Odia Page 90

ਮਃ ੩ ॥
ମହଲା 3 ॥

ਸਬਦਿ ਰਤੀ ਸੋਹਾਗਣੀ ਸਤਿਗੁਰ ਕੈ ਭਾਇ ਪਿਆਰਿ ॥
ସୁହାଗିନୀ ଜୀବ-ସ୍ତ୍ରୀ ସଦଗୁରୁଙ୍କ ଇଚ୍ଛାରେ ପ୍ରେମ ପୂର୍ବକ ନାମରେ ମଗ୍ନ ରହିଥାଏ

ਸਦਾ ਰਾਵੇ ਪਿਰੁ ਆਪਣਾ ਸਚੈ ਪ੍ਰੇਮਿ ਪਿਆਰਿ ॥
ସେ ସତ୍ୟ ପ୍ରେମ ଦ୍ଵାରା ନିଜ ପତି-ପ୍ରଭୁଙ୍କ ସାଥିରେ ସର୍ବଦା ହିଁ ରମଣ କରିଥାଏ।

ਅਤਿ ਸੁਆਲਿਉ ਸੁੰਦਰੀ ਸੋਭਾਵੰਤੀ ਨਾਰਿ ॥
ସେ ବଡ ସୁନ୍ଦର ରୂପ ବାଲୀ ସୁନ୍ଦରୀ ଏବଂ ଶୋଭାବାନ ନାରୀ ଅଟେ।

ਨਾਨਕ ਨਾਮਿ ਸੋਹਾਗਣੀ ਮੇਲੀ ਮੇਲਣਹਾਰਿ ॥੨॥
ହେ ନାନକ! ମିଳାଇବା ବାଲା ପତି-ପ୍ରଭୁ ନାମରେ ମଗ୍ନ ଥିବା ସୁହାଗିନୀକୁ ନିଜ ସାଥିରେ ମିଳାଇ ଦିଅନ୍ତି। ॥2॥

ਪਉੜੀ ॥
ପଉଡି ॥

ਹਰਿ ਤੇਰੀ ਸਭ ਕਰਹਿ ਉਸਤਤਿ ਜਿਨਿ ਫਾਥੇ ਕਾਢਿਆ ॥
ହେ ଭଗବାନ! ମାୟା ମୋହର ଜାଲରୁ ଯେଉଁ ଜୀବଙ୍କୁ ତୁ ବାହାର କରିଛୁ, ସେ ସବୁ ତୋହର ମହିମା-ସ୍ତୁତି କରନ୍ତି।

ਹਰਿ ਤੁਧਨੋ ਕਰਹਿ ਸਭ ਨਮਸਕਾਰੁ ਜਿਨਿ ਪਾਪੈ ਤੇ ਰਾਖਿਆ ॥
ଯେଉଁ ଜୀବଙ୍କୁ ତୁ ପାପରୁ ରକ୍ଷା କରିଛୁ, ସେ ସବୁ ତୋତେ ନମନ କରନ୍ତି।

ਹਰਿ ਨਿਮਾਣਿਆ ਤੂੰ ਮਾਣੁ ਹਰਿ ਡਾਢੀ ਹੂੰ ਤੂੰ ਡਾਢਿਆ ॥
ହେ ହରି! ତୁମେ ମାନହୀନର ମାନ ଅଟ, ବାଳଶାଳୀର ବଳ ଅଟ।

ਹਰਿ ਅਹੰਕਾਰੀਆ ਮਾਰਿ ਨਿਵਾਏ ਮਨਮੁਖ ਮੂੜ ਸਾਧਿਆ ॥
ହେ ପ୍ରଭୁ! ତୁ ଅହଙ୍କାରୀକୁ ଦଣ୍ଡିତ କରି ନୂଆଇ ଦେଇଛୁ, ମନମୁଖ ବିମୁଢ ଜୀବକୁ ତୁ ହିଁ ସୁଧାର କରିଛୁ।

ਹਰਿ ਭਗਤਾ ਦੇਇ ਵਡਿਆਈ ਗਰੀਬ ਅਨਾਥਿਆ ॥੧੭॥
ହେ ଭଗବାନ! ତୁମେ ସଦା ନିଜର ନିର୍ଦ୍ଧନ ଏବଂ ଅନାଥ ଭକ୍ତଙ୍କୁ ମାନ-ପ୍ରତିଷ୍ଠା ପ୍ରଦାନ କରିଛ ॥17॥

ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3 ॥

ਸਤਿਗੁਰ ਕੈ ਭਾਣੈ ਜੋ ਚਲੈ ਤਿਸੁ ਵਡਿਆਈ ਵਡੀ ਹੋਇ ॥
ଯେଉଁ ବ୍ୟକ୍ତି ସଦଗୁରୁଙ୍କ ଇଚ୍ଛା ଅନୁସାରେ ଚାଲିଥାଏ, ସେ ବଡ ଯଶ ପ୍ରାପ୍ତ କରିଥାଏ।

ਹਰਿ ਕਾ ਨਾਮੁ ਉਤਮੁ ਮਨਿ ਵਸੈ ਮੇਟਿ ਨ ਸਕੈ ਕੋਇ ॥
ହରିଙ୍କ ଉତ୍ତମ ନାମ ତାହାର ହୃଦୟରେ ବାସ କରିଥାଏ ଆଉ ଏହି ନାମକୁ ତାହାର ହୃଦୟରୁ କେହି ମଧ୍ୟ କାଢି ପାରିବ ନାହିଁ।

ਕਿਰਪਾ ਕਰੇ ਜਿਸੁ ਆਪਣੀ ਤਿਸੁ ਕਰਮਿ ਪਰਾਪਤਿ ਹੋਇ ॥
ଯାହା ଉପରେ ଇଶ୍ଵର ନିଜ କୃପା କରିଥାନ୍ତି, ସେ ଶୁଭ କର୍ମର କାରଣରୁ ଭାଗ୍ୟ ଦ୍ଵାରା ନାମ ପ୍ରାପ୍ତ କରିନିଏ।

ਨਾਨਕ ਕਾਰਣੁ ਕਰਤੇ ਵਸਿ ਹੈ ਗੁਰਮੁਖਿ ਬੂਝੈ ਕੋਇ ॥੧॥
ହେ ନାନକ! ସୃଷ୍ଟିର ସବୁ ରଚନାର କାରଣ ପରମାତ୍ମାଙ୍କ ଅଧୀନ ଅଟେ, କେହି ଗୁରୁମୁଖ ବ୍ୟକ୍ତି ହିଁ ଏହି ଭେଦକୁ ବୁଝିଥାଏ ॥1॥

ਮਃ ੩ ॥
ମହଲା 3 ॥

ਨਾਨਕ ਹਰਿ ਨਾਮੁ ਜਿਨੀ ਆਰਾਧਿਆ ਅਨਦਿਨੁ ਹਰਿ ਲਿਵ ਤਾਰ ॥
ହେ ନାନକ! ଯେଉଁ ବ୍ୟକ୍ତି ହରିଙ୍କ ନାମକୁ ସ୍ମରଣ କରିଥାଏ, ସେ ଦିନ ରାତି ଈଶ୍ବରଙ୍କ ସ୍ନେହରେ ବୁଡି ରହନ୍ତି।

ਮਾਇਆ ਬੰਦੀ ਖਸਮ ਕੀ ਤਿਨ ਅਗੈ ਕਮਾਵੈ ਕਾਰ ॥
ଭଗବାନଙ୍କ ଦାସୀ ମାୟା ତାହାର ସେବା କରିଥାଏ,

ਪੂਰੈ ਪੂਰਾ ਕਰਿ ਛੋਡਿਆ ਹੁਕਮਿ ਸਵਾਰਣਹਾਰ ॥
ପାଳନ କର୍ତ୍ତା ପ୍ରଭୁଙ୍କ ହୁକୁମରେ ପୂର୍ଣ୍ଣ ସଦଗୁରୁ ସେହି ବ୍ୟକ୍ତିକୁ ଗୁଣ ଦ୍ଵାରା ପୂର୍ଣ୍ଣ କରିଦେଇଛନ୍ତି।

ਗੁਰ ਪਰਸਾਦੀ ਜਿਨਿ ਬੁਝਿਆ ਤਿਨਿ ਪਾਇਆ ਮੋਖ ਦੁਆਰੁ ॥
ଗୁରୁଙ୍କ କୃପାରୁ ଯିଏ ଭଗବାନଙ୍କୁ ଜାଣିଦେଇଛି, ସେ ହିଁ ମୋକ୍ଷ ଦ୍ଵାର ପ୍ରାପ୍ତ କରିଥାଏ।

ਮਨਮੁਖ ਹੁਕਮੁ ਨ ਜਾਣਨੀ ਤਿਨ ਮਾਰੇ ਜਮ ਜੰਦਾਰੁ ॥
ମନମୁଖ ବ୍ୟକ୍ତି ପରମାତ୍ମାଙ୍କ ହୁକୁମକୁ ଜାଣେ ନାହିଁ, ଏଥିପାଇଁ ଯମଦୂତ ତାହାକୁ ମାରୁଥାଏ।

