Odia Page 867

ਨਿਰਮਲ ਹੋਇ ਤੁਮ੍ਹ੍ਹਾਰਾ ਚੀਤ ॥
ଏହା ଦ୍ଵାରା ତୁମର ଚିତ୍ତ ନିର୍ମଳ ହୋଇଯିବ।               

ਮਨ ਤਨ ਕੀ ਸਭ ਮਿਟੈ ਬਲਾਇ ॥
ମନ-ତନର ସବୁ ଚିନ୍ତା ଦୂର ହୋଇଯିବ ଏବଂ           

ਦੂਖੁ ਅੰਧੇਰਾ ਸਗਲਾ ਜਾਇ ॥੧॥
ଦୁଃଖର ସାରା ଅନ୍ଧକାର ନାଶ ହୋଇଯିବ॥1॥             

ਹਰਿ ਗੁਣ ਗਾਵਤ ਤਰੀਐ ਸੰਸਾਰੁ ॥
ହରିଙ୍କ ଗୁଣଗାନ କରିବା ଦ୍ଵାରା ସଂସାର-ସାଗରରୁ ପାର କରାଯାଏ ଏବଂ       

ਵਡ ਭਾਗੀ ਪਾਈਐ ਪੁਰਖੁ ਅਪਾਰੁ ॥੧॥ ਰਹਾਉ ॥
ଭାଗ୍ୟଶାଳୀଙ୍କୁ ହିଁ ଅପାର ପରମେଶ୍ଵର ମିଳିଥାନ୍ତି॥1॥ରୁହ॥         

