ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥
ਜਿਸ ਕੀ ਤਿਸ ਕੀ ਕਰਿ ਮਾਨੁ ॥
ଯେଉଁ ପରମାତ୍ମାଙ୍କ ଏହି ସୃଷ୍ଟି, ଧନ-ସମ୍ପଦ ଅଛି,
ਆਪਨ ਲਾਹਿ ਗੁਮਾਨੁ ॥
ତାହାଙ୍କ ହିଁ ଭାବ ଓ ଗର୍ବ ତ୍ୟାଗ କର।
ਜਿਸ ਕਾ ਤੂ ਤਿਸ ਕਾ ਸਭੁ ਕੋਇ ॥
ଯାହାଠାରୁ ତୁ ଜାତ ହୋଇଛୁ, ସବୁକିଛି ତାହାଙ୍କ ହିଁ ଅଟେ।
ਤਿਸਹਿ ਅਰਾਧਿ ਸਦਾ ਸੁਖੁ ਹੋਇ ॥੧॥
ତାହାଙ୍କ ଆରାଧନା କରିବା ଦ୍ଵାରା ସଦା ସୁଖ ମିଳିଥାଏ॥1॥
ਕਾਹੇ ਭ੍ਰਮਿ ਭ੍ਰਮਹਿ ਬਿਗਾਨੇ ॥
ହେ ନଶ୍ଵର ଜୀବ! କାହିଁକି ଭ୍ରମରେ ପଥଭ୍ରଷ୍ଟ ହେଉଛୁ,
ਨਾਮ ਬਿਨਾ ਕਿਛੁ ਕਾਮਿ ਨ ਆਵੈ ਮੇਰਾ ਮੇਰਾ ਕਰਿ ਬਹੁਤੁ ਪਛੁਤਾਨੇ ॥੧॥ ਰਹਾਉ ॥
ନାମ ବିନା କିଛି ମଧ୍ୟ କାମରେ ଆସେ ନାହିଁ ଏବଂ ‘ତୋର-ମୋର’ କରି ବହୁତ ଜଣ ପଶ୍ଚାତାପ କରିଛନ୍ତି॥1॥ରୁହ॥
ਜੋ ਜੋ ਕਰੈ ਸੋਈ ਮਾਨਿ ਲੇਹੁ ॥
ପରମାତ୍ମା ଯାହା ଯାହା କରିଛନ୍ତି, ତାହାକୁ ଉଚିତ ମାନ।
ਬਿਨੁ ਮਾਨੇ ਰਲਿ ਹੋਵਹਿ ਖੇਹ ॥
ତାହାଙ୍କ ଇଚ୍ଛାକୁ ଅସ୍ଵୀକାର କରିବା ଦ୍ଵାରା ଜୀବ ମାଟିରେ ମିଶି ଧ୍ଵଂସ ହୋଇଯାଏ।
ਤਿਸ ਕਾ ਭਾਣਾ ਲਾਗੈ ਮੀਠਾ ॥
କାହାକୁ ତାହାଙ୍କ ଇଚ୍ଛା ମିଠା ଲାଗିଥାଏ,
ਗੁਰ ਪ੍ਰਸਾਦਿ ਵਿਰਲੇ ਮਨਿ ਵੂਠਾ ॥੨॥
ଆଉ ଗୁରୁଙ୍କ କୃପାରୁ କେହି ବିରଳ ବ୍ୟକ୍ତିର ମନରେ ହିଁ ବାସ କରିଥାନ୍ତି॥2॥
ਵੇਪਰਵਾਹੁ ਅਗੋਚਰੁ ਆਪਿ ॥
ଇଶ୍ଵର ବେଖାତିର ଅଟନ୍ତି, ସେ ମନର ବାଣୀରୁ ଊର୍ଦ୍ଧ୍ଵରେ ଅଛନ୍ତି,
ਆਠ ਪਹਰ ਮਨ ਤਾ ਕਉ ਜਾਪਿ ॥
ମନରେ ଆଠ ପହର ତାହାଙ୍କ ହିଁ ଜପ କରିବା ଉଚିତ।
ਜਿਸੁ ਚਿਤਿ ਆਏ ਬਿਨਸਹਿ ਦੁਖਾ ॥
ସେ ଯାହାର ସ୍ମରଣରେ ଆସିଥାନ୍ତି, ତାହାର ଦୁଃଖ ନାଶ ହୋଇଯାଏ।
