ਧਨੁ ਧਨੁ ਹਰਿ ਜਨ ਜਿਨਿ ਹਰਿ ਪ੍ਰਭੁ ਜਾਤਾ ॥
ସେହି ହରିଙ୍କ ସେବକ ଧନ୍ୟ ଅଟେ, ଯିଏ ହଋ-ପ୍ରଭୁଙ୍କୁ ବୁଝିଯାଇଛି।
ਜਾਇ ਪੁਛਾ ਜਨ ਹਰਿ ਕੀ ਬਾਤਾ ॥
ମୁଁ ଏପରି ସେବକକୁ ହରିଙ୍କ କଥା ପଚାରୁଛି।
ਪਾਵ ਮਲੋਵਾ ਮਲਿ ਮਲਿ ਧੋਵਾ ਮਿਲਿ ਹਰਿ ਜਨ ਹਰਿ ਰਸੁ ਪੀਚੈ ਜੀਉ ॥੨॥
ମୁଁ ଅନେକ ଚରଣ ଦବାଏ ଆଉ ସ୍ଵଛ କରେ ଓ ଧୋଇଥାଏ; ହରିଙ୍କ ସେବକ ସହିତ ଭେଟ କରି ମୁଁ ହଋ-ରସର ପାନ କରିଥାଏ ॥2॥
ਸਤਿਗੁਰ ਦਾਤੈ ਨਾਮੁ ਦਿੜਾਇਆ ॥
ଦାତା ସଦଗୁରୁ ମୋର ହୃଦୟରେ ଈଶ୍ଵରଙ୍କ ନାମ ବସାଇଦେଇଛନ୍ତି।
ਵਡਭਾਗੀ ਗੁਰ ਦਰਸਨੁ ਪਾਇਆ ॥
ପରମ ସୌଭାଗ୍ୟରୁ ମୋତେ ଗୁରୁଙ୍କ ଦର୍ଶନ ପ୍ରାପ୍ତ ହୋଇଛି।
ਅੰਮ੍ਰਿਤ ਰਸੁ ਸਚੁ ਅੰਮ੍ਰਿਤੁ ਬੋਲੀ ਗੁਰਿ ਪੂਰੈ ਅੰਮ੍ਰਿਤੁ ਲੀਚੈ ਜੀਉ ॥੩॥
ସଦଗୁରୁ ସତ୍ୟ ଅମୃତ ରସର ପାନ କରିଥାନ୍ତି ଆଉ ସତ୍ୟ ଅମୃତ ବାଣୀ ହିଁ ବୋଲିଥାନ୍ତି; ଏଣୁ, ପୂର୍ଣ୍ଣ ଗୁରୁଙ୍କ ଠାରୁ ଅମୃତ ନାମ ପ୍ରାପ୍ତ କର ॥3॥
ਹਰਿ ਸਤਸੰਗਤਿ ਸਤ ਪੁਰਖੁ ਮਿਲਾਈਐ ॥
ହେ ପ୍ରଭୁ! ମୋତେ ସଦପୁରୁଷଙ୍କ ସଙ୍ଗତିରେ ମିଳନ କରାଅ।
ਮਿਲਿ ਸਤਸੰਗਤਿ ਹਰਿ ਨਾਮੁ ਧਿਆਈਐ ॥
ପବିତ୍ର ପୁରୁଷଙ୍କ ସଭାରେ ମିଶି ମୁଁ ହରିନାମର ଆରାଧନା କରିଥାଏ।
ਨਾਨਕ ਹਰਿ ਕਥਾ ਸੁਣੀ ਮੁਖਿ ਬੋਲੀ ਗੁਰਮਤਿ ਹਰਿ ਨਾਮਿ ਪਰੀਚੈ ਜੀਉ ॥੪॥੬॥
