Odia Page 990

ਪਾਪ ਪਥਰ ਤਰਣੁ ਨ ਜਾਈ ॥
ଆରେ ଭାଇ! ପାପ ରୂପୀ ପଥରରେ ଭରି ହୋଇଥିବା ଡଙ୍ଗା ଦ୍ଵାରା ସଂସାର ସାଗର ରେ ପାର ହୋଇ ପାରିବା ନାହିଁ।

ਭਉ ਬੇੜਾ ਜੀਉ ਚੜਾਊ ॥
ଶ୍ରଦ୍ଧା ଭକ୍ତି ରୂପୀ ଡଙ୍ଗାରେ ହିଁ ଜୀବ ଭବସାଗରରୁ ପାର ହୋଇପାରିବ।

ਕਹੁ ਨਾਨਕ ਦੇਵੈ ਕਾਹੂ ॥੪॥੨॥
ହେ ନାନକ! ଏହି ଶ୍ରଦ୍ଧା ଭକ୍ତି ରୂପୀ ଡଙ୍ଗା ପରମେଶ୍ୱର କେହି ବିରଳ କୁ ହି ପ୍ରଦାନ କରନ୍ତି।।4।।2।।

ਮਾਰੂ ਮਹਲਾ ੧ ਘਰੁ ੧ ॥
ମାରୁ  ମହଲା 1 ଘରୁ  1 ।।

ਕਰਣੀ ਕਾਗਦੁ ਮਨੁ ਮਸਵਾਣੀ ਬੁਰਾ ਭਲਾ ਦੁਇ ਲੇਖ ਪਏ ॥
ଆଚରଣ କାଗଜ ଏବଂ ମନ କାଳୀର ଔଷଧ ଅଟେ ଏବଂ ଭଲ ଖରାପ ଦୁଇ ପ୍ରକାରର କର୍ମ ଭାଗ୍ୟ ରେ ଲେଖା ହୋଇଛି।

ਜਿਉ ਜਿਉ ਕਿਰਤੁ ਚਲਾਏ ਤਿਉ ਚਲੀਐ ਤਉ ਗੁਣ ਨਾਹੀ ਅੰਤੁ ਹਰੇ ॥੧॥
ହେ ପରମେଶ୍ବର! ତୋର ଗୁଣର କିଛି ଅନ୍ତ ନାହିଁ, ଯେପରି କର୍ମ କରାଉଛୁ ସେହିଭଳି ଚାଲିବାକୁ ପଡୁଛି।। 1 ।।

ਚਿਤ ਚੇਤਸਿ ਕੀ ਨਹੀ ਬਾਵਰਿਆ ॥
ହେ ବୋକ ଲୋକ! ମନରେ ପରମାତ୍ମା ଙ୍କୁ କାହିଁକି ମନେ ପକାଉନୁ?

ਹਰਿ ਬਿਸਰਤ ਤੇਰੇ ਗੁਣ ਗਲਿਆ ॥੧॥ ਰਹਾਉ
ଭଗବାନଙ୍କୁବିସ୍ମୃତ କରିବା ଦ୍ଵାରା ତୋର ଗୁଣ କ୍ଷୀଣ ହୋଇଯାଉଛି।।। 1 ।।

ਜਾਲੀ ਰੈਨਿ ਜਾਲੁ ਦਿਨੁ ਹੂਆ ਜੇਤੀ ਘੜੀ ਫਾਹੀ ਤੇਤੀ ॥
ତତେ ଫସାଇବା ପାଇଁ ରାତ୍ରି ଜାଲ ଏବଂ ଦିନ ଜାଲ ବନା ହୋଇଛି,ଯେତେ ଘଡି ଅଛି,ସେତେ ହିଁ ବିପଦ ଅଛି।

ਰਸਿ ਰਸਿ ਚੋਗ ਚੁਗਹਿ ਨਿਤ ਫਾਸਹਿ ਛੂਟਸਿ ਮੂੜੇ ਕਵਨ ਗੁਣੀ ॥੨॥
ତୁ ନିତ୍ୟ ସ୍ବାଦ ନେ଼ଇ ବିକାର ରୂପୀ ଦାନା ଖାଉଛୁ ଆଉ ଫସି ଯାଉଛୁ, ଆରେ ମୂର୍ଖ! କେଉଁ ଗୁଣ ଦ୍ଵାରା ତୋର ମୁକ୍ତି ହୋଇ ପାରିବ? 

