ਗੁਰਮਤੀ ਜਮੁ ਜੋਹਿ ਨ ਸਾਕੈ ਸਾਚੈ ਨਾਮਿ ਸਮਾਇਆ ॥
ଗୃରୁଙ୍କ ମତିକୁ ଅନୁସରଣ କରିବା ଦ୍ଵାରା ମୃତ୍ୟୁ ତାହାକୁ ଦେଖିପାରେ ନାହିଁ; ସେ ସତ୍ୟ ପ୍ରଭୁଙ୍କ ନାମରେ ହିଁ ମଗ୍ନ ରହିଥାଏ।
ਸਭੁ ਆਪੇ ਆਪਿ ਵਰਤੈ ਕਰਤਾ ਜੋ ਭਾਵੈ ਸੋ ਨਾਇ ਲਾਇਆ ॥
ସୃଷ୍ଟିକର୍ତ୍ତା ସ୍ଵୟଂ ସବୁଠାରେ ମହଜୁଦ ହୋଇଛନ୍ତି; ଯାହା ତାହାଙ୍କୁ ଭଲ ଲାଗେ, ତାହାକୁ ସେ ନିଜନମ ସ୍ମରଣରେ ଲଗାଇ ଦିଅନ୍ତି।
ਜਨ ਨਾਨਕੁ ਨਾਮੁ ਲਏ ਤਾ ਜੀਵੈ ਬਿਨੁ ਨਾਵੈ ਖਿਨੁ ਮਰਿ ਜਾਇਆ ॥੨॥
ଯଦି ନାନକ ଭଗବାନଙ୍କ ନାମ-ସ୍ମରଣ କରୁଥାନ୍ତି ତାହାହେଲେ ସେ ଜୀବିତ ରହନ୍ତି; ନାମ ବିନା ସେ ଏକ କ୍ଷଣରେ ମରିଯାନ୍ତି ॥2॥
ਪਉੜੀ ॥
ପଉଡି ॥
ਜੋ ਮਿਲਿਆ ਹਰਿ ਦੀਬਾਣ ਸਿਉ ਸੋ ਸਭਨੀ ਦੀਬਾਣੀ ਮਿਲਿਆ ॥
ଯିଏ ପ୍ରଭୁଙ୍କ ଦରବାରରେ ସମ୍ମାନିତ ହୋଇଥାଏ, ସେ ସଂସାରର ସମସ୍ତ ସଭା ଭିତରେ ସମ୍ମାନିତ ହୋଇଥାଏ।
ਜਿਥੈ ਓਹੁ ਜਾਇ ਤਿਥੈ ਓਹੁ ਸੁਰਖਰੂ ਉਸ ਕੈ ਮੁਹਿ ਡਿਠੈ ਸਭ ਪਾਪੀ ਤਰਿਆ ॥
ସେ ଯେଉଁଠିକୁ ଗଲେ ମଧ୍ୟ ସେଠାରେ ସେ ପ୍ରଫୁଲ୍ଲିତ ହୋଇଯାଏ; ତାହାର ଚେହରା ଦେଖିବା ଦ୍ଵାରା ସବୁ ଦୋଷୀ ପାର ହୋଇଯାନ୍ତି।
ਓਸੁ ਅੰਤਰਿ ਨਾਮੁ ਨਿਧਾਨੁ ਹੈ ਨਾਮੋ ਪਰਵਰਿਆ ॥
ତାହାର ଭିତରେ ନାମର ଅମୂଲ୍ୟ ଭଣ୍ଡାର ଅଟେ ଆଉ ହରିଙ୍କ ନାମ ଦ୍ଵାରା ହିଁ ସେ ସ୍ଵୀକୃତ ହୋଇଥାଏ।
ਨਾਉ ਪੂਜੀਐ ਨਾਉ ਮੰਨੀਐ ਨਾਇ ਕਿਲਵਿਖ ਸਭ ਹਿਰਿਆ ॥
ନାମର ସେ ପୂଜା କରିଥାଏ, ନାମ ହିଁ ତାହାର ସମସ୍ତ ପାପକୁ ନଷ୍ଟ କରିଥାଏ।
ਜਿਨੀ ਨਾਮੁ ਧਿਆਇਆ ਇਕ ਮਨਿ ਇਕ ਚਿਤਿ ਸੇ ਅਸਥਿਰੁ ਜਗਿ ਰਹਿਆ ॥੧੧॥
ଯେଉଁ ପ୍ରାଣୀ ପ୍ରଭୁଙ୍କ ନାମକୁ ଏକ ମନ ଓ ଏକ ଚିତ୍ତରେ ସ୍ମରଣ କରୁଥାଏ, ସେ ଏହି ସଂସାରରେ ଅମର ରହିଥାଏ ॥11॥
ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3 ॥
ਆਤਮਾ ਦੇਉ ਪੂਜੀਐ ਗੁਰ ਕੈ ਸਹਜਿ ਸੁਭਾਇ ॥
ସ୍ଵାଭାବିକ ଅବସ୍ଥାରେ ଗୁରୁଙ୍କ ଆଜ୍ଞା ଅନୁସାରେ ପରମାତ୍ମାଙ୍କ ପୂଜା କର।
ਆਤਮੇ ਨੋ ਆਤਮੇ ਦੀ ਪ੍ਰਤੀਤਿ ਹੋਇ ਤਾ ਘਰ ਹੀ ਪਰਚਾ ਪਾਇ ॥
ଯେତେବେଳେଜୀବାତ୍ମାକୁ ପରମାତ୍ମାଙ୍କ ଠାରେ ଆସ୍ଥା ହୋଇଯାଏ ତାହାହେଲେ ଜୀବାତ୍ମାର ନିଜ ହୃଦୟ ଘରେ ହିଁ ଭଗବାନଙ୍କ ସହିତ ପ୍ରେମ ହୋଇଯାଏ।
ਆਤਮਾ ਅਡੋਲੁ ਨ ਡੋਲਈ ਗੁਰ ਕੈ ਭਾਇ ਸੁਭਾਇ ॥
ଗୁରୁଙ୍କ ଆଚରଣରେ ରହି ଜୀବାତ୍ମା ଅଟଳ ହୋଇଯାଏ ଆଉ କେବେ ଦୋହଲିଯାଏ ନାହିଁ।
ਗੁਰ ਵਿਣੁ ਸਹਜੁ ਨ ਆਵਈ ਲੋਭੁ ਮੈਲੁ ਨ ਵਿਚਹੁ ਜਾਇ ॥
ଗୁରୁଙ୍କ ବିନା ସ୍ଵାଭାବିକ ସୁଖ ଉପଲବ୍ଧ ହୁଏ ନାହିଁ ଆଉ ମନର ଲାଳସାର ମଳିନତା ଦୂର ହୁଏ ନାହିଁ।
ਖਿਨੁ ਪਲੁ ਹਰਿ ਨਾਮੁ ਮਨਿ ਵਸੈ ਸਭ ਅਠਸਠਿ ਤੀਰਥ ਨਾਇ ॥
ଯଦି ହରିଙ୍କ ନାମ ଏକ କ୍ଷଣ ପାଇଁ ଚିତ୍ତରେ ବାସ ହୁଏ, ତାହାହେଲେ ଅଠଷଠି ତୀର୍ଥ ସ୍ନାନର ଫଳ ମିଳିଯାଏ।
ਸਚੇ ਮੈਲੁ ਨ ਲਗਈ ਮਲੁ ਲਾਗੈ ਦੂਜੈ ਭਾਇ ॥
ପବିତ୍ରତାକୁ କେବେ ମାୟାର ମଇଳା ଲାଗେ ନାହିଁ, ପରନ୍ତୁ ଯିଏ ଦୈତ୍ୟ ଭାବରେ ଲାଗିଥାଏ ଏହି ମଇଳା ତାହାକୁ ଲାଗିଥାଏ।
ਧੋਤੀ ਮੂਲਿ ਨ ਉਤਰੈ ਜੇ ਅਠਸਠਿ ਤੀਰਥ ਨਾਇ ॥
ମନୁଷ୍ୟ ଅଠଷଠି ତୀର୍ଥ ସ୍ଥଳରେ ସ୍ନାନ କରୁ, ଏହି ମଇଳା ଧୋଇଲେ ଆଦୌ ଛାଡେ ନାହିଁ।
ਮਨਮੁਖ ਕਰਮ ਕਰੇ ਅਹੰਕਾਰੀ ਸਭੁ ਦੁਖੋ ਦੁਖੁ ਕਮਾਇ ॥
ମନମୁଖ ବ୍ୟକ୍ତି ଅହଂକାରରେ ଧର୍ମ-କର୍ମ କରିଥାଏ ଆଉ ସେ ସର୍ବଦା ଦୁଃଖର ବୋଝ ବହନ କରିଥାଏ।
ਨਾਨਕ ਮੈਲਾ ਊਜਲੁ ਤਾ ਥੀਐ ਜਾ ਸਤਿਗੁਰ ਮਾਹਿ ਸਮਾਇ ॥੧॥
ହେ ନାନକ! ମଇଳା ମନ ସେତେବେଳେ ପବିତ୍ର ହୋଇଥାଏ, ଯଦି ସେ ସଦଗୁରୁଙ୍କ ଠାରେ ଲୀନ ହୁଏ। ॥1॥
