ਜਿਨ ਕਉ ਹੋਆ ਕ੍ਰਿਪਾਲੁ ਹਰਿ ਸੇ ਸਤਿਗੁਰ ਪੈਰੀ ਪਾਹੀ ॥
ଯାହା ଉପରେ ପରମାତ୍ମା ଦୟାଳୁ ହୋଇଥାନ୍ତି, ସେ ସଦଗୁରୁଙ୍କ ଠାରେ ନତମସ୍ତକ ହୋଇଥାଏ।
ਤਿਨ ਐਥੈ ਓਥੈ ਮੁਖ ਉਜਲੇ ਹਰਿ ਦਰਗਹ ਪੈਧੇ ਜਾਹੀ ॥੧੪॥
ଲୋକ ତଥା ପରଲୋକରେ ତାହାର ଚେହରା ଉଜ୍ଜଳ ହୋଇଥାଏ, ସେ ପରମାତ୍ମାଙ୍କ ଦରବାରରେ ପ୍ରତିଷ୍ଠାର ପୋଷାକ ଧାରଣ କରି ଯାଇଥାଏ। ॥14॥
ਸਲੋਕ ਮਃ ੨ ॥
ଶ୍ଳୋକ ମହଲା 2 ॥
ਜੋ ਸਿਰੁ ਸਾਂਈ ਨਾ ਨਿਵੈ ਸੋ ਸਿਰੁ ਦੀਜੈ ਡਾਰਿ ॥
ଯିଏ ଈଶ୍ବରଙ୍କ ପାଖରେ ନମନୀୟ ହୁଏ ନାହିଁ, ସେହି ମୁଣ୍ଡକୁ କାଟିଦେବା ଉଚିତ।
ਨਾਨਕ ਜਿਸੁ ਪਿੰਜਰ ਮਹਿ ਬਿਰਹਾ ਨਹੀ ਸੋ ਪਿੰਜਰੁ ਲੈ ਜਾਰਿ ॥੧॥
ହେ ନାନକ! ସେହି ମନୁଷ୍ୟ ଶରୀରକୁ ନେଇ ଜଳାଇଦେବା ଉଚିତ, ଯେଉଁ ଶରୀରରେ ଈଶ୍ଵରଙ୍କ ବିରହର ପୀଡା ନାହିଁ। ॥1॥
ਮਃ ੫ ॥
ମହଲା 5 ॥
ਮੁੰਢਹੁ ਭੁਲੀ ਨਾਨਕਾ ਫਿਰਿ ਫਿਰਿ ਜਨਮਿ ਮੁਈਆਸੁ ॥
ହେ ନାନକ! ଯେଉଁ ଜୀବ-ସ୍ତ୍ରୀ ଜଗତର ମୂଳ ପ୍ରଭୁଙ୍କୁ ଭୁଲିଦେଇଛି, ସେ ବାରମ୍ବାର ଜନ୍ମ ମରଣ ଚକ୍ରକୁ ଆସେ।
ਕਸਤੂਰੀ ਕੈ ਭੋਲੜੈ ਗੰਦੇ ਡੁੰਮਿ ਪਈਆਸੁ ॥੨॥
ସେ କସ୍ତୁରୀର ଭ୍ରମରେ ଗନ୍ଧ ପାଣିର ଗାତରେ ପଡିରହିଛି ॥2॥
ਪਉੜੀ ॥
ପଉଡି ॥
ਸੋ ਐਸਾ ਹਰਿ ਨਾਮੁ ਧਿਆਈਐ ਮਨ ਮੇਰੇ ਜੋ ਸਭਨਾ ਉਪਰਿ ਹੁਕਮੁ ਚਲਾਏ ॥
ହେ ମୋର ମନ! ତୁ ହରି-ପରମେଶ୍ଵରଙ୍କ ଏପରି ନାମର ଧ୍ୟାନ କର, ଯିଏ ସମସ୍ତ ଜୀବଙ୍କ ଠାରେ ନିଜ ହୁକୁମ ଚଳାଇଥାଏ।
ਸੋ ਐਸਾ ਹਰਿ ਨਾਮੁ ਜਪੀਐ ਮਨ ਮੇਰੇ ਜੋ ਅੰਤੀ ਅਉਸਰਿ ਲਏ ਛਡਾਏ ॥
ହେ ମୋର ମନ! ତୁ ହରି-ପରମେଶ୍ଵରଙ୍କ ଏପରି ନାମର ଜପ କର, ଯିଏ ଅନ୍ତିମ ସମୟ ତୋତେ ମୋକ୍ଷ ପ୍ରଦାନ କରିବ।
