ਰਾਗੁ ਮਾਰੂ ਮਹਲਾ ੧ ਘਰੁ ੫
ରାଗୁ ମାରୁ ମହଲା 1 ଘରୁ 5
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਅਹਿਨਿਸਿ ਜਾਗੈ ਨੀਦ ਨ ਸੋਵੈ ॥
ସେ ରାତି ଦିନ ଜାଗର ରହି ଥାଆନ୍ତି, ତାଙ୍କୁ ନିଦ ଆସେ ନାହିଁ।
ਸੋ ਜਾਣੈ ਜਿਸੁ ਵੇਦਨ ਹੋਵੈ ॥
ଯାହାକୁ ପ୍ରେମ ବେଦନା ହୁଏ, ସେ ହି ଜାଣେ
ਪ੍ਰੇਮ ਕੇ ਕਾਨ ਲਗੇ ਤਨ ਭੀਤਰਿ ਵੈਦੁ ਕਿ ਜਾਣੈ ਕਾਰੀ ਜੀਉ ॥੧॥
ଯାହାର ଶରୀରରେ ପ୍ରେମର ତୀର ଲାଗିଥାଏ, ତାହାର ଉପଚାର ବୈଦ୍ୟ କେମିତି କରିପାରିବ? ।। 1 ।।
ਜਿਸ ਨੋ ਸਾਚਾ ਸਿਫਤੀ ਲਾਏ ॥ ਗੁਰਮੁਖਿ ਵਿਰਲੇ ਕਿਸੈ ਬੁਝਾਏ ॥
ପରମାତ୍ମା ଯାହାକୁ ସ୍ତୁତି ଜ୍ଞାନ ରେ ଲଗାଇଥାଆନ୍ତି, ସେହି ବିରଳ ଗୁରୂମୁଖ ଙ୍କୁ ହିଁ ଏହି ତଥ୍ୟର ଜ୍ଞାନ ପ୍ରଦାନ ହୋଇଥାଏ।
ਅੰਮ੍ਰਿਤ ਕੀ ਸਾਰ ਸੋਈ ਜਾਣੈ ਜਿ ਅੰਮ੍ਰਿਤ ਕਾ ਵਾਪਾਰੀ ਜੀਉ ॥੧॥ ਰਹਾਉ ॥
ଯିଏ ଅମୃତର ବ୍ୟାପାରୀ ହୋଇଥାଏ, ସେ ହିଁ ଅମୃତ ର ମହତ୍ତ୍ଵ ବୁଝିଥାଏ।। 1।।ରୁହ॥
ਪਿਰ ਸੇਤੀ ਧਨ ਪ੍ਰੇਮੁ ਰਚਾਏ ॥ ਗੁਰ ਕੈ ਸਬਦਿ ਤਥਾ ਚਿਤੁ ਲਾਏ ॥
ଯେପରି ପତ୍ନୀ ନିଜ ସ୍ବାମୀଙ୍କୁ ପ୍ରେମ କରେ,ସେପରି ଗୁରୁଙ୍କ ଶବ୍ଦ ଦ୍ଵାରା ପ୍ରଭୁଙ୍କ ଠାରେ ମନ ଲଗାଇ ଦିଆଯାଏ ତେବେ
ਸਹਜ ਸੇਤੀ ਧਨ ਖਰੀ ਸੁਹੇਲੀ ਤ੍ਰਿਸਨਾ ਤਿਖਾ ਨਿਵਾਰੀ ਜੀਉ ॥੨॥
ଜୀବ ରୂପୀ ନାରୀ ସହଜ ହୋଇ ଯାଏ ଏବଂ ତାର ତୃଷ୍ଣାର ଶୋଷ ଲିଭିଯାଏ।। 2 ।।
ਸਹਸਾ ਤੋੜੇ ਭਰਮੁ ਚੁਕਾਏ ॥
ଜୀବରୂପୀ ନାରୀ ନିଜର ସଙ୍କୋଚ ଏବଂ ଭ୍ରମକୁ ଲିଭାଇ ଦିଏ ଆଉ
