ਤਿਸੁ ਪਾਖੰਡੀ ਜਰਾ ਨ ਮਰਣਾ ॥
ତାହାକୁ ବାର୍ଦ୍ଧକ୍ୟ ଏବଂ ମୃତ୍ୟୁ ପ୍ରଭାବିତ କରେ ନାହିଁ।
ਬੋਲੈ ਚਰਪਟੁ ਸਤਿ ਸਰੂਪੁ ॥
ଚରପଟ କହନ୍ତି ଯେ ପରମେଶ୍ଵର ସତ୍ୟସ୍ଵରୂପ ଅଟନ୍ତି,
ਪਰਮ ਤੰਤ ਮਹਿ ਰੇਖ ਨ ਰੂਪੁ ॥੫॥
ସେହି ପରମତତ୍ତ୍ଵ ନିରାକାର ଅଟନ୍ତି||5||
ਮਃ ੧ ॥
ମହଲା 1॥
ਸੋ ਬੈਰਾਗੀ ਜਿ ਉਲਟੇ ਬ੍ਰਹਮੁ ॥
ସେ ହିଁ ବୈରାଗ୍ୟ ଅଟେ, ଯିଏ ବ୍ରହ୍ମକୁ ମନରେ ପ୍ରକଟ କରିଥାଏ।
ਗਗਨ ਮੰਡਲ ਮਹਿ ਰੋਪੈ ਥੰਮੁ ॥
ସେ ନିଜ ମନକୁ ଧ୍ୟାନ ରୂପୀ ସ୍ତମ୍ଭ ଦ୍ଵାରା ନିଜ ଦଶମ ଦ୍ଵାରରେ ସ୍ଥିର କରି ରଖିଥାଏ।
ਅਹਿਨਿਸਿ ਅੰਤਰਿ ਰਹੈ ਧਿਆਨਿ ॥
ସେ ଦିନରାତି ପରମାତ୍ମାଙ୍କ ଠାରେ ଧ୍ୟାନ ଲଗାଇ ରଖିଥାଏ।
ਤੇ ਬੈਰਾਗੀ ਸਤ ਸਮਾਨਿ ॥
ଏପରି ବୈରାଗୀ ହିଁ ସତ୍ୟର ସମାନ ହୋଇଯାଏ।
ਬੋਲੈ ਭਰਥਰਿ ਸਤਿ ਸਰੂਪੁ ॥
ଭରଥରୀ କହନ୍ତି ଯେ ଈଶ୍ଵର ସତ୍ୟସ୍ଵରୂପ ଅଟନ୍ତି,
ਪਰਮ ਤੰਤ ਮਹਿ ਰੇਖ ਨ ਰੂਪੁ ॥੬॥
ସେହି ପରମତତ୍ତ୍ଵ ନିରାକାର ଅଟନ୍ତି ||6||
ਮਃ ੧ ॥
ମହଲା 1॥
ਕਿਉ ਮਰੈ ਮੰਦਾ ਕਿਉ ਜੀਵੈ ਜੁਗਤਿ ॥
କିପରି ମନ୍ଦର ଅନ୍ତ ହୋଇ ପାରିବ ଆଉ କେଉଁ ଯୁକ୍ତି ଦ୍ଵାରା ଜୀବ ସଠିକ ଜୀବନ ବିତାଇ ପାରିବ?
ਕੰਨ ਪੜਾਇ ਕਿਆ ਖਾਜੈ ਭੁਗਤਿ ॥
କାନ ଖୋଳି ଚୁରମା ଖାଇବାର ଅଭିପ୍ରାୟ କଣ ଅଟେ?
ਆਸਤਿ ਨਾਸਤਿ ਏਕੋ ਨਾਉ ॥
କେହି ଆସ୍ତିକ ହେଉ ବା କେହି ନାସ୍ତିକ ହେଉ, ପରମାତ୍ମାଙ୍କ ଏକ ନାମ ହିଁ ସବୁଙ୍କ ଜୀବନ ଆଧାର ଅଟେ।
ਕਉਣੁ ਸੁ ਅਖਰੁ ਜਿਤੁ ਰਹੈ ਹਿਆਉ ॥
ତାହା କେଉଁ ଅକ୍ଷର ଅଟେ, ଯାହା ଦ୍ଵାରା ହୃଦୟ ତିଷ୍ଠି ରହିଥାଏ?
