ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସତ୍ ଗୁରୁଙ୍କ କୃପା ରୁ ପ୍ରାପ୍ତ ହୋଇଥାଏ।।
ਰਾਮਕਲੀ ਕੀ ਵਾਰ ਮਹਲਾ ੩ ॥
ରାମକଲୀ ୱାର ମହଲା 3॥
ਜੋਧੈ ਵੀਰੈ ਪੂਰਬਾਣੀ ਕੀ ਧੁਨੀ ॥
ଯୋଦ୍ଧା ଏବଂ ବୀର ପୂର୍ବାଣୀ ଧ୍ୱନି
ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3।।
ਸਤਿਗੁਰੁ ਸਹਜੈ ਦਾ ਖੇਤੁ ਹੈ ਜਿਸ ਨੋ ਲਾਏ ਭਾਉ ॥
ସତ୍ ଗୁରୁ ସୁଖ ଏବଂ ଶାନ୍ତିର ଖେତ ଅଟେ, ପ୍ରଭୁ ଯାହାର ପ୍ରେମ ଗୁରୁଙ୍କ ଠାରେ ଲଗାଇ ଦିଅନ୍ତି,
ਨਾਉ ਬੀਜੇ ਨਾਉ ਉਗਵੈ ਨਾਮੇ ਰਹੈ ਸਮਾਇ ॥
ସେ ନାମ ହିଁ ବୁଣି ଥାଏ, ତାହାର ବୁଣା ହୋଇଥିବା ନାମ ହିଁ ଜନ୍ମ ହୋଇଥାଏ ଏବଂ ପୁଣି ସେ ନାମ ରେ ହିଁ ବିଲୀନ ହୋଇଯାଏ।
ਹਉਮੈ ਏਹੋ ਬੀਜੁ ਹੈ ਸਹਸਾ ਗਇਆ ਵਿਲਾਇ ॥
ଜୀବ ର ଅହଙ୍କାର ହିଁ ତାହାର ଜନ୍ମ ମରଣର ବୀଜ ଅଟେ, କିନ୍ତୁ ନାମ ବୁଣିବା ଦ୍ଵାରା ତାହାର ଜନ୍ମ ମରଣର ଭୟ ଦୂର ହୋଇଯାଏ।
ਨਾ ਕਿਛੁ ਬੀਜੇ ਨ ਉਗਵੈ ਜੋ ਬਖਸੇ ਸੋ ਖਾਇ ॥
ସେହି ନାମ ବିନା ନା କିଛି ଅନ୍ୟ ନାମ ବୁଣି ଥାଏ ନା ଆଉ କିଛି ଜାତ ହୋଇଥାଏ। ଏବେ ସେ ତାହା ହିଁ ଖାଇଥାଏ,ଯାହା ପରମାତ୍ମା ଦିଅନ୍ତି।
ਅੰਭੈ ਸੇਤੀ ਅੰਭੁ ਰਲਿਆ ਬਹੁੜਿ ਨ ਨਿਕਸਿਆ ਜਾਇ ॥
ଗୁରୁମୁଖୀ ଜଳରେ ଜଳ ଭଳି ମିଶି ପରମେଶ୍ବରଙ୍କ ଠାରୁ ପୁଣି ଅଲଗା ହୁଏନାହିଁ।
ਨਾਨਕ ਗੁਰਮੁਖਿ ਚਲਤੁ ਹੈ ਵੇਖਹੁ ਲੋਕਾ ਆਇ ॥
ନାନକ କହନ୍ତି ଯେ ହେ ଲୋକମାନେ ! ଆସିକରି ଦେଖିନିଅ,
ਲੋਕੁ ਕਿ ਵੇਖੈ ਬਪੁੜਾ ਜਿਸ ਨੋ ਸੋਝੀ ਨਾਹਿ ॥
ଗୁରୁମୁଖୀଙ୍କ ଏହା ଜୀବନ ଲୀଳା ଅଟେ କିନ୍ତୁ ଏହି ବିଚାରି ଲୋକ ମାନେ କଣ ଦେଖନ୍ତି, ଯାହାକୁ ଏହି କଥାର କିଛି ବୁଝା ପଡେନାହିଁ।
ਜਿਸੁ ਵੇਖਾਲੇ ਸੋ ਵੇਖੈ ਜਿਸੁ ਵਸਿਆ ਮਨ ਮਾਹਿ ॥੧॥
ଯାହାର ମନରେ ଭଗବାନ ବାସ କରିଥାନ୍ତି, ସେ ହିଁ ଦେଖୁଥାଏ, ଯାହାକୁ ସେ ସ୍ଵୟଂ ଦେଖାନ୍ତି।।1।।