ਗੁਰਮੁਖਿ ਜਿਨੀ ਅਰਾਧਿਆ ਤਿਨੀ ਤਰਿਆ ਭਉਜਲੁ ਸੰਸਾਰੁ ॥
ଯେଉଁ ଗୁରୁମୁଖ ବ୍ୟକ୍ତି ଈଶ୍ଵରଙ୍କ ଆରାଧନା କରିଥାଏ, ସେ ଭୟାନକ ଜଗତ ସାଗରରୁ ପାର ହୋଇଯାଏ।

ਸਭਿ ਅਉਗਣ ਗੁਣੀ ਮਿਟਾਇਆ ਗੁਰੁ ਆਪੇ ਬਖਸਣਹਾਰੁ ॥੨॥
ଗୁରୁଜୀ ସ୍ଵୟଂ ହିଁ କ୍ଷମବାନ ଅଟନ୍ତି, ସେ ଜୀବଙ୍କୁ ଗୁଣ ପ୍ରଦାନ କରି ତାହାର ସମସ୍ତ ଅବଗୁଣ ଦୂର କରିଦିଅନ୍ତି ॥2॥

ਪਉੜੀ ॥
ପଉଡି ॥

ਹਰਿ ਕੀ ਭਗਤਾ ਪਰਤੀਤਿ ਹਰਿ ਸਭ ਕਿਛੁ ਜਾਣਦਾ ॥
ଭଗବାନଙ୍କ ଭକ୍ତଙ୍କ ଭଗବାନ ଉପରେ ପୂର୍ଣ୍ଣ ଆସ୍ଥା ଥାଏ, ହରି-ପ୍ରଭୁ ସବୁ କିଛି ଜାଣନ୍ତି।

ਹਰਿ ਜੇਵਡੁ ਨਾਹੀ ਕੋਈ ਜਾਣੁ ਹਰਿ ਧਰਮੁ ਬੀਚਾਰਦਾ ॥
ପରମେଶ୍ଵର ଭଳି ମହାନ ଆଉ କାହାକୁ ଭାବ ନାହିଁ, ହରି ପୂର୍ଣ୍ଣ ନ୍ୟାୟ କରନ୍ତି।

ਕਾੜਾ ਅੰਦੇਸਾ ਕਿਉ ਕੀਜੈ ਜਾ ਨਾਹੀ ਅਧਰਮਿ ਮਾਰਦਾ ॥
ଯଦି ପରମାତ୍ମା ଅନ୍ୟାୟ କରି କାହାକୁ ମାରନ୍ତି ନାହିଁ ତାହାହେଲେ ଆମେ ପୁଣି କାହିଁକି ଚିନ୍ତା ଏବଂ ଭୟ କରିବା?

ਸਚਾ ਸਾਹਿਬੁ ਸਚੁ ਨਿਆਉ ਪਾਪੀ ਨਰੁ ਹਾਰਦਾ ॥
ସେହି ପରମାତ୍ମା ସତ୍ୟ ଅଟନ୍ତି, ଆଉ ତାଙ୍କରି ନ୍ୟାୟ ମଧ୍ୟ ସତ୍ୟ ଅଟେ, ତାଙ୍କରି ଦରବାରରେ ପାପୀ ବ୍ୟକ୍ତି ହିଁ ପରାଜିତ ହୋଇଥାଏ।

ਸਾਲਾਹਿਹੁ ਭਗਤਹੁ ਕਰ ਜੋੜਿ ਹਰਿ ਭਗਤ ਜਨ ਤਾਰਦਾ ॥੧੮॥
ହେ ଭକ୍ତଜନ! ଦୁଇ ହାତ ଯୋଡି ଭଗବାନଙ୍କ ମହିମା ସ୍ତୁତି କର। ଭଗବାନ ନିଜ ଭକ୍ତକୁ ଭବ ସାଗରରୁ ପାର କରାଇଦିଅନ୍ତି। ॥18॥

ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3 ॥

ਆਪਣੇ ਪ੍ਰੀਤਮ ਮਿਲਿ ਰਹਾ ਅੰਤਰਿ ਰਖਾ ਉਰਿ ਧਾਰਿ ॥
ମୋର ଏହି କାମନା ଅଟେ ଯେ ମୁଁ ନିଜ ପ୍ରିୟତମ-ପ୍ରଭୁଙ୍କ ସହିତ ମିଶି ରହିବି ଆଉ ତାହାଙ୍କୁ ନିଜ ହୃଦୟରେ ସଦା ରଖିଥିବି।