ਧੂਪ ਛਾਵ ਜੇ ਸਮ ਕਰਿ ਸਹੈ ॥
ଯଦି କେହି ବ୍ୟକ୍ତି ସେହି ସୁଖ-ଦୁଃଖକୁ ଏକ ସମାନ ଭାବି ସହନ କରିଥାଏ,
ਤਾ ਨਾਨਕੁ ਆਖੈ ਗੁਰੁ ਕੋ ਕਹੈ ॥
ନାନକ କହନ୍ତି ଯେ ଏପରି ବ୍ୟକ୍ତି ହିଁ ଗୁରୁଙ୍କ ନାମ ଜପ କରିଥାଏ।
ਛਿਅ ਵਰਤਾਰੇ ਵਰਤਹਿ ਪੂਤ ॥
ଯୋଗୀର ଯେଉଁ ଶିଷ୍ୟ ତାହାଙ୍କ ଛଅ ଆଚରଣ କରିଥାଏ,
ਨਾ ਸੰਸਾਰੀ ਨਾ ਅਉਧੂਤ ॥
ନା ସେ ଗୃହସ୍ଥି ଆଉ ନା ସେ ଅବଧୂତ ଅଟେ।
ਨਿਰੰਕਾਰਿ ਜੋ ਰਹੈ ਸਮਾਇ ॥
ଯେଉଁ ପ୍ରାଣୀ ନିରଙ୍କାରଙ୍କ ଧ୍ୟାନରେ ଲୀନ ରହିଥାଏ,
ਕਾਹੇ ਭੀਖਿਆ ਮੰਗਣਿ ਜਾਇ ॥੭॥
ତାହାକୁ ଭିକ୍ଷା ମାଗିବାକୁ ଘର ଘର ବୁଲିବାକୁ ପଡେ ନାହିଁ||7||
ਪਉੜੀ ॥
ପଉଡୀ॥
ਹਰਿ ਮੰਦਰੁ ਸੋਈ ਆਖੀਐ ਜਿਥਹੁ ਹਰਿ ਜਾਤਾ ॥
ଯେଉଁଠି ହରିଙ୍କ ପରିଚୟ ମିଳିଯାଏ, ତାହାକୁ ହିଁ ହରିଙ୍କ ମନ୍ଦିର କୁହାଯାଏ।
ਮਾਨਸ ਦੇਹ ਗੁਰ ਬਚਨੀ ਪਾਇਆ ਸਭੁ ਆਤਮ ਰਾਮੁ ਪਛਾਤਾ ॥
ମାନବ ଶରୀରରେ ଗୁରୁଙ୍କ ବଚନ ଦ୍ଵାରା ସତ୍ୟର ପ୍ରାପ୍ତି ହୋଇଥାଏ ଆଉ ସବୁଙ୍କ ଠାରେ ରାମଙ୍କ ପରିଚୟ ମିଳିଯାଏ।
ਬਾਹਰਿ ਮੂਲਿ ਨ ਖੋਜੀਐ ਘਰ ਮਾਹਿ ਬਿਧਾਤਾ ॥
ବିଧାତା ହୃଦୟ ଘରେ ହିଁ ବିଦ୍ୟମାନ ଅଛନ୍ତି, ଏଥିପାଇଁ ବାହାରେ ଆଦୌ ଖୋଜିବା ଉଚିତ ନୁହେଁ।
ਮਨਮੁਖ ਹਰਿ ਮੰਦਰ ਕੀ ਸਾਰ ਨ ਜਾਣਨੀ ਤਿਨੀ ਜਨਮੁ ਗਵਾਤਾ ॥
ସ୍ଵେଚ୍ଛାଚାରୀ ଜୀବ ହରି-ମନ୍ଦିରର ମୂଲ୍ୟ ଜାଣେ ନାହିଁ, ସେ ନିଜ ଜୀବନ ବ୍ୟର୍ଥରେ ହରାଇ ଦେଇଥାଏ।
ਸਭ ਮਹਿ ਇਕੁ ਵਰਤਦਾ ਗੁਰ ਸਬਦੀ ਪਾਇਆ ਜਾਈ ॥੧੨॥
