ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਅੰਮ੍ਰਿਤ ਬਾਣੀ ਅਮਿਉ ਰਸੁ ਅੰਮ੍ਰਿਤੁ ਹਰਿ ਕਾ ਨਾਉ ॥
ଏହି ଅମୃତମୟ ବାଣୀ ଅମୃତ ରୂପୀ ରସ ଅଟେ ଆଉ ହରିଙ୍କ ନାମ ହିଁ ଅମୃତ ଅଟେ।
ਮਨਿ ਤਨਿ ਹਿਰਦੈ ਸਿਮਰਿ ਹਰਿ ਆਠ ਪਹਰ ਗੁਣ ਗਾਉ ॥
ନିଜ ମନ, ତନ ଏବଂ ହୃଦୟରେ ହାରୀଙ୍କୁ ସ୍ମରଣ କର ଆଉ ଆଠ ପ୍ରହର ତାହାଙ୍କ ହିଁ ସ୍ତୁତିଗାନ କର।
ਉਪਦੇਸੁ ਸੁਣਹੁ ਤੁਮ ਗੁਰਸਿਖਹੁ ਸਚਾ ਇਹੈ ਸੁਆਉ ॥
ହେ ଗୁରୁଙ୍କ ଶିଷ୍ୟ! ତୁମେ ଉପଦେଶ ଶୁଣ, ଏହା ହିଁ ଜୀବନର ସଚ୍ଚା ମନୋରଥ ଅଟେ।
ਜਨਮੁ ਪਦਾਰਥੁ ਸਫਲੁ ਹੋਇ ਮਨ ਮਹਿ ਲਾਇਹੁ ਭਾਉ ॥
ମନରେ ଶ୍ରଦ୍ଧା ଧାରଣ କରିବା ଦ୍ଵାରା ତୁମର ଜନ୍ମ ସଫଳ ହୋଇଯିବ।
ਸੂਖ ਸਹਜ ਆਨਦੁ ਘਣਾ ਪ੍ਰਭ ਜਪਤਿਆ ਦੁਖੁ ਜਾਇ ॥
ପ୍ରଭୁଙ୍କ ଜପ କରିବା ଦ୍ଵାରା ଦୁଃଖ ଦୂର ହୋଇଯାଏ ଆଉ ମନରେ ସ୍ଵାଭାବିକ ସୁଖ ଏବଂ ଆନନ୍ଦ ପ୍ରାପ୍ତ ହୋଇଥାଏ।
ਨਾਨਕ ਨਾਮੁ ਜਪਤ ਸੁਖੁ ਊਪਜੈ ਦਰਗਹ ਪਾਈਐ ਥਾਉ ॥੧॥
ହେ ନାନକ! ପରମାତ୍ମାଙ୍କ ନାମ ଜପିବା ଦ୍ଵାର ମନରେ ସୁଖ ଜାତ ହୋଇଥାଏ ଏବଂ ସତ୍ୟର ଦରବାରରେ ସ୍ଥାନ ମିଳିଯାଏ||1||
ਮਃ ੫ ॥
ମହଲା 5॥
ਨਾਨਕ ਨਾਮੁ ਧਿਆਈਐ ਗੁਰੁ ਪੂਰਾ ਮਤਿ ਦੇਇ ॥
ହେ ନାନକ! ପୂର୍ଣ୍ଣ ଗୁରୁ ଏହି ମତ ଦେଇଥାନ୍ତି ଯେ ହରି-ନାମର ଧ୍ୟାନ କର।
ਭਾਣੈ ਜਪ ਤਪ ਸੰਜਮੋ ਭਾਣੈ ਹੀ ਕਢਿ ਲੇਇ ॥
ଈଶ୍ଵରଙ୍କ ଇଚ୍ଛାରେ ହିଁ ଜପ, ତପ ଏବଂ ସଂଯମ କରିଥାଏ ଏବଂ ନିଜ ଇଚ୍ଛାରେ ହିଁ ସେ ଜୀବକୁ ବନ୍ଧନରୁ ମୁକ୍ତ କରିଥାନ୍ତି।
ਭਾਣੈ ਜੋਨਿ ਭਵਾਈਐ ਭਾਣੈ ਬਖਸ ਕਰੇਇ ॥
ଈଶ୍ଵରଙ୍କ ଇଚ୍ଛାରେ ହିଁ ଜୀବ ଯୋନିରେ ପଥଭ୍ରଷ୍ଟ ରହିଥାଏ ଏବଂ ନିଜ ଇଚ୍ଛାରେ ହିଁ ସେ କୃପା କରିଥାନ୍ତି।