ਕਾਇਆ ਆਰਣੁ ਮਨੁ ਵਿਚਿ ਲੋਹਾ ਪੰਚ ਅਗਨਿ ਤਿਤੁ ਲਾਗਿ ਰਹੀ ॥
ଶରୀର ଏକ ଭଟ୍ଟି ଅଟେ, ଯେଉଁଥିରେ ମନ ଲୁହା ସମାନ ଅଟେ ଆଉ କାମ, କ୍ରୋଧ, ମୋହ, ଲୋଭ ଏବଂ ଅହଂକାର ରୂପୀ ପଞ୍ଚାଗ୍ନି ଏହାକୁ ଜଳାଉଛି। 

ਕੋਇਲੇ ਪਾਪ ਪੜੇ ਤਿਸੁ ਊਪਰਿ ਮਨੁ ਜਲਿਆ ਸੰਨੑੀ ਚਿੰਤ ਭਈ ॥੩॥
ପାପରୂପି କୋଇଲା  ଏହାଉପରେ ପଡିଛନ୍ତି, ଏହି ମନ ଜଳୁଛି ଏବଂ ତୋର ଚିନ୍ତା ଛୋଟ କଇଁଚି ହୋଇଛି।। 3 ।।

ਭਇਆ ਮਨੂਰੁ ਕੰਚਨੁ ਫਿਰਿ ਹੋਵੈ ਜੇ ਗੁਰੁ ਮਿਲੈ ਤਿਨੇਹਾ ॥
ଯଦି ଗୁରୁ ମିଳିଯାଆନ୍ତି ତେବେ ଲୁହା ରୂପୀ ମନ ସୁନା ହୋଇଯିବ।

ਏਕੁ ਨਾਮੁ ਅੰਮ੍ਰਿਤੁ ਓਹੁ ਦੇਵੈ ਤਉ ਨਾਨਕ ਤ੍ਰਿਸਟਸਿ ਦੇਹਾ ॥੪॥੩॥
ହେ ନାନକ! ଯଦି ସେ ତତେ ନାମ ଅମୃତ ପ୍ରଦାନ କରେ ତେବେ ତୋର ଶରୀର ରେ ରହିଥିବା ମନ ସ୍ତିର ହୋଇଯିବ। 4 ।। 3।।

ਮਾਰੂ ਮਹਲਾ ੧ ॥
ମାରୁ ମହଲା। 1  ।।

ਬਿਮਲ ਮਝਾਰਿ ਬਸਸਿ ਨਿਰਮਲ ਜਲ ਪਦਮਨਿ ਜਾਵਲ ਰੇ ॥
ପଦ୍ମର ଫୁଲଏବଂ ପାଣି ର ଜାଲ ଏହି ଦୁଇଜଣ ସରୋବର ର ନିର୍ମଳ ଜଳ ରେ ରହନ୍ତି।

ਪਦਮਨਿ ਜਾਵਲ ਜਲ ਰਸ ਸੰਗਤਿ ਸੰਗਿ ਦੋਖ ਨਹੀ ਰੇ ॥੧॥
ପଦ୍ମ ର ଫୁଲ ପାଣିର ମଳିନ ଜାଲ ଏବଂ ଅମୃତମୟୀ ଜଳ ଏହି ଦୁଇଜଣ ସାଙ୍ଗରେ ରହନ୍ତି ପରନ୍ତୁ ତାକୁ ସେମାନଙ୍କ ସଂଗତ କରିବା ଦ୍ୱାରା କିଛି ଦୋଷ ମିଳେନାହିଁ।। 1 ।।

ਦਾਦਰ ਤੂ ਕਬਹਿ ਨ ਜਾਨਸਿ ਰੇ ॥
ହେ ମଣ୍ତୁକ! ତୁ କେବେ ମଧ୍ୟ ବୁଝୁନାହୁ।

ਭਖਸਿ ਸਿਬਾਲੁ ਬਸਸਿ ਨਿਰਮਲ ਜਲ ਅੰਮ੍ਰਿਤੁ ਨ ਲਖਸਿ ਰੇ ॥੧॥ ਰਹਾਉ ॥
ତୁ ନିର୍ମଳ ଜଳ ରେ ରହୁ କିନ୍ତୁ ପାଣିର ମଇଳା ଜାଲ କୁ ଖାଇଥାଉ, ତୁ ଅମୃତ ରୁପି ଜଳର ମହତ୍ତ୍ଵକୁ ଜାଣି ନାହୁ।।୧।।