ਜੋ ਜਨੁ ਕਰੈ ਕੀਰਤਨੁ ਗੋਪਾਲ ॥
ଯେଉଁ ବ୍ୟକ୍ତି ଭଗବାନଙ୍କ କୀର୍ତ୍ତନ କରିଥାଏ,   

ਤਿਸ ਕਉ ਪੋਹਿ ਨ ਸਕੈ ਜਮਕਾਲੁ ॥
ଯମରାଜ ମଧ୍ୟ ତାହାଙ୍କ ନିକଟକୁ ଆସି ପାରେ ନାହିଁ।   

ਜਗ ਮਹਿ ਆਇਆ ਸੋ ਪਰਵਾਣੁ ॥
ଜଗତରେ ଜନ୍ମ ହିଁ ସଫଳ ଅଟେ,   

ਗੁਰਮੁਖਿ ਅਪਨਾ ਖਸਮੁ ਪਛਾਣੁ ॥੨॥
ଯିଏ ଗୁରୁମୁଖୀ ବନି ନିଜର ମାଲିକକୁ ଜାଣି ନେଇଥାଏ॥2॥       

ਹਰਿ ਗੁਣ ਗਾਵੈ ਸੰਤ ਪ੍ਰਸਾਦਿ ॥
ସନ୍ଥଙ୍କ କୃପାରୁ ଯେଉଁ ବ୍ୟକ୍ତି ହରିଙ୍କ ସ୍ତୁତିଗାନ କରିଥାଏ,       

ਕਾਮ ਕ੍ਰੋਧ ਮਿਟਹਿ ਉਨਮਾਦ ॥
କାମ, କ୍ରୋଧ ଏବଂ ଉନ୍ମାଦ ତାହର ମନରୁ ଦୂର ହୋଇଯାଏ। 

ਸਦਾ ਹਜੂਰਿ ਜਾਣੁ ਭਗਵੰਤ ॥
ସର୍ବଦା ଭଗବାନଙ୍କୁ ନିଜ ନିକଟରେ ଭାବ  

ਪੂਰੇ ਗੁਰ ਕਾ ਪੂਰਨ ਮੰਤ ॥੩॥
ପୂର୍ଣ୍ଣ ଗୁରୁଙ୍କ ଏହି ପୂର୍ଣ୍ଣ ମନ୍ତ୍ର ଅଟେ॥3॥          

ਹਰਿ ਧਨੁ ਖਾਟਿ ਕੀਏ ਭੰਡਾਰ ॥
ହରିନାମ ରୂପୀ ଧନ ପ୍ରାପ୍ତ କରି ଭଣ୍ଡାର ଭରି ନେଇଛି ଏବଂ            

ਮਿਲਿ ਸਤਿਗੁਰ ਸਭਿ ਕਾਜ ਸਵਾਰ ॥
ସଦଗୁରୁଙ୍କ ସହିତ ମିଶି ସବୁ କାର୍ଯ୍ୟ ସଫଳ କରିଛି।        

ਹਰਿ ਕੇ ਨਾਮ ਰੰਗ ਸੰਗਿ ਜਾਗਾ ॥
ହରିଙ୍କ ନାମ ରଙ୍ଗ ଦ୍ଵାରା ମନ ଜାଗ୍ରତ ହୋଇ ଯାଇଛି। 

ਹਰਿ ਚਰਣੀ ਨਾਨਕ ਮਨੁ ਲਾਗਾ ॥੪॥੧੪॥੧੬॥
ହେ ନାନକ1 ଏବେ ମନ ହରି-ଚରଣରେ ଲୀନ ହୋଇ ଯାଇଛି ||4||14||16||

ਗੋਂਡ ਮਹਲਾ ੫ ॥
ଗୋଣ୍ଡ ମହଲା 5॥

ਭਵ ਸਾਗਰ ਬੋਹਿਥ ਹਰਿ ਚਰਣ ॥
ହରିଙ୍କ ଚରଣ ହିଁ ଭବସାଗରରୁ ପାର କରିବା ପାଇଁ ଜାହାଜ ଅଟେ।                   

ਸਿਮਰਤ ਨਾਮੁ ਨਾਹੀ ਫਿਰਿ ਮਰਣ ॥
ନାମ ସ୍ମରଣ କରିବା ଦ୍ଵାରା ଜୀବକୁ ପୁଣି ମୃତ୍ୟୁ ଆସେ ନାହିଁ।   

ਹਰਿ ਗੁਣ ਰਮਤ ਨਾਹੀ ਜਮ ਪੰਥ ॥
ହରିଙ୍କ ଗୁଣଗାନ କରିବା ଦ୍ଵାରା ଯମର ମାର୍ଗରେ ଯିବାକୁ ପଡେ ନାହିଁ।       

ਮਹਾ ਬੀਚਾਰ ਪੰਚ ਦੂਤਹ ਮੰਥ ॥੧॥
ପ୍ରଭୁଙ୍କ ଚିନ୍ତନ ପାଞ୍ଚ ଦୂତକୁ ନାଶ କରି ଦେଇଥାଏ॥1॥          

ਤਉ ਸਰਣਾਈ ਪੂਰਨ ਨਾਥ ॥
ହେ ପୂର୍ଣ୍ଣ ନାଥ! ମୁଁ ତୋର ଶରଣରେ ଆସିଛି,                

ਜੰਤ ਅਪਨੇ ਕਉ ਦੀਜਹਿ ਹਾਥ ॥੧॥ ਰਹਾਉ ॥
ନିଜ ଜୀବକୁ ରକ୍ଷା କର॥1॥ରୁହ॥         

ਸਿਮ੍ਰਿਤਿ ਸਾਸਤ੍ਰ ਬੇਦ ਪੁਰਾਣ ॥
ସ୍ମୃତି, ଶସ୍ତ୍ର, ବେଦ ଓ ପୁରାଣ   

ਪਾਰਬ੍ਰਹਮ ਕਾ ਕਰਹਿ ਵਖਿਆਣ ॥
ଭଗବାନଙ୍କ ମହିମା ହିଁ ବର୍ଣ୍ଣନା କରିଥାଏ।  

ਜੋਗੀ ਜਤੀ ਬੈਸਨੋ ਰਾਮਦਾਸ ॥
ଯୋଗୀ, ବ୍ରହ୍ମଚାରୀ, ବୈଷ୍ଣବ ତଥା ରାମଦାସ ମଧ୍ୟ                           

ਮਿਤਿ ਨਾਹੀ ਬ੍ਰਹਮ ਅਬਿਨਾਸ ॥੨॥
ଅବିନାଶୀ ବ୍ରହ୍ମାଙ୍କ ବିସ୍ତାରକୁ ଜାଣନ୍ତି ନାହିଁ॥2॥  

ਕਰਣ ਪਲਾਹ ਕਰਹਿ ਸਿਵ ਦੇਵ ॥
ଶିବଶଙ୍କରଙ୍କ ଭଳି ଦେବତା ମଧ୍ୟ ଏହା ପ୍ରାପ୍ତ କରିବା ପାଇଁ ଆଶା କରିଥାନ୍ତି, 