ਭਾਣੈ ਦੁਖੁ ਸੁਖੁ ਭੋਗੀਐ ਭਾਣੈ ਕਰਮ ਕਰੇਇ ॥
ଈଶ୍ଵରଙ୍କ ଇଚ୍ଛାରେ ହିଁ ଦୁଃଖ-ସୁଖ ଭୋଗ କରିବାକୁ ପଡିଥାଏ ଏବଂ ତାହାଙ୍କ ଇଚ୍ଛାରେ ହିଁ ଆମେ ଉତ୍ତମ କର୍ମ କରୁ।
ਭਾਣੈ ਮਿਟੀ ਸਾਜਿ ਕੈ ਭਾਣੈ ਜੋਤਿ ਧਰੇਇ ॥
ସେ ନିଜ ଇଚ୍ଛାରେ ହିଁ ସେ ଶରୀରର ନିର୍ମାଣ କରି ସେଥିରେ ପ୍ରାଣ ଦେଇଥାନ୍ତି।
ਭਾਣੈ ਭੋਗ ਭੋਗਾਇਦਾ ਭਾਣੈ ਮਨਹਿ ਕਰੇਇ ॥
ସେ ନିଜ ଇଚ୍ଛାରେ ହିଁ ସେ ଜୀବକୁ ଭୋଗ-ବିଳାସ କରାଇ ଥାଆନ୍ତି ଏବଂ ନିଜ ଇଚ୍ଛାରେ ହିଁ ସେ ତାହାକୁ ବନ୍ଦ କରିଥାନ୍ତି।
ਭਾਣੈ ਨਰਕਿ ਸੁਰਗਿ ਅਉਤਾਰੇ ਭਾਣੈ ਧਰਣਿ ਪਰੇਇ ॥
ପ୍ରଭୁଙ୍କ ଇଚ୍ଛାରେ ହିଁ ଜୀବ ନର୍କ-ସ୍ଵର୍ଗରେ ଜନ୍ମ ନେଇଥାଏ ଏବଂ ପ୍ରଭୁଙ୍କ ଇଚ୍ଛାରେ ହିଁ ତାହାର ଜନ୍ମ ହୋଇଥାଏ।
ਭਾਣੈ ਹੀ ਜਿਸੁ ਭਗਤੀ ਲਾਏ ਨਾਨਕ ਵਿਰਲੇ ਹੇ ॥੨॥
ହେ ନାନକ! ଏପରି ଜୀବ ବିରଳ ହିଁ ଅଟେ, ଯାହାକୁ ପ୍ରଭୁ ନିଜ ଇଚ୍ଛାରେ ଭକ୍ତିରେ ଲଗାଇ ଥାଆନ୍ତି||2||
ਪਉੜੀ ॥
ପଉଡୀ॥
ਵਡਿਆਈ ਸਚੇ ਨਾਮ ਕੀ ਹਉ ਜੀਵਾ ਸੁਣਿ ਸੁਣੇ ॥
ମୁଁ ସଚ୍ଚା ନାମର କୀର୍ତ୍ତି ଶୁଣି ଜୀବନ ପାଇଛି।
ਪਸੂ ਪਰੇਤ ਅਗਿਆਨ ਉਧਾਰੇ ਇਕ ਖਣੇ ॥
ପ୍ରଭୁଙ୍କ ନାମ ଏକ କ୍ଷଣରେ ହିଁ ପଶୁ-ପ୍ରେତ ଏବଂ ଅଜ୍ଞାନ ଜୀବକୁ ଉଦ୍ଧାର କରିଥାଏ।
ਦਿਨਸੁ ਰੈਣਿ ਤੇਰਾ ਨਾਉ ਸਦਾ ਸਦ ਜਾਪੀਐ ॥
ହେ ପରମେଶ୍ଵର! ଦିନ-ରାତି ସର୍ବଦା ତୋର ନାମ ଜପ କରିଥାଏ,
ਤ੍ਰਿਸਨਾ ਭੁਖ ਵਿਕਰਾਲ ਨਾਇ ਤੇਰੈ ਧ੍ਰਾਪੀਐ ॥
ତୋର ନାମ ଦ୍ଵାରା ତୃଷ୍ଣାର ବିକରାଳ କ୍ଷୁଧା ଦୂର ହୋଇଯାଏ।
ਰੋਗੁ ਸੋਗੁ ਦੁਖੁ ਵੰਞੈ ਜਿਸੁ ਨਾਉ ਮਨਿ ਵਸੈ ॥
ଯାହାର ମନରେ ନାମ ବାସ କରିଥାଏ, ତାହାର ରୋଗ, ଶୋକ ଏବଂ ଦୁଃଖ ଦୂର ହୋଇଯାଏ।
ਤਿਸਹਿ ਪਰਾਪਤਿ ਲਾਲੁ ਜੋ ਗੁਰ ਸਬਦੀ ਰਸੈ ॥
