Odia Page 871

ਮਨ ਕਠੋਰੁ ਅਜਹੂ ਨ ਪਤੀਨਾ ॥
ତାହାର କଠୋର ମନ ପୁଣି ସନ୍ତୁଷ୍ଟ ହୁଏନାହିଁ।      

ਕਹਿ ਕਬੀਰ ਹਮਰਾ ਗੋਬਿੰਦੁ ॥
କବୀର କହନ୍ତି ଯେ ଗୋବିନ୍ଦ ଆମର ରଖୁଆଳ ଅଟନ୍ତି,          

ਚਉਥੇ ਪਦ ਮਹਿ ਜਨ ਕੀ ਜਿੰਦੁ ॥੪॥੧॥੪॥
ଭକ୍ତର ପ୍ରାଣ ଚତୁର୍ଥ ଅବସ୍ଥାରେ ବାସ କରିଥାଏ||4||1||4||         

ਗੋਂਡ ॥
ଗୋଣ୍ଡ॥ 

ਨਾ ਇਹੁ ਮਾਨਸੁ ਨਾ ਇਹੁ ਦੇਉ ॥
ଏହି ଆତ୍ମା ନା ମନୁଷ୍ୟ ଅଟେ ଆଉ ନା ଦେବତା ଅଟେ।       

ਨਾ ਇਹੁ ਜਤੀ ਕਹਾਵੈ ਸੇਉ ॥
ନା ଏହାକୁ ବ୍ରହ୍ମଚାରୀ ଆଉ ନା ଶୈବ କୁହାଯାଏ।                                            

ਨਾ ਇਹੁ ਜੋਗੀ ਨਾ ਅਵਧੂਤਾ ॥
ନା ଏହି କୌଣସି ଯୋଗୀ ଅଟେ ଆଉ ନା କୌଣସି ଅବଧୂତ ଅଟେ।     

ਨਾ ਇਸੁ ਮਾਇ ਨ ਕਾਹੂ ਪੂਤਾ ॥੧॥
ନା ଏହାକୁ କେହି ଜନ୍ମ ଦେବା ବାଲା ମାତା ଅଛନ୍ତି ଆଉ ଏହା କାହାର ପୁତ୍ର ଅଟେ॥1॥          