ਹਲਤਿ ਪਲਤਿ ਤੇਰਾ ਊਜਲ ਮੁਖਾ ॥੩॥
ଲୋକ-ପରଲୋକରେ ତୋର ମୁଖ ଉଜ୍ଜଳ ହୋଇଯିବ||3||
ਕਉਨ ਕਉਨ ਉਧਰੇ ਗੁਨ ਗਾਇ ॥
ଭଗବାନଙ୍କ ଗୁଣଗାନ କରି କିଛି କିଛି ଜୀବର ଉଦ୍ଧାର ହୋଇ ଯାଇଛି,
ਗਨਣੁ ਨ ਜਾਈ ਕੀਮ ਨ ਪਾਇ ॥
ତାହାଙ୍କ ଗଣନା କରାଯାଇ ପାରିବ ନାହିଁ ଏବଂ ନା ମୂଲ୍ୟ ଅଙ୍କନ କରାଯାଇ ପାରେ।
ਬੂਡਤ ਲੋਹ ਸਾਧਸੰਗਿ ਤਰੈ ॥
ଯେପରି ବୁଡୁଥିବା ଲୁହା ନାବ ଦ୍ଵାରା ପାର ହୋଇଯାଏ, ସେପରି ହିଁ ପାପୀ ଜୀବ ମଧ୍ୟ ସନ୍ଥଙ୍କ ସଙ୍ଗତି କରି ସଂସାର-ସାଗରରୁ ପାର ହୋଇଯାଏ।
ਨਾਨਕ ਜਿਸਹਿ ਪਰਾਪਤਿ ਕਰੈ ॥੪॥੩੧॥੪੨॥
ହେ ନାନକ! ଯାହା ଉପରେ କୃପା କରିଥାନ୍ତି, ତାହାକୁ ହିଁ ସୁସଙ୍ଗତି ମିଳିଥାଏ||4||31||42||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥
ਮਨ ਮਾਹਿ ਜਾਪਿ ਭਗਵੰਤੁ ॥
ମନରେ ଭଗବାନଙ୍କ ଜପ କର
ਗੁਰਿ ਪੂਰੈ ਇਹੁ ਦੀਨੋ ਮੰਤੁ ॥
ପୂର୍ଣ୍ଣ ଗୁରୁ ଏହି ମନ୍ତ୍ର ଦେଇଛନ୍ତି।
ਮਿਟੇ ਸਗਲ ਭੈ ਤ੍ਰਾਸ ॥
ଏହାଦ୍ୱାରା ସବୁ ଭୟ ଏବଂ କଷ୍ଟ ଦୂର ହୋଇଯାଏ ଏବଂ
ਪੂਰਨ ਹੋਈ ਆਸ ॥੧॥
ସବୁ କାମନା ପୂର୍ଣ୍ଣ ହୋଇଥାଏ॥1॥
ਸਫਲ ਸੇਵਾ ਗੁਰਦੇਵਾ ॥
ଗୁରୁଦେବଙ୍କ ସେବା ଫଳଦାୟକ ଅଟେ,
ਕੀਮਤਿ ਕਿਛੁ ਕਹਣੁ ਨ ਜਾਈ ਸਾਚੇ ਸਚੁ ਅਲਖ ਅਭੇਵਾ ॥੧॥ ਰਹਾਉ ॥
ସେହି ପରମ ସତ୍ୟ, ଅଲକ୍ଷ୍ୟ, ଅଭେଦ ପରମେଶ୍ଵରଙ୍କ ମହିମାର ଉଚିତ ମୂଲ୍ୟ ମଧ୍ୟ ଅଙ୍କନ କରାଯାଇ ପାରେ ନାହିଁ॥1॥ରୁହ॥
ਕਰਨ ਕਰਾਵਨ ਆਪਿ ॥ ਤਿਸ ਕਉ ਸਦਾ ਮਨ ਜਾਪਿ ॥
ସେ ସ୍ଵୟଂ ହିଁ କରିବା-କରାଇବାରେ ସମର୍ଥ ଅଟନ୍ତି, ମନରେ ସର୍ବଦା ତାହାଙ୍କ ଜପ କର।
ਤਿਸ ਕੀ ਸੇਵਾ ਕਰਿ ਨੀਤ ॥ ਸਚੁ ਸਹਜੁ ਸੁਖੁ ਪਾਵਹਿ ਮੀਤ ॥੨॥
