ਬਿਦਿਆ ਸੋਧੈ ਤਤੁ ਲਹੈ ਰਾਮ ਨਾਮ ਲਿਵ ਲਾਇ ॥
ସେ ବିଦ୍ୟାର ଯାଞ୍ଚ ପଡତାଳ କରି ଜ୍ଞାନ ପ୍ରାପ୍ତ କରେ ଏବଂ ରାମ ନାମ ରେ ଧ୍ୟାନ ଲଗାଇ ରଖେ।
ਮਨਮੁਖੁ ਬਿਦਿਆ ਬਿਕ੍ਰਦਾ ਬਿਖੁ ਖਟੇ ਬਿਖੁ ਖਾਇ ॥
ମନମୁଖ ଜୀବ ବିଦ୍ୟାର ବିକ୍ରୟକରେ,ଏହି ପରି ବିଷ ପ୍ରାପ୍ତ କରେ ଏବଂ ବିଷ ଖାଏ।
ਮੂਰਖੁ ਸਬਦੁ ਨ ਚੀਨਈ ਸੂਝ ਬੂਝ ਨਹ ਕਾਇ ॥੫੩॥
ମୂର୍ଖକୁ ଶବ୍ଦର ଜ୍ଞାତ ହୁଏ ନାହିଁ ଏବଂ ନା ହି କିଛି ବୁଝାମଣା ଥାଏ।।। 53 ।।
ਪਾਧਾ ਗੁਰਮੁਖਿ ਆਖੀਐ ਚਾਟੜਿਆ ਮਤਿ ਦੇਇ ॥
ସେହି ପଣ୍ତିତଙ୍କ କୁ ହି ଗୁରୁମୁଖୀ କୁହା ଯାଏ, ଯିଏ ନିଜ ବିଦ୍ୟାର୍ଥୀ ମାନଙ୍କୁ ମଧ୍ୟ ଏହି ଉପଦେଶ ଦେଇଥାନ୍ତି ଯେ
ਨਾਮੁ ਸਮਾਲਹੁ ਨਾਮੁ ਸੰਗਰਹੁ ਲਾਹਾ ਜਗ ਮਹਿ ਲੇਇ ॥
ନାମ ସ୍ମରଣ କର, ନାମ ର ସଂଗ୍ରହ କର ଏବଂ ଜଗତରେ ଲାଭ ପ୍ରାପ୍ତ କର।
ਸਚੀ ਪਟੀ ਸਚੁ ਮਨਿ ਪੜੀਐ ਸਬਦੁ ਸੁ ਸਾਰੁ ॥
ସେ ବିଦ୍ୟାର୍ଥୀ ହିଁ ସତ୍ୟ କଥା ଲେଖିଥାଏ, ଯିଏ ମନରେ ସତ୍ୟର ଅଧ୍ୟୟନ କରେ ଏବଂ ଶବ୍ଦର ଧାରଣ କରେ।
ਨਾਨਕ ਸੋ ਪੜਿਆ ਸੋ ਪੰਡਿਤੁ ਬੀਨਾ ਜਿਸੁ ਰਾਮ ਨਾਮੁ ਗਲਿ ਹਾਰੁ ॥੫੪॥੧॥
ହେ ନାନକ! ସେ ହିଁ ଶିକ୍ଷିତ ଏବଂ ଚତୁର ପଣ୍ଡିତ ଅଟେ, ଯିଏ ନିଜ ବେକରେ ହରି ନାମର ହାର ପିନ୍ଧିଛି।। 54 ।। 1 ।।
ਰਾਮਕਲੀ ਮਹਲਾ ੧ ਸਿਧ ਗੋਸਟਿ
ରାମକଲୀ ମହଲା 1 ସିଦ୍ଧ ଗୋସଟି