ਸਹਜੇ ਸਿਫਤੀ ਧਣਖੁ ਚੜਾਏ ॥
ସହଜରେ ପରମାତ୍ମଙ୍କ ସ୍ତୁତିର ତୀର ହୃଦୟରୁପୀ ଧନୁଶର ପଡ଼ିଥାଏ।
ਗੁਰ ਕੈ ਸਬਦਿ ਮਰੈ ਮਨੁ ਮਾਰੇ ਸੁੰਦਰਿ ਜੋਗਾਧਾਰੀ ਜੀਉ ॥੩॥
ସେ ଗୁରୁଙ୍କ ଶବ୍ଦ ଦ୍ଵାରା ମନକୁ ମାରି ଅହଙ୍କାରକୁ ସମାପ୍ତ କରି ଦିଅନ୍ତି, ଏହି ପ୍ରକାରେ ସେ ସୁନ୍ଦର ପ୍ରଭୁଙ୍କୁ ପାଇଯାନ୍ତି।।3।।
ਹਉਮੈ ਜਲਿਆ ਮਨਹੁ ਵਿਸਾਰੇ ॥
ଅହଙ୍କାର ର ନିଆଁରେ ଜଳିକରି ଯେଉଁ ବ୍ୟକ୍ତି ମନରେ ପରମାତ୍ମା କୁ ଭୁଲି ଯାଆନ୍ତି,
ਜਮ ਪੁਰਿ ਵਜਹਿ ਖੜਗ ਕਰਾਰੇ ॥
ସେ ଯମପୁର ରେ ଖଡଗ ର ଭୀଷ୍ମ ଦଣ୍ଡର ପାତ୍ର ବନନ୍ତି।
ਅਬ ਕੈ ਕਹਿਐ ਨਾਮੁ ਨ ਮਿਲਈ ਤੂ ਸਹੁ ਜੀਅੜੇ ਭਾਰੀ ਜੀਉ ॥੪॥
ହେ ଜୀବ ! ଏବେ ହରି ନାମ ମାଗିବା ପରେ ବି ମିଳିବ ନାହିଁ, ତତେ ଭାରି ଦଣ୍ଡ ଭୋଗିବାକୁ ପଡ଼ିବ।।। 4।।
ਮਾਇਆ ਮਮਤਾ ਪਵਹਿ ਖਿਆਲੀ ॥
ଯିଏ ମୋହ ମାୟାର ମମତାର ଚିନ୍ତାରେ ପ୍ରବୃତ ରହିବ,
ਜਮ ਪੁਰਿ ਫਾਸਹਿਗਾ ਜਮ ਜਾਲੀ ॥
ସେ ଯମପୁରରେ ଯମ ଜାଲ ରେ ଫସି ଯିବ।
ਹੇਤ ਕੇ ਬੰਧਨ ਤੋੜਿ ਨ ਸਾਕਹਿ ਤਾ ਜਮੁ ਕਰੇ ਖੁਆਰੀ ਜੀਉ ॥੫॥
ଯିଏ ମୋହ ମାୟାର ବନ୍ଧନ ଭାଙ୍ଗି ପାରିବ ନାହିଁ, ତାକୁ ଯମ ଦଣ୍ଡ ଦିଅନ୍ତି।। 5 ।।
ਨਾ ਹਉ ਕਰਤਾ ਨਾ ਮੈ ਕੀਆ ॥
ନା ମୁଁ ଏବେ କିଛି କରୁଛି ନା ଆଗରୁ କିଛି କରିଛି।
ਅੰਮ੍ਰਿਤੁ ਨਾਮੁ ਸਤਿਗੁਰਿ ਦੀਆ ॥
ଏହି ନାମ ଅମୃତ ସତ୍ ଗୁରୁ ମତେ କୃପା କରି ପ୍ରଦାନ କରିଛନ୍ତି।
ਜਿਸੁ ਤੂ ਦੇਹਿ ਤਿਸੈ ਕਿਆ ਚਾਰਾ ਨਾਨਕ ਸਰਣਿ ਤੁਮਾਰੀ ਜੀਉ ॥੬॥੧॥੧੨॥