ସବୁ ଜୀବଙ୍କ ଠାରେ ଏକ ପରମେଶ୍ଵର ହିଁ ବିଦ୍ୟମାନ ଅଛନ୍ତି, କିନ୍ତୁ ତାହାକୁ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ପ୍ରାପ୍ତ କରାଯାଇ ପାରିବ ||12||
ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3॥
ਮੂਰਖੁ ਹੋਵੈ ਸੋ ਸੁਣੈ ਮੂਰਖ ਕਾ ਕਹਣਾ ॥
ମୂର୍ଖ ବ୍ୟକ୍ତି ସର୍ବଦା ମୂର୍ଖର କଥା ହିଁ ଶୁଣିଥାଏ।
ਮੂਰਖ ਕੇ ਕਿਆ ਲਖਣ ਹੈ ਕਿਆ ਮੂਰਖ ਕਾ ਕਰਣਾ ॥
ମୂର୍ଖର ଲକ୍ଷଣ କଣ ଅଟେ ଆଉ ମୂର୍ଖ କଣ କରିଥାଏ?
ਮੂਰਖੁ ਓਹੁ ਜਿ ਮੁਗਧੁ ਹੈ ਅਹੰਕਾਰੇ ਮਰਣਾ ॥
ମୂର୍ଖ ସେ ହୋଇଥାଏ, ଯେଉଁ ବିମୁଢ ଅହଂକାର ଗ୍ରସ୍ତ ହୋଇଥାଏ।
ਏਤੁ ਕਮਾਣੈ ਸਦਾ ਦੁਖੁ ਦੁਖ ਹੀ ਮਹਿ ਰਹਣਾ ॥
ଏହି ଅହଂକାର କାରଣରୁ ସେ ସଦା ଦୁଃଖ ହିଁ ଭୋଗ କରିଥାଏ ଆଉ ଦୁଃଖୀ ରହିଥାଏ।
ਅਤਿ ਪਿਆਰਾ ਪਵੈ ਖੂਹਿ ਕਿਹੁ ਸੰਜਮੁ ਕਰਣਾ ॥
ଯଦି କାହାର ପ୍ରିୟଜନ ପାପରେ ପଡିଯାଏ, ତାହାକୁ ବାହାରକୁ କାଢିବା ପାଇଁ କେଉଁ ପ୍ରୟାସ କରିବା ଉଚିତ?
ਗੁਰਮੁਖਿ ਹੋਇ ਸੁ ਕਰੇ ਵੀਚਾਰੁ ਓਸੁ ਅਲਿਪਤੋ ਰਹਣਾ ॥
ଯିଏ ଗୁରୁମୁଖୀ ହୋଇଥାଏ, ସେ ବିଚାର କରିଥାଏ ଆଉ ନିର୍ଲିପ୍ତ ରହିଥାଏ।
ਹਰਿ ਨਾਮੁ ਜਪੈ ਆਪਿ ਉਧਰੈ ਓਸੁ ਪਿਛੈ ਡੁਬਦੇ ਭੀ ਤਰਣਾ ॥
ସେ ହରି ନାମ ଜପ କରିଥାଏ, ସେ ସ୍ଵୟଂ ପାର ହୋଇଥାଏ।
ਨਾਨਕ ਜੋ ਤਿਸੁ ਭਾਵੈ ਸੋ ਕਰੇ ਜੋ ਦੇਇ ਸੁ ਸਹਣਾ ॥੧॥
ହେ ନାନକ! ଯାହା ପରମାତ୍ମାଙ୍କୁ ମଞ୍ଜୁର ହୋଇଥାଏ, ସେ ତାହା କରିଥାଏ, ସେ ଅନ୍ୟ ଜୀବକୁ ଯେଉଁ ଦୁଃଖ ବା ସୁଖ ଦେଇଥାଏ, ସେ ତାହାକୁ ସହନ କରିବାକୁ ପଡିଥାଏ||1||
