Odia Page 952

ਵਿਣੁ ਗੁਰ ਪੀਰੈ ਕੋ ਥਾਇ ਨ ਪਾਈ ॥
ଗୁରୁ ବିନା ଖୁଦାଙ୍କ ଘରେ କାହାକୁ ସ୍ଥାନ ମିଳେନାହିଁ।      

ਰਾਹੁ ਦਸਾਇ ਓਥੈ ਕੋ ਜਾਇ ॥
ସେଠାରେ ପ୍ରଭୁଙ୍କ ଦରବାରକୁ ଯିବାର ମାର୍ଗ ସମସ୍ତେ ପଚାରି ଥାଆନ୍ତି, ପରନ୍ତୁ କେହି ବିରଳ ହିଁ ସେଠାକୁ ଯାଇଥାଏ।       

ਕਰਣੀ ਬਾਝਹੁ ਭਿਸਤਿ ਨ ਪਾਇ ॥
ଉତ୍ତମ କର୍ମ ବିନା କେହି ମଧ୍ୟ ସ୍ଵର୍ଗ ପ୍ରାପ୍ତ କରିପାରେ ନାହିଁ।   

ਜੋਗੀ ਕੈ ਘਰਿ ਜੁਗਤਿ ਦਸਾਈ ॥
ଯେ କୌଣସି ମନୁଷ୍ୟର ଘରକୁ ଯାଇ ତାହାକୁ ଯୋଗର ଯୁକ୍ତି ପଚାର,      

ਤਿਤੁ ਕਾਰਣਿ ਕਨਿ ਮੁੰਦ੍ਰਾ ਪਾਈ ॥
ତାହାର ମନୋରଥ ପାଇଁ ଯୋଗୀ ତାହାର କାନରେ ମୁଦ୍ରା ଦେଇଛନ୍ତି।        

ਮੁੰਦ੍ਰਾ ਪਾਇ ਫਿਰੈ ਸੰਸਾਰਿ ॥
ମନୁଷ୍ୟ ମୁଦ୍ରା ପିନ୍ଧି ସଂସାରରେ ଏଣେ ତେଣେ ପଥଭ୍ରଷ୍ଟ ରହିଥାଏ,    

ਜਿਥੈ ਕਿਥੈ ਸਿਰਜਣਹਾਰੁ ॥
କିନ୍ତୁ ସୃଜନହାର ପରମେଶ୍ଵର ସର୍ବ ବ୍ୟାପକ ଅଟନ୍ତି।            

ਜੇਤੇ ਜੀਅ ਤੇਤੇ ਵਾਟਾਊ ॥
ଜଗତରେ ଯେତେ ଜୀବ ଅଛନ୍ତି, ସମସ୍ତେ ଯାତ୍ରୀ ଅଟନ୍ତି।                    

ਚੀਰੀ ਆਈ ਢਿਲ ਨ ਕਾਊ ॥
ମୃତ୍ୟୁର ନିମନ୍ତ୍ରଣ ଆସିଲେ ଜୀବ ଯିବା ପାଇଁ ବିଳମ୍ବ ହୁଏନାହିଁ।          

ਏਥੈ ਜਾਣੈ ਸੁ ਜਾਇ ਸਿਞਾਣੈ ॥
ଇହଲୋକରେ ଯାହାକୁ ଭଗବାନଙ୍କ ପରିଚୟ ମିଳିଯାଏ, ସେ ପରଲୋକରେ ତାହାଙ୍କୁ ଜାଣି ଦିଏ।       

ਹੋਰੁ ਫਕੜੁ ਹਿੰਦੂ ਮੁਸਲਮਾਣੈ ॥
ହିନ୍ଦୁ ଏବଂ ମୁସଲମାନଙ୍କ ଉତ୍ତମ କର୍ମ ବିନା ଆଉ ସବୁ ବ୍ୟର୍ଥ ଅଟେ।             

