Odia Page 946

ਵਰਨੁ ਭੇਖੁ ਅਸਰੂਪੁ ਸੁ ਏਕੋ ਏਕੋ ਸਬਦੁ ਵਿਡਾਣੀ ॥
ସେହି ଗୋଟିଏ ର ରଙ୍ଗ,ବେଶ ଏବଂ ସ୍ୱରୂପ ବହୁତ ସୁନ୍ଦର ଅଟେ ଏବଂ ସ୍ଵୟଂ ହିଁ ଅଦ୍ଭୁତ ଶବ୍ଦ ଅଟେ।

ਸਾਚ ਬਿਨਾ ਸੂਚਾ ਕੋ ਨਾਹੀ ਨਾਨਕ ਅਕਥ ਕਹਾਣੀ ॥੬੭॥
ହେ ନାନକ ! ପରମ ସତ୍ୟ ବିନା କିଛି ମଧ୍ୟ ଶବ୍ଦ ନାହିଁ ଏବଂ ପରମାତ୍ମା ଙ୍କ ଲୀଳାର କାହାଣୀ ମଧ୍ୟ ବାସ୍ତବରେ ଅକଥନୀୟ ଅଟେ।। 67  ।।

ਕਿਤੁ ਕਿਤੁ ਬਿਧਿ ਜਗੁ ਉਪਜੈ ਪੁਰਖਾ ਕਿਤੁ ਕਿਤੁ ਦੁਖਿ ਬਿਨਸਿ ਜਾਈ ॥
(ସିଦ୍ଧ ମାନେ ପୁଣି ପଚାରିଲେ- ) ହେ ମହାପୁରୁଷ ! ଏହି ଜଗତ କେଉଁ କେଉଁ ବିଧି ଦ୍ଵାରା ଉତ୍ପନ୍ନ ହୋଇଥାଏ ଏବଂ କେଉଁ କେଉଁ କାରଣ ଦୁଃଖ ରେ ନଷ୍ଟ ହୋଇଯାଏ?

ਹਉਮੈ ਵਿਚਿ ਜਗੁ ਉਪਜੈ ਪੁਰਖਾ ਨਾਮਿ ਵਿਸਰਿਐ ਦੁਖੁ ਪਾਈ ॥
ଗୁରୁ ନାନକ ବୁଝନ୍ତି ଯେ ଏହି ଜଗତ ଅହଂ ରେ ଉତ୍ପନ୍ନ ହୋଇଥାଏ ଏବଂ ଯଦି ଏହି ନାମ ଭୁଲି ଯାଏ ତେବେ ସେ ଦୁଃଖ ପ୍ରାପ୍ତ କରିଥାଏ।

ਗੁਰਮੁਖਿ ਹੋਵੈ ਸੁ ਗਿਆਨੁ ਤਤੁ ਬੀਚਾਰੈ ਹਉਮੈ ਸਬਦਿ ਜਲਾਏ ॥
ଯିଏ ଗୁରୁମୂଖ ହୋଇଥାଏ, ସେ ଜ୍ଞାନ ତତ୍ତ୍ଵ ର ବିଚାର କରିଥାଏ ଏବଂ ଶବ୍ଦ ଦ୍ଵାରା ଅହଙ୍କାର କୁ ଜାଳି ଦିଏ।

ਤਨੁ ਮਨੁ ਨਿਰਮਲੁ ਨਿਰਮਲ ਬਾਣੀ ਸਾਚੈ ਰਹੈ ਸਮਾਏ ॥
ନିର୍ମଳ ବାଣୀ ଦ୍ଵାରାତାହାର ମନ ଶରୀର ପାବନ ହୋଇଯାଏ ଏବଂ ପୁଣି ସେ ସତ୍ୟ ରେ ହିଁ ବୁଡି ରହିଥାଏ।