ନାନକ ବିନତୀ କରନ୍ତି ଯେ ହେ ଇଶ୍ଵର! ଯାହାକୁ ତୁ ଦୋଊ, ତାକୁ ଅନ୍ୟ ପ୍ରୟାସ କରିବାକୁ କିଛି ଆବଶ୍ୟକତା ନାହିଁ, ସେଥିପାଇଁ ମୁଁ ତୋର ଶରଣରେ ଆସିଛି।।6।।1।।2।।
ਮਾਰੂ ਮਹਲਾ ੩ ਘਰੁ ੧
ମାରୁ ମହଲା 3. ଘରୁ 1
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਜਹ ਬੈਸਾਲਹਿ ਤਹ ਬੈਸਾ ਸੁਆਮੀ ਜਹ ਭੇਜਹਿ ਤਹ ਜਾਵਾ ॥
ହେ ସ୍ଵାମୀ! ତୁ ଯେଉଁଠି ମତେ ବସେଇଛୁ, ମୁଁ ସେଇଠି ବସିଛି ଏବଂ ଯେଉଁଠିକୁ ପଠାଉଛୁ ସେଇଠିକୁ ଯାଉଛି।
ਸਭ ਨਗਰੀ ਮਹਿ ਏਕੋ ਰਾਜਾ ਸਭੇ ਪਵਿਤੁ ਹਹਿ ਥਾਵਾ ॥੧॥
ଏହି ବିଶ୍ୱରୁପି ସମୂଚି ନଗରୀ ର ଗୋଟିଏ ତୁ ହିଁ ସମ୍ରାଟ ଅଟୁ ଏବଂ ସବୁ ସ୍ଥାନ ପାବନ ଅଟେ।।। 1 ।।
ਬਾਬਾ ਦੇਹਿ ਵਸਾ ਸਚ ਗਾਵਾ ॥
ହେ ବାବା! ମତେ ଏହିଭଳି ସୁସଙ୍ଗତିରେ ବସାଇଦିଅ,
ਜਾ ਤੇ ਸਹਜੇ ਸਹਜਿ ਸਮਾਵਾ ॥੧॥ ਰਹਾਉ ॥
ଯେଉଁଠି ସତ୍ୟର ସ୍ତୁତି ଗାନ କରୁଛି, ଯେଉଁଥିରେ ମୁଁ ସହଜରେ ଲୀନ ହୋଇଯିବି।। 1।।ରୁହ॥
ਬੁਰਾ ਭਲਾ ਕਿਛੁ ਆਪਸ ਤੇ ਜਾਨਿਆ ਏਈ ਸਗਲ ਵਿਕਾਰਾ ॥
ଭଲ ଖରାପ ଯାହା ମଧ୍ୟ କିଛି କର୍ମ ହେଉଛି,ତାର କର୍ତ୍ତା ମୁଁ ନିଜକୁ ମାନୁଛି, ଏହି ଅହଂ ହିଁ ସବୁ ପାପ ର କାରଣ ଅଟେ।
ਇਹੁ ਫੁਰਮਾਇਆ ਖਸਮ ਕਾ ਹੋਆ ਵਰਤੈ ਇਹੁ ਸੰਸਾਰਾ ॥੨॥
ପରମାତ୍ମାଙ୍କ ଆଦେଶରେ ହିଁ ସବୁ ସଂସାର ରେ ସବୁକିଛି ହୋଇଥାଏ।। 2 ।।
ਇੰਦ੍ਰੀ ਧਾਤੁ ਸਬਲ ਕਹੀਅਤ ਹੈ ਇੰਦ੍ਰੀ ਕਿਸ ਤੇ ਹੋਈ ॥
ଏହି କାମ ଇନ୍ଦ୍ରିୟ ରୂପି ବିକାର କୁ ବହୁତ ପ୍ରବଳ କୁହାଯାଏ ପରନ୍ତୁ ଇନ୍ଦ୍ରିୟ କାହା ଦ୍ଵାରା ଉତ୍ପନ୍ନ ହୋଇଛି?
