ਭਣਤਿ ਨਾਨਕੁ ਜਨੋ ਰਵੈ ਜੇ ਹਰਿ ਮਨੋ ਮਨ ਪਵਨ ਸਿਉ ਅੰਮ੍ਰਿਤੁ ਪੀਜੈ ॥
ନାନକ କହନ୍ତି ଯେ ହେ ଭକ୍ତଜନ, ଏକାଗ୍ରଚିତ ହୋଇ ପ୍ରଭୁଙ୍କୁ ସ୍ମରଣ କର ଏବଂ ହରି ନାମ ଅମୃତର ପାନ କର।
ਮੀਨ ਕੀ ਚਪਲ ਸਿਉ ਜੁਗਤਿ ਮਨੁ ਰਾਖੀਐ ਉਡੈ ਨਹ ਹੰਸੁ ਨਹ ਕੰਧੁ ਛੀਜੈ ॥੩॥੯॥
ଏହି ପ୍ରକାର ଚଞ୍ଚଳ ମାଛ ରୂପୀ ମନକୁ ଏପରି ଯୁକ୍ତି ଦ୍ଵାରା ନିୟନ୍ତ୍ରଣ କରିଲେ ଆତ୍ମା ପଥଭ୍ରଷ୍ଟ ହୁଏନାହିଁ ଆଉ ନା ସଋ ରୂପୀ ପ୍ରାଚୀର ଧ୍ଵସ୍ତ ହୋଇଥାଏ॥3॥9॥
ਮਾਰੂ ਮਹਲਾ ੧ ॥
ମାରୁ ମହଲା ୧ ।।
ਮਾਇਆ ਮੁਈ ਨ ਮਨੁ ਮੁਆ ਸਰੁ ਲਹਰੀ ਮੈ ਮਤੁ ॥
ନା ମନର ଲୋଭ ସମାପ୍ତ ହେଲା, ନା ମନର ଲାଳସାର ଅନ୍ତ ହେଲା। ହୃଦୟ ରୂପୀ ସରୋବର ମାୟା ମୋହ ରୂପୀ ଜଳ ତରଙ୍ଗରେ ଭରପୁର ରହିଥାଏ ଏବଂ ଏହା ମନ ମାୟା ର ମୋହ ରୂପୀ ନିଶାରେ ଡୁବି ରହିଥାଏ।
ਬੋਹਿਥੁ ਜਲ ਸਿਰਿ ਤਰਿ ਟਿਕੈ ਸਾਚਾ ਵਖਰੁ ਜਿਤੁ ॥
ଯେଉଁ ଚିତ୍ତରେ ସତ୍ୟ ନାମ ରୂପୀ ସଉଦା ଭରି ହୋଇଥାଏ,ସେ ଚିତ୍ତ ରୂପୀ ଡଙ୍ଗା ହୃଦୟ ରୂପୀ ସରୋବରର ଜଳ ରେ ପହଞ୍ଚି ପ୍ରଭୂଚରଣରେ ରହିଯାଏ।
ਮਾਣਕੁ ਮਨ ਮਹਿ ਮਨੁ ਮਾਰਸੀ ਸਚਿ ਨ ਲਾਗੈ ਕਤੁ ॥
ଯେଉଁ ମନରେ ନାମ ରୂପୀ ମାଣିକ ଥାଏ,ତାହା ମନକୁ ବଶୀଭୂତ କରିଦିଏ,ପରନ୍ତୁ ସତ୍ୟରେ ଲୀନ ପାବନ ମନକୁ କିଛି ଦୋଷ ଲାଗେନାହିଁ।
ਰਾਜਾ ਤਖਤਿ ਟਿਕੈ ਗੁਣੀ ਭੈ ਪੰਚਾਇਣ ਰਤੁ ॥੧॥
ଶୁଭ ଗୁଣର ମନ ରୂପୀ ରାଜା ସ୍ଥିର ହୋଇକରି ସିହାଂସନରେ ବିରାଜମାନ ହୁଅନ୍ତି,ଏବଂ ସତ୍ୟର ଭୟରେ ତଳେ ରୁହନ୍ତି।। 1 ।।