ਮਃ ੩ ॥
ଶ୍ଳୋକ ମହଲା 3 ॥
ਮਨਮੁਖੁ ਲੋਕੁ ਸਮਝਾਈਐ ਕਦਹੁ ਸਮਝਾਇਆ ਜਾਇ ॥
ଯଦି ମନମୁଖ ବ୍ୟକ୍ତିକୁ ବୁଝାଇବା ପ୍ରୟାସ ମଧ୍ୟ କରାଯାଏ ତାହାହେଲେ ସେ ବୁଝାଇବାରେ ମଧ୍ୟ କେବେ ବୁଝେ ନାହିଁ।
ਮਨਮੁਖੁ ਰਲਾਇਆ ਨਾ ਰਲੈ ਪਇਐ ਕਿਰਤਿ ਫਿਰਾਇ ॥
ଏପରି ମନମୁଖ ପ୍ରାଣୀକୁ ଯଦି ଗୁରୁମୁଖ ସାଥିରେ ମିଶାଇବା ପ୍ରୟାସ କର ତାହାହେଲେ ମଧ୍ୟ କର୍ମ-ବନ୍ଧନ କାରଣରୁ ଜନ୍ମ ମୃତ୍ୟୁ ଚକ୍ରରେ ବୁଲୁଥାଏ।
ਲਿਵ ਧਾਤੁ ਦੁਇ ਰਾਹ ਹੈ ਹੁਕਮੀ ਕਾਰ ਕਮਾਇ ॥
ପ୍ରଭୁଙ୍କ ପ୍ରୀତି ଓ ମାୟାର ଲଗ୍ନ ଦୁଇଟି ମାର୍ଗ ଅଟେ, ମନୁଷ୍ୟ କେଉଁ କର୍ମ କରିଥାଏ, ଅର୍ଥାତ, କେଉଁ ମାର୍ଗରେ ଚାଲୁଥାଏ, ତାହା ପ୍ରଭୁଙ୍କ ଇଚ୍ଛା ଉପରେ ନିର୍ଭର କରିଥାଏ।
ਗੁਰਮੁਖਿ ਆਪਣਾ ਮਨੁ ਮਾਰਿਆ ਸਬਦਿ ਕਸਵਟੀ ਲਾਇ ॥
ଗୁରୁବାଣୀର କଷଟିକୁ ଅଭ୍ୟାସ କରିବା ଦ୍ଵାରା ଗୁରୁମୁଖ ନିଜ ମନକୁ ବଶ କରିନେଇଛି।
ਮਨ ਹੀ ਨਾਲਿ ਝਗੜਾ ਮਨ ਹੀ ਨਾਲਿ ਸਥ ਮਨ ਹੀ ਮੰਝਿ ਸਮਾਇ ॥
ନିଜ ମନ ସାଥିରେ ସେ ବିବାଦ କରିଥାଏ, ମନ ସାଥିରେ ହିଁ ସେ ପରମର୍ଶର କଥା କରିଥାଏ ଆଉ ମନ ସାଥିରେ ହିଁ ସେ ସଂଘର୍ଷ ପାଇଁ ଜୁଟିଥାଏ।
ਮਨੁ ਜੋ ਇਛੇ ਸੋ ਲਹੈ ਸਚੈ ਸਬਦਿ ਸੁਭਾਇ ॥
ସଚ୍ଚା ଗୁରୁବାଣୀର ପ୍ରୀତି ଦ୍ଵାରା ମନୁଷ୍ୟ ସବୁ କିଛି ପାଇନିଏ, ଯାହା କିଛି ସେ ଚାହେଁ।
ਅੰਮ੍ਰਿਤ ਨਾਮੁ ਸਦ ਭੁੰਚੀਐ ਗੁਰਮੁਖਿ ਕਾਰ ਕਮਾਇ ॥
ସେ ସର୍ବଦା ଅମୃତ ନାମର ପାନ କରିଥାଏ ଆଉ ଗୁରୁଙ୍କ ଉପଦେଶ ଅନୁସାରେ କର୍ମ କରିଥାଏ।
ਵਿਣੁ ਮਨੈ ਜਿ ਹੋਰੀ ਨਾਲਿ ਲੁਝਣਾ ਜਾਸੀ ਜਨਮੁ ਗਵਾਇ ॥
ଯିଏ ନିଜ ମନ ବ୍ୟତୀତ ଅନ୍ୟ କାହା ସହିତ ଝଗଡା କରିଥାଏ, ସେ ନିଜ ଜୀବନ ବ୍ୟର୍ଥ କରି ଚାଲିଯାଏ।
