ਸੰਤਨ ਕੇ ਪ੍ਰਾਣ ਅਧਾਰ ॥
ଆଉ ସେ ସନ୍ଥଙ୍କ ପ୍ରାଣର ଆଧାର ଅଟନ୍ତି।
ਊਚੇ ਤੇ ਊਚ ਅਪਾਰ ॥੩॥
ସେ ସବୁଙ୍କ ଠାରୁ ଉଚ୍ଚ ଏବଂ ଅପରାମ୍ପର ଅଟନ୍ତି॥3॥
ਸੁ ਮਤਿ ਸਾਰੁ ਜਿਤੁ ਹਰਿ ਸਿਮਰੀਜੈ ॥
ତାହା ହିଁ ସୁମତି ଅଟେ, ଯାହା ଦ୍ଵାରା ଭଗବାନଙ୍କ ସ୍ମରଣ କରାଯାଇ ଥାଏ।
ਕਰਿ ਕਿਰਪਾ ਜਿਸੁ ਆਪੇ ਦੀਜੈ ॥
ସେ ଯାହା ଉପରେ କୃପା ଦୃଷ୍ଟି କରିଥାନ୍ତି, ତାହାକୁ ହିଁ ସୁମତି ଦେଇଥାନ୍ତି।
ਸੂਖ ਸਹਜ ਆਨੰਦ ਹਰਿ ਨਾਉ ॥
ହରିଙ୍କ ନାମ ପରମ ସୁଖ ଓ ଆନନ୍ଦ ପ୍ରଦାନ କରିଥାଏ,
ਨਾਨਕ ਜਪਿਆ ਗੁਰ ਮਿਲਿ ਨਾਉ ॥੪॥੨੭॥੩੮॥
ଏଣୁ ହେ ନାନକ! ଗୁରୁଙ୍କ ସହିତ ମିଶି ନାମ ହିଁ ଜପ କରିଛି||4||27||38||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥
ਸਗਲ ਸਿਆਨਪ ਛਾਡਿ ॥
ନିଜର ସବୁ ଚତୁରତା ତ୍ୟାଗ କର ଆଉ
ਕਰਿ ਸੇਵਾ ਸੇਵਕ ਸਾਜਿ ॥
ସେବକ ବନି ଗୁରୁଙ୍କ ସେବା କର।
ਅਪਨਾ ਆਪੁ ਸਗਲ ਮਿਟਾਇ ॥
ଯିଏ ନିଜର ସାରା ଅହଂତ୍ଵ ଦୂର କରି ଦେଇଥାଏ,
ਮਨ ਚਿੰਦੇ ਸੇਈ ਫਲ ਪਾਇ ॥੧॥
ତାହାକୁ ମନୋବାଞ୍ଚିତ ଫଳ ପ୍ରାପ୍ତ ହୋଇଥାଏ||1||
ਹੋਹੁ ਸਾਵਧਾਨ ਅਪੁਨੇ ਗੁਰ ਸਿਉ ॥
ନିଜ ଗୁରୁଙ୍କ ପାଖରେ ସାବଧାନତା ସହିତ ରୁହ,
ਆਸਾ ਮਨਸਾ ਪੂਰਨ ਹੋਵੈ ਪਾਵਹਿ ਸਗਲ ਨਿਧਾਨ ਗੁਰ ਸਿਉ ॥੧॥ ਰਹਾਉ ॥
ଆଶା-ଅଭିଲାଷ ସବୁ ପୂର୍ଣ୍ଣ ହୋଇଯିବ ଆଉ ଗୁରୁଙ୍କ ଠାରୁ ସର୍ବ ଭଣ୍ଡାର ହାସଲ ହେବ॥1॥ରୁହ॥
ਦੂਜਾ ਨਹੀ ਜਾਨੈ ਕੋਇ ॥
ଅନ୍ୟ କେହି ଜାଣନ୍ତି ନାହିଁ ଯେ