ਨਾਮੇ ਨਾਮਿ ਰਹੈ ਬੈਰਾਗੀ ਸਾਚੁ ਰਖਿਆ ਉਰਿ ਧਾਰੇ ॥
ନାମରୁ ଉତ୍ପନ୍ନ ହୋଇଥିବା ନାମରେ ଲୀନ ହୋଇକରି ବୈରାଗୀ ହୋଇ ରହିଥାଏ ଏବଂ ସତ୍ୟକୁ ହୃଦୟରେ ଧାରଣ କରି ରଖିଥାଏ।

ਨਾਨਕ ਬਿਨੁ ਨਾਵੈ ਜੋਗੁ ਕਦੇ ਨ ਹੋਵੈ ਦੇਖਹੁ ਰਿਦੈ ਬੀਚਾਰੇ ॥੬੮॥
ନାନକ କହନ୍ତି ଯେ ନିଜ ହୃଦୟରେ ବିଚାର କରି ଦେଖିନିଅ, ନାମ ବିନା କେବେ ଯୋଗ ହୁଏ ନାହିଁ।।।    68।।

ਗੁਰਮੁਖਿ ਸਾਚੁ ਸਬਦੁ ਬੀਚਾਰੈ ਕੋਇ ॥
( ଗୁରୁଜୀ ସିଦ୍ଧ ମାନଙ୍କୁବୁଝନ୍ତି ଯେ ) କେହି ବିରଳ ଗୁରୁମୁଖୀ ହିଁ ସତ୍ୟ ଶବ୍ଦର ବିଚାର କରନ୍ତି।

ਗੁਰਮੁਖਿ ਸਚੁ ਬਾਣੀ ਪਰਗਟੁ ਹੋਇ ॥
ଏହି ପ୍ରକାର ଗୁରୁମୁଖୀଙ୍କ ମନରେ ସତ୍ୟ ବାଣୀ ପ୍ରକଟ ହୋଇଯାଏ।

ਗੁਰਮੁਖਿ ਮਨੁ ਭੀਜੈ ਵਿਰਲਾ ਬੂਝੈ ਕੋਇ ॥
ତାହାର ମନ ନାମ ରସ ରେ ବୁଡି ଯାଏ, କିନ୍ତୁ ଏହି ତଥ୍ୟକୁ କେହି ବିରଳ ହିଁ ବୁଝିଥାନ୍ତି।

ਗੁਰਮੁਖਿ ਨਿਜ ਘਰਿ ਵਾਸਾ ਹੋਇ ॥
ଗୁରୁମୁଖୀଙ୍କ ନିଜ ବାସ୍ତବିକ ଘର ରେ ନିବାସ ହୋଇଯାଏ ଏବଂ 

ਗੁਰਮੁਖਿ ਜੋਗੀ ਜੁਗਤਿ ਪਛਾਣੈ ॥
ସେ ଯୋଗର ଉକ୍ତିକୁ ଚିହ୍ନି ନିଏ।

ਗੁਰਮੁਖਿ ਨਾਨਕ ਏਕੋ ਜਾਣੈ ॥੬੯॥
ନାନକ କହନ୍ତି ଯେ ଗୁରୁମୁଖୀ କେବଳ ପରମାତ୍ମା ଙ୍କୁ ହିଁ ଜାଣିଛନ୍ତି।।  69 ।।

ਬਿਨੁ ਸਤਿਗੁਰ ਸੇਵੇ ਜੋਗੁ ਨ ਹੋਈ ॥
(ଗୁରୁଜୀ ସିଦ୍ଧ ମାନଙ୍କୁଉପଦେଶ ଦିଅନ୍ତି ଯେ) ସତ୍ ଗୁରୁ ଙ୍କ ସେବା ନକରିବା ଦ୍ଵାରା ଯୋଗ ସାଧନା ହୋଇପାରିବ ନାହିଁ ଏବଂ