ਮਃ ੩ ॥
ମହଲା 3।।
ਮਨਮੁਖੁ ਦੁਖ ਕਾ ਖੇਤੁ ਹੈ ਦੁਖੁ ਬੀਜੇ ਦੁਖੁ ਖਾਇ ॥
ସ୍ଵେଚ୍ଛାଚାରୀ ଜୀବ ଦୁଃଖର ଖେତ ଅଟେ, ସେ ଦୁଃଖ ବୁଣିଥାଏ ଆଉ ଦୁଃଖ ହିଁ ଭୋଗ କରିଥାଏ।
ਦੁਖ ਵਿਚਿ ਜੰਮੈ ਦੁਖਿ ਮਰੈ ਹਉਮੈ ਕਰਤ ਵਿਹਾਇ ॥
ସେ ଦୁଃଖ ରେ ଜନ୍ମ ନେଇ ଥାଏ, ଦୁଃଖ ରେ ହିଁ ପ୍ରାଣ ତ୍ୟାଗ କରିଥାଏ, ତାହାର ପୂରା ଜୀବନ ଅହଙ୍କାର କରି ଅତିବାହିତ ହୋଇଥାଏ।
ਆਵਣੁ ਜਾਣੁ ਨ ਸੁਝਈ ਅੰਧਾ ਅੰਧੁ ਕਮਾਇ ॥
ତାହାକୁ ଜନ୍ମ ମରଣ ର କିଛି ଚିନ୍ତା ନଥାଏ, ସେ ଜ୍ଞାନହୀନ ହେବା କାରଣରୁ ଜ୍ଞାନହୀନ କର୍ମ ହିଁ କରିଥାଏ।
ਜੋ ਦੇਵੈ ਤਿਸੈ ਨ ਜਾਣਈ ਦਿਤੇ ਕਉ ਲਪਟਾਇ ॥
ଯେଉଁ ପରମେଶ୍ବର ତାକୁ ଜୀବନ ର ସୁଖ ଦେଇଥାନ୍ତି, ତାହାଙ୍କୁ ସେ ଜାଣି ନଥାଏ, ବରଂ ସେ ଦେଇଥିବା ଜିନିଷରେ ହିଁ ମାତି ଥାଏ ।
ਨਾਨਕ ਪੂਰਬਿ ਲਿਖਿਆ ਕਮਾਵਣਾ ਅਵਰੁ ਨ ਕਰਣਾ ਜਾਇ ॥੨॥
ହେ ନାନକ ! ଯାହା ପୂର୍ବରୁ ମନୁଷ୍ୟ ର ଭାଗ୍ୟ ରେ ଲେଖା ହୋଇଛି, ତାହା ହିଁ ତାକୁ କରିବାକୁ ପଡେ ଏବଂ ଭାଗ୍ୟ ବିନା ଅନ୍ୟ କିଛି କରି ହୁଏନାହିଁ ।। 2।।
ਮਃ ੩ ॥
ମହଲା 3।।
ਸਤਿਗੁਰਿ ਮਿਲਿਐ ਸਦਾ ਸੁਖੁ ਜਿਸ ਨੋ ਆਪੇ ਮੇਲੇ ਸੋਇ ॥
ଯେଉଁ ବ୍ୟକ୍ତିକୁ ଇଶ୍ଵର (ଗୁରୁଙ୍କ ସହ) ମିଶାଇ ଦିଅନ୍ତି, ସେ ସତ୍ ଗୁରୁ ଙ୍କ ସହ ମିଶିକରି ସର୍ବଦା ସୁଖ ପ୍ରାପ୍ତ କରନ୍ତି।
ਸੁਖੈ ਏਹੁ ਬਿਬੇਕੁ ਹੈ ਅੰਤਰੁ ਨਿਰਮਲੁ ਹੋਇ ॥
ଏହି ବିବେକ ହିଁ ସୁଖର କାରଣ ଅଟେ, ଯାହାଦ୍ଵାରା ମନ ନିର୍ମଳ ହୋଇଯାଏ।
ਅਗਿਆਨ ਕਾ ਭ੍ਰਮੁ ਕਟੀਐ ਗਿਆਨੁ ਪਰਾਪਤਿ ਹੋਇ ॥
ତାହାର ଅଜ୍ଞାନତାର ଭ୍ରମ ନିବୃତ ହୋଇଯାଏ ଏବଂ ଜ୍ଞାନ ପ୍ରାପ୍ତ ହୋଇଯାଏ।
ਨਾਨਕ ਏਕੋ ਨਦਰੀ ਆਇਆ ਜਹ ਦੇਖਾ ਤਹ ਸੋਇ ॥੩॥
ହେ ନାନକ ! ସେହି ମନୁଷ୍ୟ କୁ ସବୁଆଡେ ପରମେଶ୍ବର ହିଁ ଦେଖା ଦିଅନ୍ତି, ସେ ଯେଉଁ ଆଡ଼େ ମଧ୍ୟ ଦେଖନ୍ତି, ସେଠି ସେ ଉପସ୍ଥିତ ଥାନ୍ତି।।3 ।।