ਸਤਗੁਰੁ ਨਿਰੰਜਨੁ ਸੋਇ ॥
ସଦଗୁରୁ ହିଁ ନିରଞ୍ଜନ ଅଟନ୍ତି।
ਮਾਨੁਖ ਕਾ ਕਰਿ ਰੂਪੁ ਨ ਜਾਨੁ ॥
ଗୁରୁଙ୍କୁ ମନୁଷ୍ୟର ରୂପ ଭାବ ନାହିଁ।
ਮਿਲੀ ਨਿਮਾਨੇ ਮਾਨੁ ॥੨॥
ମୋ’ ଭଳି ନାମହୀନକୁ ମଧ୍ୟ ତାହାଙ୍କ ଦ୍ଵାରରେ ସମାନ ମିଳିଅଛି॥2॥
ਗੁਰ ਕੀ ਹਰਿ ਟੇਕ ਟਿਕਾਇ ॥
ଭଗବାନଙ୍କ ରୁ ଗୁରୁଙ୍କ ସାହାରା ନିଅ,
ਅਵਰ ਆਸਾ ਸਭ ਲਾਹਿ ॥
ଅନ୍ୟ ସବୁ ଆଶା ତ୍ୟାଗ କର।
ਹਰਿ ਕਾ ਨਾਮੁ ਮਾਗੁ ਨਿਧਾਨੁ ॥
ଗୁରୁଙ୍କ ଠାରୁ ହିଁ ହରିନାମର ଭଣ୍ଡାର ଆଶା କର,
ਤਾ ਦਰਗਹ ਪਾਵਹਿ ਮਾਨੁ ॥੩॥
ତାହାହେଲେ ଦରବାରରେ ଆଦର ପ୍ରାପ୍ତ ହୋଇଯିବ॥3॥
ਗੁਰ ਕਾ ਬਚਨੁ ਜਪਿ ਮੰਤੁ ॥
ଗୁରୁ ବଚନର ଜପ କର, ଏହା ମନ୍ତ୍ର ଅଟେ,
ਏਹਾ ਭਗਤਿ ਸਾਰ ਤਤੁ ॥
ଏହା ଭକ୍ତିର ସାର ତତ୍ତ୍ଵ ଅଟେ।
ਸਤਿਗੁਰ ਭਏ ਦਇਆਲ ॥ ਨਾਨਕ ਦਾਸ ਨਿਹਾਲ ॥੪॥੨੮॥੩੯॥
ଯେତେବେଳେ ସଦଗୁରୁ ଦୟାଳୁ ହୋଇ ଯାଇଛନ୍ତି, ଦାସ ନାନକ ପ୍ରସନ୍ନ ହୋଇଛନ୍ତି||4||28||39||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥
ਹੋਵੈ ਸੋਈ ਭਲ ਮਾਨੁ ॥
ଯାହା କିଛି ହେଉଛି, ତାହାକୁ ହି ଭଲ ମାନ।
ਆਪਨਾ ਤਜਿ ਅਭਿਮਾਨੁ ॥
ନିଜ ଅଭିମାନ ତ୍ୟାଗ କର ଆଉ
ਦਿਨੁ ਰੈਨਿ ਸਦਾ ਗੁਨ ਗਾਉ ॥
ଦିନରାତି ଭଗବାନଙ୍କ ଗୁଣଗାନ କର,
ਪੂਰਨ ਏਹੀ ਸੁਆਉ ॥੧॥
ଏହା ମାନବ ଜୀବନର ପୂର୍ଣ୍ଣ ମନୋରଥ ଅଟେ॥1॥
ਆਨੰਦ ਕਰਿ ਸੰਤ ਹਰਿ ਜਪਿ ॥
ସନ୍ଥଙ୍କ ସହିତ ଈଶ୍ଵରଙ୍କ ନାମ ଜପ ଏବଂ ଆନନ୍ଦ କର।