ਤਿਲੁ ਨਹੀ ਬੂਝਹਿ ਅਲਖ ਅਭੇਵ ॥
କିନ୍ତୁ ଅଲକ୍ଷ୍ୟ, ଅଭେଦ୍ୟ ପରମାତ୍ମାଙ୍କୁ ତିଳେମାତ୍ର ବୁଝେ ନାହିଁ।       

ਪ੍ਰੇਮ ਭਗਤਿ ਜਿਸੁ ਆਪੇ ਦੇਇ ॥
ଯାହାକୁ ସେ ନିଜ ପ୍ରେମ-ଭକ୍ତି ଦେଇଥାନ୍ତି,           

ਜਗ ਮਹਿ ਵਿਰਲੇ ਕੇਈ ਕੇਇ ॥੩॥
ଏଥିରେ ଏପରି ବ୍ୟକ୍ତି ବିରଳ ହିଁ ଅଟେ॥3॥  

ਮੋਹਿ ਨਿਰਗੁਣ ਗੁਣੁ ਕਿਛਹੂ ਨਾਹਿ ॥
ମୋ’ ଭଳି ଗୁଣହୀନ ପାଖରେ କୌଣସି ଗୁଣ ନାହିଁ ଏବଂ      

ਸਰਬ ਨਿਧਾਨ ਤੇਰੀ ਦ੍ਰਿਸਟੀ ਮਾਹਿ ॥
ସବୁ ଖଜଣା ତୋର ଦୃଷ୍ଟିରେ ହିଁ ଅଛି।               

ਨਾਨਕੁ ਦੀਨੁ ਜਾਚੈ ਤੇਰੀ ਸੇਵ ॥
ଦୀନ ନାନକ ତୋର ସେବା ହିଁ ଚାହିଁଥାନ୍ତି,       

ਕਰਿ ਕਿਰਪਾ ਦੀਜੈ ਗੁਰਦੇਵ ॥੪॥੧੫॥੧੭॥
ହେ ଗୁରୁଦେବ! କୃପା କରି ମୋତେ ନିଜର ସେବା ଦିଅ॥4॥15॥17॥                    

ਗੋਂਡ ਮਹਲਾ ੫ ॥
ଗୋଣ୍ଡ ମହଲା 5॥ 

ਸੰਤ ਕਾ ਲੀਆ ਧਰਤਿ ਬਿਦਾਰਉ ॥
ସନ୍ଥଙ୍କ ଦ୍ଵାରା ତିରସ୍କୃତ ବ୍ୟକ୍ତିକୁ ଧରିତ୍ରୀରୁ ଅଲଗା କରିଦେବା ଉଚିତ ଏବଂ          