ਇਆ ਮੰਦਰ ਮਹਿ ਕੌਨ ਬਸਾਈ ॥
କାୟା ରୂପୀ ମନ୍ଦିରରେ କିଏ ନିବାସ କରୁଅଛି,        

ਤਾ ਕਾ ਅੰਤੁ ਨ ਕੋਊ ਪਾਈ ॥੧॥ ਰਹਾਉ ॥
ଏହାର ରହସ୍ୟ କେହି ପାଇ ପାରି ନାହାନ୍ତି॥1॥ରୁହ॥                    

ਨਾ ਇਹੁ ਗਿਰਹੀ ਨਾ ਓਦਾਸੀ ॥
ନା ଏହା ଗୃହସ୍ଥି ଅଟେ ଆଉ ନା ବୈରାଗୀ ଅଟେ।            

ਨਾ ਇਹੁ ਰਾਜ ਨ ਭੀਖ ਮੰਗਾਸੀ ॥
ନା ଏହା ରାଜା ଅଟେ ଆଉ ନା ଭିକାରି ଅଟେ।                

ਨਾ ਇਸੁ ਪਿੰਡੁ ਨ ਰਕਤੂ ਰਾਤੀ ॥
ନା ଏହାର ଶରୀର ଅଛି ଆଉ ନା କିଛି ରକ୍ତ ଅଛି।                                

ਨਾ ਇਹੁ ਬ੍ਰਹਮਨੁ ਨਾ ਇਹੁ ਖਾਤੀ ॥੨॥
ନା ଏହା ବ୍ରାହ୍ମଣ ଅଟେ ଆଉ ନା କ୍ଷତ୍ରିୟ ଅଟେ॥3॥  

ਨਾ ਇਹੁ ਤਪਾ ਕਹਾਵੈ ਸੇਖੁ ॥
ଏହା କୌଣସି ତପସ୍ଵୀ ଅଥବା ଶେଖ ନୁହନ୍ତି।                            

ਨਾ ਇਹੁ ਜੀਵੈ ਨ ਮਰਤਾ ਦੇਖੁ ॥
ନା ଏହା ଜୀବିତ ଦେଖାଯାଏ ଆଉ ନା ମୃତ ଦେଖାଯାଏ।           

ਇਸੁ ਮਰਤੇ ਕਉ ਜੇ ਕੋਊ ਰੋਵੈ ॥
ଯଦି କେହି ଏହି ଆତ୍ମାକୁ ମୃତ ଭାବି କ୍ରନ୍ଦନ କରିଥାଏ, ତାହାହେଲେ                   

ਜੋ ਰੋਵੈ ਸੋਈ ਪਤਿ ਖੋਵੈ ॥੩॥
ସେ ନିଜର ଇଜ୍ଜତ ହରାଇ ଥାଏ॥3॥       

ਗੁਰ ਪ੍ਰਸਾਦਿ ਮੈ ਡਗਰੋ ਪਾਇਆ ॥
ଗୁରୁଙ୍କ କୃପାରୁ ମୁଁ ସତମାର୍ଗ ପାଇ ଯାଇଛି ଏବଂ    

ਜੀਵਨ ਮਰਨੁ ਦੋਊ ਮਿਟਵਾਇਆ ॥
ଜନ୍ମ-ମରଣ ଦୂର କରି ଦେଇଛି।    

ਕਹੁ ਕਬੀਰ ਇਹੁ ਰਾਮ ਕੀ ਅੰਸੁ ॥
ହେ କବୀର! ଏହି ଆତ୍ମା ରାମଙ୍କ ଅଂଶର ଅଟେ,         

ਜਸ ਕਾਗਦ ਪਰ ਮਿਟੈ ਨ ਮੰਸੁ ॥੪॥੨॥੫॥
ଯେପରି କାଗଜ ଉପରେ ଲେଖା ହୋଇଥିବା ଦାଗ କେବେ ଲିଭେ ନାହିଁ, ସେପରି ହିଁ ଆତ୍ମା କେବେ ନାଶ ହୁଏନାହିଁ||4||2||5||     

ਗੋਂਡ ॥
ଗୋଣ୍ଡ॥ 

ਤੂਟੇ ਤਾਗੇ ਨਿਖੁਟੀ ਪਾਨਿ ॥
ସୂତା ଛିଣ୍ଡି ହୋଇ ଯାଇଛି ଆଉ ମଣ୍ଡ ମଧ୍ୟ ସମାପ୍ତ ହୋଇ ଯାଇଛି,        

ਦੁਆਰ ਊਪਰਿ ਝਿਲਕਾਵਹਿ ਕਾਨ ॥
ଦ୍ଵାରରେ ତୋରଣ ଚମକୁଅଛି ଏବଂ        

ਕੂਚ ਬਿਚਾਰੇ ਫੂਏ ਫਾਲ ॥
ଏହି ବ୍ରସ ଛିଣ୍ଡି ବିଛୁରିତ ହୋଇ ପଡିଛି।                    

ਇਆ ਮੁੰਡੀਆ ਸਿਰਿ ਚਢਿਬੋ ਕਾਲ ॥੧॥
ଏହି ବାଳକ(କବୀର)ଙ୍କ ମସ୍ତକରେ କାଳ ସବାର ହୋଇ ଯାଇଛି॥1॥   

ਇਹੁ ਮੁੰਡੀਆ ਸਗਲੋ ਦ੍ਰਬੁ ਖੋਈ ॥
ଏହି ବାଳକ ନିଜ ସାରା ଧନ ହରାଇ ଦେଇଛି ଆଉ 

ਆਵਤ ਜਾਤ ਨਾਕ ਸਰ ਹੋਈ ॥੧॥ ਰਹਾਉ ॥
ଘରକୁ ଆସିଥିବା ଯାଇଥିବା ସନ୍ଥ- ମହାତ୍ମା ମୋର ନାକରେ ବଳ ଭରିଛନ୍ତି॥1॥ରୁହ॥    