ହେ ନାନକ! ମୁଁ ହରି କଥା ହିଁ ଶୁଣି ଥାଏ ଆଉ ନିଜ ମୁହଁରେ ବାଣୀ ହିଁ ବୋଲୁଥାଏ; ଗୁରୁଙ୍କ ଉପଦେଶ ଦ୍ଵାରା ହରିନାମରେ ମୁଁ ତୃପ୍ତ ହୋଇଯାଇଥାଏ। ॥4॥6॥
ਮਾਝ ਮਹਲਾ ੪ ॥
ମାଝ ମହଲା 4 ॥
ਆਵਹੁ ਭੈਣੇ ਤੁਸੀ ਮਿਲਹੁ ਪਿਆਰੀਆ ॥
ହେ ମୋର ପ୍ରିୟା ସତସଙ୍ଗ ଭଉଣୀ! ତୁମେ ଆସି ମୋତେ ସାକ୍ଷାତ କର।
ਜੋ ਮੇਰਾ ਪ੍ਰੀਤਮੁ ਦਸੇ ਤਿਸ ਕੈ ਹਉ ਵਾਰੀਆ ॥
ଯିଏ ମୋତେ ମୋର ପୃୟତମ ପ୍ରଭୁଙ୍କ ଠିକଣା କହିବ, ମୁଁ ତାଙ୍କ ପାଖରେ ସମର୍ପିତ ହେବି।
ਮਿਲਿ ਸਤਸੰਗਤਿ ਲਧਾ ਹਰਿ ਸਜਣੁ ਹਉ ਸਤਿਗੁਰ ਵਿਟਹੁ ਘੁਮਾਈਆ ਜੀਉ ॥੧॥
ସତସଙ୍ଗରେ ମିଶି ମୁଁ ନିଜ ସାଜନ ହାରୀଙ୍କୁ ଖୋଜିଦେଇଛି, ନିଜ ସଦଗୁରୁ ପ୍ରତି ମୁଁ ଉତ୍ସର୍ଗିତ ଅଟେ। ॥1॥
ਜਹ ਜਹ ਦੇਖਾ ਤਹ ਤਹ ਸੁਆਮੀ ॥
ମୁଁ ଯେଉଁ ଆଡେ ଦେଖିଲେ ମଧ୍ୟ ନିଜ ସ୍ଵାମୀଙ୍କୁ ହିଁ ଦେଖିଥାଏ।
ਤੂ ਘਟਿ ਘਟਿ ਰਵਿਆ ਅੰਤਰਜਾਮੀ ॥
ହେ ଅନ୍ତର୍ଯାମୀ ପ୍ରଭୁ! ତୁ ସର୍ବ ବ୍ୟାପକ ଅଟୁ।
ਗੁਰਿ ਪੂਰੈ ਹਰਿ ਨਾਲਿ ਦਿਖਾਲਿਆ ਹਉ ਸਤਿਗੁਰ ਵਿਟਹੁ ਸਦ ਵਾਰਿਆ ਜੀਉ ॥੨॥
ପୂର୍ଣ୍ଣ ଗୁରୁ ମୋର ପରମେଶ୍ଵରଙ୍କୁ ମୋ’ ସାଥିରେ ହୃଦୟରେ ବସିଥିବା ଦେଖିଛନ୍ତି; ମୁଁ ସଦଗୁରୁ ପାଖରେ ସର୍ବଦା ସମର୍ପିତ ଅଟେ। ॥2॥
ਏਕੋ ਪਵਣੁ ਮਾਟੀ ਸਭ ਏਕਾ ਸਭ ਏਕਾ ਜੋਤਿ ਸਬਾਈਆ ॥
ସମସ୍ତ ଶରୀରରେ ଏକ ହିଁ ପବନ ଅଛି, ଏକ ହିଁ ମାଟି ଅଛି ଆଉ ସବୁଠାରେ ଏକ ହିଁ ଜ୍ୟୋତି ବିଦ୍ୟମାନ ଅଛି।
ਸਭ ਇਕਾ ਜੋਤਿ ਵਰਤੈ ਭਿਨਿ ਭਿਨਿ ਨ ਰਲਈ ਕਿਸੈ ਦੀ ਰਲਾਈਆ ॥