ਸਭਨਾ ਕਾ ਦਰਿ ਲੇਖਾ ਹੋਇ ॥
ସତ୍ୟର ଦରବାରରେ ସବୁ ଜୀବଙ୍କ କର୍ମର ହିସାବ କରାଯାଇ ଥାଏ ଏବଂ     

ਕਰਣੀ ਬਾਝਹੁ ਤਰੈ ਨ ਕੋਇ ॥
ଶୁଭ କର୍ମ ବିନା କାହାର ମଧ୍ୟ ମୁକ୍ତି ସମ୍ଭବ ନୁହେଁ।      

ਸਚੋ ਸਚੁ ਵਖਾਣੈ ਕੋਇ ॥ ਨਾਨਕ ਅਗੈ ਪੁਛ ਨ ਹੋਇ ॥੨॥
ଗୁରୁ ନାନକ କହନ୍ତି ଯେ ପରମ ସତ୍ୟ ପରମେଶ୍ଵରଙ୍କ ନାମ ଜପିବା ବାଲା ଜୀବକୁ ପରଲୋକରେ ପଚରା ଯାଏ ନାହିଁ||2||         

ਪਉੜੀ ॥
ପଉଡୀ॥ 

ਹਰਿ ਕਾ ਮੰਦਰੁ ਆਖੀਐ ਕਾਇਆ ਕੋਟੁ ਗੜੁ ॥
ଏହି ମାନବ ଶରୀର ରୂପୀ ଦୁର୍ଗ ହରିଙ୍କ ମନ୍ଦିର କୁହାଯାଏ।  

ਅੰਦਰਿ ਲਾਲ ਜਵੇਹਰੀ ਗੁਰਮੁਖਿ ਹਰਿ ਨਾਮੁ ਪੜੁ ॥
ଏଠାରେ ରତ୍ନ ପଡିଛି, ତାହା ପ୍ରାପ୍ତ କରିବା ପାଇଁ ଗୁରୁଙ୍କ ମାଧ୍ୟମରୁ ହରିଙ୍କ ନାମ ଜପ କର।      

ਹਰਿ ਕਾ ਮੰਦਰੁ ਸਰੀਰੁ ਅਤਿ ਸੋਹਣਾ ਹਰਿ ਹਰਿ ਨਾਮੁ ਦਿੜੁ ॥
ଏହି ଶରୀର ରୂପୀ ହରିଙ୍କ ମନ୍ଦିର ଅତି ସୁନ୍ଦର ଅଟେ, ଏଥିପାଇଁ ହରିଙ୍କ ନାମକୁ ମନରେ ସ୍ଥାପନ କର।        

ਮਨਮੁਖ ਆਪਿ ਖੁਆਇਅਨੁ ਮਾਇਆ ਮੋਹ ਨਿਤ ਕੜੁ ॥
ସ୍ଵେଚ୍ଛାଚାରୀ ଜୀବ ସ୍ଵୟଂ ହିଁ କୁମାର୍ଗଗାମୀ ହୋଇଥାଏ ଆଉ ନିତ୍ୟ ମୋହ-ମାୟାରେ ଫସି ଦୁଃଖୀ ହୋଇଥାଏ।          

ਸਭਨਾ ਸਾਹਿਬੁ ਏਕੁ ਹੈ ਪੂਰੈ ਭਾਗਿ ਪਾਇਆ ਜਾਈ ॥੧੧॥
ସବୁଙ୍କ ମାଲିକ ଏକ ପରମେଶ୍ଵର ହିଁ ଅଟନ୍ତି, ପରନ୍ତୁ ଉତ୍ତମ ଭାଗ୍ୟରୁ ହିଁ ତାହାକୁ ପ୍ରାପ୍ତ କରାଯାଇ ପାରିବା||11||      

ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1॥ 

ਨਾ ਸਤਿ ਦੁਖੀਆ ਨਾ ਸਤਿ ਸੁਖੀਆ ਨਾ ਸਤਿ ਪਾਣੀ ਜੰਤ ਫਿਰਹਿ ॥
ଦୁଃଖ ଭୋଗିବା, ସୁଖରେ ଲୀନ ରହିବା ଏବଂ ଜଳରେ ଜୀବ ଭଳି ବୁଡିବାକୁ ଲାଗିଲେ ମଧ୍ୟ ସିଦ୍ଧି ମିଳେନାହିଁ।      

