ਪਉੜੀ ॥
ପଉଡୀ॥
ਸਭੇ ਦੁਖ ਸੰਤਾਪ ਜਾਂ ਤੁਧਹੁ ਭੁਲੀਐ ॥
ହେ ପରମାତ୍ମା! ତୋତେ ଭୁଲିଗଲେ ସବୁ ଦୁଃଖ-ସଂତାପ ଆସୁଅଛି।
ਜੇ ਕੀਚਨਿ ਲਖ ਉਪਾਵ ਤਾਂ ਕਹੀ ਨ ਘੁਲੀਐ ॥
ଲକ୍ଷେ ଉପାୟ କଲେ ମଧ୍ୟ ଦୁଃଖରୁ ମୁକ୍ତି ହୁଏନାହିଁ।
ਜਿਸ ਨੋ ਵਿਸਰੈ ਨਾਉ ਸੁ ਨਿਰਧਨੁ ਕਾਂਢੀਐ ॥
ଯାହାକୁ ପ୍ରଭୁ-ନାମ ବିସ୍ମୃତ ହୋଇଯାଏ, ତାହାକୁ ହିଁ ନିର୍ଦ୍ଧନ କୁହାଯାଏ।
ਜਿਸ ਨੋ ਵਿਸਰੈ ਨਾਉ ਸੁ ਜੋਨੀ ਹਾਂਢੀਐ ॥
ନାମକୁ ବିସ୍ମୃତ କରିବା ବାଲା ଜୀବ ଯୋନିରେ ପଥଭ୍ରଷ୍ଟ ରହିଥାଏ।
ਜਿਸੁ ਖਸਮੁ ਨ ਆਵੈ ਚਿਤਿ ਤਿਸੁ ਜਮੁ ਡੰਡੁ ਦੇ ॥
ଯାହାକୁ ପ୍ରଭୁଙ୍କ ସ୍ମରଣ ହୁଏନାହିଁ, ତାହାକୁ ଯମ କଠୋର ଦଣ୍ଡ ଦେଇଥାଏ।
ਜਿਸੁ ਖਸਮੁ ਨ ਆਵੀ ਚਿਤਿ ਰੋਗੀ ਸੇ ਗਣੇ ॥
ଯାହାକୁ ପ୍ରଭୁଙ୍କ ସ୍ମରଣ ହୁଏନାହିଁ, ତାହାକୁ ରୋଗୀ ମାନାଯାଏ।
ਜਿਸੁ ਖਸਮੁ ਨ ਆਵੀ ਚਿਤਿ ਸੁ ਖਰੋ ਅਹੰਕਾਰੀਆ ॥
ଯାହାକୁ ପ୍ରଭୁଙ୍କ ସ୍ମରଣ ହୁଏନାହିଁ, ସେ ବଡ ଅହଙ୍କାରୀ ଅଟେ।
ਸੋਈ ਦੁਹੇਲਾ ਜਗਿ ਜਿਨਿ ਨਾਉ ਵਿਸਾਰੀਆ ॥੧੪॥
ସଂସାରରେ ସେ ହିଁ ଦୁଃଖୀ ହୋଇଥାଏ, ଯାହାକୁ ପ୍ରଭୁଙ୍କ ସ୍ମରଣ ହୁଏନାହିଁ||14||
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਤੈਡੀ ਬੰਦਸਿ ਮੈ ਕੋਇ ਨ ਡਿਠਾ ਤੂ ਨਾਨਕ ਮਨਿ ਭਾਣਾ ॥
ହେ ପରମେଶ୍ଵର! ତୋ’ ଭଳି କାହାକୁ ମୁଁ ଦେଖି ନାହିଁ ଏବଂ ତୁ ହିଁ ନାନକଙ୍କ ମନକୁ ଭଲ ଲାଗିଛୁ।
ਘੋਲਿ ਘੁਮਾਈ ਤਿਸੁ ਮਿਤ੍ਰ ਵਿਚੋਲੇ ਜੈ ਮਿਲਿ ਕੰਤੁ ਪਛਾਣਾ ॥੧॥
ସେହି ମଧ୍ୟସ୍ଥ ମିତ୍ର-ଗୁରୁ ଉପରେ କୋଟି କୋଟି ସମର୍ପିତ ଅଟେ, ଯାହାଙ୍କ ସହିତ ମିଶି ପତି-ପ୍ରଭୁଙ୍କୁ ଜାଣି ପାରିଛି||1||
ਮਃ ੫ ॥
ମହଲା 5॥
ਪਾਵ ਸੁਹਾਵੇ ਜਾਂ ਤਉ ਧਿਰਿ ਜੁਲਦੇ ਸੀਸੁ ਸੁਹਾਵਾ ਚਰਣੀ ॥