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਿਧ ਸਭਾ ਕਰਿ ਆਸਣਿ ਬੈਠੇ ਸੰਤ ਸਭਾ ਜੈਕਾਰੋ ॥
ସବୁ ସିଦ୍ଧ ସଭାରେ ନିଜ ଆସନରେ ବସିଗଲେ ଏବଂ ସେମାନେ କହିଲେ ଯେ ସନ୍ଥ ସଭାକୁ ନମନ।
ਤਿਸੁ ਆਗੈ ਰਹਰਾਸਿ ਹਮਾਰੀ ਸਾਚਾ ਅਪਰ ਅਪਾਰੋ ॥
“(ଗୁରୁ ନାନକ ଉତ୍ତର ଦିଅନ୍ତି ଯେ) ଆମର ସେହି ଅପରଂପାର ପରମ ସତ୍ୟ ଈଶ୍ଵର ଙ୍କ ସାମ୍ନା ରେ ହିଁ ବନ୍ଦନା କରୁ,
ਮਸਤਕੁ ਕਾਟਿ ਧਰੀ ਤਿਸੁ ਆਗੈ ਤਨੁ ਮਨੁ ਆਗੈ ਦੇਉ ॥
ଆମେ ଆମର ଅହଂ କାଟି କରି ମଧ୍ୟ ତାକୁ ଉପହାର ଦେଉ ଏବଂ ମନ ଶରୀର ମଧ୍ୟ ତାକୁ ଅର୍ପଣ କରି ଦେଉ।
ਨਾਨਕ ਸੰਤੁ ਮਿਲੈ ਸਚੁ ਪਾਈਐ ਸਹਜ ਭਾਇ ਜਸੁ ਲੇਉ ॥੧॥
ହେ ନାନକ ! ଯଦି କେହି ସନ୍ଥ ମିଳି ଯାଆନ୍ତି ତେବେ ହିଁ ପରମସତ୍ୟ ର ପ୍ରାପ୍ତିହୁଏ ଏବଂ ସହଜ ସ୍ଵଭାବ ଦ୍ଵାରା ହିଁ ଯଶ ମିଳିଥାଏ।। 1 ।।
ਕਿਆ ਭਵੀਐ ਸਚਿ ਸੂਚਾ ਹੋਇ ॥
ନିଜ ଘର ଦ୍ଵାର ଛାଡିକରି ଦେଶ ପ୍ରଦେଶ ବୁଲିବା ଦ୍ଵାରା କଣ ସତ୍ୟ ଏବଂ ଶୁଦ୍ଧତା ପ୍ରାପ୍ତ ହୋଇପାରିବ?
ਸਾਚ ਸਬਦ ਬਿਨੁ ਮੁਕਤਿ ਨ ਕੋਇ ॥੧॥ ਰਹਾਉ ॥
ସତ୍ୟ ଶବ୍ଦ ବିନା କାହାର ମଧ୍ୟ ମୁକ୍ତି ହୁଏ ନାହିଁ।।। 1 ।।
ਕਵਨ ਤੁਮੇ ਕਿਆ ਨਾਉ ਤੁਮਾਰਾ ਕਉਨੁ ਮਾਰਗੁ ਕਉਨੁ ਸੁਆਓ ॥
(ସିଦ୍ଧ ମାନେ ଗୁରୁଜୀଙ୍କୁପ୍ରଶ୍ନ କଲେ)ତମେ କିଏ? ତୁମର ନାମ କଣ? ତୁମର କେଉଁ ମାର୍ଗ ଅଟେ? ଏବଂ ତୁମର ଜୀବନର କଣ ଉଦ୍ଦେଶ୍ୟ ଅଟେ?