ଭିନ୍ନ ଭିନ୍ନ ଶରୀରରେ ଏକ ହିଁ ଜ୍ୟୋତି କାର୍ଯ୍ୟ କରୁଅଛି; ପରନ୍ତୁ, ଏକ ଶରୀରର ଜ୍ୟୋତି ଅନ୍ୟ ଶରୀରର ଜ୍ୟୋତିରେ ମିଳା ଯାଇ ପାରିବ ନାହିଁ।
ਗੁਰ ਪਰਸਾਦੀ ਇਕੁ ਨਦਰੀ ਆਇਆ ਹਉ ਸਤਿਗੁਰ ਵਿਟਹੁ ਵਤਾਇਆ ਜੀਉ ॥੩॥
ଗୁରୁଙ୍କ କୃପାରୁ ମୋତେ ଏକ ପରମାତ୍ମା ହିଁ ସବୁଠାରେ ମହଜୁଦ ଦେଖାଇ ଦିଅନ୍ତି। ମୁଁ ନିଜ ସଦଗୁରୁ ପ୍ରତି ସମର୍ପିତ। ॥3॥
ਜਨੁ ਨਾਨਕੁ ਬੋਲੈ ਅੰਮ੍ਰਿਤ ਬਾਣੀ ॥
ସେବକ ନାନକ ଅମୃତ ବାଣୀ ଉଚ୍ଚାରଣ କରନ୍ତି।
ਗੁਰਸਿਖਾਂ ਕੈ ਮਨਿ ਪਿਆਰੀ ਭਾਣੀ ॥
ଗୁରୁଙ୍କ ଶିଷ୍ୟର ହ୍ରୁଦୟକୁ ଏହି ବାଣୀ ବଡ ପ୍ରିୟ ଏବଂ ଭଲ ଲାଗିଥାଏ।
ਉਪਦੇਸੁ ਕਰੇ ਗੁਰੁ ਸਤਿਗੁਰੁ ਪੂਰਾ ਗੁਰੁ ਸਤਿਗੁਰੁ ਪਰਉਪਕਾਰੀਆ ਜੀਉ ॥੪॥੭॥
ପୂର୍ଣ୍ଣ ସଦଗୁରୁ ବାଣୀ ଦ୍ଵାରା ଉପଦେଶ ଦେଇଥାନ୍ତି ଆଉ ସେହି ସଦଗୁରୁ ବଡ ପରୋପକାରୀ ଅଟନ୍ତି। ॥4॥7॥
ਸਤ ਚਉਪਦੇ ਮਹਲੇ ਚਉਥੇ ਕੇ ॥
ସାତ ଚଉପଦୀ ସଦଗୁରୁ ରାମଦାସ ଜୀଙ୍କ ।
ਮਾਝ ਮਹਲਾ ੫ ਚਉਪਦੇ ਘਰੁ ੧ ॥
ମାଝା ମହଲା 5 ଚଉପଦୀ ଘରୁ 1 ॥
ਮੇਰਾ ਮਨੁ ਲੋਚੈ ਗੁਰ ਦਰਸਨ ਤਾਈ ॥
ମୋର ମନକୁ ଗୁରୁଙ୍କ ଦର୍ଶନର ତୀବ୍ର ଅଭିଳାଷ ହେଉ ଅଛି ।
ਬਿਲਪ ਕਰੇ ਚਾਤ੍ਰਿਕ ਕੀ ਨਿਆਈ ॥
ସେ ଚାତକ ଭଳି ବିଳାପ କରିଥାଏ।
ਤ੍ਰਿਖਾ ਨ ਉਤਰੈ ਸਾਂਤਿ ਨ ਆਵੈ ਬਿਨੁ ਦਰਸਨ ਸੰਤ ਪਿਆਰੇ ਜੀਉ ॥੧॥