ସେହି ପାଦ ସୁନ୍ଦର ଅଟେ, ଜାହ ତୋ’ ଆଡକୁ ଚାଲିଥାଏ, ସେହି ମସ୍ତକ ସୁନ୍ଦର ଅଟେ ଯାହା ତୋ’ ଚରଣରେ ନତ ହୋଇଥାଏ।
ਮੁਖੁ ਸੁਹਾਵਾ ਜਾਂ ਤਉ ਜਸੁ ਗਾਵੈ ਜੀਉ ਪਇਆ ਤਉ ਸਰਣੀ ॥੨॥
ଏହି ମୁଖ ସେତେବେଳେ ଉତ୍ତମ ଅଟେ, ଯଦି ତୋର ଯଶୋଗାନ କରିଥାଏ ଏବଂ ତୋର ଶରଣରେ ପଡି ଭାଗ୍ୟବାନ ହୋଇଥାଏ||2||
ਪਉੜੀ ॥
ପଉଡୀ॥
ਮਿਲਿ ਨਾਰੀ ਸਤਸੰਗਿ ਮੰਗਲੁ ਗਾਵੀਆ ॥
ଜୀବ ରୂପୀ ନାରୀ ସତସଙ୍ଗତିରେ ମିଶି ପ୍ରଭୁଙ୍କ ମଙ୍ଗଳଗାନ କରିଛି,
ਘਰ ਕਾ ਹੋਆ ਬੰਧਾਨੁ ਬਹੁੜਿ ਨ ਧਾਵੀਆ ॥
ଯାହାଦ୍ୱାରା ହୃଦୟ-ଘର ସ୍ଥିର ହୋଇ ଯାଇଛି ଆଉ ଇନ୍ଦ୍ରିୟ ବିକାର ଆଡକୁ ଯାଏ ନାହିଁ।
ਬਿਨਠੀ ਦੁਰਮਤਿ ਦੁਰਤੁ ਸੋਇ ਕੂੜਾਵੀਆ ॥
ଦୁର୍ମତି ଏବଂ ପାପ ନାଶ ହୋଇ ଯାଇଛି ଆଉ ପାଖକୁ ମିଥ୍ୟା ଆସେ ନାହିଁ।
ਸੀਲਵੰਤਿ ਪਰਧਾਨਿ ਰਿਦੈ ਸਚਾਵੀਆ ॥
ହୃଦୟରେ ନିତ୍ୟ ସ୍ଥିତ ହେବା ଦ୍ଵାରା ଜୀବ ରୂପୀ ନାରୀ ଶୀଳା ଏବଂ ପ୍ରଧାନ ବନି ଯାଇଛି।
ਅੰਤਰਿ ਬਾਹਰਿ ਇਕੁ ਇਕ ਰੀਤਾਵੀਆ ॥
ବାହାରେ ଭିତରେ ଏକ ଜୀବନ-ଯୁକ୍ତି ବନାଇଛି ଯେ
ਮਨਿ ਦਰਸਨ ਕੀ ਪਿਆਸ ਚਰਣ ਦਾਸਾਵੀਆ ॥
ମନରେ ପ୍ରଭୁ-ଦର୍ଶନର ହିଁ ଆକାଂକ୍ଷା ଅଛି, ଏଥିପାଇଁ ତାହାଙ୍କ ଚରଣର ଦାସୀ ବନି ଯାଇଛି।
ਸੋਭਾ ਬਣੀ ਸੀਗਾਰੁ ਖਸਮਿ ਜਾਂ ਰਾਵੀਆ ॥
ପତି-ପ୍ରଭୁଙ୍କ ରମଣ ଦ୍ଵାରା ସେ ଶୋଭାବାନ ବନି ଯାଇଛି ଆଉ ତାହାଙ୍କ ପ୍ରେମ-ଶୃଙ୍ଗାର ବନି ଯାଇଛି।
ਮਿਲੀਆ ਆਇ ਸੰਜੋਗਿ ਜਾਂ ਤਿਸੁ ਭਾਵੀਆ ॥੧੫॥
ଯେତେବେଳେ ପ୍ରଭୁଙ୍କୁ ଭଲ ଲାଗିଛି, ସଂଯୋଗ ବନାଇ ସ୍ଵୟଂ ହିଁ ମିଳି ଯାଇଛି||15||
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਹਭਿ ਗੁਣ ਤੈਡੇ ਨਾਨਕ ਜੀਉ ਮੈ ਕੂ ਥੀਏ ਮੈ ਨਿਰਗੁਣ ਤੇ ਕਿਆ ਹੋਵੈ ॥
ନାନକ କହନ୍ତି ଯେ ହେ ଈଶ୍ଵର! ମୋର ସବୁ ଗୁଣ ତୋ’ ଠାରୁ ମିଳିଛି, ମୋ’ ଦ୍ଵାରା କଣ ହୋଇ ପାରିବ?