ਸਾਚੁ ਕਹਉ ਅਰਦਾਸਿ ਹਮਾਰੀ ਹਉ ਸੰਤ ਜਨਾ ਬਲਿ ਜਾਓ ॥
ତୁମକୁ ଆମର ପ୍ରାର୍ଥନା ଯେ ଆମକୁ ସତ୍ୟ କୁହ,ଆମେ ସତଜନଙ୍କ ପ୍ରତି ସମର୍ପିତ ଅଟୁ।
ਕਹ ਬੈਸਹੁ ਕਹ ਰਹੀਐ ਬਾਲੇ ਕਹ ਆਵਹੁ ਕਹ ਜਾਹੋ ॥
(ସିଦ୍ଧ ମାନେ ଗୁରୁ ନାନକ ଦେବଙ୍କୁ ସମ୍ବୋଧିତକରିଥିଲେ-) ହେ ବାଳକ! ତୁ କେଉଁଠି ବସୁଛୁ? ତୁ କେଉଁଠି ରହୁଛୁ? ତୁ କେଉଁଠୁ ଆସିଛୁ? ଏବଂ ତତେ କେଉଁଠି କୁ ଯିବାର ଅଛି?
ਨਾਨਕੁ ਬੋਲੈ ਸੁਣਿ ਬੈਰਾਗੀ ਕਿਆ ਤੁਮਾਰਾ ਰਾਹੋ ॥੨॥
ନାନକ କହନ୍ତି ଯେ ବୈରାଗୀ ପଚାରନ୍ତି ଯେ ତୁମର କଣ ରାସ୍ତା ଅଛି?।। 2 ।।
ਘਟਿ ਘਟਿ ਬੈਸਿ ਨਿਰੰਤਰਿ ਰਹੀਐ ਚਾਲਹਿ ਸਤਿਗੁਰ ਭਾਏ ॥
(ଗୁରୁ ନାନକ ଦେବ ସିଦ୍ଧ ମାନଙ୍କୁ ଉତ୍ତର ଦେଲେ ଯେ-) ଆମେ ତ ପ୍ରତି ଜୀବ ଠାରେ ନିବାସ କରିବା ବାଲା ପରମାତ୍ମା ଙ୍କ ଧ୍ୟାନରେ ଲୀନ ରହୁ ଏବଂ ସତିଗୁରୁଙ୍କ ଆଜ୍ଞା ରେ ହି ଚାଲୁ।
ਸਹਜੇ ਆਏ ਹੁਕਮਿ ਸਿਧਾਏ ਨਾਨਕ ਸਦਾ ਰਜਾਏ ॥
ଆମକୁ ପ୍ରଭୁ ହିଁ ପଠାଇଛନ୍ତି, ତାଙ୍କ ଆଜ୍ଞା ରୁ ହିଁ ଆସିଛୁ ଏବଂ ନାନକ ସର୍ବଦା ଇଶ୍ଵରଙ୍କ ଇଛା ରେ ହିଁ ଚାଲନ୍ତି।
ਆਸਣਿ ਬੈਸਣਿ ਥਿਰੁ ਨਾਰਾਇਣੁ ਐਸੀ ਗੁਰਮਤਿ ਪਾਏ ॥
ଆମେ ଏହିଭଳି ଗୁରୁମତ ପାଇଛୁ ଯେ ନାରାୟଣ ସଦେବ ସ୍ଥିର ଅଟନ୍ତି ଏବଂ ଆସନରେ ବସିବା ବାଲା ସେ ସ୍ଵୟଂ ହି ଅଟନ୍ତି।
ਗੁਰਮੁਖਿ ਬੂਝੈ ਆਪੁ ਪਛਾਣੈ ਸਚੇ ਸਚਿ ਸਮਾਏ ॥੩॥
ଗୁରୁମୁଖୀ ଏହି ତଥ୍ୟକୁ ବୁଝିଥାଏ ଯେ, ନିଜେ ନିଜକୁ ଚିହ୍ନି ଯାଏ ଏବଂ ପରମସତ୍ୟରେ ହି ବିଲୀନ ହୋଇଯାଏ।। 3 ।।
ਦੁਨੀਆ ਸਾਗਰੁ ਦੁਤਰੁ ਕਹੀਐ ਕਿਉ ਕਰਿ ਪਾਈਐ ਪਾਰੋ ॥
“(ସିଦ୍ଧ ମାନେ ପ୍ରଶ୍ନ କଲେ -) କୁହାଯାଏ ଯେ ଏହି ଦୁନିଆ କଠିନତାରେ ପାର କରିବା ସାଗର ଅଟେ, ଏଥିରୁ କେମିତି ପାର ହୋଇଯାଇ ପାରିବ?”