ਆਪੇ ਖੇਲ ਕਰੈ ਸਭਿ ਕਰਤਾ ਐਸਾ ਬੂਝੈ ਕੋਈ ॥੩॥
ପରମେଶ୍ୱର ସ୍ଵୟଂ ହିଁ ସବୁ ଲୀଳା କରନ୍ତି,ପରନ୍ତୁ ଏହି ତଥ୍ୟ କୁ ଅତି କମ ହି ବୁଝନ୍ତି।। 3 ।।
ਗੁਰ ਪਰਸਾਦੀ ਏਕ ਲਿਵ ਲਾਗੀ ਦੁਬਿਧਾ ਤਦੇ ਬਿਨਾਸੀ ॥
ଗୁରୁଙ୍କ କୃପାରୁ ସେ ଯେବେ ପରମେଶ୍ୱର ଙ୍କ ଲଗ୍ନ ରେ ଲାଗିଗଲା ତେବେ କଷ୍ଟର ନାଶ ହୋଇଗଲା।
ਜੋ ਤਿਸੁ ਭਾਣਾ ਸੋ ਸਤਿ ਕਰਿ ਮਾਨਿਆ ਕਾਟੀ ਜਮ ਕੀ ਫਾਸੀ ॥੪॥
ଯାହା ପରମାତ୍ମାଙ୍କୁ ମଞ୍ଜୁରଅଛି,ତାକୁ ହିଁ ସତ୍ୟ ମାନି ଯାଇଛି, ଯାହାଦ୍ଵାରା ଯମଙ୍କ ଫାଶୀ କଟି ଯାଇଛି।।॥4॥
ਭਣਤਿ ਨਾਨਕੁ ਲੇਖਾ ਮਾਗੈ ਕਵਨਾ ਜਾ ਚੂਕਾ ਮਨਿ ਅਭਿਮਾਨਾ ॥
ନାନକ କହନ୍ତି ଯେ କି ଯେବେ ମନ ର ଅଭିମାନ ହିଁ ଲିଭିଯାଏ ତ କର୍ମର ଲେଖା କିଏ ମାଗି ପାରିବ।
ਤਾਸੁ ਤਾਸੁ ਧਰਮ ਰਾਇ ਜਪਤੁ ਹੈ ਪਏ ਸਚੇ ਕੀ ਸਰਨਾ ॥੫॥੧॥
ଯେବେ ସତ୍ୟ ପରମେଶ୍ବରଙ୍କ ଶରଣ ରେ ପଡେ ତେବେ ଯମରାଜା ମଧ୍ୟ ଡରି ଜପ କରିବାକୁ ଲାଗନ୍ତି।। 5 ।। 1 ।।
ਮਾਰੂ ਮਹਲਾ ੩ ॥
ମାରୁ ମହଲା 3 ।।
ਆਵਣ ਜਾਣਾ ਨਾ ਥੀਐ ਨਿਜ ਘਰਿ ਵਾਸਾ ਹੋਇ ॥
ଯେଉଁ ଜୀବ ର ନିଜ ଘରେ ନିବାସ ହୋଇଯାଏ, ତାହାର ଯିବାଆସିବା ହିଁ ଲିଭି ଯାଏ।
ਸਚੁ ਖਜਾਨਾ ਬਖਸਿਆ ਆਪੇ ਜਾਣੈ ਸੋਇ ॥੧॥
ଯେଉଁ ଇଶ୍ଵର ସତ୍ୟର କୋଷ ପ୍ରଦାନ କରନ୍ତି,ସେ ସ୍ଵୟଂ ହିଁ ଏହି ରହସ୍ୟ କୁ ଜାଣିଥାନ୍ତି।। 1 ।।