ਤਉ ਜੇਵਡੁ ਦਾਤਾਰੁ ਨ ਕੋਈ ਜਾਚਕੁ ਸਦਾ ਜਾਚੋਵੈ ॥੧॥
ତୋ’ ଭଳି ଦାତା ଅନ୍ୟ କେହି ନାହାନ୍ତି, ମୋ’ ଭଳି ଯାଚକ ସଦା ତୋ’ ଠାରୁ ମାଗିଥାଏ||1||
ਮਃ ੫ ॥
ମହଲା 5॥
ਦੇਹ ਛਿਜੰਦੜੀ ਊਣ ਮਝੂਣਾ ਗੁਰਿ ਸਜਣਿ ਜੀਉ ਧਰਾਇਆ ॥
ଶରୀରକୁ କ୍ଷୀଣ ହେବା ଦେଖି ମୁଁ ବହୁତ ନିରାଶ ହୋଇ ଯାଇଥିଲି, ପରନ୍ତୁ ସଜ୍ଜନ ଗୁରୁ ମୋର ହୃଦୟର ମନୋବଳ ବୃଦ୍ଧି କରାଇ ଦେଇଛନ୍ତି।
ਹਭੇ ਸੁਖ ਸੁਹੇਲੜਾ ਸੁਤਾ ਜਿਤਾ ਜਗੁ ਸਬਾਇਆ ॥੨॥
ମୁଁ ସଂପୂର୍ଣ୍ଣ ଜଗତ ଜିତି ଯାଇଛି ଆଉ ମୋତେ ଜୀବନର ସବୁ ସୁଖ ଉପଲବ୍ଧ ହୋଇ ଯାଇଛି||2||
ਪਉੜੀ ॥
ପଉଡୀ॥
ਵਡਾ ਤੇਰਾ ਦਰਬਾਰੁ ਸਚਾ ਤੁਧੁ ਤਖਤੁ ॥
ହେ ପରମେଶ୍ଵର! ତୋର ଦରବାର ବହୁତ ବଡ ଅଟେ ଆଉ ତୋର ସିଂହାସନ ଅଟଳ ଅଟେ।
ਸਿਰਿ ਸਾਹਾ ਪਾਤਿਸਾਹੁ ਨਿਹਚਲੁ ਚਉਰੁ ਛਤੁ ॥
ତୁ ହିଁ ସଂପୂର୍ଣ୍ଣ ବିଶ୍ଵର ସବୁଠାରୁ ବଡ ବାଦଶାହ ଅଟୁ, ତୋର ଗରିମା ସ୍ଥିର ଅଟେ।
ਜੋ ਭਾਵੈ ਪਾਰਬ੍ਰਹਮ ਸੋਈ ਸਚੁ ਨਿਆਉ ॥
ଯାହା ପରଂବ୍ରହ୍ମଙ୍କୁ ମଞ୍ଜୁର ହୋଇଥାଏ, ତାହା ସଚ୍ଚା ନ୍ୟାୟ ଅଟେ।
ਜੇ ਭਾਵੈ ਪਾਰਬ੍ਰਹਮ ਨਿਥਾਵੇ ਮਿਲੈ ਥਾਉ ॥
ଯଦି ପରମାତ୍ମାଙ୍କୁ ସ୍ଵୀକାର ହୋଇଥାଏ, ନିରାଶ୍ରୟକୁ ମଧ୍ୟ ଆଶ୍ରୟ ମିଳିଯାଏ।
ਜੋ ਕੀਨੑੀ ਕਰਤਾਰਿ ਸਾਈ ਭਲੀ ਗਲ ॥
ଯାହା ପରମେଶ୍ଵର କରିଛନ୍ତି ତାହା ଭଲ କଥା ଅଟେ।
ਜਿਨੑੀ ਪਛਾਤਾ ਖਸਮੁ ਸੇ ਦਰਗਾਹ ਮਲ ॥
ଯିଏ ମାଲିକଙ୍କୁ ଚିହ୍ନି ପାରିଛି, ତାହାକୁ ଦରବାରରେ ସ୍ଥାନ ମିଳି ଯାଇଛି।
ਸਹੀ ਤੇਰਾ ਫੁਰਮਾਨੁ ਕਿਨੈ ਨ ਫੇਰੀਐ ॥
ତୋର ହୁକୁମ ସର୍ବଦା ଉପଯୁକ୍ତ ଅଟେ, ଯାହାକୁ ସହର୍ଷ ମାନିବା ଉଚିତ।
ਕਾਰਣ ਕਰਣ ਕਰੀਮ ਕੁਦਰਤਿ ਤੇਰੀਐ ॥੧੬॥
ହେ କୃପାନିଧି! ତୁ ସବୁଙ୍କ ସ୍ରଷ୍ଟା ଅଟୁ ଆଉ ଏହା ତୋର ହିଁ ସୃଷ୍ଟି ଅଟେ। ||16||