ਚਰਪਟੁ ਬੋਲੈ ਅਉਧੂ ਨਾਨਕ ਦੇਹੁ ਸਚਾ ਬੀਚਾਰੋ ॥
ପୁଣି ଚରପଟନାଥ କହନ୍ତି ହେ ଅବଧୂତ ନାନକ! ଏହି ତଥ୍ୟ ବିଷୟରେ ସତ୍ୟ ବିଚାର କୁହ।
ਆਪੇ ਆਖੈ ਆਪੇ ਸਮਝੈ ਤਿਸੁ ਕਿਆ ਉਤਰੁ ਦੀਜੈ ॥
“(ଗୁରୁଜୀ କହନ୍ତି ଯେ) ଯିଏ ସ୍ଵୟଂ ଏହି ତଥ୍ୟକୁ କହେ,ସ୍ଵୟଂ ହିଁ ତାକୁ ବୁଝେ, ତାକୁ କଣ ଉତ୍ତର ଦିଆଯାଇ ପାରିବ?”
ਸਾਚੁ ਕਹਹੁ ਤੁਮ ਪਾਰਗਰਾਮੀ ਤੁਝੁ ਕਿਆ ਬੈਸਣੁ ਦੀਜੈ ॥੪॥
ସତ୍ୟ କୁହ ତୁମେ ତ ସଂସାର ସାଗର ରୁ ପାର ହୋଇଯାଇଛ, ତତେ ଚର୍ଚ୍ଚା ପାଇଁ ସନ୍ଥ ସଭାରେ ବସିବାକୁ ହିଁ କାହିଁକି ଦେବ? ତଥାପି କହୁଛି। ॥4॥
ਜੈਸੇ ਜਲ ਮਹਿ ਕਮਲੁ ਨਿਰਾਲਮੁ ਮੁਰਗਾਈ ਨੈ ਸਾਣੇ ॥
“(ଗୁରୁଜୀ ଉତ୍ତର ଦିଅନ୍ତି ଯେ)ହେ ଚରପଟ! ଯେମିତି ଜଳ ରେ କମଳ ର ଫୁଲ ନିର୍ଲିପ୍ତ ରହେ ଏବଂ ନଦୀ ରେ ପହଁରୁଥିବା କୁକୁଡ଼ା ମଧ୍ୟ ନିଜ ପକ୍ଷୀ ଓଦା ହେବାକୁ ଦିଏନାହିଁ,
ਸੁਰਤਿ ਸਬਦਿ ਭਵ ਸਾਗਰੁ ਤਰੀਐ ਨਾਨਕ ਨਾਮੁ ਵਖਾਣੇ ॥
ସେମିତି ହିଁ ପ୍ରଭୁଙ୍କ ନାମ ଜପିବାଏବଂ ଶବ୍ଦରେ ଧ୍ୟାନ ଲଗାଇବା ଦ୍ଵାରା ସଂସାର ସାଗର ରୁ ପାରି ହୋଇଯାଇ ପାରିବ।
ਰਹਹਿ ਇਕਾਂਤਿ ਏਕੋ ਮਨਿ ਵਸਿਆ ਆਸਾ ਮਾਹਿ ਨਿਰਾਸੋ ॥
ଯିଏ ଏକାନ୍ତରେ ରହିକରି ପରମାତ୍ମାଙ୍କୁ ମନରେ ବସାଇ ନିଏ,ସେ ଜୀବନ ର ଆଶା ରୁ ନିର୍ଲିପ୍ତ ହୋଇଯାଏ।
ਅਗਮੁ ਅਗੋਚਰੁ ਦੇਖਿ ਦਿਖਾਏ ਨਾਨਕੁ ਤਾ ਕਾ ਦਾਸੋ ॥੫॥