ਪਉੜੀ ॥
ପଉଡୀ ।।
ਸਚੈ ਤਖਤੁ ਰਚਾਇਆ ਬੈਸਣ ਕਉ ਜਾਂਈ ॥
ସତ୍ୟ ପରମେଶ୍ବର ଏହି ଜଗତ ରୂପୀ ସିଂହାସନକୁ ନିଜେ ବସିବା ପାଇଁ ତିଆରି କରିଛନ୍ତି।
ਸਭੁ ਕਿਛੁ ਆਪੇ ਆਪਿ ਹੈ ਗੁਰ ਸਬਦਿ ਸੁਣਾਈ ॥
ସେ ସ୍ଵୟଂ ହିଁ ସବୁ କିଛି କରିଥାନ୍ତି, ଏହି କଥା ଗୁରୁଙ୍କ ଶବ୍ଦ ଶୁଣାଇଛି।
ਆਪੇ ਕੁਦਰਤਿ ਸਾਜੀਅਨੁ ਕਰਿ ਮਹਲ ਸਰਾਈ ॥
ସେ ସ୍ଵୟଂ ହିଁ ନିଜର ପ୍ରକୃତି ତିଆରି କରିଛନ୍ତି ଏବଂ ବହୁତ ମହଲ ମଧ୍ୟ,
ਚੰਦੁ ਸੂਰਜੁ ਦੁਇ ਚਾਨਣੇ ਪੂਰੀ ਬਣਤ ਬਣਾਈ ॥
ସେ ଦୁନିଆ ରେ ଆଲୋକ କରିବା ଦ୍ୱାରା ଚନ୍ଦ୍ର ଏବଂ ସୂର୍ଯ୍ୟ ରୂପୀ ଦୁଇ ଦୀପକ ତିଆରି କରି ପୁରା ରଚନା କରିଛନ୍ତି।
ਆਪੇ ਵੇਖੈ ਸੁਣੇ ਆਪਿ ਗੁਰ ਸਬਦਿ ਧਿਆਈ ॥੧॥
ସେ ସ୍ଵୟଂ ହିଁ ସବୁ ଦେଖନ୍ତି ଏବଂ ଶୁଣନ୍ତି ଏବଂ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ଏହାର ଧ୍ୟାନ କରିହୁଏ।। 1 ।।
ਵਾਹੁ ਵਾਹੁ ਸਚੇ ਪਾਤਿਸਾਹ ਤੂ ਸਚੀ ਨਾਈ ॥੧॥ ਰਹਾਉ ॥
ୱାହ ସଚ୍ଚା ବାଦଶାହ! ୱାହ ୱାହ! ତୁ ପ୍ରଶଂସନୀୟ ଅଟୁ, ତୋର ନାମ ଶାଶ୍ଵତ ଅଟେ॥1॥ରୁହ॥
ਸਲੋਕੁ ॥
ଶ୍ଳୋକ ।।
ਕਬੀਰ ਮਹਿਦੀ ਕਰਿ ਕੈ ਘਾਲਿਆ ਆਪੁ ਪੀਸਾਇ ਪੀਸਾਇ ॥
କବୀର କହନ୍ତି ଯେ ହେ ମୋର ମାଲିକ ! ମୁଁ ସ୍ଵୟଂକୁ ପେଶି ପେଶି ମେହେନ୍ଦି କରି ରଖିଛି,
ਤੈ ਸਹ ਬਾਤ ਨ ਪੁਛੀਆ ਕਬਹੂ ਨ ਲਾਈ ਪਾਇ ॥੧॥
କିନ୍ତୁ ତୁମେ କେବେ ମଧ୍ୟ ମୋ କଥା ପଚାରି ନାହଁ ଏବଂ ନା କେବେ ଏହି ମେହେନ୍ଦିକୁ ନିଜ ଚରଣ ରେ ଲଗାଇଛ ।। 1 ।।
ਮਃ ੩ ॥
ମହଲା 3।।
ਨਾਨਕ ਮਹਿਦੀ ਕਰਿ ਕੈ ਰਖਿਆ ਸੋ ਸਹੁ ਨਦਰਿ ਕਰੇਇ ॥
ନାନକ କହନ୍ତି ଯେ ମୁଁ ନିଜକୁ ମେହେନ୍ଦି କରି ରଖିଛି ଯାହାଦ୍ଵାରା କି ମାଲିକ ମୋ ଉପରେ କୃପା ଦୃଷ୍ଟି କରିବେ।
ਆਪੇ ਪੀਸੈ ਆਪੇ ਘਸੈ ਆਪੇ ਹੀ ਲਾਇ ਲਏਇ ॥