ਬਸੁ ਜਲ ਨਿਤ ਨ ਵਸਤ ਅਲੀਅਲ ਮੇਰ ਚਚਾ ਗੁਨ ਰੇ ॥
ତୁ ନିତ୍ୟ ଜଳରେ ରହୁ, ଭଅଁର ଜଳରେ ରହୁ ନାହୁଁ, ପରନ୍ତୁ ସେ ଫୁଲର ରସ ଉପରରୁ ହିଁ ଶୋଷି ରହିଥାଉ।  

ਚੰਦ ਕੁਮੁਦਨੀ ਦੂਰਹੁ ਨਿਵਸਸਿ ਅਨਭਉ ਕਾਰਨਿ ਰੇ ॥੨॥
ନିଜ ମନର ଜ୍ଞାନ ପାଇଁ କୁମୁଦିନୀ ଚନ୍ଦ୍ରକୁ ଦୂରରୁ ଦେଖି ନିଜ ମୁଣ୍ଡ ତଳକୁ କରି ଦିଅନ୍ତି।। 2 ।।

ਅੰਮ੍ਰਿਤ ਖੰਡੁ ਦੂਧਿ ਮਧੁ ਸੰਚਸਿ ਤੂ ਬਨ ਚਾਤੁਰ ਰੇ ॥
ହେ ମଣ୍ଡୁକ! ତୁ ବୁଦ୍ଧିମାନ ହୋଇଯାଅ, ତତେ ଜ୍ଞାନ ନାହିଁ ଯେ ଚିନି,କ୍ଷୀର ଏବଂ ମହୂର ମଧୁର ଅମୃତମୟି ରସ ପଦାର୍ଥ ହୋଇଯାଏ।

ਅਪਨਾ ਆਪੁ ਤੂ ਕਬਹੁ ਨ ਛੋਡਸਿ ਪਿਸਨ ਪ੍ਰੀਤਿ ਜਿਉ ਰੇ ॥੩॥
ଯେପରି ଜୋକ ସ୍ତନରେ ଲାଗିରହି କ୍ଷୀର ବଦଳରେ ରକ୍ତ ଶୋଷିଥାଏ, ସେହିପରି ତୁ ମଧ୍ୟ କାଦ ର ମଇଳା ଖାଇବାର ସ୍ଵଭାବ କୁ କେବେ ଛାଡି ପାରିବୁନାହିଁ।୩।

ਪੰਡਿਤ ਸੰਗਿ ਵਸਹਿ ਜਨ ਮੂਰਖ ਆਗਮ ਸਾਸ ਸੁਨੇ ॥
ଯେପରି ମୂର୍ଖ ଲୋକ ବିଦ୍ୱାନ ପଣ୍ଡିତଙ୍କ ବେଦ ଶାସ୍ତ୍ର ଶୁଣିଥାଏ, ପରନ୍ତୁ ଶିକ୍ଷା କୁ ଗ୍ରହଣ ନ କରିବା ଦ୍ୱାରା ସେ ଜ୍ଞାନହୀନ ରହିଥାଏ,

ਅਪਨਾ ਆਪੁ ਤੂ ਕਬਹੁ ਨ ਛੋਡਸਿ ਸੁਆਨ ਪੂਛਿ ਜਿਉ ਰੇ ॥੪॥
ଯେମିତିକି କୁକୁର ର ଲାଙ୍ଗୁଡ ସର୍ବଦା ବଙ୍କା ରହେ, ସେହିପରି ତୁ ମଧ୍ୟ ନିଜର ସ୍ଵଭାବ ଛାଡିବୁନାହିଁ।। 4 ।।

ਇਕਿ ਪਾਖੰਡੀ ਨਾਮਿ ਨ ਰਾਚਹਿ ਇਕਿ ਹਰਿ ਹਰਿ ਚਰਣੀ ਰੇ ॥
ପାଖଣ୍ଡି ଲୋକ ପରମାତ୍ମାଙ୍କ ନାମ ଜପନ୍ତି। ନାହିଁ କିନ୍ତୁ ଭକ୍ତଜନ ଭଗବାନଙ୍କ ଚରଣ ରେ ହିଁ ରହନ୍ତି।

ਪੂਰਬਿ ਲਿਖਿਆ ਪਾਵਸਿ ਨਾਨਕ ਰਸਨਾ ਨਾਮੁ ਜਪਿ ਰੇ ॥੫॥੪॥
ହେ ନାନକ! ପ୍ରତେକ ଜୀବ ପୂର୍ବ ଜନ୍ମରେ କରିଥିବା କର୍ମର ଫଳ ପ୍ରାପ୍ତି କରନ୍ତି, ଅର୍ଥାତ୍ ନିଜ ଜିଭରେ ହରି ନାମର ଜପ କର।। 5 ।। 4 ।।

