Odia Page 98

ਥਿਰੁ ਸੁਹਾਗੁ ਵਰੁ ਅਗਮੁ ਅਗੋਚਰੁ ਜਨ ਨਾਨਕ ਪ੍ਰੇਮ ਸਾਧਾਰੀ ਜੀਉ ॥੪॥੪॥੧੧॥
ହେ ନାନକ! ଯେଉଁ ପତି-ପ୍ରଭୁ ଅଗମ୍ୟ ଏବଂ ଅଗୋଚର ଅଟନ୍ତି, ସେ ସେହି ଜୀବ-ସ୍ତ୍ରୀର ସର୍ବଦା ସ୍ଥିର ରହିବା ବାଲା ସୁହାଗ ବନିଯାନ୍ତି। ପତି-ପ୍ରଭୁଙ୍କ ପ୍ରେମ ସେହି ଜୀବ-ସ୍ତ୍ରୀର ଆଧାର ବନିଯାଏ ॥4॥4॥11॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਖੋਜਤ ਖੋਜਤ ਦਰਸਨ ਚਾਹੇ ॥

ਭਾਤਿ ਭਾਤਿ ਬਨ ਬਨ ਅਵਗਾਹੇ ॥
ମୁଁ ବିଭିନ୍ନ ପ୍ରକାର ବନରେ ଭ୍ରମଣ କରିଅଛି।

ਨਿਰਗੁਣੁ ਸਰਗੁਣੁ ਹਰਿ ਹਰਿ ਮੇਰਾ ਕੋਈ ਹੈ ਜੀਉ ਆਣਿ ਮਿਲਾਵੈ ਜੀਉ ॥੧॥
ମୋର ହରି-ପ୍ରଭୁ ନିର୍ଗୁଣ ମଧ୍ୟ ଅଛନ୍ତି। କଣ କେହି ମହାପୁରୁଷ ଅଛନ୍ତି ଯିଏ ଆସି ମୋତେ ତାଙ୍କ ସହିତ ମିଶାଇ ଦେବ? ॥1॥

ਖਟੁ ਸਾਸਤ ਬਿਚਰਤ ਮੁਖਿ ਗਿਆਨਾ ॥
କିଛି ଲୋକ ଛଅ ଶାସ୍ତ୍ରର ଜ୍ଞାନ ନିଜ ମୁହଁରେ ବୋଲି ଅନ୍ୟକୁ ଶୁଣାଇଥାନ୍ତି।

ਪੂਜਾ ਤਿਲਕੁ ਤੀਰਥ ਇਸਨਾਨਾ ॥
କିଛି ଲୋକ ତୀର୍ଥରେ ସ୍ନାନ କରନ୍ତି, କିଛି ଲୋକ ଦେବତାଙ୍କୁ ପୂଜା କରନ୍ତି ଆଉ କପାଳରେ ତିଳକ ଲଗାନ୍ତି।

ਨਿਵਲੀ ਕਰਮ ਆਸਨ ਚਉਰਾਸੀਹ ਇਨ ਮਹਿ ਸਾਂਤਿ ਨ ਆਵੈ ਜੀਉ ॥੨॥
କିଛି ଲୋକ ନିମ୍ନ ସ୍ତରର କର୍ମ କରନ୍ତି ଆଉ ନ କିଛି ଲୋକ ଚଉରାଅଶି ପ୍ରକାର ଆସନ ଲଗାନ୍ତି , କିନ୍ତୁ, ଏହି ବିଧି ଦ୍ଵାରା ମନକୁ ଶାନ୍ତି ମିଳିପାରେନାହିଁ। ॥2॥

ਅਨਿਕ ਬਰਖ ਕੀਏ ਜਪ ਤਾਪਾ ॥
କିଛି ଲୋକ ଅନେକ ବର୍ଷ ଜପ ଏବଂ ତପ କରିଛନ୍ତି।

ਗਵਨੁ ਕੀਆ ਧਰਤੀ ਭਰਮਾਤਾ ॥
ଯୋଗୀ ଧରିତ୍ରୀ ଉପରେ ଭ୍ରମଣ କରୁଅଛି ଆଉ ଅନେକ ସ୍ଥାନକୁ ମଧ୍ୟ ଯାଇଛନ୍ତି

ਇਕੁ ਖਿਨੁ ਹਿਰਦੈ ਸਾਂਤਿ ਨ ਆਵੈ ਜੋਗੀ ਬਹੁੜਿ ਬਹੁੜਿ ਉਠਿ ਧਾਵੈ ਜੀਉ ॥੩॥
ପରନ୍ତୁ, ତାହାର ହୃଦୟରେ ଏକ କ୍ଷଣ ପାଇଁ ମଧ୍ୟ ଶାନ୍ତି ପ୍ରାପ୍ତ ହୋଇନଥାଏ। ଯୋଗୀର ମନ ବାରମ୍ବାର ବିକାର ଆଡକୁ ଦଉଡୁଥାଏ ॥3॥