ਸਾਲਾਹੀ ਸੋ ਪ੍ਰਭ ਸਦਾ ਸਦਾ ਗੁਰ ਕੈ ਹੇਤਿ ਪਿਆਰਿ ॥
ଗୁରୁଙ୍କ ସ୍ନେହ ଏବଂ ଅନୁରାଗ ଦ୍ଵାରା ମୁଁ ସଦା ପ୍ରଭୁଙ୍କ ସ୍ତୁତି କରୁଅଛି।

ਨਾਨਕ ਜਿਸੁ ਨਦਰਿ ਕਰੇ ਤਿਸੁ ਮੇਲਿ ਲਏ ਸਾਈ ਸੁਹਾਗਣਿ ਨਾਰਿ ॥੧॥
ହେ ନାନକ! ଯେଉଁ ଜୀବ-ସ୍ତ୍ରୀ ଉପରେ ପ୍ରଭୁ ନିଜ କୃପା ଦ୍ରୁଷ୍ଟି କରନ୍ତି, ତାହାକୁ ସେ ନିଜ ସାଥିରେ ମିଳନ କରାନ୍ତି ଆଉ ସେହି ଜୀବ-ସ୍ତ୍ରୀ ସୁହାଗିନୀ ଅଟେ। ॥1॥

ਮਃ ੩ ॥
ମହଲା 3 ॥

ਗੁਰ ਸੇਵਾ ਤੇ ਹਰਿ ਪਾਈਐ ਜਾ ਕਉ ਨਦਰਿ ਕਰੇਇ ॥
ଯାହା ଉପରେ ଇଶ୍ଵର ଦୟାଳୁ ହୋଇଥାନ୍ତି, ସେ ଗୁରୁଙ୍କ ସେବାରୁ ତାହା ପାଇନିଏ।

ਮਾਣਸ ਤੇ ਦੇਵਤੇ ਭਏ ਧਿਆਇਆ ਨਾਮੁ ਹਰੇ ॥
ଯେଉଁ ଲୋକ ହରିନାମର ଆରାଧନା କରିଥାଏ, ସେ ମନୁଷ୍ୟରୁ ଦେବତା ବନିଯାଏ।

ਹਉਮੈ ਮਾਰਿ ਮਿਲਾਇਅਨੁ ਗੁਰ ਕੈ ਸਬਦਿ ਤਰੇ ॥
ସେ ନିଜ ଅହଂକାରକୁ ଦୂର କରିଦିଏ ତଥା ପ୍ରଭୁଙ୍କ ସାଥିରେ ମିଶି ଯାଏ ଆଉ ଗୁରୁଙ୍କ ଶବ୍ଦ ଦ୍ଵାରା ପାର ହୋଇଯାଏ।

ਨਾਨਕ ਸਹਜਿ ਸਮਾਇਅਨੁ ਹਰਿ ਆਪਣੀ ਕ੍ਰਿਪਾ ਕਰੇ ॥੨॥
ହେ ନାନକ! ଯାହା ଉପରେ ଇଶ୍ଵର ନିଜ କୃପା ଦୃଷ୍ଟି କରନ୍ତି, ସେ ସ୍ଵାଭାବିକ ଭାବରେ ହିଁ ଲୀନ ହୋଇଯାଏ ॥2॥

ਪਉੜੀ ॥
ପଉଡି ॥

ਹਰਿ ਆਪਣੀ ਭਗਤਿ ਕਰਾਇ ਵਡਿਆਈ ਵੇਖਾਲੀਅਨੁ ॥
ଭଗବାନ ସ୍ଵୟଂ ହିଁ ଭକ୍ତଙ୍କ ଦ୍ଵାରା ନିଜ ଭକ୍ତି କରାଇ ସେମାନଙ୍କୁ ନିଜ ମହିମା ଦେଖାଇଛନ୍ତି।

ਆਪਣੀ ਆਪਿ ਕਰੇ ਪਰਤੀਤਿ ਆਪੇ ਸੇਵ ਘਾਲੀਅਨੁ ॥
ଭଗବାନ ସ୍ଵୟଂ ହିଁ ଭକ୍ତଙ୍କ ହୃଦୟରେ ନିଜ ଆସ୍ଥା ଉତ୍ପର୍ଣ୍ଣ କରନ୍ତି, ସେ ସ୍ଵୟଂ ହିଁ ତାଙ୍କ ଦ୍ଵାରା ନିଜ ସେବା କରାନ୍ତି।

error: Content is protected !!