ਬਿਨੁ ਸਤਿਗੁਰ ਭੇਟੇ ਮੁਕਤਿ ਨ ਕੋਈ ॥
ସତ୍ ଗୁରୁଙ୍କ ସହ ନ ମିଶିଲେ କାହାକୁ ମଧ୍ୟ ମୁକ୍ତି ହୁଏନାହିଁ।

ਬਿਨੁ ਸਤਿਗੁਰ ਭੇਟੇ ਨਾਮੁ ਪਾਇਆ ਨ ਜਾਇ ॥
ସତ୍ ଗୁରୁଙ୍କ ସହ ସାକ୍ଷାତକାର ନକରି ନାମ ପ୍ରାପ୍ତ ହୁଏନାହିଁ ଏବଂ 

ਬਿਨੁ ਸਤਿਗੁਰ ਭੇਟੇ ਮਹਾ ਦੁਖੁ ਪਾਇ ॥
ସତ୍ ଗୁରୁ ଙ୍କ ସହ ନମିଶି ଜୀବ ବହୁତ ଦୁଃଖ ପ୍ରାପ୍ତ କରେ।

ਬਿਨੁ ਸਤਿਗੁਰ ਭੇਟੇ ਮਹਾ ਗਰਬਿ ਗੁਬਾਰਿ ॥
ସତ୍ ଗୁରୁଙ୍କ ସହ ନମିଶି ଅହଙ୍କାର ଦ୍ଵାରା ମନରେ ଅଜ୍ଞାନତା ରୂପୀ ଅନ୍ଧକାର ହୋଇ ରହିଥାଏ।

ਨਾਨਕ ਬਿਨੁ ਗੁਰ ਮੁਆ ਜਨਮੁ ਹਾਰਿ ॥੭੦॥
ନାନକ କହନ୍ତି ଯେ ନିର୍ଗୁଣ ଜୀବ ନିଜର ଜନ୍ମ ବ୍ୟର୍ଥ କରି ପ୍ରାଣ ତ୍ୟାଗ କରିଛି।।  70 ।।

ਗੁਰਮੁਖਿ ਮਨੁ ਜੀਤਾ ਹਉਮੈ ਮਾਰਿ ॥
ଗୁରୁମୁଖୀ ଅଭିମାନ କୁ ସମାପ୍ତ କରି ନିଜ ମନ ଜିତି ନେଇଛନ୍ତି ଏବଂ 

ਗੁਰਮੁਖਿ ਸਾਚੁ ਰਖਿਆ ਉਰ ਧਾਰਿ ॥
ସତ୍ୟକୁ ହୃଦୟରେ ଧାରଣ କରି ରଖିଛନ୍ତି।

ਗੁਰਮੁਖਿ ਜਗੁ ਜੀਤਾ ਜਮਕਾਲੁ ਮਾਰਿ ਬਿਦਾਰਿ ॥
ସେ ମୃତ୍ୟର ଭୟ ସମାପ୍ତ କରି ଜଗତ ଉପରେ ବିଜୟ ପାଇଛନ୍ତି ଏବଂ 

ਗੁਰਮੁਖਿ ਦਰਗਹ ਨ ਆਵੈ ਹਾਰਿ ॥
ସେ ଯମରାଜ ଠାରୁ କିଛି ପ୍ରାପ୍ତ କରେ ନାହିଁ।  

ਗੁਰਮੁਖਿ ਮੇਲਿ ਮਿਲਾਏ ਸੋੁ ਜਾਣੈ ॥
ଗୁରୁମୁଖୀ ଜୀବନରେ ପରାଜିତ ହୋଇକରି ଦରବାରକୁ ଆସନ୍ତି ନାହିଁ।