ସେ ସ୍ଵୟଂ ହିଁ ମେହେନ୍ଦିକୁ ପେଶି ଥାନ୍ତି , ସ୍ଵୟଂ ହିଁ ତାକୁ ଘଷିଥାନ୍ତି ଏବଂ ସ୍ଵୟଂ ହିଁ ଚରଣ ରେ ଲଗାଇଥାନ୍ତି।
ਇਹੁ ਪਿਰਮ ਪਿਆਲਾ ਖਸਮ ਕਾ ਜੈ ਭਾਵੈ ਤੈ ਦੇਇ ॥੨॥
ଏହି ପ୍ରେମର ପିଆଲା ମାଲିକ ପ୍ରଭୁଙ୍କ ନିଜର ଅଟେ, ଯାହାକୁ ସେ ଚାହୁଁ ଅଛି, ତାକୁ ହିଁ ସେ ପିଇବାକୁ ଦିଅନ୍ତି।।2 ।।
ਪਉੜੀ ॥
ପଉଡୀ।।
ਵੇਕੀ ਸ੍ਰਿਸਟਿ ਉਪਾਈਅਨੁ ਸਭ ਹੁਕਮਿ ਆਵੈ ਜਾਇ ਸਮਾਹੀ ॥
ପରମେଶ୍ବର ଅନେକପ୍ରକାର ସୃଷ୍ଟି ଉତ୍ପନ୍ନ କରିଛନ୍ତି, ତାଙ୍କର ଆଦେଶ ରେ ଜୀବ ଜନ୍ମ ନିଅନ୍ତି ଏବଂ ମରନ୍ତି ଏବଂ (ସୃଷ୍ଟି ର ପ୍ରଳୟ ହେବା ଦ୍ବାରା) ସତ୍ୟ ରେ ହିଁ ବିଲୀନ ହୋଇଯାନ୍ତି।
ਆਪੇ ਵੇਖਿ ਵਿਗਸਦਾ ਦੂਜਾ ਕੋ ਨਾਹੀ ॥
ହେ ପରମେଶ୍ବର! ତୁମେ ସ୍ଵୟଂ ହିଁ ନିଜ ସୃଷ୍ଟି କୁ ଦେଖି ପ୍ରସନ୍ନ ହେଉଛ ଏବଂ ତୁମ ଭଳି ଅନ୍ୟ କେହି ନାହିଁ।
ਜਿਉ ਭਾਵੈ ਤਿਉ ਰਖੁ ਤੂ ਗੁਰ ਸਬਦਿ ਬੁਝਾਹੀ ॥
ଯେମିତି ତୁମକୁ ମଞ୍ଜୁର ହେଉଛି, ସେମିତି ହିଁ ତୁମେ ଜୀବ ମାନଙ୍କୁ ରଖିଛ ଏବଂ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ତୁମେ ଜ୍ଞାନ ପ୍ରଦାନ କରୁଛ।
ਸਭਨਾ ਤੇਰਾ ਜੋਰੁ ਹੈ ਜਿਉ ਭਾਵੈ ਤਿਵੈ ਚਲਾਹੀ ॥
ସବୁ ଜୀବ ଙ୍କ ଉପରେ ତୋର ହିଁ ବଳ ଚାଲୁଛି, ଯେମିତି ତୁମକୁ ଉପଯୁକ୍ତ ଲାଗୁଛି ସେମିତି ହିଁ ତୁମେ ଚାଲୁଛ।
ਤੁਧੁ ਜੇਵਡ ਮੈ ਨਾਹਿ ਕੋ ਕਿਸੁ ਆਖਿ ਸੁਣਾਈ ॥੨॥
ମତେ ତୁମ ଭଳି ମହାନ୍ ଆଉ କେହି ଦେଖା ଯାଆନ୍ତି ନାହିଁ, ମୁଁ ଏହି କଥା କାହାକୁ କହି ଶୁଣାଇବି? ।। 2 ।।
ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ।।
ਭਰਮਿ ਭੁਲਾਈ ਸਭੁ ਜਗੁ ਫਿਰੀ ਫਾਵੀ ਹੋਈ ਭਾਲਿ ॥
ହେ ସଖୀ! ଭ୍ରମରେ ପଡିକରି ଭୁଲି ମୁଁ ସବୁ ଜଗତ ରେ ବୁଲୁଛି ଏବଂ ନିଜର ପ୍ରିୟ ପ୍ରଭୁ ଙ୍କୁ ଖୋଜି ଖୋଜି ପାଗଳ ହୋଇ ଗଲିଣି।