ହେ ନାନକ! ମୁଁ ତ ସେହି ମହାପୁରୁଷଙ୍କ ଦାସ ଯିଏ ଅଗମ୍ୟ, ଅଗୋଚର ପରମାତ୍ମା ଙ୍କ ଦର୍ଶନ କରି ଅନ୍ୟ ମାନଙ୍କୁ ମଧ୍ୟ ତାଙ୍କ ଦର୍ଶନ କରାଇ ଦିଅନ୍ତି।। 5 ।।
ਸੁਣਿ ਸੁਆਮੀ ਅਰਦਾਸਿ ਹਮਾਰੀ ਪੂਛਉ ਸਾਚੁ ਬੀਚਾਰੋ ॥
(ଯୋଗୀ କହନ୍ତି ଯେ)ହେ ସ୍ଵାମୀ! ଆମର ପ୍ରାର୍ଥନା ଶୁଣ: ଆମେ ତୁମଠାରୁ ସତ୍ୟ ବିଚାର ପଚାରୁଛୁ।
ਰੋਸੁ ਨ ਕੀਜੈ ਉਤਰੁ ਦੀਜੈ ਕਿਉ ਪਾਈਐ ਗੁਰ ਦੁਆਰੋ ॥
କିଛି ମଧ୍ୟ ରାଗ କରିବା ନାହିଁ ଏବଂ ଠିକ୍ ରେ ଉତ୍ତର ଦେବ ଗୁରୁ ଦ୍ଵାରା ପରମାତ୍ମା ଙ୍କୁ କେମିତି ପ୍ରାପ୍ତ କରିହେବ?
ਇਹੁ ਮਨੁ ਚਲਤਉ ਸਚ ਘਰਿ ਬੈਸੈ ਨਾਨਕ ਨਾਮੁ ਅਧਾਰੋ ॥
ଗୁରୁ ନାନକ କହନ୍ତି ଯେ ନାମ ହିଁ ଜୀବନର ଆଧାର ଅଟେ,ଏହି ଚଞ୍ଚଳ ମନ ସତ୍ୟ ରୂପୀ ଘରେ ରହିଯାଏ।
ਆਪੇ ਮੇਲਿ ਮਿਲਾਏ ਕਰਤਾ ਲਾਗੈ ਸਾਚਿ ਪਿਆਰੋ ॥੬॥
ଯେବେ ସତ୍ୟ ସହ ପ୍ରେମ ହୋଇଯିବ ପରମେଶ୍ବର ନିଜେ ହିଁ ନିଜ ସହ ମିଶାଇ ଦେବେ।।6।।
ਹਾਟੀ ਬਾਟੀ ਰਹਹਿ ਨਿਰਾਲੇ ਰੂਖਿ ਬਿਰਖਿ ਉਦਿਆਨੇ ॥ ਕੰਦ ਮੂਲੁ ਅਹਾਰੋ ਖਾਈਐ ਅਉਧੂ ਬੋਲੈ ਗਿਆਨੇ ॥
ଯୋଗୀ ନିଜ ମନର ଜ୍ଞାନ କହନ୍ତି ଯେ ଆମେ ବଜାର ଏବଂ ନଗର ଆଡ଼କୁ ଯାଉଥିବା ରାସ୍ତାରୁ ଦୂର ଜଙ୍ଗଲରେ ବୃକ୍ଷ ଏବଂ ଲତା ତଳେ ନୀରବରେ ରହୁ ଏବଂ କନ୍ଧମୂଳର ଆହାର କରି ଜୀବନ ନିର୍ବାହ କରୁ।