ହେ ମିତ୍ର! ନିତ୍ୟ ତାହାଙ୍କ ଉପାସନା କରିବା ଉଚିତ, ଏହା ଦ୍ଵାରା ସ୍ଵାଭାବିକ ସୁଖ ଏବଂ ସତ୍ୟର ପ୍ରାପ୍ତି ହେବ||2||
ਸਾਹਿਬੁ ਮੇਰਾ ਅਤਿ ਭਾਰਾ ॥
ମୋର ମାଲିକ ସର୍ବଶକ୍ତିମାନ ଅଟନ୍ତି,
ਖਿਨ ਮਹਿ ਥਾਪਿ ਉਥਾਪਨਹਾਰਾ ॥
ସେ ଏକ କ୍ଷଣରେ ହିଁ ବନାଇବା ଓ ନଷ୍ଟ କରିବା ବାଲା ଅଟନ୍ତି।
ਤਿਸੁ ਬਿਨੁ ਅਵਰੁ ਨ ਕੋਈ ॥ ਜਨ ਕਾ ਰਾਖਾ ਸੋਈ ॥੩॥
ତାହାଙ୍କ ଅତିରିକ୍ତ ଅନ୍ୟ କେହି ବି ସମର୍ଥ ନୁହନ୍ତି ଏବଂ ସେ ହିଁ ସେବକଙ୍କ ରଖୁଆଳ ଅଟନ୍ତି||3||
ਕਰਿ ਕਿਰਪਾ ਅਰਦਾਸਿ ਸੁਣੀਜੈ ॥
ହେ ଭଗବନ୍ତ! କୃପା କରି ମୋର ପ୍ରାର୍ଥନା ଶୁଣ;
ਅਪਣੇ ਸੇਵਕ ਕਉ ਦਰਸਨੁ ਦੀਜੈ ॥
ନିଜ ସେବକକୁ ଦର୍ଶନ ଦିଅ।
ਨਾਨਕ ਜਾਪੀ ਜਪੁ ਜਾਪੁ ॥
ନାନକ ସେହି ପରମାତ୍ମାଙ୍କ ନାମର ଜପ କରିଥାନ୍ତି,
ਸਭ ਤੇ ਊਚ ਜਾ ਕਾ ਪਰਤਾਪੁ ॥੪॥੩੨॥੪੩॥
ଯାହାଙ୍କ ପ୍ରତାପ ସବୁଠାରୁ ଉଚ୍ଚ ଅଟନ୍ତି||4||32||43||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥
ਬਿਰਥਾ ਭਰਵਾਸਾ ਲੋਕ ॥ ਠਾਕੁਰ ਪ੍ਰਭ ਤੇਰੀ ਟੇਕ ॥
ଲୋକଙ୍କ ଉପରେ ଭରସା କରିବା ବ୍ୟର୍ଥ ଅଟେ। ହେ ପ୍ରଭୁ! ମୋତେ କେବଳ ତୋର ହିଁ ସାହାରା ଅଛି।
ਅਵਰ ਛੂਟੀ ਸਭ ਆਸ ॥ ਅਚਿੰਤ ਠਾਕੁਰ ਭੇਟੇ ਗੁਣਤਾਸ ॥੧॥
ଅନ୍ୟ ସବୁ ଆଶା ଚାଲି ଯାଇଛି ଏବଂ ଅକସ୍ମାତ, ଗୁଣର ଭଣ୍ଡାର ପ୍ରଭୁ ମୋତେ ମିଳି ଯାଇଛନ୍ତି||1||
ਏਕੋ ਨਾਮੁ ਧਿਆਇ ਮਨ ਮੇਰੇ ॥
ହେ ମୋର ମନ! କେବଳ ନାମର ହିଁ ଧ୍ୟାନ କର,
ਕਾਰਜੁ ਤੇਰਾ ਹੋਵੈ ਪੂਰਾ ਹਰਿ ਹਰਿ ਹਰਿ ਗੁਣ ਗਾਇ ਮਨ ਮੇਰੇ ॥੧॥ ਰਹਾਉ ॥
‘ହରି-ହରି’ ନାମର ଗୁଣଗାନ କରିବା ଦ୍ଵାରା ତୋର କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ॥1॥ରୁହ॥