ଯିଏ ଗୁରୁଙ୍କ ଶବ୍ଦରେ ଆନନ୍ଦ ପ୍ରାପ୍ତ କରିଥାଏ, ତାହାକୁ ପ୍ରିୟ ପ୍ରଭୁ ପ୍ରାପ୍ତ ହୋଇଥାନ୍ତି।
ਖੰਡ ਬ੍ਰਹਮੰਡ ਬੇਅੰਤ ਉਧਾਰਣਹਾਰਿਆ ॥
ହେ ଉଦ୍ଧାରକ! ତୋର ଖଣ୍ଡ-ବ୍ରହ୍ମାଣ୍ଡ ମଧ୍ୟ ଅନନ୍ତ ଅଟେ।
ਤੇਰੀ ਸੋਭਾ ਤੁਧੁ ਸਚੇ ਮੇਰੇ ਪਿਆਰਿਆ ॥੧੨॥
ହେ ମୋର ପ୍ରିୟ ସଚ୍ଚା ପ୍ରଭୁ! ତୋର ଶୋଭା ତୋତେ ହିଁ ଭଲ ଲାଗିଥାଏ||12||
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਮਿਤ੍ਰੁ ਪਿਆਰਾ ਨਾਨਕ ਜੀ ਮੈ ਛਡਿ ਗਵਾਇਆ ਰੰਗਿ ਕਸੁੰਭੈ ਭੁਲੀ ॥
ହେ ନାନକ! କୁଶୁମ୍ଭ ଫୁଲ ଭଳି ମାୟାର ମୋହରେ ଫସି ମୁଁ ନିଜ ପ୍ରିୟ ମିତ୍ର ପ୍ରଭୁଙ୍କୁ ହରାଇ ଦେଇଛି।
ਤਉ ਸਜਣ ਕੀ ਮੈ ਕੀਮ ਨ ਪਉਦੀ ਹਉ ਤੁਧੁ ਬਿਨੁ ਅਢੁ ਨ ਲਹਦੀ ॥੧॥
ମୁଁ ତୋର ମୂଲ୍ୟାଙ୍କନ କରିପାରୁ ନାହିଁ ଏବଂ ତୋ’ ବିନା ମୁଁ କିଛି ମଧ୍ୟ ମୂଲ୍ୟ ପାଇପାରୁ ନାହିଁ||1||
ਮਃ ੫ ॥
ମହଲା 5॥
ਸਸੁ ਵਿਰਾਇਣਿ ਨਾਨਕ ਜੀਉ ਸਸੁਰਾ ਵਾਦੀ ਜੇਠੋ ਪਉ ਪਉ ਲੂਹੈ ॥
ହେ ନାନକ! ମାୟା ରୂପୀ ମୋର ଶାଶୁ ଶତ୍ରୁ ଅଟେ, ଶରୀର ରୂପୀ ମୋର ଶଶୁର ଝଗଡାପ୍ରିୟ ଅଟେ ଏବଂ ଯମ ରୂପୀ ବଡ ଭାଇ ମୋତେ ଦୁଃଖୀ କରିଥାଏ।
ਹਭੇ ਭਸੁ ਪੁਣੇਦੇ ਵਤਨੁ ਜਾ ਮੈ ਸਜਣੁ ਤੂਹੈ ॥੨॥
ହେ ପ୍ରଭୁ! ଯଦି ତୁ ମୋର ସଜ୍ଜନ ଅଟୁ, ମୋତେ କୌଣସି ଚିନ୍ତା ଆସେ ନାହିଁ||2||
ਪਉੜੀ ॥
ପଉଡୀ॥
ਜਿਸੁ ਤੂ ਵੁਠਾ ਚਿਤਿ ਤਿਸੁ ਦਰਦੁ ਨਿਵਾਰਣੋ ॥
ହେ ପରମେଶ୍ଵର! ଯାହାର ଚିତ୍ତରେ ତୁ ବାସ କରିଛୁ, ତାହାର ଦୁଃଖ-ଯନ୍ତ୍ରଣା ନିବାରଣ ହୋଇ ଯାଇଛି।
ਜਿਸੁ ਤੂ ਵੁਠਾ ਚਿਤਿ ਤਿਸੁ ਕਦੇ ਨ ਹਾਰਣੋ ॥
ଯାହାର ଅନ୍ତର୍ମନରେ ତୁ ବାସ କରିଛୁ, ସେ କେବେ ମଧ୍ୟ ପରାଜିତ ହୁଏନାହିଁ।
ਜਿਸੁ ਮਿਲਿਆ ਪੂਰਾ ਗੁਰੂ ਸੁ ਸਰਪਰ ਤਾਰਣੋ ॥