ਮਨਮੁਖੀ ਮਨਹਠਿ ਹਾਰਿਆ ਕੂੜੁ ਕੁਸਤੁ ਕਮਾਇ ॥
ମନର ଜିଦି ଆଉ ମିଥ୍ୟା କୁତ୍ସା କର୍ମ ଦ୍ଵାରା ମନମୁଖ ପ୍ରାଣୀ ଜୀବନର ଖେଳ ହାରିଯାଏ।
ਗੁਰ ਪਰਸਾਦੀ ਮਨੁ ਜਿਣੈ ਹਰਿ ਸੇਤੀ ਲਿਵ ਲਾਇ ॥
ବିବେକବାନ ଗୁରୁମୁଖ ଗୁରୁଙ୍କ ଦୟାରୁ ନିଜ ମନ୍ଦ ଅହଂକାର ଉପରେ ବିଜୟ ପାଇନିଏ ଆଉ ତାହାରି ପ୍ରୀତି ହରିଙ୍କ ସାଥିରେ ଲାଗିଯାଏ।
ਨਾਨਕ ਗੁਰਮੁਖਿ ਸਚੁ ਕਮਾਵੈ ਮਨਮੁਖਿ ਆਵੈ ਜਾਇ ॥੨॥
ହେ ନାନକ! ଗୁରୁମୁଖ ସତ୍ୟ ନାମର ଅର୍ଜନ କରିଥାଏ ଆଉ ମନମୁଖ ପ୍ରାଣୀ ଜନ୍ମ ମୃତ୍ୟୁ ଚକ୍ରରେ ପଡିରହିଥାଏ ॥2॥
ਪਉੜੀ ॥
ପଉଡି ॥
ਹਰਿ ਕੇ ਸੰਤ ਸੁਣਹੁ ਜਨ ਭਾਈ ਹਰਿ ਸਤਿਗੁਰ ਕੀ ਇਕ ਸਾਖੀ ॥
ହେ ଭଗବାନଙ୍କ ସନ୍ଥ, ଭାଇ! ଭଗବାନ ରୂପୀ ସଦଗୁରୁଙ୍କ ଏକ କଥା ଶୁଣ।
ਜਿਸੁ ਧੁਰਿ ਭਾਗੁ ਹੋਵੈ ਮੁਖਿ ਮਸਤਕਿ ਤਿਨਿ ਜਨਿ ਲੈ ਹਿਰਦੈ ਰਾਖੀ ॥
ଯେଉଁ ବ୍ୟକ୍ତିର କପାଳରେ ପ୍ରାରମ୍ଭରୁ ହିଁ ତାହାର ଭାଗ୍ୟରେ ଲେଖା ହୋଇଥାଏ, ସେ ଏହି କଥାକୁ ଶୁଣି ନିଜ ହୃଦୟରେ ବସାଏ।
ਹਰਿ ਅੰਮ੍ਰਿਤ ਕਥਾ ਸਰੇਸਟ ਊਤਮ ਗੁਰ ਬਚਨੀ ਸਹਜੇ ਚਾਖੀ ॥
ଭଗବାନଙ୍କ ଅମୃତ କଥା ସର୍ବୋତ୍ତମ ଏବଂ ଶ୍ରେଷ୍ଠ ଅଟେ; ଗୁରୁଙ୍କ ବାଣୀ ଦ୍ଵାରା ତାହାର ସ୍ଵାଦ ସ୍ଵାଭାବିକ ଭାବରେ ପ୍ରାପ୍ତ ହୋଇଥାଏ।
ਤਹ ਭਇਆ ਪ੍ਰਗਾਸੁ ਮਿਟਿਆ ਅੰਧਿਆਰਾ ਜਿਉ ਸੂਰਜ ਰੈਣਿ ਕਿਰਾਖੀ ॥
ତାହାର ହୃଦୟରେ ପ୍ରଭୁଙ୍କ ଜ୍ୟୋତିର ପ୍ରକାଶ ହୋଇଯାଏ; ତାହାର ହୃଦୟରୁ ଅଜ୍ଞାନ ରୂପୀ ଅନ୍ଧକାର ଦୂର ହୋଇଯାଏ ଯେପରି ସୂର୍ଯ୍ୟ ରାତ୍ରିର ଅନ୍ଧାରକୁ ନାଶ କରିଥାଏ।
ਅਦਿਸਟੁ ਅਗੋਚਰੁ ਅਲਖੁ ਨਿਰੰਜਨੁ ਸੋ ਦੇਖਿਆ ਗੁਰਮੁਖਿ ਆਖੀ ॥੧੨॥
ଗୁରୁମୁଖ ନିଜ ନେତ୍ର ଦ୍ଵାରା ସେହି ଅଦୃଷ୍ଟ, ଅଗୋଚର, ଅଲକ୍ଷ୍ୟ ପରମେଶ୍ଵରଙ୍କ ସାକ୍ଷାତ ଦର୍ଶନ କରିନିଏ। ॥12॥