ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥
ਸਤਿਗੁਰੁ ਸੇਵੇ ਆਪਣਾ ਸੋ ਸਿਰੁ ਲੇਖੈ ਲਾਇ ॥
ଯେଉଁ ବ୍ୟକ୍ତି ନିଜେ ସଦଗୁରୁଙ୍କ ସେବା କରିଥାଏ, ସେ ନିଜ ମୁଣ୍ଡ ପ୍ରଭୁଙ୍କ ଲେଖାରେ ଲଗାଇଦିଏ, ଅର୍ଥାତ, ସେ ନିଜ ଜନ୍ମ ସଫଳ କରିଦିଏ।
ਵਿਚਹੁ ਆਪੁ ਗਵਾਇ ਕੈ ਰਹਨਿ ਸਚਿ ਲਿਵ ਲਾਇ ॥
ଏପରି ମନୁଷ୍ୟ ଅହଂକାର ନାଶ କରି ସତ୍ୟ ସ୍ୱରୂପ ଈଶ୍ଵରଙ୍କ ପ୍ରୀତିରେ ଲୀନ ରହିଥାଏ।
ਸਤਿਗੁਰੁ ਜਿਨੀ ਨ ਸੇਵਿਓ ਤਿਨਾ ਬਿਰਥਾ ਜਨਮੁ ਗਵਾਇ ॥
ଯିଏ ସଦଗୁରୁଙ୍କ ସେବା କରି ନାହିଁ, ସେହି ମନୁଷ୍ୟ ନିଜ ବ୍ୟର୍ଥରେ ହରାଇଦିଏ।
ਨਾਨਕ ਜੋ ਤਿਸੁ ਭਾਵੈ ਸੋ ਕਰੇ ਕਹਣਾ ਕਿਛੂ ਨ ਜਾਇ ॥੧॥
ହେ ନାନକ! ପରମାତ୍ମା ତାହା କରନ୍ତି, ଯାହା ତାଙ୍କୁ ଭଲ ଲାଗିଥାଏ, ସେଥିରେ କାହାର ହସ୍ତକ୍ଷେପ ନଥାଏ ॥1॥
ਮਃ ੩ ॥
ଶ୍ଳୋକ ମହଲା 3 ॥
ਮਨੁ ਵੇਕਾਰੀ ਵੇੜਿਆ ਵੇਕਾਰਾ ਕਰਮ ਕਮਾਇ ॥
ଯାହାର ମନ ପାପରେ ଘେରି ହୋଇ ରହିଛି, ସେ ମନ୍ଦ କର୍ମ କରିଥାଏ।
ਦੂਜੈ ਭਾਇ ਅਗਿਆਨੀ ਪੂਜਦੇ ਦਰਗਹ ਮਿਲੈ ਸਜਾਇ ॥
ଜ୍ଞାନହୀନ ମନୁଷ୍ୟ ମାୟାର ମୋହରେ ଫସି ମାୟାର ପୂଜା କରିଥାଏ।
ਆਤਮ ਦੇਉ ਪੂਜੀਐ ਬਿਨੁ ਸਤਿਗੁਰ ਬੂਝ ਨ ਪਾਇ ॥
ଯାହାର ଫଳ ସ୍ୱରୂପ ତାହାକୁ ଭଗବାନଙ୍କ ଦରବାରରେ ଦଣ୍ଡ ମିଳିଥାଏ; ଏଣୁ, ଆମକୁ ସର୍ବଦା ଭଗବାନଙ୍କ ପୂଜା କରିବା ଆବଶ୍ୟକ, ପରନ୍ତୁ, ସଦଗୁରୁଙ୍କ ବିନା ମନୁଷ୍ୟକୁ ଜ୍ଞାନ ମିଳେ ନାହିଁ।
ਜਪੁ ਤਪੁ ਸੰਜਮੁ ਭਾਣਾ ਸਤਿਗੁਰੂ ਕਾ ਕਰਮੀ ਪਲੈ ਪਾਇ ॥
ସଦଗୁରୁଙ୍କ ଅଜ୍ଞାରେ ରହୁଥିବା ପ୍ରାଣୀକୁ ଈଶ୍ଵରଙ୍କ ଦୟାରୁ ଜପ-ତପ, ସଂଯମ ସବୁ କିଛି ସ୍ଵାଭାବିକ ଭାବରେ ମିଳିଯାଏ।
ਨਾਨਕ ਸੇਵਾ ਸੁਰਤਿ ਕਮਾਵਣੀ ਜੋ ਹਰਿ ਭਾਵੈ ਸੋ ਥਾਇ ਪਾਇ ॥੨॥
