ਮਾਝ ਮਹਲਾ ੪ ॥
ମାଝ ମହଲା 4 ॥
ਹਰਿ ਗੁਣ ਪੜੀਐ ਹਰਿ ਗੁਣ ਗੁਣੀਐ ॥
ଆମେ ହଋ-ପରମେଶ୍ଵରଙ୍କ ମହିମା ହିନ ପଢିବା ଉଚିତ ଆଉ ହରିଙ୍କ ମହିମା ହିଁ ଚିନ୍ତନ କରିବା ଉଚିତ ଅଟେ।
ਹਰਿ ਹਰਿ ਨਾਮ ਕਥਾ ਨਿਤ ਸੁਣੀਐ ॥
ସର୍ବଦା ହିଁ ହରିନାମର କଥା ଶୁଣିବା ଉଚିତ
ਮਿਲਿ ਸਤਸੰਗਤਿ ਹਰਿ ਗੁਣ ਗਾਏ ਜਗੁ ਭਉਜਲੁ ਦੁਤਰੁ ਤਰੀਐ ਜੀਉ ॥੧॥
ତଥା ସନ୍ଥଙ୍କ ସଭାରେ ମିଶି ହରିଙ୍କ ମହିମା-ସ୍ତୁତି ଗାୟନ କରିବା ଉଚିତ; ଏହି ପ୍ରକାରେ ଭବ ସାଗରରୁ ପାର ହୋଇପାରିବ ॥1॥
ਆਉ ਸਖੀ ਹਰਿ ਮੇਲੁ ਕਰੇਹਾ ॥
ହେ ମୋର ସଖୀ! ଆସ ଆମେ ହରି ମିଳନର ପ୍ରୟାସ କରିବା।
ਮੇਰੇ ਪ੍ਰੀਤਮ ਕਾ ਮੈ ਦੇਇ ਸਨੇਹਾ॥
କେହି ମୋତେ ମୋର ପ୍ରିୟତମର ସନ୍ଦେଶ ଦିଅ।
ਮੇਰਾ ਮਿਤ੍ਰੁ ਸਖਾ ਸੋ ਪ੍ਰੀਤਮੁ ਭਾਈ ਮੈ ਦਸੇ ਹਰਿ ਨਰਹਰੀਐ ਜੀਉ ॥੨॥
କେବଳ ସେହି ମୋର ମିତ୍ର ଏବଂ ସଖା ଅଟେ, ସେ ପ୍ରିୟତମ ଏବଂ ବନ୍ଧୁ ଅଟେ, ଯିଏ ନରସିଂହ-ହରିଙ୍କ ମାର୍ଗ ଦର୍ଶନ କରିଥାଏ ॥2॥
ਮੇਰੀ ਬੇਦਨ ਹਰਿ ਗੁਰੁ ਪੂਰਾ ਜਾਣੈ ॥
ମୋର ବେଦନାକୁ ପୂର୍ଣ୍ଣ ହରି-ରୂପ ଗୁରୁଜୀ ବୁଝନ୍ତି।
ਹਉ ਰਹਿ ਨ ਸਕਾ ਬਿਨੁ ਨਾਮ ਵਖਾਣੇ ॥
ମୁଁ ପ୍ରଭୁଙ୍କ ନାମ ସ୍ମରଣ କରିବା ବିନା ରହି ପାରିବି ନାହିଁ।
ਮੈ ਅਉਖਧੁ ਮੰਤ੍ਰੁ ਦੀਜੈ ਗੁਰ ਪੂਰੇ ਮੈ ਹਰਿ ਹਰਿ ਨਾਮਿ ਉਧਰੀਐ ਜੀਉ ॥੩॥
ହେ ମୋର ପ୍ରିୟ ଗୁରୁଦେବ ଜୀ ! ମୋତେବ ନାମ ମନ୍ତ୍ର ରୂପୀ ଔଷଧ ଦିଅ ଏବଂ ହରିନାମ ଦ୍ଵାରା ମୋର ଉଦ୍ଧାର କର ॥3॥
ਹਮ ਚਾਤ੍ਰਿਕ ਦੀਨ ਸਤਿਗੁਰ ਸਰਣਾਈ ॥