ਨਾ ਸਤਿ ਮੂੰਡ ਮੁਡਾਈ ਕੇਸੀ ਨਾ ਸਤਿ ਪੜਿਆ ਦੇਸ ਫਿਰਹਿ ॥
ଲଣ୍ଡା ହେବା, ବିଦ୍ୟା ପାଢୀ ଦେଶ-ବିଦେଶ ଭ୍ରମଣ କରିବା ଦ୍ଵାରା ମଧ୍ୟ ସିଦ୍ଧି ମିଳେନାହି ।       

ਨਾ ਸਤਿ ਰੁਖੀ ਬਿਰਖੀ ਪਥਰ ਆਪੁ ਤਛਾਵਹਿ ਦੁਖ ਸਹਹਿ ॥
ଗଛରେ, ପାହାଡରେ ରହି ଦୁଃଖ ସହ୍ୟ କଲେ ମଧ୍ୟ ସିଦ୍ଧି ମିଳେନାହିଁ।        

ਨਾ ਸਤਿ ਹਸਤੀ ਬਧੇ ਸੰਗਲ ਨਾ ਸਤਿ ਗਾਈ ਘਾਹੁ ਚਰਹਿ ॥
ହାତୀକୁ ଜଞ୍ଜିରରେ ବାନ୍ଧି ଏବଂ ଗାଈକୁ ଘାସ ଚରାଇବା ଦ୍ଵାରା ମଧ୍ୟ ସିଦ୍ଧି ମିଳେନାହିଁ।     

ਜਿਸੁ ਹਥਿ ਸਿਧਿ ਦੇਵੈ ਜੇ ਸੋਈ ਜਿਸ ਨੋ ਦੇਇ ਤਿਸੁ ਆਇ ਮਿਲੈ ॥
ଯେଉଁ ପରମେଶ୍ଵରଙ୍କ ହାତରେ ସିଦ୍ଧି ଅଛି, ଯଦି ସେ କାହାକୁ ସିଦ୍ଧି ପ୍ରଦାନ କରିଥାନ୍ତି, ତାହାହେଲେ ସେ ତାହାଙ୍କ ସହିତ ମିଳନ କରିଥାଏ।             

ਨਾਨਕ ਤਾ ਕਉ ਮਿਲੈ ਵਡਾਈ ਜਿਸੁ ਘਟ ਭੀਤਰਿ ਸਬਦੁ ਰਵੈ ॥
ହେ ନାନକ! ସେହି କୀର୍ତ୍ତି ତାହାକୁ ହିଁ ମିଳିଥାଏ, ଯାହାର ହୃଦୟରେ ବ୍ରହ୍ମା-ଶବ୍ଦ ବାସ କରିଥାଏ।             

ਸਭਿ ਘਟ ਮੇਰੇ ਹਉ ਸਭਨਾ ਅੰਦਰਿ ਜਿਸਹਿ ਖੁਆਈ ਤਿਸੁ ਕਉਣੁ ਕਹੈ ॥
ପରମାତ୍ମାଙ୍କ ହୁକୁମ ଏହା “ସବୁ ଶରୀର ମୋ’ ଦ୍ଵାରା ହିଁ ବନା ହୋଇଛି ଆଉ ସବୁଙ୍କ ଠାରେ ମୁଁ ହିଁ ବିଦ୍ୟମାନ ଅଛି, ଯାହାକୁ ମୁଁ କୁମାର୍ଗଗାମୀ କରିଦିଏ, ତାହାକୁ କିଏ ସଦମାର୍ଗ ବତାଇ ପାରିବ?        