ହେ ନାନକ! ଭଗବାନଙ୍କ ସେବା-ଭକ୍ତି ତାହାଙ୍କ ଚରଣରେ ମନ ଲଗାଇବା ଦ୍ଵାରା ହୋଇଥାଏ; ଭଗବାନଙ୍କୁ ଯାହା ଭଲ ଲାଗିଥାଏ, ତାହାହିଁ ତାଙ୍କୁ ସ୍ଵୀକାର ହୋଇଥାଏ। ॥2॥
ਪਉੜੀ ॥
ପଉଡି ॥
ਹਰਿ ਹਰਿ ਨਾਮੁ ਜਪਹੁ ਮਨ ਮੇਰੇ ਜਿਤੁ ਸਦਾ ਸੁਖੁ ਹੋਵੈ ਦਿਨੁ ਰਾਤੀ ॥
ହେ ମୋର ମନ! ସେହି ହରି-ପରମେଶ୍ଵରଙ୍କ ନାମର ସଦା ଭଜନ କର, ଯାହା ଦ୍ଵାରା ତୁମକୁ ଦିନ ରାତି ସର୍ବଦା ସୁଖ ଉପଲବ୍ଧ ହୋଇଥାଏ।
ਹਰਿ ਹਰਿ ਨਾਮੁ ਜਪਹੁ ਮਨ ਮੇਰੇ ਜਿਤੁ ਸਿਮਰਤ ਸਭਿ ਕਿਲਵਿਖ ਪਾਪ ਲਹਾਤੀ ॥
ହେ ମୋର ମନ! ତୁ ହରିନାମର ଭଜନ କର, ଯାହାର ସ୍ମରଣ କରିବା ଦ୍ଵାରା ତୋର ପାପ ଦୂର ହୋଇଯାଏ।
ਹਰਿ ਹਰਿ ਨਾਮੁ ਜਪਹੁ ਮਨ ਮੇਰੇ ਜਿਤੁ ਦਾਲਦੁ ਦੁਖ ਭੁਖ ਸਭ ਲਹਿ ਜਾਤੀ ॥
ହେ ମୋର ମନ! ସେହି ହରି-ପରମେଶ୍ଵରଙ୍କ ନାମର ଜପ କର, ଯାହାଦ୍ୱାରା ଦରିଦ୍ରତା, ଦୁଃଖ ଏବଂ ଭୋକ ସବୁ ଦୂର ହୋଇଯାଏ।
ਹਰਿ ਹਰਿ ਨਾਮੁ ਜਪਹੁ ਮਨ ਮੇਰੇ ਮੁਖਿ ਗੁਰਮੁਖਿ ਪ੍ਰੀਤਿ ਲਗਾਤੀ ॥
ହେ ମୋର ମନ! ତୁ ହରିନାମର ଚିନ୍ତନ କର, ଯାହା ଦ୍ଵାରା ଜିଜ୍ଞାସୁର ସଦଗୁରୁଙ୍କ ସହିତ ଆସକ୍ତି ହୋଇଥାଏ।
ਜਿਤੁ ਮੁਖਿ ਭਾਗੁ ਲਿਖਿਆ ਧੁਰਿ ਸਾਚੈ ਹਰਿ ਤਿਤੁ ਮੁਖਿ ਨਾਮੁ ਜਪਾਤੀ ॥੧੩॥
ଯାହାର କପାଳରେ ପରମେଶ୍ଵର ଭାଗ୍ୟ ଲେଖିଛନ୍ତି, ସେ ନିଜ ମୁଖରେ ହରିନାମର ଭଜନ କରିଥାଏ ॥13॥
ਸਲੋਕ ਮਃ ੩ ॥:
ଶ୍ଳୋକ ମହଲା 3 ॥
ਸਤਿਗੁਰੁ ਜਿਨੀ ਨ ਸੇਵਿਓ ਸਬਦਿ ਨ ਕੀਤੋ ਵੀਚਾਰੁ ॥
ଯେଉଁ ପ୍ରାଣୀ ସଦଗୁରୁଙ୍କ ସେବା କରେ ନାହିଁ ଆଉ ନା ସେ ଗୁରୁ ଶବ୍ଦର ଚିନ୍ତନ କରିଥାଏ,
ਅੰਤਰਿ ਗਿਆਨੁ ਨ ਆਇਓ ਮਿਰਤਕੁ ਹੈ ਸੰਸਾਰਿ ॥
ତାହାର ଅନ୍ତଃ ମନରେ ଜ୍ଞାନ ପ୍ରବେଶ କରେ ନାହିଁ ଆଉ ସେ ଏହି ଜଗତରେ ମୃତକ ସମାନ ଅଟେ।
ਲਖ ਚਉਰਾਸੀਹ ਫੇਰੁ ਪਇਆ ਮਰਿ ਜੰਮੈ ਹੋਇ ਖੁਆਰੁ ॥