ଯାହାକୁ ପୂର୍ଣ୍ଣ ଗୁରୁ ମିଳି ଯାଇଛନ୍ତି, ସେ ଭବସାଗରରୁ ପାର ହୋଇ ଯାଇଛି।
ਜਿਸ ਨੋ ਲਾਏ ਸਚਿ ਤਿਸੁ ਸਚੁ ਸਮ੍ਹ੍ਹਾਲਣੋ ॥
ଯାହାକୁ ସତ୍ୟ ସହିତ ଲଗ୍ନ ଲଗାଇ ଦିଆଯାଏ, ସେ ସତ୍ୟର ହିଁ ଚିନ୍ତନ କରିଥାଏ।
ਜਿਸੁ ਆਇਆ ਹਥਿ ਨਿਧਾਨੁ ਸੁ ਰਹਿਆ ਭਾਲਣੋ ॥
ଯେଉଁ ବ୍ୟକ୍ତିକୁ ନାମ ନିଧି ପ୍ରାପ୍ତ ହୋଇଯାଏ, ସେ ଏଣେ ତେଣେ ପଥଭ୍ରଷ୍ଟ ହୁଏନାହିଁ।
ਜਿਸ ਨੋ ਇਕੋ ਰੰਗੁ ਭਗਤੁ ਸੋ ਜਾਨਣੋ ॥
ଯିଏ ଭଗବାନଙ୍କ ଲଗଣାରେ ଲାଗି ରହିଥାଏ, ବାସ୍ତବରେ ତାହାକୁ ହିଁ ସଚ୍ଚା ଭକ୍ତ ବୋଲି ଭାବ,
ਓਹੁ ਸਭਨਾ ਕੀ ਰੇਣੁ ਬਿਰਹੀ ਚਾਰਣੋ ॥
ସେ ସବୁଙ୍କ ଚରଣ-ଧୂଳି ବନି ରହିଥାଏ, ଯିଏ ପ୍ରଭୁ ଚରଣର ପ୍ରେମୀ ହୋଇଥାଏ।
ਸਭਿ ਤੇਰੇ ਚੋਜ ਵਿਡਾਣ ਸਭੁ ਤੇਰਾ ਕਾਰਣੋ ॥੧੩॥
ହେ ଭଗବାନ! ତୋର ସବୁ କୌତୁକ ବଡ ଅଦ୍ଭୁତ ଅଟେ ଏବଂ ଏହି ସଂପୂର୍ଣ୍ଣ ବିଶ୍ଵ ତୋର ହିଁ ଉତ୍ପତ୍ତି ଅଟେ।||13||
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਉਸਤਤਿ ਨਿੰਦਾ ਨਾਨਕ ਜੀ ਮੈ ਹਭ ਵਞਾਈ ਛੋੜਿਆ ਹਭੁ ਕਿਝੁ ਤਿਆਗੀ ॥
ହେ ନାନକ! ପ୍ରଶଂସା ଓ ନିନ୍ଦା କରିବା ମୁଁ ତ୍ୟାଗ କରି ଦେଇଛି ଆଉ ତ୍ୟାଗୀ ବନି ଯାଇଛି।
ਹਭੇ ਸਾਕ ਕੂੜਾਵੇ ਡਿਠੇ ਤਉ ਪਲੈ ਤੈਡੈ ਲਾਗੀ ॥੧॥
ସବୁ ସମ୍ପର୍କ ମୋତେ ମିଥ୍ୟା ହିଁ ଲାଗିଥାଏ, ଏଥିପାଇଁ ମୁଁ ତୋର ଶରଣରେ ଆସିଛି||1||
ਮਃ ੫ ॥
ମହଲା 5॥
ਫਿਰਦੀ ਫਿਰਦੀ ਨਾਨਕ ਜੀਉ ਹਉ ਫਾਵੀ ਥੀਈ ਬਹੁਤੁ ਦਿਸਾਵਰ ਪੰਧਾ ॥
ହେ ନାନକ! ପରଦେଶରେ ବୁଲି ବୁଲି ପଥଭ୍ରଷ୍ଟ ହୋଇ ବାଉଳା ହୋଇ ଯାଇଥିଲି।
ਤਾ ਹਉ ਸੁਖਿ ਸੁਖਾਲੀ ਸੁਤੀ ਜਾ ਗੁਰ ਮਿਲਿ ਸਜਣੁ ਮੈ ਲਧਾ ॥੨॥
ଯେତେବେଳେ ଗୁରୁଙ୍କୁ ମିଶି ମୁଁ ସଜ୍ଜନ ପ୍ରଭୁଙ୍କୁ ପାଇଛି, ମୁଁ ସୁଖୀ ହୋଇ ଯାଇଛି||2||