ਛਾਡਿ ਸਿਆਨਪ ਬਹੁ ਚਤੁਰਾਈ ਗੁਰ ਕਾ ਜਪਿ ਮੰਤੁ ਨਿਰਮਲ ॥੧॥ ਰਹਾਉ ॥
ନିଜ ବୁଦ୍ଧିମତା ଓ ଚତୁରତା ତ୍ୟାଗ କରି ଗୁରୁଙ୍କ ନିର୍ମଳ ମନ୍ତ୍ର ଜପ କର ॥1॥ରୁହ॥
ਏਕ ਕੀ ਕਰਿ ਆਸ ਭੀਤਰਿ ॥
ମନରେ ଏକ ପରମାତ୍ମାଙ୍କ ଆଶ୍ରା କର,
ਨਿਰਮਲ ਜਪਿ ਨਾਮੁ ਹਰਿ ਹਰਿ ॥
ନିର୍ମଳ ହରିନାମର ଜପ କର।
ਗੁਰ ਕੇ ਚਰਨ ਨਮਸਕਾਰਿ ॥
ଗୁରୁଙ୍କ ଚରଣରେ ପ୍ରଣାମ କର,
ਭਵਜਲੁ ਉਤਰਹਿ ਪਾਰਿ ॥੨॥
ଭବସାଗରରୁ ଉଦ୍ଧାର ହୋଇଯିବ॥2॥
ਦੇਵਨਹਾਰ ਦਾਤਾਰ ॥
ସବୁକିଛି ଦେବା ବାଲା ଦାତାଙ୍କ
ਅੰਤੁ ਨ ਪਾਰਾਵਾਰ ॥
କୌଣସି ଅନ୍ତ ଏବଂ ସୀମା ନାହିଁ,
ਜਾ ਕੈ ਘਰਿ ਸਰਬ ਨਿਧਾਨ ॥
ଯାହାର ଘରେ ସର୍ବ ଭଣ୍ଡାର ଅଛି,
ਰਾਖਨਹਾਰ ਨਿਦਾਨ ॥੩॥
ଅନ୍ତରେ ସେ ହିଁ ରକ୍ଷା କରିବା ବାଲା ଅଟନ୍ତି॥3॥
ਨਾਨਕ ਪਾਇਆ ਏਹੁ ਨਿਧਾਨ ॥ ਹਰੇ ਹਰਿ ਨਿਰਮਲ ਨਾਮ ॥
ନାନକ ସେହି ଖଜଣା ପାଇଛନ୍ତି, ଯାହା ହରିଙ୍କ ନିର୍ମଳ ନାମ ଅଟେ,
ਜੋ ਜਪੈ ਤਿਸ ਕੀ ਗਤਿ ਹੋਇ ॥
ଯିଏ ପବିତ୍ର ହରିନାମର ଜପ କରିଥାଏ, ତାହାର ଗତି ହୋଇଯାଏ।
ਨਾਨਕ ਕਰਮਿ ਪਰਾਪਤਿ ਹੋਇ ॥੪॥੨੯॥੪੦॥
ହେ ନାନକ! ଭାଗ୍ୟରୁ ହିଁ ଏହାର ପ୍ରାପ୍ତି ହୋଇଥାଏ||4||29||40||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥
ਦੁਲਭ ਦੇਹ ਸਵਾਰਿ ॥
ହେ ମାନବ! ନିଜ ଦୁର୍ଲଭ ଜୀବନ ସଫଳ କର;
ਜਾਹਿ ਨ ਦਰਗਹ ਹਾਰਿ ॥
ଏହିପରି ଜୀବନ ବାଜି ହାରି ଦରବାରକୁ ଯିବାକୁ ପଡିବ ନାହିଁ।
ਹਲਤਿ ਪਲਤਿ ਤੁਧੁ ਹੋਇ ਵਡਿਆਈ ॥
ଲୋକ-ପରଲୋକରେ ତୋର ବହୁତ ପ୍ରଶଂସା ହେବ ତଥା