ଏପରି ପ୍ରାଣୀ ଚଉରାଅଶି ଲକ୍ଷ୍ୟ ଯୋନିରେ ଚକ୍ର କାଟିଥାଏ ଆଉ ଜନ୍ମ ମୃତ୍ୟୁ ଚକ୍ରରେ ପଡି ନଷ୍ଟ ହୋଇଯାଏ।
ਸਤਿਗੁਰ ਕੀ ਸੇਵਾ ਸੋ ਕਰੇ ਜਿਸ ਨੋ ਆਪਿ ਕਰਾਏ ਸੋਇ ॥
ସଦଗୁରୁଙ୍କ ସେବା ସେ କରିଥାଏ, ଯାହା ଦ୍ଵାରା ପ୍ରଭୁ ସ୍ଵୟଂ କରାନ୍ତି।
ਸਤਿਗੁਰ ਵਿਚਿ ਨਾਮੁ ਨਿਧਾਨੁ ਹੈ ਕਰਮਿ ਪਰਾਪਤਿ ਹੋਇ ॥
ସଦଗୁରୁଙ୍କ ଠାରେ ନାମ ରୂପୀ ଖଜଣା ଅଛି, ଯାହା ପ୍ରଭୁଙ୍କ ଦୟାରୁ ଉପଲବ୍ଧ ହୋଇଥାଏ।
ਸਚਿ ਰਤੇ ਗੁਰ ਸਬਦ ਸਿਉ ਤਿਨ ਸਚੀ ਸਦਾ ਲਿਵ ਹੋਇ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ବାଣୀ ଦ୍ଵାରା ସତ୍ୟ ପ୍ରଭୁଙ୍କ ପ୍ରେମରେ ମଗ୍ନ ରହିଥାଏ, ତାହାର ସଚ୍ଚା ମନ ସର୍ବଦା ହିଁ ପ୍ରଭୁଙ୍କ ଠାରେ ଲାଗି ରହିଥାଏ।
ਨਾਨਕ ਜਿਸ ਨੋ ਮੇਲੇ ਨ ਵਿਛੁੜੈ ਸਹਜਿ ਸਮਾਵੈ ਸੋਇ ॥੧॥
ହେ ନାନକ! ଯାହାକୁ ପରମାତ୍ମା ନିଜ ସାଥିରେ ମିଳନ କରାନ୍ତି, ସେ ତାଙ୍କ ଠାରୁ କେବେ ମଧ୍ୟ ବିଚ୍ଛେଦ ହୁଏ ନାହିଁ ଆଉ ସ୍ଵାଭାବିକ ଭାବରେ ତାଙ୍କ ଠାରେ ଲୀନ ହୋଇଯାଏ। ॥1॥
ਮਃ ੩ ॥
ମହଲା 3 ॥
ਸੋ ਭਗਉਤੀ ਜੋੁ ਭਗਵੰਤੈ ਜਾਣੈ ॥
ଭଗବତ ଭକ୍ତଙ୍କ ପଦ ତାଙ୍କରି ଦ୍ଵାରା ଦିଆଯାଇ ପାରିବ, ଯିଏ ଭଗବାନଙ୍କୁ ଜାଣିଥାଏ।
ਗੁਰ ਪਰਸਾਦੀ ਆਪੁ ਪਛਾਣੈ ॥
ଗୁରୁଙ୍କ କୃପାରୁ ସେ ନିଜ ସ୍ଵରୂପକୁ ଜାଣି ନିଏ।
ਧਾਵਤੁ ਰਾਖੈ ਇਕਤੁ ਘਰਿ ਆਣੈ ॥
ସେ ନିଜର ପଥଭ୍ରଷ୍ଟ ମନକୁ ସଂଯମିତ କରି ଏକ ସ୍ଥାନରେ ସ୍ଥିର କରିଦିଏ।
ਜੀਵਤੁ ਮਰੈ ਹਰਿ ਨਾਮੁ ਵਖਾਣੈ ॥
ସେ ଜୀବିତ ହିଁ ମୃତକ ସମାନ ରହିଥାଏ ଆଉ ହରିନାମର ଜପ କରିଥାଏ।
ਐਸਾ ਭਗਉਤੀ ਉਤਮੁ ਹੋਇ ॥
ଏପରି ଭଗବତ ଭକ୍ତ ହିଁ ଉତ୍ତମ ହୋଇଥାନ୍ତି;
ਨਾਨਕ ਸਚਿ ਸਮਾਵੈ ਸੋਇ ॥੨॥
ହେ ନାନକ! ସେ ସତ୍ୟ(ପରମାତ୍ମା) ଠାରେ ହିଁ ଲୀନ ହୋଇଯାଏ ॥2॥
ਮਃ ੩ ॥
ମହଲା 3 ॥
ਅੰਤਰਿ ਕਪਟੁ ਭਗਉਤੀ ਕਹਾਏ ॥