ਬਾਬਾ ਸਾਚਾ ਸਾਹਿਬੁ ਦੂਰਿ ਨ ਦੇਖੁ ॥
ହେ ବାବା! ସତ୍ୟ ପରମେଶ୍ବରଙ୍କୁ ଦୂର ଭାବନାହିଁ;
ਸਰਬ ਜੋਤਿ ਜਗਜੀਵਨਾ ਸਿਰਿ ਸਿਰਿ ਸਾਚਾ ਲੇਖੁ ॥੧॥ ਰਹਾਉ ॥
କାରଣ ସବୁ ଜୀବମାନଙ୍କ ମଧ୍ୟରେ ଜଗତର ଜୀବନ ଇଶ୍ଵରଙ୍କ ହି ଜ୍ୟୋତି ବିଦ୍ୟମାନ ଅଟେ ଏବଂ ସମସ୍ତଙ୍କ ମଥାରେ ଭାଗ୍ୟର ସତ୍ୟ ଆଲେଖ ଲେଖା ହୋଇଛି। ॥1॥ରୁହ॥
ਬ੍ਰਹਮਾ ਬਿਸਨੁ ਰਿਖੀ ਮੁਨੀ ਸੰਕਰੁ ਇੰਦੁ ਤਪੈ ਭੇਖਾਰੀ ॥
ବ୍ରହ୍ମା, ବିଷ୍ଣୁ, ଋଷି ମୁନି, ଶିବଶଙ୍କର,ଦେବରାଜ ଇନ୍ଦ୍ର,ତପସ୍ୱୀ ଏବଂ ଫକୀର -“
ਮਾਨੈ ਹੁਕਮੁ ਸੋਹੈ ਦਰਿ ਸਾਚੈ ਆਕੀ ਮਰਹਿ ਅਫਾਰੀ ॥
ଯିଏ ବି ପରମାତ୍ମା ଙ୍କ ଆଦେଶ ର ପାଳନ କରେ,ସେ ଭଗବାନଙ୍କ ଦରବାର ରେ ଶୋଭାର ପାତ୍ର ହୋଇଥାଏ କିନ୍ତୁ ଗର୍ବୀ ଜୀବ ଜନ୍ମ-ମରଣରେ ପଡ଼ିରହିଥାଏ।
ਜੰਗਮ ਜੋਧ ਜਤੀ ਸੰਨਿਆਸੀ ਗੁਰਿ ਪੂਰੈ ਵੀਚਾਰੀ ॥
ପୂର୍ଣ୍ଣ ଗୁରୁ ଏହି ବିଚାର କରନ୍ତି ଯେ ସାଧୁ, ଯୋଦ୍ଧା, ବ୍ରହ୍ମଚାରୀ,ସନ୍ୟାସୀ ଇତ୍ୟାଦି
ਬਿਨੁ ਸੇਵਾ ਫਲੁ ਕਬਹੁ ਨ ਪਾਵਸਿ ਸੇਵਾ ਕਰਣੀ ਸਾਰੀ ॥੨॥
କିଏ ବି ସେବା ବିନା ଫଳ ପ୍ରାପ୍ତିକରିନାହିଁ,ସେଥିପାଇଁ ସେବା ହିଁ ଉତ୍ତମ କର୍ମ ଅଟେ।। 2 ।।
ਨਿਧਨਿਆ ਧਨੁ ਨਿਗੁਰਿਆ ਗੁਰੁ ਨਿੰਮਾਣਿਆ ਤੂ ਮਾਣੁ ॥
ହେ ଇଶ୍ଵର! ତୁ ହିଁ ନିର୍ଦ୍ଧନଙ୍କ ଧନ, ଗୁରୁହୀନଙ୍କ ଗୁରୁ,ଏବଂ ମାନହୀନଙ୍କ ମାନଅଟୁ।
ਅੰਧੁਲੈ ਮਾਣਕੁ ਗੁਰੁ ਪਕੜਿਆ ਨਿਤਾਣਿਆ ਤੂ ਤਾਣੁ ॥
ତୁ ହିଁ ବଳହୀନଙ୍କ ବଳ ଅଟୁ, ମୋ’ ଭଳି ଜ୍ଞାନହୀନ ମାଣିକ ରୂପୀ ଗୁରୁଙ୍କ ଆସନ ଧରି ନେଇଛି।