ମୁଁ ଦୀନ ଚାତକ ଅଟେ ଆଉ ସଦଗୁରୁଙ୍କ ଶରଣରେ ଆସିଛି।
ਹਰਿ ਹਰਿ ਨਾਮੁ ਬੂੰਦ ਮੁਖਿ ਪਾਈ ॥
ଗୁରୁଜୀ ହରି-ପ୍ରଭୁଙ୍କ ନାମ ବୁନ୍ଦା ମୁଖରେ ଦେଇଛନ୍ତି।
ਹਰਿ ਜਲਨਿਧਿ ਹਮ ਜਲ ਕੇ ਮੀਨੇ ਜਨ ਨਾਨਕ ਜਲ ਬਿਨੁ ਮਰੀਐ ਜੀਉ ॥੪॥੩॥
ହରି ଜଳର ସମୁଦ୍ର ଅଟନ୍ତି ଆଉ ମୁଁ ଜଳର ମାଛ ଅଟେ। ହେ ନାନକ! ଏହି ଜଳ ବିନା ମୁଁ ମରିଯାଏ ॥4॥3॥
ਮਾਝ ਮਹਲਾ ੪ ॥
ମାଝ ମହଲା 4 ॥
ਹਰਿ ਜਨ ਸੰਤ ਮਿਲਹੁ ਮੇਰੇ ਭਾਈ ॥
ହେ ମୋର ହରିଙ୍କ ସନ୍ଥ ! ହେ ଭାଇ! ମୋତେ ମିଳ ।
ਮੇਰਾ ਹਰਿ ਪ੍ਰਭੁ ਦਸਹੁ ਮੈ ਭੁਖ ਲਗਾਈ ॥
ମୋତେ ମୋ’ ପ୍ରଭୁଙ୍କ ବିଷୟରେ କୁହ, କାରଣ ମୋତେ ହରିଙ୍କ ଦର୍ଶନର ଭୋକ ଲାଗୁଅଛି।
ਮੇਰੀ ਸਰਧਾ ਪੂਰਿ ਜਗਜੀਵਨ ਦਾਤੇ ਮਿਲਿ ਹਰਿ ਦਰਸਨਿ ਮਨੁ ਭੀਜੈ ਜੀਉ ॥੧॥
ହେ ଜଗତର ଜୀବନ ଦାତା! ମୋର ମନୋକାମନା ପୁରା କର; ହରିଙ୍କ ସହିତ ମିଶି ତାହାଙ୍କ ଦର୍ଶନ କରିମୋର ମନ ପ୍ରସନ୍ନ ହୋଇଯିବ ॥1॥
ਮਿਲਿ ਸਤਸੰਗਿ ਬੋਲੀ ਹਰਿ ਬਾਣੀ ॥
ସତସଙ୍ଗରେ ରହି ମୁଁ ହରିଙ୍କ ବାଣୀ ବୋଲୁଛି।
ਹਰਿ ਹਰਿ ਕਥਾ ਮੇਰੈ ਮਨਿ ਭਾਣੀ ॥
ହରିଙ୍କ କଥା ମୋର ମନକୁ ବହୁତ ଭଲ ଲାଗୁଛି।
ਹਰਿ ਹਰਿ ਅੰਮ੍ਰਿਤੁ ਹਰਿ ਮਨਿ ਭਾਵੈ ਮਿਲਿ ਸਤਿਗੁਰ ਅੰਮ੍ਰਿਤੁ ਪੀਜੈ ਜੀਉ ॥੨॥
ହରିଙ୍କ ହରିନାମ ରୂପୀ ଅମୃତ ମୋର ମନକୁ ମଧୁର ଲାଗୁଛି; ଗୁରୁଙ୍କୁ ଭେଟ କରି ମୁଁ ନାମ ଅମୃତର ପାନ କରୁଅଛି ॥2॥
ਵਡਭਾਗੀ ਹਰਿ ਸੰਗਤਿ ਪਾਵਹਿ ॥
ଭାଗ୍ୟଶାଳୀ ବ୍ୟକ୍ତି ହରିଙ୍କ ସଙ୍ଗତି ପ୍ରାପ୍ତ କରିଥାଏ।
ਭਾਗਹੀਨ ਭ੍ਰਮਿ ਚੋਟਾ ਖਾਵਹਿ ॥
