ਮੇਰੇ ਸਤਿਗੁਰ ਕੇ ਮਨਿ ਬਚਨ ਨ ਭਾਏ ਸਭ ਫੋਕਟ ਚਾਰ ਸੀਗਾਰੇ ॥੩॥
ଯଦି ମୋର ସଦଗୁରୁଙ୍କ ମନକୁ ତାହାର କଥା ଠିକ ଲାଗେ ନାହିଁ, ତାହାର ସବୁ ଶୃଙ୍ଗାର ବ୍ୟର୍ଥ ଅଟେ||3||
ਮਟਕਿ ਮਟਕਿ ਚਲੁ ਸਖੀ ਸਹੇਲੀ ਮੇਰੇ ਠਾਕੁਰ ਕੇ ਗੁਨ ਸਾਰੇ ॥
ହେ ସଖୀ! ମୋର ଠାକୁରଙ୍କ ଗୁଣକୁ ସ୍ମରଣ କର।
ਗੁਰਮੁਖਿ ਸੇਵਾ ਮੇਰੇ ਪ੍ਰਭ ਭਾਈ ਮੈ ਸਤਿਗੁਰ ਅਲਖੁ ਲਖਾਰੇ ॥੪॥
ଗୁରୁଙ୍କ ମତ ଅନୁସାରେ ହୋଇଥିବା ସେବା ହିଁ ମୋର ପ୍ରଭୁଙ୍କୁ ଭଲ ଲାଗିଥାଏ, ସଦଗୁରୁ ଅଲଖ ପ୍ରଭୁଙ୍କୁ ଦେଖାଇ ଦେଇଛନ୍ତି||4||
ਨਾਰੀ ਪੁਰਖੁ ਪੁਰਖੁ ਸਭ ਨਾਰੀ ਸਭੁ ਏਕੋ ਪੁਰਖੁ ਮੁਰਾਰੇ ॥
ଜଗତରେ ଯେତେ ନାରୀ ପୁରୁଷ ଅଛନ୍ତି, ସେହି ସବୁଙ୍କ ମାଲିକ ଏକ ପରମେଶ୍ଵର ହିଁ ଅଟନ୍ତି।
ਸੰਤ ਜਨਾ ਕੀ ਰੇਨੁ ਮਨਿ ਭਾਈ ਮਿਲਿ ਹਰਿ ਜਨ ਹਰਿ ਨਿਸਤਾਰੇ ॥੫॥
ଯାହାକୁ ସନ୍ଥଜନଙ୍କ ଚରଣ-ଧୂଳି ମନରେ ଭଲ ଲାଗିଥାଏ, ଭକ୍ତଙ୍କ ସହିତ ମିଶି ତାହାଙ୍କ ମୁକ୍ତି ହୋଇଯାଏ||5||
ਗ੍ਰਾਮ ਗ੍ਰਾਮ ਨਗਰ ਸਭ ਫਿਰਿਆ ਰਿਦ ਅੰਤਰਿ ਹਰਿ ਜਨ ਭਾਰੇ ॥
ମୁଁ ପ୍ରତି ଗ୍ରାମ ଓ ପ୍ରତି ନଗରରେ ପରମାତ୍ମାଙ୍କୁ ଖୋଜିଅଛି ପରନ୍ତୁ ହରି-ଭକ୍ତ ତାହାଙ୍କୁ ହୃଦୟରେ ପ୍ରାପ୍ତ କରିଛନ୍ତି।
ਸਰਧਾ ਸਰਧਾ ਉਪਾਇ ਮਿਲਾਏ ਮੋ ਕਉ ਹਰਿ ਗੁਰ ਗੁਰਿ ਨਿਸਤਾਰੇ ॥੬॥
ଗୁରୁ ମନରେ ଶ୍ରଦ୍ଧା ଉତ୍ପନ୍ନ କରି ପରମାତ୍ମାଙ୍କ ସହିତ ମିଳାଇ ମୋର ଉଦ୍ଧାର କରି ଦେଇଛନ୍ତି||6||
ਪਵਨ ਸੂਤੁ ਸਭੁ ਨੀਕਾ ਕਰਿਆ ਸਤਿਗੁਰਿ ਸਬਦੁ ਵੀਚਾਰੇ ॥
ଗୁରୁଙ୍କ ଶବ୍ଦର ଚିନ୍ତନ କରି ଜୀବନ-ଶ୍ଵାସ ସଫଳ ହୋଇଛି।