ਜਿਸਹਿ ਦਿਖਾਲਾ ਵਾਟੜੀ ਤਿਸਹਿ ਭੁਲਾਵੈ ਕਉਣੁ ॥
ଯାହାକୁ ମାର୍ଗ ଦର୍ଶନ କରିଥାଏ, ତାହାକୁ କିଏ ଭୁଲାଇ ପାରିବ?”             

ਜਿਸਹਿ ਭੁਲਾਈ ਪੰਧ ਸਿਰਿ ਤਿਸਹਿ ਦਿਖਾਵੈ ਕਉਣੁ ॥੧॥
ଯାହାକୁ ପ୍ରାରମ୍ଭରୁ ହିଁ ରାସ୍ତା ଭୁଲାଇ ଦେଇଛି, ତାହାକୁ କିଏ ରାସ୍ତା ଦେଖାଇ ପାରିବ?||1||       

ਮਃ ੧ ॥
ମହଲା 1॥ 

ਸੋ ਗਿਰਹੀ ਜੋ ਨਿਗ੍ਰਹੁ ਕਰੈ ॥
ସେହି ଗୃହସ୍ଥି ଉତ୍ତମ ଅଟେ, ଯିଏ ନିଜ ଇନ୍ଦ୍ରିୟକୁ ନିୟନ୍ତ୍ରଣରେ ରଖିଥାଏ।             