ਤੁਰੀ ਨਾਰਿ ਕੀ ਛੋਡੀ ਬਾਤਾ ॥
ସେ ବୁଣିବା ଦଣ୍ଡ ଓ ଲାଠି କଥା କରିବା ଛାଡିଦିଏ ଆଉ   

ਰਾਮ ਨਾਮ ਵਾ ਕਾ ਮਨੁ ਰਾਤਾ ॥
ଏହାର ମନ ରାମନାମରେ ହିଁ ଲୀନ ହୋଇ ଯାଇଛି।

ਲਰਿਕੀ ਲਰਿਕਨ ਖੈਬੋ ਨਾਹਿ ॥
ଏହାର ପେଟ ଭରିବା ପାଇଁ ଭୋଜନ ନାହିଁ, କିନ୍ତୁ        

ਮੁੰਡੀਆ ਅਨਦਿਨੁ ਧਾਪੇ ਜਾਹਿ ॥੨॥
ସାଧୁ-ସନ୍ଥ ପେଟ ଭରି ତୃପ୍ତ ହୋଇ ଯାଇଥାନ୍ତି॥2॥       

ਇਕ ਦੁਇ ਮੰਦਰਿ ਇਕ ਦੁਇ ਬਾਟ ॥
ଜଣେ ଦୁଇ ଜଣ ସାଧୁ ଘରେ ପୂର୍ବରୁ ବସିଥାନ୍ତି ଆଉ ଆହୁରି ଜଣେ ଦୁଇଜଣ ଚାଲି ଆସିଥାନ୍ତି।       

ਹਮ ਕਉ ਸਾਥਰੁ ਉਨ ਕਉ ਖਾਟ ॥
ଆମେ ଶୋଇବା ପାଇଁ ଚଟାଣ ମିଳେନାହିଁ, କିନ୍ତୁ ସାଧୁଙ୍କୁ ଶେଜ ମିଳିଥାଏ। 

ਮੂਡ ਪਲੋਸਿ ਕਮਰ ਬਧਿ ਪੋਥੀ ॥
ସେମାନେ ନିଜ ଅଣ୍ଟାରେ ପୋଥି ବାନ୍ଧି ହାତ ମସ୍ତକରେ ହାତ ବୁଲାଇ ଘର ଆଡକୁ ଚାଲିଯାନ୍ତି।              

ਹਮ ਕਉ ਚਾਬਨੁ ਉਨ ਕਉ ਰੋਟੀ ॥੩॥
ଆମେ ଜଳଖିଆ ଖାଉ ଏବଂ ତାହାଙ୍କୁ ଭୋଜନ ଦିଆଯାଇ ଥାଏ॥3॥                    

ਮੁੰਡੀਆ ਮੁੰਡੀਆ ਹੂਏ ਏਕ ॥
ଏହି ବାଳକ ଏବଂ ସାଧୁ ନିଜ ମଧ୍ୟରେ ଏକ ହୋଇ ଯାଇଛନ୍ତି।    

ਏ ਮੁੰਡੀਆ ਬੂਡਤ ਕੀ ਟੇਕ ॥
ଏହି ସାଧୁଜନ ବୁଡିବା ଲୋକର ସାହାରା ଅଟନ୍ତି।                     

ਸੁਨਿ ਅੰਧਲੀ ਲੋਈ ਬੇਪੀਰਿ ॥
କବୀର କହନ୍ତି ଯେ ଜ୍ଞାନହୀନ ଏବଂ ବାଟବଣା ଲୋଇ! ଟିକିଏ ଶୁଣ!  

ਇਨੑ ਮੁੰਡੀਅਨ ਭਜਿ ਸਰਨਿ ਕਬੀਰ ॥੪॥੩॥੬॥
ତୁ ମଧ୍ୟ ଏହି ସାଧୁଙ୍କ ଶରଣରେ ଆସ||4||3||6||           

ਗੋਂਡ ॥
ଗୋଣ୍ଡ॥ 

ਖਸਮੁ ਮਰੈ ਤਉ ਨਾਰਿ ਨ ਰੋਵੈ ॥
ଯେତେବେଳେ ମାୟା ରୂପୀ ନାରୀର ସ୍ଵାମୀ ମରିଯାଏ, ସେ କ୍ରନ୍ଦନ କରେ ନାହିଁ,              

ਉਸੁ ਰਖਵਾਰਾ ਅਉਰੋ ਹੋਵੈ ॥
କାରଣ ତାହାଙ୍କ ରଖୁଆଳ ଅନ୍ୟ କେହି ବନି ଯାଇଥାଏ। 

ਰਖਵਾਰੇ ਕਾ ਹੋਇ ਬਿਨਾਸ ॥
ଯେତେବେଳେ ସେହି ରଖୁଆଳର ନାଶ ହୋଇଯାଏ, ସେତେବେଳେ                         

ਆਗੈ ਨਰਕੁ ਈਹਾ ਭੋਗ ਬਿਲਾਸ ॥੧॥
ଇହଲୋକରେ ଭୋଗ ବିଳାସ କରିବା ବାଲା ପରଲ୍କ୍ରେ ନରକରେ ହିଁ ପଡିଥାଏ॥1। 