ਨਾਨਕ ਗੁਰਮੁਖਿ ਸਬਦਿ ਪਛਾਣੈ ॥੭੧॥
ନାନକ କହନ୍ତି ଯେ ଗୁରୁମୁଖୀ ଶବ୍ଦ କୁ ଜାଣି ନିଅନ୍ତି, କିନ୍ତୁ ଏହି ତଥ୍ୟ କୁ ଗୁରୁମୁଖୀ ହିଁ ଜାଣିଛନ୍ତି, ଯାହାକୁ ପ୍ରଭୁ ସାଙ୍ଗରେ ମିଶାଇ ଦିଅନ୍ତି।।  71 ।।

ਸਬਦੈ ਕਾ ਨਿਬੇੜਾ ਸੁਣਿ ਤੂ ਅਉਧੂ ਬਿਨੁ ਨਾਵੈ ਜੋਗੁ ਨ ਹੋਈ ॥
ଗୁରୁଜୀ କହନ୍ତି ଯେ ହେ ଅବଧୂତ ! ଏବେ ତୁ ଶବ୍ଦ ର ସମ୍ବନ୍ଧ ରେ  ଚାଲୁଥିବା ଗୋଷ୍ଠୀର ନିତ୍କର୍ଷ ବିଷୟରେ ଧ୍ୟାନର ସହ ଶୁଣ ଯେ ନାମ ବିନା କିଛି ଯୋଗ ସାଧନା ହୁଏନାହିଁ।

ਨਾਮੇ ਰਾਤੇ ਅਨਦਿਨੁ ਮਾਤੇ ਨਾਮੈ ਤੇ ਸੁਖੁ ਹੋਈ ॥
ନାମ ରେ ଲୀନ ଜୀବ ନିତ୍ୟ ଖୁସି ରହନ୍ତି ଏବଂ ନାମରୁ ହିଁ ସତ୍ୟ ସୁଖ ପ୍ରାପ୍ତ ହୋଇଥାଏ।

ਨਾਮੈ ਹੀ ਤੇ ਸਭੁ ਪਰਗਟੁ ਹੋਵੈ ਨਾਮੇ ਸੋਝੀ ਪਾਈ ॥
ନାମ ରୁ ହିଁ ସବୁକିଛି ପ୍ରକଟ ହୋଇଥାଏ ଏବଂ ନାମ ରୁ ହିଁ ଜ୍ଞାନ ପ୍ରାପ୍ତ ହୋଇଥାଏ।

ਬਿਨੁ ਨਾਵੈ ਭੇਖ ਕਰਹਿ ਬਹੁਤੇਰੇ ਸਚੈ ਆਪਿ ਖੁਆਈ ॥
ନାମ ବିହୀନ ଲୋକ ବହୁତ ଆଡ଼ମ୍ବର କରନ୍ତି ଏବଂ ସତ୍ୟ ପରମେଶ୍ବର ସ୍ୱୟଂ ହିଁ ଦୁନିଆକୁ ଭୁଲି ଯାଆନ୍ତି।

ਸਤਿਗੁਰ ਤੇ ਨਾਮੁ ਪਾਈਐ ਅਉਧੂ ਜੋਗ ਜੁਗਤਿ ਤਾ ਹੋਈ ॥
ହେ ଅବଧୂତ! ଯଦି ସତ୍ ଗୁରୁଙ୍କ ଠାରୁ ନାମ ପ୍ରାପ୍ତ ହୋଇଯାଏ ତେବେ ହିଁ ଯୋଗ ଉକ୍ତି ସଫଳ ହୋଇଥାଏ।

ਕਰਿ ਬੀਚਾਰੁ ਮਨਿ ਦੇਖਹੁ ਨਾਨਕ ਬਿਨੁ ਨਾਵੈ ਮੁਕਤਿ ਨ ਹੋਈ ॥੭੨॥
ଗୁରୁ ନାନକ ଦେବ କହନ୍ତି ଯେ ନିଜ ମନ ରୁ ବିଚାର କରି ଦେଖି ନିଅ, ନାମ ବିନା ଜୀବ ର ମୁକ୍ତି ହୁଏନାହିଁ।।।72  ।।