ਮਾਰੂ ਮਹਲਾ ੧ ॥
ମାରୁ  ମହଲା 1 ।।

ਸਲੋਕੁ ॥
ଶ୍ଳୋକ:

ਪਤਿਤ ਪੁਨੀਤ ਅਸੰਖ ਹੋਹਿ ਹਰਿ ਚਰਨੀ ਮਨੁ ਲਾਗ ॥
ଭଗବାନଙ୍କ ଚରଣ ରେ ମନ ଲଗାଇବା ଦ୍ଵାରା ଅସଂଖ୍ୟ ପାପୀ ଜୀବ ମୁକ୍ତି ହୋଇଯାଇଛନ୍ତି।

ਅਠਸਠਿ ਤੀਰਥ ਨਾਮੁ ਪ੍ਰਭ ਨਾਨਕ ਜਿਸੁ ਮਸਤਕਿ ਭਾਗ ॥੧॥
ହେ ନାନକ! ପ୍ରଭୁଙ୍କ  ନାମ ଅଠଷଠି ତୀର୍ଥର( ପୁଣ୍ୟ ଫଳ ର) ସମାନ ଅଟେ, ଯାହାର ଉତ୍ତମ ଭାଗ୍ୟ ଅଟେ, ତାକୁ ହିଁ ଏହା ମିଳେ।। 1 ।।

ਸਬਦੁ ॥
ଶବ୍ଦ।।

ਸਖੀ ਸਹੇਲੀ ਗਰਬਿ ਗਹੇਲੀ ॥
ହେ ଅଭିମାନୀ ସଖୀ!

ਸੁਣਿ ਸਹ ਕੀ ਇਕ ਬਾਤ ਸੁਹੇਲੀ ॥੧॥
ମାଲିକର ସୁଖଦାୟକକଥା ଶୁଣ।। 1 ।।

ਜੋ ਮੈ ਬੇਦਨ ਸਾ ਕਿਸੁ ਆਖਾ ਮਾਈ ॥
ହେ ମାଆ! ନିଜ ମନ ର କଷ୍ଟ ମୁଁ କାହାକୁ କହିବି ?

ਹਰਿ ਬਿਨੁ ਜੀਉ ਨ ਰਹੈ ਕੈਸੇ ਰਾਖਾ ਮਾਈ ॥੧॥ ਰਹਾਉ ॥
ହରିଙ୍କ ବିନା ମୁଁ ରହି ପାରିବିନି, ତେବେ ଏହି ପ୍ରାଣ କୁ କେମିତି ବଞ୍ଚେଇବି? ।। 1 ।।

ਹਉ ਦੋਹਾਗਣਿ ਖਰੀ ਰੰਞਾਣੀ ॥
ମୁଁ ଦୁହାଗିନୀ ବହୁତ ହି ଦୁଃଖୀ ଅଟେ,

ਗਇਆ ਸੁ ਜੋਬਨੁ ਧਨ ਪਛੁਤਾਣੀ ॥੨॥
ଯେବେ ଜୀବ ରୁପି ନାରୀର ଯୌବନ ବିତି ଯିବ ତେବେ ତାକୁ ବହୁତ ଖରାପ ଲାଗିବ।। 2 ।।

ਤੂ ਦਾਨਾ ਸਾਹਿਬੁ ਸਿਰਿ ਮੇਰਾ ॥
ହେ ପରମେଶ୍ବର! ତୁ ମୋର ଚତୁର ମାଲିକ ଅଟୁ, ମୁଁ ତୋର ସେବକ ଅଟେ,

ਖਿਜਮਤਿ ਕਰੀ ਜਨੁ ਬੰਦਾ ਤੇਰਾ ॥੩॥
ସେଥିପାଇଁ ତୋର ହିଁ ଗୁଣ ଗାନ କରୁଛି।। 3।।

ਭਣਤਿ ਨਾਨਕੁ ਅੰਦੇਸਾ ਏਹੀ ॥
ନାନକ କହନ୍ତି ଯେ ମତେ ଏହି ଚିନ୍ତା ଅଛି ଯେ

ਬਿਨੁ ਦਰਸਨ ਕੈਸੇ ਰਵਉ ਸਨੇਹੀ ॥੪॥੫॥
ପ୍ରଭୁ ଦର୍ଶନ ବିନା କେମିତି ଆନନ୍ଦ ପ୍ରାପ୍ତ କରିବି।।4।।5।।

error: Content is protected !!