ਤੁਮ ਹੀ ਕਾਰਨ ਕਰਨ ॥
ହେ ପରମେଶ୍ଵର! ତୁ ହିଁ ସବୁ ବନାଇବା ବାଲା ଅଟୁ।
ਚਰਨ ਕਮਲ ਹਰਿ ਸਰਨ ॥
ମୁଁ ହରି-ଚରଣର ହିଁ ଶରଣ ନେଇଛି,
ਮਨਿ ਤਨਿ ਹਰਿ ਓਹੀ ਧਿਆਇਆ ॥
ନିଜ ମନ-ତନରେ ତାହାଙ୍କ ହିଁ ଧ୍ୟାନ କରିଛି।
ਆਨੰਦ ਹਰਿ ਰੂਪ ਦਿਖਾਇਆ ॥੨॥
ଗୁରୁ ମୋତେ ଆନନ୍ଦ ରୂପ ହରିଙ୍କ ଦର୍ଶନ କରାଇଛନ୍ତି||2||
ਤਿਸ ਹੀ ਕੀ ਓਟ ਸਦੀਵ ॥
ମୁଁ ସର୍ବଦା ତାହାଙ୍କ ହିଁ ଆଶ୍ରା ନେଇଛି,
ਜਾ ਕੇ ਕੀਨੇ ਹੈ ਜੀਵ ॥
ଯିଏ ସବୁ ଜୀବଙ୍କୁ ଉତ୍ପତ୍ତି କରିଛନ୍ତି
ਸਿਮਰਤ ਹਰਿ ਕਰਤ ਨਿਧਾਨ ॥
ହରିଙ୍କ ସ୍ମରଣ କରିବା ଦ୍ଵାରା ସର୍ବ ସୁଖର ଭଣ୍ଡାର ପ୍ରାପ୍ତ ହୋଇଥାଏ ଏବଂ
ਰਾਖਨਹਾਰ ਨਿਦਾਨ ॥੩॥
ଅନ୍ତିମ ସମୟରେ ସେ ହିଁ ରକ୍ଷା କରିଥାନ୍ତି |3||
ਸਰਬ ਕੀ ਰੇਣ ਹੋਵੀਜੈ ॥
ସବୁଙ୍କ ଚରଣ-ଧୂଳି ବନିଯିବା ଉଚିତ ଏବଂ
ਆਪੁ ਮਿਟਾਇ ਮਿਲੀਜੈ ॥
ନିଜର ଆତ୍ମାଭିମାନ ଦୂର କରି ସତ୍ୟରେ ମିଶିଯିବା ଉଚିତ।
ਅਨਦਿਨੁ ਧਿਆਈਐ ਨਾਮੁ ॥
ପ୍ରତିଦିନ ନାମର ଧ୍ୟାନ କରିବା ଉଚିତ,
ਸਫਲ ਨਾਨਕ ਇਹੁ ਕਾਮੁ ॥੪॥੩੩॥੪੪॥
ହେ ନାନକ! ଜୀବନରେ ଏହି କାର୍ଯ୍ୟ ସଫଳ ଅଟେ||4||33||44||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥
ਕਾਰਨ ਕਰਨ ਕਰੀਮ ॥
ଦୟାଳୁ ପରମେସର କରିବା-କରାଇବା ବାଲା ଅଟନ୍ତି,
ਸਰਬ ਪ੍ਰਤਿਪਾਲ ਰਹੀਮ ॥
ସେ ବଡ ଦୟାଳୁ ଅଟନ୍ତି, ସବୁଙ୍କ ପାଳନହାର ଅଟନ୍ତି।
ਅਲਹ ਅਲਖ ਅਪਾਰ ॥
ସେହି ଆଲାହା ଅଦୃଷ୍ଟ ଏବଂ ଅପରାମ୍ପର ଅଟନ୍ତି।
ਖੁਦਿ ਖੁਦਾਇ ਵਡ ਬੇਸੁਮਾਰ ॥੧॥
ସେହି ମହାନ ଖୁଦାଙ୍କ ହୁକୁମ ଅଟଳ ଅଟେ, ତାହାଙ୍କ ମହିମା ଅନନ୍ତ ଅଟେ॥1॥