କିନ୍ତୁ, ଭାଗ୍ୟହୀନ ମନୁଷ୍ୟ ଭ୍ରମରେ ପଥଭ୍ରଷ୍ଟ ହୋଇ ଚୋଟ ସହିଥାଏ।
ਬਿਨੁ ਭਾਗਾ ਸਤਸੰਗੁ ਨ ਲਭੈ ਬਿਨੁ ਸੰਗਤਿ ਮੈਲੁ ਭਰੀਜੈ ਜੀਉ ॥੩॥
ଭାଗ୍ୟ ବିନା ସତସଙ୍ଗତି ମିଳେ ନାହିଁ; ସତସଙ୍ଗ ବିନା ମନୁଷ୍ୟ ପାପର ମଳିନତା ସହିତ ନଷ୍ଟ ହୋଇଯାଏ। ॥3॥
ਮੈ ਆਇ ਮਿਲਹੁ ਜਗਜੀਵਨ ਪਿਆਰੇ ॥
ହେ ମୋର ପ୍ରିୟତମ! ହେ ଜଗଜ୍ଜୀବନ! ଆସି ମୋତେ ଦର୍ଶନ ଦିଅ।
ਹਰਿ ਹਰਿ ਨਾਮੁ ਦਇਆ ਮਨਿ ਧਾਰੇ ॥
ନିଜ ମନରେ ଦୟା ଧାରଣ କରି ମୋତେ ହରିନାମ ପ୍ରଦାନ କର।
ਗੁਰਮਤਿ ਨਾਮੁ ਮੀਠਾ ਮਨਿ ਭਾਇਆ ਜਨ ਨਾਨਕ ਨਾਮਿ ਮਨੁ ਭੀਜੈ ਜੀਉ ॥੪॥੪॥
ଗୁରୁଙ୍କ ଉପଦେଶ ଦ୍ଵାରା ମୋର ମନକୁ ହରିନାମ ମଧୁର ଏବଂ ଭଲ ଲାଗୁଅଛି; ହେ ନାନକ! ମୋର ମନ ହରିନାମରେ ଓଦା ହୋଇଯାଇଛି ॥4॥4॥
ਮਾਝ ਮਹਲਾ ੪ ॥
ମାଝ ମହଲା 4॥
ਹਰਿ ਗੁਰ ਗਿਆਨੁ ਹਰਿ ਰਸੁ ਹਰਿ ਪਾਇਆ ॥
ମୁଁ ହରିଙ୍କ ବିଷୟରେ ଗୁରୁ ଦେଇଥିବା ଜ୍ଞାନ ଦ୍ଵାରା ହରି-ରସ ପ୍ରାପ୍ତ କରିଛି।
ਮਨੁ ਹਰਿ ਰੰਗਿ ਰਾਤਾ ਹਰਿ ਰਸੁ ਪੀਆਇਆ ॥
ਹਰਿ ਹਰਿ ਨਾਮੁ ਮੁਖਿ ਹਰਿ ਹਰਿ ਬੋਲੀ ਮਨੁ ਹਰਿ ਰਸਿ ਟੁਲਿ ਟੁਲਿ ਪਉਦਾ ਜੀਉ ॥੧॥
ମୁଁ ହରିଙ୍କ ହରିନାମ ନିଜ ମୁଖରେ ବୋଲୁଅଛି; ମୋର ମନ ହରି ରସ ପାନ କରିବାକୁ ଉତ୍ସୁକ ଅଟେ। ॥1॥
ਆਵਹੁ ਸੰਤ ਮੈ ਗਲਿ ਮੇਲਾਈਐ ॥
ହେ ସନ୍ଥ! ଆସ, ଆଉ ମୋତେ ନିଜ ଗଳାରେ ଲଗାଅ ।
ਮੇਰੇ ਪ੍ਰੀਤਮ ਕੀ ਮੈ ਕਥਾ ਸੁਣਾਈਐ ॥
ମୋର ପ୍ରିୟତମ ପ୍ରଭୁଙ୍କ କଥା ଶୁଣାଅ।
ਹਰਿ ਕੇ ਸੰਤ ਮਿਲਹੁ ਮਨੁ ਦੇਵਾ ਜੋ ਗੁਰਬਾਣੀ ਮੁਖਿ ਚਉਦਾ ਜੀਉ ॥੨॥