ਸੋ ਐਸਾ ਹਰਿ ਨਾਮੁ ਜਪੀਐ ਮਨ ਮੇਰੇ ਜੁ ਮਨ ਕੀ ਤ੍ਰਿਸਨਾ ਸਭ ਭੁਖ ਗਵਾਏ ॥
ହେ ମୋର ମନ! ତୁ ହରି-ପରମେଶ୍ଵରଙ୍କ ଏପରି ନାମର ସ୍ମରଣ କର, ଯିଏ ତୋର ଚିତ୍ତର ସମସ୍ତ ତୃଷ୍ଣା ଏବଂ ଭୋକ ଦୂର କରିଥାଏ।
ਸੋ ਗੁਰਮੁਖਿ ਨਾਮੁ ਜਪਿਆ ਵਡਭਾਗੀ ਤਿਨ ਨਿੰਦਕ ਦੁਸਟ ਸਭਿ ਪੈਰੀ ਪਾਏ ॥
ସେ ଗୁରୁମୁଖ ବଡ ଭାଗ୍ୟଶାଳୀ ଅଟେ, ଯିଏ ସେହି ପରମେଶ୍ଵରଙ୍କ ନାମର ଚିନ୍ତନ କରି ନିନ୍ଦୁକ ଦୁଷ୍ଟକୁ ନିଜ ଅଧିନ କରିନିଏ।
ਨਾਮੁ ਅਰਾਧਿ ਸਭਨਾ ਤੇ ਵਡਾ ਸਭਿ ਨਾਵੈ ਅਗੈ ਆਣਿ ਨਿਵਾਏ ॥੧੫॥
ହେ ନାନକ! ସେହି ନାମକୁ ଆରାଧନା କରଜିଏ ସବୁଠାରୁ ମହାନ ଅଟେ; ପ୍ରଭୁ ତୋର ସମସ୍ତ ଜୀବଙ୍କୁ ନାମ ସମ୍ମୁଖରେ ନୁଆଇ ଦିଅନ୍ତି। ॥15॥
ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3 ॥
ਵੇਸ ਕਰੇ ਕੁਰੂਪਿ ਕੁਲਖਣੀ ਮਨਿ ਖੋਟੈ ਕੂੜਿਆਰਿ ॥
କୁରୂପ ଏବଂ ଆଚରଣହୀନ ଜୀବ-ସ୍ତ୍ରୀ ବଡ ସୁନ୍ଦର ବସ୍ତ୍ର ସୁଶୋଭିତ କରିଥାଏ, ପରନ୍ତୁ, ମନରେ ପ୍ରବଞ୍ଚନ ଥିବା ଯୋଗୁଁ ତାହା ମିଥ୍ୟା ଅଟେ।
ਪਿਰ ਕੈ ਭਾਣੈ ਨਾ ਚਲੈ ਹੁਕਮੁ ਕਰੇ ਗਾਵਾਰਿ ॥
ସେ ନିଜ ପତି-ପ୍ରଭୁଙ୍କ ଇଚ୍ଛା ଅନୁସାରେ ଚାଲେ ନାହିଁ, ସେ ମୂର୍ଖ ନିଜ ପତି-ପ୍ରଭୁ ଉପରେ ଆଦେଶ ଚଲାଏ।
ਗੁਰ ਕੈ ਭਾਣੈ ਜੋ ਚਲੈ ਸਭਿ ਦੁਖ ਨਿਵਾਰਣਹਾਰਿ ॥
ଯେଉଁ ଜୀବ-ସ୍ତ୍ରୀ ଗୁରୁଙ୍କ ଆଜ୍ଞା ଅନୁସାରେ ଚାଲିଥାଏ, ସେ ସମସ୍ତ ଦୁଃଖରୁ ବଞ୍ଚିଯାଏ।
ਲਿਖਿਆ ਮੇਟਿ ਨ ਸਕੀਐ ਜੋ ਧੁਰਿ ਲਿਖਿਆ ਕਰਤਾਰਿ ॥
ପରମାତ୍ମା ପୂର୍ବ କର୍ମ ଫଳ ରୂପରେ ଯାହା ଲେଖିଛନ୍ତି, ତାହା ଦୂର କିମ୍ବା ବଦଲା ଯାଇ ପାରିବ ନାହିଁ।
ਮਨੁ ਤਨੁ ਸਉਪੇ ਕੰਤ ਕਉ ਸਬਦੇ ਧਰੇ ਪਿਆਰੁ ॥