ਮਃ ੧ ॥
ମହଲା 1॥
ਨਾਨਕੁ ਆਖੈ ਰੇ ਮਨਾ ਸੁਣੀਐ ਸਿਖ ਸਹੀ ॥
ଗୁରୁ ନାନକ କହନ୍ତି ଯେ ହେ ମନ! ଆମେ ସଠିକ ଶିକ୍ଷା ଶୁଣିବା ଉଚିତ।
ਲੇਖਾ ਰਬੁ ਮੰਗੇਸੀਆ ਬੈਠਾ ਕਢਿ ਵਹੀ ॥
ପ୍ରଭୁ ତୋର କର୍ମର ହିସାବ ମାଗିଥାନ୍ତି।
ਤਲਬਾ ਪਉਸਨਿ ਆਕੀਆ ਬਾਕੀ ਜਿਨਾ ਰਹੀ ॥
ସେଠାକୁ ଅନ୍ୟ ସ୍ଵେଚ୍ଛାଚାରୀ ଜୀବକୁ ବୋଲାଇ ଥାଆନ୍ତି, ଯାହାର କର୍ମର ହିସାବ ଶେଷ ହୋଇଥାଏ।
ਅਜਰਾਈਲੁ ਫਰੇਸਤਾ ਹੋਸੀ ਆਇ ਤਈ ॥
ଇଜରାଇଲ ଫରିଷ୍ଟା ତାହାକୁ ପାପ କର୍ମର ଦଣ୍ଡ ଦେବା ପାଇଁ ଦଣ୍ଡାୟମାନ ଥାଏ।
ਆਵਣੁ ਜਾਣੁ ਨ ਸੁਝਈ ਭੀੜੀ ਗਲੀ ਫਹੀ ॥
ଯମ ମାର୍ଗର ସଙ୍କୁଚିତ ଗଳିରେ ଫସିଥିବା ଆତ୍ମାକୁ ସେହି ସମୟରେ କିଛି ମଧ୍ୟ ଜ୍ଞାନ ହୁଏନାହିଁ ଯେ ସେ କେଉଁଠାରୁ ଆସିଥାଏ ଆଉ କେଉଁଠାକୁ ଯାଇଥାଏ।
ਕੂੜ ਨਿਖੁਟੇ ਨਾਨਕਾ ਓੜਕਿ ਸਚਿ ਰਹੀ ॥੨॥
ହେ ନାନକ! ଅନ୍ତରେ ସତ୍ୟ ରହିଯାଏ ଆଉ ମିଥ୍ୟା ନାଶ ହୋଇଯାଏ। ||2||
ਪਉੜੀ ॥
ପଉଡୀ॥
ਹਰਿ ਕਾ ਸਭੁ ਸਰੀਰੁ ਹੈ ਹਰਿ ਰਵਿ ਰਹਿਆ ਸਭੁ ਆਪੈ ॥
ସଂପୂର୍ଣ୍ଣ ଶରୀର ଭଗବାନଙ୍କ ହିଁ ଅଟେ ଆଉ ସେ ସ୍ଵୟଂ ହିଁ ସବୁଙ୍କ ଠାରେ ବିଦ୍ୟମାନ ଅଟନ୍ତି।
ਹਰਿ ਕੀ ਕੀਮਤਿ ਨਾ ਪਵੈ ਕਿਛੁ ਕਹਣੁ ਨ ਜਾਪੈ ॥
ଭଗବାନଙ୍କ ମୂଲ୍ୟାଙ୍କନ କରାଯାଇ ପାରେ ନାହିଁ ଆଉ ଏହା ବିଷୟରେ କିଛି କହିବା ଉଚିତ ହେବ ନାହିଁ।
ਗੁਰ ਪਰਸਾਦੀ ਸਾਲਾਹੀਐ ਹਰਿ ਭਗਤੀ ਰਾਪੈ ॥
ଯେଉଁ ଜୀବ ଗୁରୁଙ୍କ କୃପାରୁ ସ୍ତୁତିଗାନ କରିଥାଏ, ସେ ଭଗବାନଙ୍କ ଭକ୍ତିରେ ବିଲୀନ ରହିଥାଏ।