ଯେଉଁ ବ୍ୟକ୍ତିଙ୍କ ହୃଦୟରେ ଛଳ, କପଟ ଥାଏ ଆଉ ସେ ନିଜେ ନିଜକୁ ସଚ୍ଚା ଭକ୍ତ କୁହେ,
ਪਾਖੰਡਿ ਪਾਰਬ੍ਰਹਮੁ ਕਦੇ ਨ ਪਾਏ ॥
ଏପରି ପ୍ରବଞ୍ଚକ ବ୍ୟକ୍ତି ପରମାତ୍ମାଙ୍କୁ କେବେ ମଧ୍ୟ ପ୍ରାପ୍ତ କରିପାରେ ନାହିଁ।
ਪਰ ਨਿੰਦਾ ਕਰੇ ਅੰਤਰਿ ਮਲੁ ਲਾਏ ॥
ଯେଉଁ ବ୍ୟକ୍ତି ପରର ନିନ୍ଦା କରିଥାଏ, ସେ ନିଜ ହୃଦୟରେ ଅହଙ୍କାରର ମଇଳା ଲଗାଇଥାଏ।
ਬਾਹਰਿ ਮਲੁ ਧੋਵੈ ਮਨ ਕੀ ਜੂਠਿ ਨ ਜਾਏ ॥
ସେ ସ୍ନାନ କରି ବାହାରୁ ଶରୀରର ମଇଳାକୁ ଧୋଇଥାଏ, କିନ୍ତୁ, ତାହାର ମନର ଅପବିତ୍ରତା ଦୂର ହୁଏ ନାହିଁ।
ਸਤਸੰਗਤਿ ਸਿਉ ਬਾਦੁ ਰਚਾਏ ॥
ସାଧୁ-ସନ୍ଥ ସହିତ ସେ ବିବାଦ ସୃଷ୍ଟି କରିନିଏ।
ਨਦਿਨੁ ਦੁਖੀਆ ਦੂਜੈ ਭਾਇ ਰਚਾਏ ॥
ସେ ଦୈତ୍ୟ-ଭାବରେ ମଗ୍ନ ରହି ଦିନ ରାତି ଦୁଃଖୀ ରହିଥାଏ।
ਹਰਿ ਨਾਮੁ ਨ ਚੇਤੈ ਬਹੁ ਕਰਮ ਕਮਾਏ ॥
ସେ ହରିନାମର ଚିନ୍ତନ କରେ ନାହିଁ ଆଉ ଅଧିକ କର୍ମ କାଣ୍ଡ କରିଥାଏ।
ਪੂਰਬ ਲਿਖਿਆ ਸੁ ਮੇਟਣਾ ਨ ਜਾਏ ॥
ଯାହା କିଛି ତାହାର ଭାଗ୍ୟରେ ପୂର୍ବ ଜନ୍ମର କର୍ମ ଦ୍ଵାରା ଲେଖାଯାଇଥାଏ, ତାହା ଦୂର କରାଯାଇ ପାରିବ ନାହିଁ।
ਨਾਨਕ ਬਿਨੁ ਸਤਿਗੁਰ ਸੇਵੇ ਮੋਖੁ ਨ ਪਾਏ ॥੩॥
ହେ ନାନକ! ସଦଗୁରୁଙ୍କ ସେବା ବିନା ସେ ମୁକ୍ତି ପ୍ରାପ୍ତ କରିପାରେ ନାହିଁ ॥3॥
ਪਉੜੀ ॥
ପଉଡି ॥
ਸਤਿਗੁਰੁ ਜਿਨੀ ਧਿਆਇਆ ਸੇ ਕੜਿ ਨ ਸਵਾਹੀ ॥
ଯେଉଁ ବ୍ୟକ୍ତି ସଦଗୁରୁଙ୍କ ସ୍ମରଣ କରିଥାଏ, ସେ ଜଳି ପାଉଁଶ ହୁଏ ନାହିଁ।
ਸਤਿਗੁਰੁ ਜਿਨੀ ਧਿਆਇਆ ਸੇ ਤ੍ਰਿਪਤਿ ਅਘਾਹੀ ॥
ଯେଉଁ ବ୍ୟକ୍ତି ସଦଗୁରୁଙ୍କ ଚିନ୍ତନ କରିଥାଏ, ସେ ସନ୍ତୁଷ୍ଟ ଆଉ ତୃପ୍ତ ହୋଇଯାଏ।
ਸਤਿਗੁਰੁ ਜਿਨੀ ਧਿਆਇਆ ਤਿਨ ਜਮ ਡਰੁ ਨਾਹੀ ॥
ଯେଉଁ ବ୍ୟକ୍ତି ସଦଗୁରୁଙ୍କ ଧ୍ୟାନ କରିଥାଏ, ତାହାକୁ ମୃତ୍ୟୁର କୌଣସି ଭୟ ନଥାଏ।