ଏଥିପାଇଁ, ସେ ନିଜ ମନ ତନ ପତି-ପରମେଶ୍ଵରଙ୍କୁ ଅର୍ପଣ କରି ନାମରେ ନିଜ ପ୍ରେମ ଲଗାଇବା ଉଚିତ।
ਬਿਨੁ ਨਾਵੈ ਕਿਨੈ ਨ ਪਾਇਆ ਦੇਖਹੁ ਰਿਦੈ ਬੀਚਾਰਿ ॥
ନିଜ ମନରେ ବିଚାର କରି ଦେଖ ଯେ ନାମ ସ୍ମରଣ ବ୍ୟତୀତ ଆଉ କୌଣସି ଦ୍ଵାରା ପରମାତ୍ମା ପ୍ରାପ୍ତ ହୁଅନ୍ତି ନାହିଁ।
ਨਾਨਕ ਸਾ ਸੁਆਲਿਓ ਸੁਲਖਣੀ ਜਿ ਰਾਵੀ ਸਿਰਜਨਹਾਰਿ ॥੧॥
ହେ ନାନକ! ସେ ଜୀବ-ସ୍ତ୍ରୀ ସୁନ୍ଦର ଏବଂ ସୁଲକ୍ଷଣ ଅଟେ, ଯାହାର ସେଜ ଉପରେ ରଚୟିତା ସ୍ଵାମୀ ରମଣ କରନ୍ତି। ॥1॥
ਮਃ ੩ ॥
ମହଲା 3॥
ਮਾਇਆ ਮੋਹੁ ਗੁਬਾਰੁ ਹੈ ਤਿਸ ਦਾ ਨ ਦਿਸੈ ਉਰਵਾਰੁ ਨ ਪਾਰੁ ॥
ମାୟାର ମୋହ ଅଜ୍ଞାନତାର ଅନ୍ଧକାର ଅଟେ, ଏହି ମୋହ ରୂପୀ ଅନ୍ଧକାର ଏକ ସମୁଦ୍ର ଭଳି, ଯାହାର କୌଣସି କୂଳ ନଜର ଆସେ ନାହିଁ।
ਮਨਮੁਖ ਅਗਿਆਨੀ ਮਹਾ ਦੁਖੁ ਪਾਇਦੇ ਡੁਬੇ ਹਰਿ ਨਾਮੁ ਵਿਸਾਰਿ ॥
ଅଜ୍ଞାନୀ ମନମୁଖ ବ୍ୟକ୍ତି ଈଶ୍ଵରଙ୍କ ନାମକୁ ବିସ୍ମୃତ କରି ଡୁବି ଯାଏ ଆଉ ଭୟାନକ ଦୁଃଖ ସହନ କରିଥାଏ।
ਭਲਕੇ ਉਠਿ ਬਹੁ ਕਰਮ ਕਮਾਵਹਿ ਦੂਜੈ ਭਾਇ ਪਿਆਰੁ ॥
ସେ ମାୟାର ମୋହରେ ମୁଗ୍ଧ ହୋଇ ପ୍ରାତଃ କାଳରେ ଉଠି ବହୁତ କର୍ମ କାଣ୍ଡ କରିଥାଏ।
ਸਤਿਗੁਰੁ ਸੇਵਹਿ ਆਪਣਾ ਭਉਜਲੁ ਉਤਰੇ ਪਾਰਿ ॥
ଯେଉଁ ବ୍ୟକ୍ତି ନିଜ ସଦଗୁରୁଙ୍କ ସେବା କରିଥାଏ, ସେ ଭବ ସାଗରରୁ ପାର ହୋଇଯାଏ।
ਨਾਨਕ ਗੁਰਮੁਖਿ ਸਚਿ ਸਮਾਵਹਿ ਸਚੁ ਨਾਮੁ ਉਰ ਧਾਰਿ ॥੨॥
ହେ ନାନକ! ଗୁରୁମୁଖ ସତ୍ୟ ନାମକୁ ନିଜ ହୃଦୟରେ ଲଗାଇ ରଖିଥାଏ ଆଉ ସତ୍ୟ ପ୍ରଭୁଙ୍କ ଠାରେ ଲୀନ ହୋଇଯାଏ ॥2॥
ਪਉੜੀ ॥
ପଉଡି ॥
ਹਰਿ ਜਲਿ ਥਲਿ ਮਹੀਅਲਿ ਭਰਪੂਰਿ ਦੂਜਾ ਨਾਹਿ ਕੋਇ ॥
ଇଶ୍ଵର ସାଗର, ମରୁସ୍ଥଳ, ଧରିତ୍ରୀ, ଏବଂ ଗଗନରେ ପରିପୂର୍ଣ୍ଣ ଅଟନ୍ତି, ତାଙ୍କ ବ୍ୟତୀତ ଅନ୍ୟ କେହି ନାହିଁ।