ਕਰਿ ਕਿਰਪਾ ਮੋਹਿ ਸਾਧੁ ਮਿਲਾਇਆ ॥
ପ୍ରଭୁ କୃପା କରି ମୋତେ ସନ୍ଥଙ୍କ ସହିତ ମିଶାଇ ଦେଇଛନ୍ତି।

ਮਨੁ ਤਨੁ ਸੀਤਲੁ ਧੀਰਜੁ ਪਾਇਆ ॥
ମୋର ,ମନ ଆଉ ତନ ଅତ୍ୟନ୍ତ ଶୀତଳ ହୋଇଯାଇଛି ଆଉ ଧୈର୍ଯ୍ୟ ମିଳିଯାଇଛି।

ਪ੍ਰਭੁ ਅਬਿਨਾਸੀ ਬਸਿਆ ਘਟ ਭੀਤਰਿ ਹਰਿ ਮੰਗਲੁ ਨਾਨਕੁ ਗਾਵੈ ਜੀਉ ॥੪॥੫॥੧੨॥
ଅମର ପରମାତ୍ମା ମୋର ହୃଦୟରେ ନିବାସ କରିଛନ୍ତି ଆଉ ନାନକ ଈଶ୍ବରଙ୍କ ମଙ୍ଗଳ ରୂପ ଗୁଣ ଅନୁବାଦ ହିଁ କରିଥାନ୍ତି ॥4॥5॥12॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਪਾਰਬ੍ਰਹਮ ਅਪਰੰਪਰ ਦੇਵਾ ॥
ପରଂବ୍ରହ୍ମ-ପ୍ରଭୁ ସର୍ବୋଚ୍ଚ ଏବଂ ଆମ ସମସ୍ତଙ୍କ ପୂଜ୍ୟ ଦେବ ଅଟନ୍ତି।

ਅਗਮ ਅਗੋਚਰ ਅਲਖ ਅਭੇਵਾ ॥
ସେ ଅଗମ୍ୟ, ଅଗୋଚର ଏବଂ ଅଲକ୍ଷ୍ୟ ଅଟନ୍ତି ଆଉ ତାହାଙ୍କ ଭେଦ ପାଇପାରିବା ନାହିଁ।

ਦੀਨ ਦਇਆਲ ਗੋਪਾਲ ਗੋਬਿੰਦਾ ਹਰਿ ਧਿਆਵਹੁ ਗੁਰਮੁਖਿ ਗਾਤੀ ਜੀਉ ॥੧॥
ପରମାତ୍ମା ଦୀନ ଦୟାଳୁ ଏବଂ ଜୀବଙ୍କ ପାଳନ କର୍ତ୍ତା ଅଟନ୍ତି, ଗୁରୁଙ୍କ ମାଧ୍ୟମରେ ସେହି ପ୍ରଭୁଙ୍କ ଧ୍ୟାନ କର ଯିଏ ମୋକ୍ଷ ଦାତା ଅଟନ୍ତି ॥1॥

ਗੁਰਮੁਖਿ ਮਧੁਸੂਦਨੁ ਨਿਸਤਾਰੇ ॥
ହେ ମଧୁସୂଦନ! ଆପଣ ଗୁରୁମୁଖକୁ ପାର କରାଇଛନ୍ତି।

ਗੁਰਮੁਖਿ ਸੰਗੀ ਕ੍ਰਿਸਨ ਮੁਰਾਰੇ ॥
ହେ କୃଷ୍ଣ ମୁରାରୀ! ଆପଣ ଗୁରୁମୁଖ ସାଥିରେ ଅଛନ୍ତି।

ਦਇਆਲ ਦਮੋਦਰੁ ਗੁਰਮੁਖਿ ਪਾਈਐ ਹੋਰਤੁ ਕਿਤੈ ਨ ਭਾਤੀ ਜੀਉ ॥੨॥
ଗୁରୁଙ୍କ କୃପାରୁ ଦୟାଳୁ ଦାମୋଦର ପ୍ରାପ୍ତ ହୋଇଥାନ୍ତି ଆଉ ଅନ୍ୟ କୌଣସି ବିଧି ଦ୍ଵାରା ସେ ପ୍ରାପ୍ତ ହୁଅନ୍ତି ନାହିଁ। ॥2॥

