆਰੋ ॥
ମୁଁ ପ୍ରେମ-ପ୍ରୀତି ଲଗାଇ ଏକାଗ୍ରଚିତ୍ତ ହୋଇ ନିଜ ସ୍ଵାମୀଙ୍କ ଧ୍ୟାନ କରିଥାଏ।        

ਕਰ ਜੋੜਿ ਪ੍ਰਭ ਪਹਿ ਕਰਿ ਬਿਨੰਤੀ ਮਿਲੈ ਹਰਿ ਜਸੁ ਲਾਹਾ ॥
ନିଜ ହାତ ଯୋଡି ମୁଁ ପ୍ରଭୁଙ୍କ ଠାରେ ବିନତି କରିଥାଏ ଯେ ମୋତେ ହରି-ଯଶ ରୂପୀ ଲାଭ ପ୍ରାପ୍ତ ହେଉ।           

ਬਿਨਵੰਤਿ ਨਾਨਕ ਦਾਸੁ ਤੇਰਾ ਮੇਰਾ ਪ੍ਰਭੁ ਅਗਮ ਅਥਾਹਾ ॥੨॥
ନାନକ ବିନତି କରନ୍ତି ଯେ ହେ ଅଗମ୍ୟ-ଅଥଳ ପ୍ରଭୁ! ମୁଁ ତୋର ଦାସ ଅଟେ॥2॥                  

error: Content is protected !!