ਜਪੁ ਤਪੁ ਸੰਜਮੁ ਭੀਖਿਆ ਕਰੈ ॥
ସେ ଜପ, ତପ ଏବଂ ସଂଯମକୁ ଭିକ୍ଷା ବନାଇ ନେଇଥାଏ ଏବଂ                   

ਪੁੰਨ ਦਾਨ ਕਾ ਕਰੇ ਸਰੀਰੁ ॥
ନିଜ ଶରୀରକୁ ଦାନ ପୂଣ୍ୟ କରିବା ବାଲା ବନାଇ ନେଇଥାଏ।  

ਸੋ ਗਿਰਹੀ ਗੰਗਾ ਕਾ ਨੀਰੁ ॥
ଏପରି ଗଙ୍ଗା ଜଳ ଭଳି ପବିତ୍ର ହୋଇଯାଏ।        

ਬੋਲੈ ਈਸਰੁ ਸਤਿ ਸਰੂਪੁ ॥
ଯୋଗୀ ଇସର କହନ୍ତି ଯେ ପରମାତ୍ମା ସତ୍ୟସ୍ଵରୂପ ଅଟନ୍ତି, 

ਪਰਮ ਤੰਤ ਮਹਿ ਰੇਖ ਨ ਰੂਪੁ ॥੨॥
ସେହି ପରମ ତତ୍ତ୍ଵରେ କୌଣସି ଚକ୍ର ଚିହ୍ନ ଏବଂ ରୂପ ନାହିଁ||2||

ਮਃ ੧ ॥
ମହଲା 1॥                         

ਸੋ ਅਉਧੂਤੀ ਜੋ ਧੂਪੈ ਆਪੁ ॥
ସେ ହିଁ ଅବଧୂତ ଅଟନ୍ତି, ଯିଏ ଆତ୍ମାଭିମାନକୁ ଜଳାଇ ଦେଇଥାଏ।      

ਭਿਖਿਆ ਭੋਜਨੁ ਕਰੈ ਸੰਤਾਪੁ ॥
ସେ ନିଜ ଶାରୀରିକ ସନ୍ତାପକୁ ଭିକ୍ଷା ଭୋଜନ ବନାଇ ନେଇଥାଏ।      

ਅਉਹਠ ਪਟਣ ਮਹਿ ਭੀਖਿਆ ਕਰੈ ॥
ସେ ନିଜ ହୃଦୟ ରୂପୀ ନଗରରେ ନାମର ଭିକ୍ଷା ମାଗିଥାଏ।      

ਸੋ ਅਉਧੂਤੀ ਸਿਵ ਪੁਰਿ ਚੜੈ ॥
ଏପରି ଅବଧୂତ ପରମାତ୍ମାଙ୍କ ଚରଣରେ ବିଲୀନ ହୋଇଯାଏ।        

ਬੋਲੈ ਗੋਰਖੁ ਸਤਿ ਸਰੂਪੁ ॥
ଗୋରଖ କହନ୍ତି ଯେ ଈଶ୍ଵର ସତ୍ୟସ୍ଵରୂପ ଅଟନ୍ତି,       

ਪਰਮ ਤੰਤ ਮਹਿ ਰੇਖ ਨ ਰੂਪੁ ॥੩॥
ସେହି ପରମ ତତ୍ତ୍ଵର କୌଣସି ରୂପ ଅଥବା ଚିହ୍ନ ନଥାଏ||3||         

ਮਃ ੧ ॥
ମହଲା 1॥ 

ਸੋ ਉਦਾਸੀ ਜਿ ਪਾਲੇ ਉਦਾਸੁ ॥
ସେହି ଉଦାସୀ ସାଧୁ ଭଲ ଅଟନ୍ତି, ଯିଏ ବୈରାଗ୍ୟର ପାଳନ କରିଥାଏ।       

ਅਰਧ ਉਰਧ ਕਰੇ ਨਿਰੰਜਨ ਵਾਸੁ ॥
ସେହି ନିରଞ୍ଜନଙ୍କ ଧ୍ୟାନ କରିଥାଏ, ଯାହାଙ୍କ ନିବାସ ପୃଥିବୀ ଏବଂ ଗଗନ ଇତ୍ୟାଦି ସବୁ ଲୋକରେ ଥାଏ।              

ਚੰਦ ਸੂਰਜ ਕੀ ਪਾਏ ਗੰਢਿ ॥
ଯିଏ ଶିବ ରୂପୀ ଚନ୍ଦ୍ର ଏବଂ ଶକ୍ତି ରୂପୀ ସୂର୍ଯ୍ୟର ମିଳନ କରାଇ ଦେଇଥାନ୍ତି          

ਤਿਸੁ ਉਦਾਸੀ ਕਾ ਪੜੈ ਨ ਕੰਧੁ ॥
ସେହି ଶରୀର ରୂପୀ ପ୍ରାଚୀର ଧ୍ଵଂସ ହୁଏନାହିଁ।     

ਬੋਲੈ ਗੋਪੀ ਚੰਦੁ ਸਤਿ ਸਰੂਪੁ ॥
ଗୋପିଚାନ୍ଦ କହନ୍ତି ଯେ ଈଶ୍ଵର ସତ୍ୟ ସ୍ୱରୂପ ଅଟନ୍ତି,    

ਪਰਮ ਤੰਤ ਮਹਿ ਰੇਖ ਨ ਰੂਪੁ ॥੪॥
ସେହି ପରମ ତତ୍ତ୍ଵ ନିରାକାର ଅଟନ୍ତି||4||     

ਮਃ ੧ ॥
ମହଲା 1॥ 

ਸੋ ਪਾਖੰਡੀ ਜਿ ਕਾਇਆ ਪਖਾਲੇ ॥
ସେହି ଜୈନ ସାଧୁ ଉତ୍ତମ ଅଟନ୍ତି, ଯିଏ କାୟାର ମଇଳା ଶୁଦ୍ଧ କରିଥାଏ।                          

ਕਾਇਆ ਕੀ ਅਗਨਿ ਬ੍ਰਹਮੁ ਪਰਜਾਲੇ ॥
ସେ ନିଜ କାୟାର ଅଗ୍ନିରେ ବ୍ରହ୍ମକୁ ପ୍ରଜ୍ଜ୍ଵଳିତ କରିଥାଏ ଆଉ       

ਸੁਪਨੈ ਬਿੰਦੁ ਨ ਦੇਈ ਝਰਣਾ ॥
ସ୍ଵପ୍ନରେ ମଧ୍ୟ ନିଜ ବୀର୍ଯ୍ୟ ବହିବାକୁ ଦିଏ ନାହିଁ।

error: Content is protected !!