ਨਿਰਹਾਰੀ ਕੇਸਵ ਨਿਰਵੈਰਾ ॥
ହେ କେଶବ! ଆପଣ ସର୍ବଦା ନିରାହାରୀ, ଶତ୍ରୁହୀନ ଅଟନ୍ତି।

ਕੋਟਿ ਜਨਾ ਜਾ ਕੇ ਪੂਜਹਿ ਪੈਰਾ ॥
କୋଟି କୋଟି ମନୁଷ୍ୟ ଆପଣଙ୍କ ଚରଣକୁ ପୂଜା କରନ୍ତି।

ਗੁਰਮੁਖਿ ਹਿਰਦੈ ਜਾ ਕੈ ਹਰਿ ਹਰਿ ਸੋਈ ਭਗਤੁ ਇਕਾਤੀ ਜੀਉ ॥੩॥
ଯାହାର ମନରେ ଗୁରୁଙ୍କ ଦ୍ଵାରା ହରି-ପରମେଶ୍ଵରଙ୍କ ନାମ ବାସ କରନ୍ତି ସେ ହିଁ ତାଙ୍କରି ଅନନ୍ୟ ଭକ୍ତ ଅଟେ ॥3॥

ਅਮੋਘ ਦਰਸਨ ਬੇਅੰਤ ਅਪਾਰਾ ॥
ପ୍ରଭୁ ଅନନ୍ତ ଏବଂ ଅପାର ଅଟନ୍ତି ଆଉ ତାଙ୍କରି ଦର୍ଶନ ଅବଶ୍ୟ ଫଳଦାୟକ ଅଟେ।

ਵਡ ਸਮਰਥੁ ਸਦਾ ਦਾਤਾਰਾ ॥
ସେ ବହୁତ ମହାନ ଏବଂ ସବୁ କିଛି କରିବାକୁ ସମର୍ଥ ଅଟନ୍ତି, ସେ ସର୍ବଦା ଜୀବଙ୍କୁ ଦାନ ଦେଇଥାନ୍ତି।

ਗੁਰਮੁਖਿ ਨਾਮੁ ਜਪੀਐ ਤਿਤੁ ਤਰੀਐ ਗਤਿ ਨਾਨਕ ਵਿਰਲੀ ਜਾਤੀ ਜੀਉ ॥੪॥੬॥੧੩॥
ଯେଉଁ ବ୍ୟକ୍ତି ଗୁରୁଙ୍କ ମାଧମରେ ତାହାଙ୍କ ନାମ-ସ୍ମରଣ କରିଥାଏ, ସେ ଭବ ସାଗରରୁ ପାର ହୋଇଯାଏ; ହେ ନାନକ! ଏପରି ଗୁରୁମୁଖଙ୍କ ଗତିକୁ କେହି ବିରଳ ପୁରୁଷ ହିଁ ଜାଣିଥାଏ। ॥4॥6॥13॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਕਹਿਆ ਕਰਣਾ ਦਿਤਾ ਲੈਣਾ ॥
ହେ ପ୍ରଭୁ! ତୁମେ ଯାହା କୁହ, ମୁଁ ତାହା କରେ ଆଉ ଯାହା କିଛି ତୁମେ ମୋତେ ଦିଅ, ମୁଁ ତାହା ନିଏ।

ਗਰੀਬਾ ਅਨਾਥਾ ਤੇਰਾ ਮਾਣਾ ॥
ଗରିବ ଏବଂ ଅନାଥ ତୋ’ ଉପରେ ଗର୍ବ କରନ୍ତି।

ਸਭ ਕਿਛੁ ਤੂੰਹੈ ਤੂੰਹੈ ਮੇਰੇ ਪਿਆਰੇ ਤੇਰੀ ਕੁਦਰਤਿ ਕਉ ਬਲਿ ਜਾਈ ਜੀਉ ॥੧॥
ହେ ମୋର ପ୍ରିୟ ପ୍ରଭୁ! ଜଗତରେ ସବୁ କିଛି ତୁମେ ହିଁ କରୁଅଛ ଆଉ ମୁଁ ତୁମର ପ୍ରକୃତି ପ୍ରତି ସମର୍ପିତ ॥1॥

ਭਾਣੈ ਉਝੜ ਭਾਣੈ ਰਾਹਾ ॥
ହେ ପ୍ରଭୁ! ତୁମ ଇଚ୍ଛାରେ ଆମେ ପଥଭ୍ରଷ୍ଟ ହୋଇଥାଉ ଆଉ ତୁମ ଇଚ୍ଛାରେ ହିଁ ଆମେ ସଦମାର୍ଗକୁ ଯାଉ।

ਭਾਣੈ ਹਰਿ ਗੁਣ ਗੁਰਮੁਖਿ ਗਾਵਾਹਾ ॥
ଗୁରୁମୁଖ ପ୍ରାଣୀ ପ୍ରଭୁଙ୍କ ଇଚ୍ଛାରେ ହିଁ ପ୍ରଭୁଙ୍କ ମହିମା ଗାନ କରନ୍ତି।