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਸੋਇ ਸੁਣੰਦੜੀ ਮੇਰਾ ਤਨੁ ਮਨੁ ਮਉਲਾ ਨਾਮੁ ਜਪੰਦੜੀ ਲਾਲੀ ॥
ହେ ପ୍ରଭୁ! ତୋର କୀର୍ତ୍ତି ଶୁଣି ମୋର ମନ-ତନ ପ୍ରସନ୍ନ ହୋଇ ଯାଇଛି ଆଉ ତୋର ନାମ ଜପିବା ଦ୍ଵାରା ମୋର ଚେହେରା ଲାଲ ହୋଇ ଯାଇଛି।
ਪੰਧਿ ਜੁਲੰਦੜੀ ਮੇਰਾ ਅੰਦਰੁ ਠੰਢਾ ਗੁਰ ਦਰਸਨੁ ਦੇਖਿ ਨਿਹਾਲੀ ॥੧॥
ତୋର ପଥରେ ଚାଲିବା ଦ୍ଵାରା ମୋର ମନ ଶୀତଳ-ଶାନ୍ତ ହୋଇ ଯାଇଛି ଆଉ ଗୁରୁଙ୍କ ଦର୍ଶନ କରି ଆନନ୍ଦିତ ହୋଇ ଯାଇଛି||1||
ਮਃ ੫ ॥
ମହଲା 5॥
ਹਠ ਮੰਝਾਹੂ ਮੈ ਮਾਣਕੁ ਲਧਾ ॥
ନିଜ ଅନ୍ତର୍ମନରୁ ମୁଁ ନାମ ରୂପୀ ମାଣିକ ଖୋଜି ପାଇଛି।
ਮੁਲਿ ਨ ਘਿਧਾ ਮੈ ਕੂ ਸਤਿਗੁਰਿ ਦਿਤਾ ॥
ବାସ୍ତବରେ ମୁଁ ଏହାକୁ କ୍ରୟ କରିନାହିଁ, ଏହା ମୋତେ ସଦଗୁରୁ ଦେଇଛନ୍ତି।
ਢੂੰਢ ਵਞਾਈ ਥੀਆ ਥਿਤਾ ॥
ବର୍ତ୍ତମାନ ମୋର ତଲାସ ସମାପ୍ତ ହୋଇ ଯାଇଛି ଆଉ ମୁଁ ସ୍ଥିର ହୋଇ ଯାଇଛି।
ਜਨਮੁ ਪਦਾਰਥੁ ਨਾਨਕ ਜਿਤਾ ॥੨॥
ହେ ନାନକ! ମୁଁ ନିଜ ଜନ୍ମ ରୂପୀ ପଦାର୍ଥ ଜିତି ଯାଇଛି ଅର୍ଥାତ ନିଜ ଜନ୍ମ ସଫଳ କରି ନେଇଛି||2||
ਪਉੜੀ ॥
ପଉଡୀ॥
ਜਿਸ ਕੈ ਮਸਤਕਿ ਕਰਮੁ ਹੋਇ ਸੋ ਸੇਵਾ ਲਾਗਾ ॥
ଯାହାର କପାଳରେ ଉତ୍ତମ ଭାଗ୍ୟ ଲେଖା ହୋଇଛି, ସେ ଭଗବାନଙ୍କ ସେବାରେ ଲାଗି ଯାଇଛି।
ਜਿਸੁ ਗੁਰ ਮਿਲਿ ਕਮਲੁ ਪ੍ਰਗਾਸਿਆ ਸੋ ਅਨਦਿਨੁ ਜਾਗਾ ॥
ଗୁରୁଙ୍କ ସହିତ ଭେଟ କରି ଯାହାର ହୃଦୟ-ପଦ୍ମ ଆନନ୍ଦିତ ହୋଇ ଯାଇଛି, ସେ ମୋହ ମାୟା ଠାରୁ ରାତି-ଦିନ ନିର୍ଲିପ୍ତ ରହିଥାଏ।
ਲਗਾ ਰੰਗੁ ਚਰਣਾਰਬਿੰਦ ਸਭੁ ਭ੍ਰਮੁ ਭਉ ਭਾਗਾ ॥
ଈଶ୍ଵରଙ୍କ ଚରଣ-କମଳରେ ଯାହାର ଲଗ୍ନ ଲାଗି ଯାଇଛି, ତାହାର ସବୁ ଭ୍ରମ ଓ ଭୟ ଦୂର ହୋଇ ଯାଇଛି।