ହେ ସନ୍ଥଙ୍କ ପ୍ରିୟ! ଆପଣଙ୍କ ଦର୍ଶନ ବିନା ମୋର ତୃଷ୍ଣା ମେଣ୍ଟିବ ନାହିଁ ଆଉ ନା ହିଁ ମୋତେ ଶାନ୍ତି ପ୍ରାପ୍ତ ହୋଇଥାଏ ॥1॥
ਹਉ ਘੋਲੀ ਜੀਉ ਘੋਲਿ ਘੁਮਾਈ ਗੁਰ ਦਰਸਨ ਸੰਤ ਪਿਆਰੇ ਜੀਉ ॥੧॥ ਰਹਾਉ ॥
ହେ ସନ୍ଥଙ୍କ ପ୍ରିୟ! ଗୁରୁଙ୍କ ଦର୍ଶନରେ ମୁଁ ତନ, ମନରେ ସମର୍ପିତ ଅଛି ଆଉ ସର୍ବଦା ଉତ୍ସର୍ଗିତ ହେଉଥିବି ॥1॥ରୁହ॥
ਤੇਰਾ ਮੁਖੁ ਸੁਹਾਵਾ ਜੀਉ ਸਹਜ ਧੁਨਿ ਬਾਣੀ ॥
ହେ ମୋର ଗୁରୁ! ତୋର ମୁଖ ଅତି ସୁନ୍ଦର ଅଟେ ଆଉ ତୋର ବାଣୀର ଧ୍ୱନି ମନକୁ ଆନନ୍ଦ ପ୍ରଦାନ କରିଥାଏ।
ਚਿਰੁ ਹੋਆ ਦੇਖੇ ਸਾਰਿੰਗਪਾਣੀ ॥
ହେ ସାରଙ୍ଗପାଣି! ତୋର ଦର୍ଶନ ମୋ’ପାଇଁ ଚିରକାଳ ହୋଇଯାଇଛି।
ਧੰਨੁ ਸੁ ਦੇਸੁ ਜਹਾ ਤੂੰ ਵਸਿਆ ਮੇਰੇ ਸਜਣ ਮੀਤ ਮੁਰਾਰੇ ਜੀਉ ॥੨॥
ହେ ମୋର ସଜ୍ଜନ ଏବଂ ମିତ୍ର ପ୍ରଭୁ! ସେହି ଧରିତ୍ରୀ ଧନ୍ୟ ଅଟେ, ଯେଉଁଠି ତୁମେ ବାସ କରୁଥାଅ। ॥2॥
ਹਉ ਘੋਲੀ ਹਉ ਘੋਲਿ ਘੁਮਾਈ ਗੁਰ ਸਜਣ ਮੀਤ ਮੁਰਾਰੇ ਜੀਉ ॥੧॥ ਰਹਾਉ ॥
ହେ ମୋର ସଜ୍ଜନ ଏବଂ ମିତ୍ର ପ୍ରଭୁ ରୂପ ଗୁରୁଜୀ! ମୁଁ ଆପଣଙ୍କ ପାଖରେ ତନ, ମନରୁ ଉତ୍ସର୍ଗିତ ଅଟେ। ॥1॥ରୁହ॥
ਇਕ ਘੜੀ ਨ ਮਿਲਤੇ ਤਾ ਕਲਿਜੁਗੁ ਹੋਤਾ ॥
ଯଦି ମୁଁ ତୋତେ ଏକ କ୍ଷଣ ପାଇଁ ମଧ୍ୟ ମିଳନ କରନ୍ତି ନାହିଁ, ତାହାହେଲେ ମୋ’ ପାଇଁ କଳିଯୁଗ ଉଦୟ ହୋଇଯାଏ।
ਹੁਣਿ ਕਦਿ ਮਿਲੀਐ ਪ੍ਰਿਅ ਤੁਧੁ ਭਗਵੰਤਾ ॥
ହେ ମୋର ପ୍ରିୟ ଭଗବାନ! ଆଉ କେବେ ମୁଁ ତୋ ସହିତ ମିଳନ କରିବି?