ਏਕ ਸੁਹਾਗਨਿ ਜਗਤ ਪਿਆਰੀ ॥
ଏକ ମାୟା ରୂପୀ ସୁହାଗିନୀ ସାରା ଜଗତର ପ୍ରିୟ ବନି ଯାଇଛି ଏବଂ       

ਸਗਲੇ ਜੀਅ ਜੰਤ ਕੀ ਨਾਰੀ ॥੧॥ ਰਹਾਉ ॥
ସେ ସବୁ ଜୀବଙ୍କ ନାରୀ ଅଟେ॥1॥ରୁହ॥       

ਸੋਹਾਗਨਿ ਗਲਿ ਸੋਹੈ ਹਾਰੁ ॥
ମାୟା ରୂପୀ ସୁହାଗିନୀର ଗଳାରେ ବିକାରର ହାର ହିଁ ପଡିଥାଏ।           

ਸੰਤ ਕਉ ਬਿਖੁ ਬਿਗਸੈ ਸੰਸਾਰੁ ॥
ଏହି ବେଶ ସନ୍ଥଙ୍କୁ ଭଲ ଲାଗେ ନାହିଁ ଏବଂ ମନ୍ଦ ନଜର ଆଣିଥାନ୍ତି,   

ਕਰਿ ਸੀਗਾਰੁ ਬਹੈ ਪਖਿਆਰੀ ॥
ଏହି ମାୟା ରୂପୀ ନାରୀ ବେଶ୍ୟା ଭଳି ଶୃଙ୍ଗାର ଲଗାଇ ବସିଥାଏ,         

ਸੰਤ ਕੀ ਠਿਠਕੀ ਫਿਰੈ ਬਿਚਾਰੀ ॥੨॥
ପରନ୍ତୁ, ସନ୍ଥଙ୍କ ଦ୍ଵାରା ପଦାଘାତ ପାଇବା କାରଣରୁ ସେ ପଥଭ୍ରଷ୍ଟ ରହିଥାଏ॥2॥     

ਸੰਤ ਭਾਗਿ ਓਹ ਪਾਛੈ ਪਰੈ ॥
ସେ ଦୌଡି ଯାଇ ସନ୍ଥଙ୍କ ପଛରେ ପଡିଥାଏ, 

ਗੁਰ ਪਰਸਾਦੀ ਮਾਰਹੁ ਡਰੈ ॥
କିନ୍ତୁ ଗୃପା ଦ୍ଵାରା ମାଡକୁ ମଧ୍ୟ ଡରିଥାଏ।      

ਸਾਕਤ ਕੀ ਓਹ ਪਿੰਡ ਪਰਾਇਣਿ ॥
ଶାକ୍ତ ଜୀବର ପୋଷଣ କରିବା ବାଲା ପ୍ରବଞ୍ଚକ ଅଟେ।            

ਹਮ ਕਉ ਦ੍ਰਿਸਟਿ ਪਰੈ ਤ੍ਰਖਿ ਡਾਇਣਿ ॥੩॥
ପରନ୍ତୁ ମୋତେ ସେ ରକ୍ତ ପିପାସୁ ଡାହାଣୀ ପ୍ରତୀତ ହୋଇଥାଏ॥3॥      

ਹਮ ਤਿਸ ਕਾ ਬਹੁ ਜਾਨਿਆ ਭੇਉ ॥
ମୁଁ ଏହାର ସାରା ଭେଦ ଜାଣି ଦେଇଛି,                    

ਜਬ ਹੂਏ ਕ੍ਰਿਪਾਲ ਮਿਲੇ ਗੁਰਦੇਉ ॥
ଯେତେବେଳେ କୃପାଳୁ ହୋଇ ଗୁରୁଦେବ ମିଳି ଯାଇଛନ୍ତି।    

ਕਹੁ ਕਬੀਰ ਅਬ ਬਾਹਰਿ ਪਰੀ ॥
କବୀର ଜୀ କହନ୍ତି ଯେ ଏବେ ଏହି ମାୟା ମୋର ମନରୁ ବାହାରି ଯାଇଛି ଏବଂ             

ਸੰਸਾਰੈ ਕੈ ਅੰਚਲਿ ਲਰੀ ॥੪॥੪॥੭॥
ସଂସାରର ଲୋକଙ୍କ ପାଖରେ ତଥାପି ଲାଗି ରହିଛି||4||4||7||    

error: Content is protected !!