ਨਿਜ ਘਰਿ ਜਾਇ ਅੰਮ੍ਰਿਤ ਰਸੁ ਪੀਆ ਬਿਨੁ ਨੈਨਾ ਜਗਤੁ ਨਿਹਾਰੇ ॥੭॥
ବର୍ତ୍ତମାନ ନିଜ ସଚ୍ଚା ଘରକୁ ଯାଇ ନାମାମୃତର ରସ ପାନ କରି ନେଇଛି ଏବଂ ଏହି ନେତ୍ର ବିନା ଜ୍ଞାନ-ଚକ୍ଷୁ ଦ୍ଵାରା ଜଗତର ମୋହ ଦେଖି ନେଇଛି ||7||
ਤਉ ਗੁਨ ਈਸ ਬਰਨਿ ਨਹੀ ਸਾਕਉ ਤੁਮ ਮੰਦਰ ਹਮ ਨਿਕ ਕੀਰੇ ॥
ହେ ଈଶ୍ଵର! ଆମେ ତୋର ଗୁଣର ବର୍ଣ୍ଣନା କରିପାରୁ ନାହୁଁ, ତୋର ସୁନ୍ଦର ଘରେ ଆମେ କ୍ଷୁଦ୍ର କୀଡା ଅଟୁ।
ਨਾਨਕ ਕ੍ਰਿਪਾ ਕਰਹੁ ਗੁਰ ਮੇਲਹੁ ਮੈ ਰਾਮੁ ਜਪਤ ਮਨੁ ਧੀਰੇ ॥੮॥੫॥
ନାନକ ବନ୍ଦନା କରନ୍ତି ଯେ ହରି! କୃପା କରି ମୋତେ ଗୁରୁଙ୍କ ସହିତ ମିଳନ କରାଇ ଦିଅ, କାରଣ ତୋର ନାମ ଜପ କରି ମନରେ ଧୈର୍ଯ୍ୟ ପ୍ରାପ୍ତ ହୋଇଥାଏ||8||5||
ਨਟ ਮਹਲਾ ੪ ॥
ନଟ ମହଲା 4॥
ਮੇਰੇ ਮਨ ਭਜੁ ਠਾਕੁਰ ਅਗਮ ਅਪਾਰੇ ॥
ହେ ମୋର ମନ! ଅଗମ୍ୟ-ଅପାର ଈଶ୍ଵରଙ୍କ ଭଜନ କର;
ਹਮ ਪਾਪੀ ਬਹੁ ਨਿਰਗੁਣੀਆਰੇ ਕਰਿ ਕਿਰਪਾ ਗੁਰਿ ਨਿਸਤਾਰੇ ॥੧॥ ਰਹਾਉ ॥
ଆମେ ବଡ ପାପୀ ଏବଂ ଗୁଣବିହୀନ ଅଟୁ, ପରନ୍ତୁ ଗୁରୁ କୃପା କରି ଆମର ଉଦ୍ଧାର କରି ଦେଇଛନ୍ତି॥1॥ରୁହ॥
ਸਾਧੂ ਪੁਰਖ ਸਾਧ ਜਨ ਪਾਏ ਇਕ ਬਿਨਉ ਕਰਉ ਗੁਰ ਪਿਆਰੇ ॥
ଯିଏ ସାଧୁଙ୍କୁ ପ୍ରାପ୍ତ କରିଛି, ସେହି ଗୁରୁଙ୍କୁ ପ୍ରେମ ସହିତ ଏକ ବିନତି କରିଥାଏ ଯେ
ਰਾਮ ਨਾਮੁ ਧਨੁ ਪੂਜੀ ਦੇਵਹੁ ਸਭੁ ਤਿਸਨਾ ਭੂਖ ਨਿਵਾਰੇ ॥੧॥
ମୋତେ ରାମନାମ ରୂପୀ ଧନର ପୁଞ୍ଜି ଦିଅ, ଯେପରି ମୋର ତୃଷ୍ଣାର କ୍ଷୁଧା ନିବୃତ୍ତ ହୋଇଯିବ||1||
ਪਚੈ ਪਤੰਗੁ ਮ੍ਰਿਗ ਭ੍ਰਿੰਗ ਕੁੰਚਰ ਮੀਨ ਇਕ ਇੰਦ੍ਰੀ ਪਕਰਿ ਸਘਾਰੇ ॥