ਤੇਰੀ ਗਤਿ ਮਿਤਿ ਤੂਹੈ ਜਾਣਹਿ ਕਿਆ ਕੋ ਆਖਿ ਵਖਾਣੈ ॥
“( ଗୁରୁ ନାନକ ଦେବ ଅନ୍ତିମ ପଦରେ ପରମେଶ୍ୱରଙ୍କ ସ୍ତୁତି ଗାନ କରି କହନ୍ତି ଯେ) ହେ ଇଶ୍ଵର! ତୋର ଯେଉଁ ଗତି ଏବଂ ବିସ୍ତାର ଅଛି, ତାକୁ କେବଳ ତୁ ହିଁ ଜାଣିଛୁ,କେହି କହିକରି କଣ ବ୍ୟାଖ୍ୟା କରିପାରିବ?”

ਤੂ ਆਪੇ ਗੁਪਤਾ ਆਪੇ ਪਰਗਟੁ ਆਪੇ ਸਭਿ ਰੰਗ ਮਾਣੈ ॥
ତୁମେ ସ୍ଵୟଂ ହିଁ ନିର୍ଗୁଣ ରୂପରେ ଗୁପ୍ତ ରୁହ, ସ୍ଵୟଂ ହିଁ ସଗୁଣ ରୂପରେ ପ୍ରକଟ ହୋଇଯାଅ ଏବଂ ସ୍ଵୟଂ ହିଁ ସବୁ ରଙ୍ଗ ର ଆନନ୍ଦନିଅ।

ਸਾਧਿਕ ਸਿਧ ਗੁਰੂ ਬਹੁ ਚੇਲੇ ਖੋਜਤ ਫਿਰਹਿ ਫੁਰਮਾਣੈ ॥
ବହୁତ ସିଦ୍ଧ ସାଧକ, ଗୁରୁ ଏବଂ ଅନେକ ଶିଷ୍ୟ ତୁମର ଆଦେଶ ଖୋଜି ଥାଆନ୍ତି।

ਮਾਗਹਿ ਨਾਮੁ ਪਾਇ ਇਹ ਭਿਖਿਆ ਤੇਰੇ ਦਰਸਨ ਕਉ ਕੁਰਬਾਣੈ ॥
ସେ ତୋଠାରୁ ତୋର ନାମ ର ଦାନ ମାଗନ୍ତି, ତୋଠରୁ ଏହି ଭିକ୍ଷା ପ୍ରାପ୍ତ କରନ୍ତି ଏବଂ ଦର୍ଶନ ରେ ହିଁ ସମର୍ପିତ ଯାଇଥାଏ। 

ਅਬਿਨਾਸੀ ਪ੍ਰਭਿ ਖੇਲੁ ਰਚਾਇਆ ਗੁਰਮੁਖਿ ਸੋਝੀ ਹੋਈ ॥
ଏହି ଜଗତ ଅବିନାଶୀପ୍ରଭୁ ଗୋଟିଏ ଲୀଳା ରଚିଛନ୍ତି, କିନ୍ତୁ ଏହା ଗୁରୁମୁଖୀଙ୍କୁ ହିଁ ବୁଝା ପଡେ।

ਨਾਨਕ ਸਭਿ ਜੁਗ ਆਪੇ ਵਰਤੈ ਦੂਜਾ ਅਵਰੁ ਨ ਕੋਈ ॥੭੩॥੧॥
ଗୁରୁ ନାନକ କହନ୍ତି ଯେ ପରମାତ୍ମା ସ୍ଵୟଂ ହିଁ ସବୁ ଯୁଗରେ ଅଛନ୍ତି ଏବଂ ତାଙ୍କ ଛଡ଼ା ଅନ୍ୟ କେହି ନାହାନ୍ତି।।  73 ।।1  ।।

error: Content is protected !!