ହେ ହରିଙ୍କ ସନ୍ଥ! ମୋତେ ମିଳ! ଯିଏ ମୋର ମୁହଁରେ ଗୁରୁବାଣୀ ଦିଅନ୍ତି, ମୁଁ ତାହାଙ୍କୁ ନିଜ ମନ ଅର୍ପଣ କରିଦେବି। ॥2॥
ਵਡਭਾਗੀ ਹਰਿ ਸੰਤੁ ਮਿਲਾਇਆ ॥
ପୂର୍ଣ୍ଣ ସୌଭାଗ୍ୟରୁ ଇଶ୍ଵର ମୋତେ ନିଜ ସନ୍ଥଙ୍କ ସହିତ ମିଳାଇଦେଇଛନ୍ତି।
ਗੁਰਿ ਪੂਰੈ ਹਰਿ ਰਸੁ ਮੁਖਿ ਪਾਇਆ ॥
ପୂର୍ଣ୍ଣ ଗୁରୁ ମୋର ମୁଖରେ ହରି-ରସ ଦେଇଛନ୍ତି।
ਭਾਗਹੀਨ ਸਤਿਗੁਰੁ ਨਹੀ ਪਾਇਆ ਮਨਮੁਖੁ ਗਰਭ ਜੂਨੀ ਨਿਤਿ ਪਉਦਾ ਜੀਉ ॥੩॥
ଭାଗ୍ୟହୀନ ମନୁଷ୍ୟକୁ ସଦଗୁରୁ ପ୍ରାପ୍ତ ହୁଅନ୍ତି ନାହିଁ; ମନମୁଖ ବ୍ୟକ୍ତି ସଦା ଗର୍ଭ-ଯୋନିରେ ପ୍ରବେଶ କରିଥାଏ। ॥3॥
ਆਪਿ ਦਇਆਲਿ ਦਇਆ ਪ੍ਰਭਿ ਧਾਰੀ ॥
ଦୟାଳୁ ଇଶ୍ଵର ସ୍ଵୟଂ ମୋ’ ଉପରେ ଦୟା କରିଛନ୍ତି
ਮਲੁ ਹਉਮੈ ਬਿਖਿਆ ਸਭ ਨਿਵਾਰੀ ॥
ଆଉ ସେ ଅହଙ୍କାରର ସମସ୍ତ ବିଷାକ୍ତ ମଳିନତା ଦୂର କରିଦେଇଛନ୍ତି।
ਨਾਨਕ ਹਟ ਪਟਣ ਵਿਚਿ ਕਾਂਇਆ ਹਰਿ ਲੈਂਦੇ ਗੁਰਮੁਖਿ ਸਉਦਾ ਜੀਉ ॥੪॥੫॥
ଦେହ ରୂପୀ ନଗରରେ ଇନ୍ଦ୍ରିୟ ରୂପୀ ଦୋକାନରୁ ଈଶ୍ବରଙ୍କ ନାମର ସଉଦା କିଣିଥାଏ ॥4॥5॥
ਮਾਝ ਮਹਲਾ ੪ ॥
ମାଝ ମହଲା 4 ॥
ਹਉ ਗੁਣ ਗੋਵਿੰਦ ਹਰਿ ਨਾਮੁ ਧਿਆਈ ॥
ମୁଁ ଗୋବିନ୍ଦଙ୍କ ଗୁଣ ଅନୁବାଦ କରିଥାଏ ଆଉ ହରିନାମର ଧ୍ୟାନ କରିବାରେ ହିଁ ମଗ୍ନ ରହିଥାଏ।
ਮਿਲਿ ਸੰਗਤਿ ਮਨਿ ਨਾਮੁ ਵਸਾਈ ॥
ମୁଁ ସତସଙ୍ଗରେ ମିଶି ନାମକୁ ନିଜ ମନରେ ବସାଇଥାଏ।
ਹਰਿ ਪ੍ਰਭ ਅਗਮ ਅਗੋਚਰ ਸੁਆਮੀ ਮਿਲਿ ਸਤਿਗੁਰ ਹਰਿ ਰਸੁ ਕੀਚੈ ਜੀਉ ॥੧॥
ମୋର ସ୍ଵାମୀ ହରି-ପ୍ରଭୁ ଅଗମ୍ୟ ଏବଂ ଅଗୋଚର ଅଟନ୍ତି ତଥା ସଦଗୁରୁଙ୍କ ସହିତ ମିଶି ହରି-ରସର ଆନନ୍ଦ ପ୍ରାପ୍ତ କରିଥାଏ। ॥1॥