ପତଙ୍ଗ (ଦୀପର ଜ୍ୟୋତି), ମୃଗ (ନାଦ ), ଭଅଁର (ଫୁଲର ସୁଗନ୍ଧି), ହାତୀ (କାମ-ବାସନା) ଏବଂ ମାଛ (ଲୋଭ ବଶତଃ) ସମସ୍ତେ ଏକ ଏକ ଇନ୍ଦ୍ରିୟ ଦୋଷରୁ ନଷ୍ଟ ହୋଇଥାନ୍ତି।
ਪੰਚ ਭੂਤ ਸਬਲ ਹੈ ਦੇਹੀ ਗੁਰੁ ਸਤਿਗੁਰੁ ਪਾਪ ਨਿਵਾਰੇ ॥੨॥
କିନ୍ତୁ ଆମର ଶରୀରରେ ପାଞ୍ଚ ବଳି ତତ୍ତ୍ଵ (କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାର) ବିଦ୍ୟମାନ ଅଛି, ପରନ୍ତୁ ଗୁରୁ-ସଦଗୁରୁ ହିଁ ପାପରୁ ମୁକ୍ତି ଦେଇଥାନ୍ତି||2||
ਸਾਸਤ੍ਰ ਬੇਦ ਸੋਧਿ ਸੋਧਿ ਦੇਖੇ ਮੁਨਿ ਨਾਰਦ ਬਚਨ ਪੁਕਾਰੇ ॥
ଆମେ ଶାସ୍ତ୍ର ଏବଂ ବେଦର ଅଧ୍ୟୟନ ଭଲ ଭାବରେ କରିଅଛୁ ଏବଂ ନାରଦ ମୁନିଙ୍କ ବଚନ ମଧ୍ୟ ନିରୀକ୍ଷଣ କରିଛୁ,
ਰਾਮ ਨਾਮੁ ਪੜਹੁ ਗਤਿ ਪਾਵਹੁ ਸਤਸੰਗਤਿ ਗੁਰਿ ਨਿਸਤਾਰੇ ॥੩॥
ସମସ୍ତେ ଏହା ଚିତ୍କାର କରି କହିଥାନ୍ତି ଯେ ରାମନାମର ପାଠ ପଢ ଏବଂ ପରମ ଗତି ପ୍ରାପ୍ତ କର, କିନ୍ତୁ ଗୁରୁଙ୍କ ସତସଙ୍ଗତିରେ ହିଁ ମୁକ୍ତି ସମ୍ଭବ ଅଟେ||3||
ਪ੍ਰੀਤਮ ਪ੍ਰੀਤਿ ਲਗੀ ਪ੍ਰਭ ਕੇਰੀ ਜਿਵ ਸੂਰਜੁ ਕਮਲੁ ਨਿਹਾਰੇ ॥
ପ୍ରିୟତମ-ପ୍ରଭୁଙ୍କ ସହିତ ଏପରି ପ୍ରୀତି ଲାଗି ଯାଇଛି , ଯେପରି ପଦ୍ମ ସୂର୍ଯ୍ୟଙ୍କୁ ଦେଖି ରହିଥାଏ,
ਮੇਰ ਸੁਮੇਰ ਮੋਰੁ ਬਹੁ ਨਾਚੈ ਜਬ ਉਨਵੈ ਘਨ ਘਨਹਾਰੇ ॥੪॥
ଯେପରି ମେଘ ଆସିଲେ ମୟୂର ଜଙ୍ଗଲରେ ଓ ପର୍ବତରେ ନାଚିଥାଏ ||4||
ਸਾਕਤ ਕਉ ਅੰਮ੍ਰਿਤ ਬਹੁ ਸਿੰਚਹੁ ਸਭ ਡਾਲ ਫੂਲ ਬਿਸੁਕਾਰੇ ॥
ଯଦି ଶାକ୍ତ ରୂପୀ ବୃକ୍ଷକୁ ଅମୃତ ଜଳ ଦ୍ଵାରା ସିଂଚନ କରାଯାଏ, ତାହାହେଲେ ମଧ୍ୟ ତାହାର ସବୁ ଶାଖା, ପତ୍ର, ଫୁଲ ବିଷାକ୍ତ ରହିଥାଏ।