ਭਾਣੈ ਭਰਮਿ ਭਵੈ ਬਹੁ ਜੂਨੀ ਸਭ ਕਿਛੁ ਤਿਸੈ ਰਜਾਈ ਜੀਉ ॥੨॥
ତୁମ ଇଚ୍ଛାରେ ହିଁ ଜୀବ ଯୋନିରେ ପଥଭ୍ରଷ୍ଟ ହୋଇଥାଏ; ଏହିପରି ସବୁ କିଛି ତୁମ ଆଦେଶରେ ହିଁ ହେଉଛି ॥2॥

ਨਾ ਕੋ ਮੂਰਖੁ ਨਾ ਕੋ ਸਿਆਣਾ ॥
ଏହି କ୍ଯାଗ୍ତ୍ରେ କେହି ମୂର୍ଖ ନାହାନ୍ତି ନାକେହି ବୁଦ୍ଧିମାନ ଅଛନ୍ତି।

ਵਰਤੈ ਸਭ ਕਿਛੁ ਤੇਰਾ ਭਾਣਾ ॥
ପ୍ରତ୍ୟେକ ସ୍ଥାନ ଓ ଘଟଣା ତୁମ ଇଚ୍ଛାରେ ହିଁ ହେଉଛି।

ਅਗਮ ਅਗੋਚਰ ਬੇਅੰਤ ਅਥਾਹਾ ਤੇਰੀ ਕੀਮਤਿ ਕਹਣੁ ਨ ਜਾਈ ਜੀਉ ॥੩॥
ହେ ମୋର ପରମାତ୍ମା! ତୁମେ ଅଗମ୍ୟ, ଅଗୋଚର, ଅନନ୍ତ ଆଉ ଅପାର ଅଟ। ତୁମ ମୂଲ୍ୟାଙ୍କନ କରାଯାଇପାରିବ ନାହିଁ ॥3॥

ਖਾਕੁ ਸੰਤਨ ਕੀ ਦੇਹੁ ਪਿਆਰੇ ॥
ହେ ପ୍ରିୟତମ ପ୍ରଭୁ! ମୋତେ ସନ୍ଥଙ୍କ ଚରଣର ଧୁଳି ପ୍ରଦାନ କର।

ਆਇ ਪਇਆ ਹਰਿ ਤੇਰੈ ਦੁਆਰੈ ॥
ହେ ପରମେଶ୍ଵର! ମୁଁ ତୁମ ଦ୍ଵାରକୁ ଆସି ନତମସ୍ତକ ହୋଇଛି।

ਦਰਸਨੁ ਪੇਖਤ ਮਨੁ ਆਘਾਵੈ ਨਾਨਕ ਮਿਲਣੁ ਸੁਭਾਈ ਜੀਉ ॥੪॥੭॥੧੪॥
ପ୍ରଭୁଙ୍କ ଦର୍ଶନରୁ ମୋର ମନ ତୃପ୍ତ ହୋଇଯାଇଛି, ହେ ନାନକ! ପ୍ରଭୁଙ୍କ ସହିତ ମିଳନ ତାଙ୍କରି ଇଚ୍ଛାରେ ହିଁ ହୋଇଥାଏ ॥4॥7॥14॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਦੁਖੁ ਤਦੇ ਜਾ ਵਿਸਰਿ ਜਾਵੈ ॥
ମନୁଷ୍ୟ ଯେତେବେଳେ ଭଗବାନଙ୍କୁ ବିସ୍ମୃତ କରିଦିଏ ସେତେବେଳେ ସେ ବହୁତ ଦୁଃଖୀ ହୋଇଥାଏ।

ਭੁਖ ਵਿਆਪੈ ਬਹੁ ਬਿਧਿ ਧਾਵੈ ॥
ଯେତେବେଳେ ମନୁଷ୍ୟକୁ ଧନ-ଦୌଲତର ଭୋକ ଲାଗିଥାଏ ସେ ଅନେକ ବିଧି ଦ୍ଵାରା ଧନ ପ୍ରାପ୍ତି ପାଇଁ ପ୍ରୟାସ କରେ।

ਸਿਮਰਤ ਨਾਮੁ ਸਦਾ ਸੁਹੇਲਾ ਜਿਸੁ ਦੇਵੈ ਦੀਨ ਦਇਆਲਾ ਜੀਉ ॥੧॥
ଦୀନ ଦୟାଳୁ ପ୍ରଭୁ ଯାହାକୁ ନଇଁ ନାମ ଦିଅନ୍ତି, ସେ ତାଙ୍କରି ନାମ ସ୍ମରଣ କରି ସର୍ବଦା ସୁଖୀ ରହିଥାଏ ॥1॥

ਸਤਿਗੁਰੁ ਮੇਰਾ ਵਡ ਸਮਰਥਾ ॥
ମୋର ସଦଗୁରୁ ସର୍ବଶକ୍ତିମାନ ଅଟନ୍ତି।

error: Content is protected !!