ਅੰਤ ਕੀ ਬੇਲਾ ਲਏ ਛਡਾਈ ॥੧॥
ଅନ୍ତିମ ସମୟରେ ପରମାତ୍ମା ଯମ ଠାରୁ ରକ୍ଷା କରିବେ॥1॥
ਰਾਮ ਕੇ ਗੁਨ ਗਾਉ ॥
ରାମଙ୍କ ଗୁଣଗାନ କର,
ਹਲਤੁ ਪਲਤੁ ਹੋਹਿ ਦੋਵੈ ਸੁਹੇਲੇ ਅਚਰਜ ਪੁਰਖੁ ਧਿਆਉ ॥੧॥ ਰਹਾਉ
ଲୋକ-ପରଲୋକ ଦୁଇଟି ସୁଖଦ ହୋଇଯିବ, ଅଦ୍ଭୁତ ପରମେଶ୍ଵରଙ୍କ ଧ୍ୟାନ କର॥1॥ରୁହ॥
ਊਠਤ ਬੈਠਤ ਹਰਿ ਜਾਪੁ ॥
ପ୍ରତି କ୍ଷଣରେ ପରମାତ୍ମାଙ୍କ ଜପ କର,
ਬਿਨਸੈ ਸਗਲ ਸੰਤਾਪੁ ॥
ଏହା ଦ୍ଵାରା ଦୁଃଖ-ସନ୍ତାପ ନାଶ ହୋଇଯାଏ,
ਬੈਰੀ ਸਭਿ ਹੋਵਹਿ ਮੀਤ ॥
ସବୁ ଶତ୍ରୁ ମଧ୍ୟ ମିତ୍ର ବନିଯାନ୍ତି, ଏବଂ
ਨਿਰਮਲੁ ਤੇਰਾ ਹੋਵੈ ਚੀਤ ॥੨॥
ତୋର ଚିତ୍ତ ମଧ୍ୟ ନିର୍ମଳ ହୋଇଯାଏ॥2॥
ਸਭ ਤੇ ਊਤਮ ਇਹੁ ਕਰਮੁ ॥
ସବୁଠାରୁ ଉତ୍ତମ ଏହି କର୍ମ ଅଟେ,
ਸਗਲ ਧਰਮ ਮਹਿ ਸ੍ਰੇਸਟ ਧਰਮੁ ॥
ସବୁ ଧର୍ମରେ ଏହି ଧର୍ମ ଶ୍ରେଷ୍ଠ ଅଟେ ଯେ ଭଗବାନଙ୍କ ସ୍ମରଣ କର।
ਹਰਿ ਸਿਮਰਨਿ ਤੇਰਾ ਹੋਇ ਉਧਾਰੁ ॥
ଭଗବାନଙ୍କ ସ୍ମରଣ କରିବା ଦ୍ଵାରା ତୋର ଉଦ୍ଧାର ହୋଇଯିବ ଆଉ
ਜਨਮ ਜਨਮ ਕਾ ਉਤਰੈ ਭਾਰੁ ॥੩॥
ଜନ୍ମ ଜନ୍ମାନ୍ତରରେ କରିଥିବା ପାପ ଦୂର ହୋଇଯିବ॥3॥
ਪੂਰਨ ਤੇਰੀ ਹੋਵੈ ਆਸ ॥
ତୋର ସବୁ ଆଶା ପୂର୍ଣ୍ଣ ହୋଇଯିବ ଏବଂ
ਜਮ ਕੀ ਕਟੀਐ ਤੇਰੀ ਫਾਸ ॥
ତୋର ଯମର ଫାଶୀ ମଧ୍ୟ କଟିଯିବ।
ਗੁਰ ਕਾ ਉਪਦੇਸੁ ਸੁਨੀਜੈ ॥ ਨਾਨਕ ਸੁਖਿ ਸਹਜਿ ਸਮੀਜੈ ॥੪॥੩੦॥੪੧॥
ହେ ନାନକ! ଗୁରୁଙ୍କ ଉପଦେଶ ଶୁଣିବା ଉଚିତ, ଏହାଦ୍ୱାରା ସ୍ଵାଭାବିକ ସୁଖ ପ୍ରାପ୍ତ ହୋଇପାରେ||4||30||41||