ਜਿਉ ਜਿਉ ਨਿਵਹਿ ਸਾਕਤ ਨਰ ਸੇਤੀ ਛੇੜਿ ਛੇੜਿ ਕਢੈ ਬਿਖੁ ਖਾਰੇ ॥੫॥
ମାୟାବୀ ବ୍ୟକ୍ତି ସହିତ ନମ୍ରତାରେ କଥାବାର୍ତ୍ତା କରିଲେ, ସେ କଟୁ ବଚନ ହି କହିଥାଏ||5||
ਸੰਤਨ ਸੰਤ ਸਾਧ ਮਿਲਿ ਰਹੀਐ ਗੁਣ ਬੋਲਹਿ ਪਰਉਪਕਾਰੇ ॥
ସନ୍ଥ-ସାଧୁଜନଙ୍କ ସହିତ ମିଶି ରହିବା ଉଚିତ, କାରଣ ସେମାନେ ଲୋକଙ୍କ ଭଲ ପାଇଁ ଉତ୍ତମ ବଚନ ବୋଲିଥାନ୍ତି।
ਸੰਤੈ ਸੰਤੁ ਮਿਲੈ ਮਨੁ ਬਿਗਸੈ ਜਿਉ ਜਲ ਮਿਲਿ ਕਮਲ ਸਵਾਰੇ ॥੬॥
ଯେତେବେଳେ କୌଣସି ଭଦ୍ର ପୁରୁଷଙ୍କୁ କେହି ସନ୍ଥ ମିଳିଯାନ୍ତି, ତାହାଙ୍କ ମନ ପ୍ରଫୁଲ୍ଲିତ ହୋଇଯାଏ, ଯେପରି ଜଳରେ ପଦ୍ମ ଫୁଲ ହୋଇଥାଏ||6||
ਲੋਭ ਲਹਰਿ ਸਭੁ ਸੁਆਨੁ ਹਲਕੁ ਹੈ ਹਲਕਿਓ ਸਭਹਿ ਬਿਗਾਰੇ ॥
ଲୋଭର ଲହଡିରେ ପଡିଥିବା ମନୁଷ୍ୟ ପାଗଳ କୁକୁର ଭଳି ଅଟେ, ଯିଏ ସବୁ ଲୋକଙ୍କୁ କାମୁଡି ସେହି ରୋଗ ଲଗାଇ ଥାଏ।
ਮੇਰੇ ਠਾਕੁਰ ਕੈ ਦੀਬਾਨਿ ਖਬਰਿ ਹੋੁਈ ਗੁਰਿ ਗਿਆਨੁ ਖੜਗੁ ਲੈ ਮਾਰੇ ॥੭॥
ଯେତେବେଳେ ଠାକୁରଙ୍କ ଦରବାରରରେ ଏହି ଖବର ପହଞ୍ଚି ଥାଏ, ଗୁରୁ ଜ୍ଞାନର ଖଡଗ ନେଇ ତାହାର ଅନ୍ତ କରି ଦେଇଥାନ୍ତି||7||
ਰਾਖੁ ਰਾਖੁ ਰਾਖੁ ਪ੍ਰਭ ਮੇਰੇ ਮੈ ਰਾਖਹੁ ਕਿਰਪਾ ਧਾਰੇ ॥
ହେ ପ୍ରଭୁ! କୃପା କରି ମୋର ରକ୍ଷା କର।
ਨਾਨਕ ਮੈ ਧਰ ਅਵਰ ਨ ਕਾਈ ਮੈ ਸਤਿਗੁਰੁ ਗੁਰੁ ਨਿਸਤਾਰੇ ॥੮॥੬॥ ਛਕਾ ੧ ॥
ନାନକ କହନ୍ତି ଯେ ମୋର ଅନ୍ୟ କେହି ସାହାରା ନାହାନ୍ତି, ପରନ୍ତୁ ସଦଗୁରୁ ହିଁ ମୋତେ ମୁକ୍ତ କରି ପାରିବେ ॥8॥6॥ଛକା 1॥