ਸਭੁ ਮਨੁ ਤਨੁ ਹਰਿਆ ਹੋਇਆ ਅਹੰਕਾਰੁ ਗਵਾਪੈ ॥
ସେ ଅହଂକାରକୁ ଦୂର କରିଦିଏ, ଯାହା ଦ୍ଵାରା ତାହାର ତନ ମନ ପ୍ରଫୁଲ୍ଲିତ ହୋଇଯାଏ।
ਸਭੁ ਕਿਛੁ ਹਰਿ ਕਾ ਖੇਲੁ ਹੈ ਗੁਰਮੁਖਿ ਕਿਸੈ ਬੁਝਾਈ ॥੧੩॥
ଏହି ସବୁକିଛି ଭଗବାନଙ୍କ ଲୀଳା ଅଟେ, କିନ୍ତୁ ଗୁରୁଙ୍କ ମାଧ୍ୟମରୁ ହିଁ ଏହି ତଥ୍ୟର ଜ୍ଞାନ କେହି ବିରଳକୁ ପ୍ରାପ୍ତ ହୋଇଥାଏ। ||13||
ਸਲੋਕੁ ਮਃ ੧ ॥
ଶ୍ଳୋକ ମହଲା 3॥
ਸਹੰਸਰ ਦਾਨ ਦੇ ਇੰਦ੍ਰੁ ਰੋਆਇਆ ॥
ଦେବରାଜ ଗୌତମ ଋଷିଙ୍କ ପତ୍ନୀ ଅହଲ୍ୟାଙ୍କୁ ଧୋକା ଦେଇ ସଂଭୋଗ କରିଥିଲେ, ଯାହାଦ୍ୱାରା ଗୌତମ ରୁଷି ଇନ୍ଦ୍ରକୁ ଅଭିଶାପ ଦେଇଥିଲେ, ଯାହା ତାହାକୁ ରୋଦନ କରାଇଥିଲା।
ਪਰਸ ਰਾਮੁ ਰੋਵੈ ਘਰਿ ਆਇਆ ॥
ପର୍ଶୁରାମଙ୍କ ପିତା ଯମଦଗ୍ନି ଋଷିଙ୍କୁ ସହସ୍ର ବାହୁ ବଧ କରିଥିଲା, କାରଣ ସେ ନିଜର କାମାଧେନୁ ଗାଈ ଦେବା ପାଇଁ ମନା କରିଥିଲେ, ଏହିଭଳି ପର୍ଶୁରାମ ପିତାଙ୍କ ମୃତ୍ୟୁ ପରେ ରୋଦନ କରି ଘରକୁ ଆସିଲେ।
ਅਜੈ ਸੁ ਰੋਵੈ ਭੀਖਿਆ ਖਾਇ ॥
ଶ୍ରୀ ରାମଚନ୍ଦ୍ରଙ୍କ ଦାଦା ଅଜ ନିଜ ଦାନ ଦେଇ ପୁଣି ତାହାକୁ ଖାଇ ବଡ ଦୁଃଖୀ ହୋଇଥିଲେ।
ਐਸੀ ਦਰਗਹ ਮਿਲੈ ਸਜਾਇ ॥
ଭଗବାନଙ୍କ ଦରବାରରେ ପ୍ରତ୍ୟେକକୁ ନିଜେ କରିଥିବା କର୍ମ ଅନୁସାରେ ଦଣ୍ଡ ମିଳିଥାଏ।
ਰੋਵੈ ਰਾਮੁ ਨਿਕਾਲਾ ਭਇਆ ॥ ਸੀਤਾ ਲਖਮਣੁ ਵਿਛੁੜਿ ਗਇਆ ॥
ଯେତେବେଳେ ଶ୍ରୀ ରାମଚନ୍ଦ୍ରଙ୍କୁ ଅଯୋଧ୍ୟାରୂ ବାହାର କରି ଦିଆଯାଇଥିଲା, ବନରେ ସୀତା ଓ ଲକ୍ଷ୍ମଣ ବିଚ୍ଛେଦ ହୋଇଥିଲେ।