ਸੰਤ ਕਾ ਨਿੰਦਕੁ ਅਕਾਸ ਤੇ ਟਾਰਉ ॥
ସନ୍ଥଙ୍କ ନିନ୍ଦୁକକୁ ଆକାଶରୁ ତଳେ ଫିଙ୍ଗିଦେବା ଉଚିତ।       

ਸੰਤ ਕਉ ਰਾਖਉ ਅਪਨੇ ਜੀਅ ਨਾਲਿ ॥
ସନ୍ଥଙ୍କୁ ନିଜ ପ୍ରାଣ ସହିତ ଲଗାଇ ରଖ,          

ਸੰਤ ਉਧਾਰਉ ਤਤਖਿਣ ਤਾਲਿ ॥੧॥
କାରଣ ସନ୍ଥଙ୍କ ସଙ୍ଗ ତତକ୍ଷଣାତ ଉଦ୍ଧାର କରି ଦେଇଥାଏ॥1॥             

ਸੋਈ ਸੰਤੁ ਜਿ ਭਾਵੈ ਰਾਮ ॥
ସେ ହିଁ ସନ୍ଥ ଅଟନ୍ତି, ଯିଏ ରାମଙ୍କୁ ପ୍ରିୟ ଲାଗିଥାନ୍ତି।          

ਸੰਤ ਗੋਬਿੰਦ ਕੈ ਏਕੈ ਕਾਮ ॥੧॥ ਰਹਾਉ ॥
ଗୋବିନ୍ଦ ଓ ସନ୍ଥଙ୍କ ଏକ ହିଁ କାମ ଅଟେ॥1॥ରୁହ॥         

ਸੰਤ ਕੈ ਊਪਰਿ ਦੇਇ ਪ੍ਰਭੁ ਹਾਥ ॥
ପ୍ରଭୁ ନିଜ ହାତରେ ସନ୍ଥଙ୍କ ରକ୍ଷା କରିଥାନ୍ତି ଏବଂ          

ਸੰਤ ਕੈ ਸੰਗਿ ਬਸੈ ਦਿਨੁ ਰਾਤਿ ॥
ଦିନରାତି ସନ୍ଥଙ୍କ ସାଥିରେ ରହିଥାନ୍ତି।      

ਸਾਸਿ ਸਾਸਿ ਸੰਤਹ ਪ੍ਰਤਿਪਾਲਿ ॥
ସେ ପ୍ରତି ଶ୍ଵାସରେ ସନ୍ଥଙ୍କ ପ୍ରତିପାଳକ ବନି ଥାଆନ୍ତି।  

ਸੰਤ ਕਾ ਦੋਖੀ ਰਾਜ ਤੇ ਟਾਲਿ ॥੨॥
ସନ୍ଥଙ୍କ ଦୋଷୀ ନିଜ ରାଜ୍ୟ ମଧ୍ୟ ହରାଇ ଥାଏ॥2॥         

ਸੰਤ ਕੀ ਨਿੰਦਾ ਕਰਹੁ ਨ ਕੋਇ ॥
ହେ ଭାଇ! କେହି ମଧ୍ୟ ସନ୍ଥଙ୍କ ନିନ୍ଦା କର ନାହିଁ;      

ਜੋ ਨਿੰਦੈ ਤਿਸ ਕਾ ਪਤਨੁ ਹੋਇ ॥
ଯିଏ ମଧ୍ୟ ତାହାଙ୍କ ନିନ୍ଦା କରିଥାଏ, ତାହାର ପତନ ହୋଇଯାଏ। 

ਜਿਸ ਕਉ ਰਾਖੈ ਸਿਰਜਨਹਾਰੁ ॥
ଯାହାର ରକ୍ଷା ସୃଜନହାର କରିଥାନ୍ତି,            

ਝਖ ਮਾਰਉ ਸਗਲ ਸੰਸਾਰੁ ॥੩॥
ସାରା ସଂସାର ତାହାଙ୍କ ମନ୍ଦ ଚିନ୍ତାକରି ବ୍ୟର୍ଥରେ ମାଡ ଖାଇଥାଏ॥3॥       

ਪ੍ਰਭ ਅਪਨੇ ਕਾ ਭਇਆ ਬਿਸਾਸੁ ॥
ନିଜ ପ୍ରଭୁଙ୍କ ଉପରେ ସନ୍ଥଙ୍କ ଅଟଳ ବିଶ୍ବାସ ହୋଇ ଯାଇଛି,     

ਜੀਉ ਪਿੰਡੁ ਸਭੁ ਤਿਸ ਕੀ ਰਾਸਿ ॥
ଏହି ଜୀବନ ଓ ଶରୀର ସବୁକିଛି ତାହାଙ୍କ ଦ୍ଵାରା ହିଁ ଦିଆଯାଇଛି।

ਨਾਨਕ ਕਉ ਉਪਜੀ ਪਰਤੀਤਿ ॥
ନାନକଙ୍କ ମନରେ ଏହି ନିଷ୍ଠା ଉତ୍ପନ୍ନ ହୋଇ ଯାଇଛି ଯେ             

ਮਨਮੁਖ ਹਾਰ ਗੁਰਮੁਖ ਸਦ ਜੀਤਿ ॥੪॥੧੬॥੧੮॥
ମନମୁଖୀ ଜୀବନରେ ହାରି ଯାଇଥାଏ ଏବଂ ଗୁରୁମୁଖୀ ସଦା ବିଜୟ ପ୍ରାପ୍ତ କରିଥାଏ||4||16||18||            

ਗੋਂਡ ਮਹਲਾ ੫ ॥
ଗୋଣ୍ଡ ମହଲା 5॥ 

ਨਾਮੁ ਨਿਰੰਜਨੁ ਨੀਰਿ ਨਰਾਇਣ ॥
ନାରାୟଣଙ୍କ ପବିତ୍ର ନାମ ଶୁଦ୍ଧ ଜଳ ଭଳି ଅଟେ,           

ਰਸਨਾ ਸਿਮਰਤ ਪਾਪ ਬਿਲਾਇਣ ॥੧॥ ਰਹਾਉ ॥
ଯାହାର ସ୍ମରଣ ଜିହ୍ଵା ଦ୍ଵାରା କରିବା ଦ୍ଵାରା ସାରା ପାପ ନାଶ ହୋଇଯାଏ॥1॥ରୁହ॥  

error: Content is protected !!