ਹਰਿ ਆਪਿ ਬਹਿ ਕਰੇ ਨਿਆਉ ਕੂੜਿਆਰ ਸਭ ਮਾਰਿ ਕਢੋਇ ॥
ଇଶ୍ଵର ନିଜ ଦରବାରରେ ବିରାଜମାନ ହୋଇ ଜୀବଙ୍କ କର୍ମର ସ୍ଵୟଂ ନ୍ୟାୟ କରିଥାନ୍ତି ଆଉ ସମସ୍ତ ମିଥ୍ୟାବାଦୀଙ୍କୁ ପିଟି ପିଟି ବାହାର କରିଦିଆଯାଏ।
ਸਚਿਆਰਾ ਦੇਇ ਵਡਿਆਈ ਹਰਿ ਧਰਮ ਨਿਆਉ ਕੀਓਇ ॥
ସତ୍ୟବାଦୀଙ୍କୁ ପରମେଶ୍ଵର ଶୋଭା ପ୍ରଦାନ କରିଥାନ୍ତି ଆଉ କର୍ମ ଅନୁସାରେ ପ୍ରତ୍ୟେକ ପ୍ରାଣୀକୁ ଫଳ ଦେଇ ନ୍ୟାୟ କରନ୍ତି।
ਸਭ ਹਰਿ ਕੀ ਕਰਹੁ ਉਸਤਤਿ ਜਿਨਿ ਗਰੀਬ ਅਨਾਥ ਰਾਖਿ ਲੀਓਇ ॥
ଏଥିପାଇଁ ତୁମେ ସମସ୍ତେ ହରିଙ୍କ ମହିମା-ସ୍ତୁତି କର, ଯିଏ ନିର୍ଦ୍ଧନ ଏବଂ ଅନାଥକୁ ରକ୍ଷା କରିଥାନ୍ତି।
ਜੈਕਾਰੁ ਕੀਓ ਧਰਮੀਆ ਕਾ ਪਾਪੀ ਕਉ ਡੰਡੁ ਦੀਓਇ ॥੧੬॥
ସେ ଭଦ୍ର ପୁରୁଷଙ୍କ ମାନ ପ୍ରତିଷ୍ଠା ପ୍ରଦାନ କରିଥାନ୍ତି ଆଉ ଦୋଷୀକୁ ଦଣ୍ଡ ଦିଅନ୍ତି ॥16॥
ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3 ॥
ਮਨਮੁਖ ਮੈਲੀ ਕਾਮਣੀ ਕੁਲਖਣੀ ਕੁਨਾਰਿ ॥
ମନମୁଖ ଜୀବ-ସ୍ତ୍ରୀ ବିକାରରେ ମଳିନ, କୁଳକ୍ଷଣୀ ଅଟେ।
ਪਿਰੁ ਛੋਡਿਆ ਘਰਿ ਆਪਣਾ ਪਰ ਪੁਰਖੈ ਨਾਲਿ ਪਿਆਰੁ ॥
ସେ ନିଜ ସ୍ଵାମୀ ଏବଂ ଘରକୁ ତ୍ୟାଗ କରିଦେଇଥାଏ ପର ପୁରୁଷଙ୍କ ସାଥିରେ ପ୍ରୀତି କରିଥାଏ।
ਤ੍ਰਿਸਨਾ ਕਦੇ ਨ ਚੁਕਈ ਜਲਦੀ ਕਰੇ ਪੂਕਾਰ ॥
ତାଙ୍କରି ତୃଷ୍ଣା କେବେ ମେଣ୍ଟେ ନାହିଁ, ସେ ତୃଷ୍ଣା ଅଗ୍ନିରେ ଜଳିଥାଏ ଆଉ ତୃଷ୍ଣା ଅଗ୍ନିରେ ଜଳି ବିଳାପ କରୁଥାଏ।
ਨਾਨਕ ਬਿਨੁ ਨਾਵੈ ਕੁਰੂਪਿ ਕੁਸੋਹਣੀ ਪਰਹਰਿ ਛੋਡੀ ਭਤਾਰਿ ॥੧॥
ହେ ନାନକ! ହରିନାମ ବ୍ୟତୀତ ସେ କୁରୂପ ଏବଂ କୁଳକ୍ଷଣୀ ଅଟେ ଆଉ ତାହାର ସ୍ଵାମୀ ତାହାକୁ ତ୍ୟାଗ କରିଦିଏ। ॥1॥