ਹੋਮ ਜਪਾ ਨਹੀ ਜਾਣਿਆ ਗੁਰਮਤੀ ਸਾਚੁ ਪਛਾਣੁ ॥
ମୁଁ ହୋମ,ଜପ ତପ କୁ ବୁଝିନାହିଁ, ପରନ୍ତୁ ଗୁରୁଙ୍କ ମତ ଅନୁସାରେ ସତ୍ୟ କୁ ଚିହ୍ନି ଦେଇଛି।
ਨਾਮ ਬਿਨਾ ਨਾਹੀ ਦਰਿ ਢੋਈ ਝੂਠਾ ਆਵਣ ਜਾਣੁ ॥੩॥
ପରମାତ୍ମା ଙ୍କ ନାମ ବିନା କାହାକୁ ମଧ୍ୟ ତାଙ୍କ ଦରବାରରେ ସାହାରା ମିଳିବ ନାହିଁ, ମିଛୁଆ ଲୋକ ଜନ୍ମ ମରଣରେ ହିଁ ପଡ଼ି ରହିଥାଏ। 3 ।।
ਸਾਚਾ ਨਾਮੁ ਸਲਾਹੀਐ ਸਾਚੇ ਤੇ ਤ੍ਰਿਪਤਿ ਹੋਇ ॥
ସତ୍ୟ ନାମର ପ୍ରଶଂସା କର, କାରଣ ସତ୍ୟରୁ ହିଁ ମନର ତୃପ୍ତି ହୁଏ।
ਗਿਆਨ ਰਤਨਿ ਮਨੁ ਮਾਜੀਐ ਬਹੁੜਿ ਨ ਮੈਲਾ ਹੋਇ ॥
ଜ୍ଞାନ ରତ୍ନରୁ ମନକୁ ସ୍ୱଚ୍ଛ କରିବା ଦ୍ଵାରା ସେ ଦ୍ଵିତୀୟରେ ମିଳନ ହେବନାହିଁ।
ਜਬ ਲਗੁ ਸਾਹਿਬੁ ਮਨਿ ਵਸੈ ਤਬ ਲਗੁ ਬਿਘਨੁ ਨ ਹੋਇ ॥
ଯେବେ ପର୍ଯ୍ୟନ୍ତ ମନରେ ଭଗବାନ ବାସ କରିଥାନ୍ତି,ସେବେ ପର୍ଯ୍ୟନ୍ତ କିଛି ସଙ୍କଟ ଉତ୍ପନ୍ନ ହେବନାହିଁ।
ਨਾਨਕ ਸਿਰੁ ਦੇ ਛੁਟੀਐ ਮਨਿ ਤਨਿ ਸਾਚਾ ਸੋਇ ॥੪॥੧੦॥
ହେ ନାନକ! ଯାହାର ମନ ଶରୀରରେ ସତ୍ୟ ହିଁ ବସିଥାଏ,ସେ ସବୁକିଛି ତ୍ୟାଗ କରି ମୋକ୍ଷ ପ୍ରାପ୍ତି କରେ।।4 ।। 10 ।।
ਮਾਰੂ ਮਹਲਾ ੧ ॥
ମାରୁ ମହଲା 1 ।।
ਜੋਗੀ ਜੁਗਤਿ ਨਾਮੁ ਨਿਰਮਾਇਲੁ ਤਾ ਕੈ ਮੈਲੁ ਨ ਰਾਤੀ ॥
ଯେଉଁ ଯୋଗୀର ଯୋଗ ଯୁକ୍ତି ପରମାତ୍ମାଙ୍କ ନିର୍ମଳ ନାମ ଅଟେ, ତାହାର ମନରେ ଅହଂ ରୂପୀ ମଇଳା ତିଳେମାତ୍ର ରହେନାହିଁ।
ਪ੍ਰੀਤਮ ਨਾਥੁ ਸਦਾ ਸਚੁ ਸੰਗੇ ਜਨਮ ਮਰਣ ਗਤਿ ਬੀਤੀ ॥੧॥
ସର୍ବଦା ସତ୍ୟ ପ୍ରିୟତମ ପ୍ରଭୁ ଯାହାର ଅଙ୍ଗ ସଂଗ ଅଟେ, ତାହାର ଜନ୍ମ ମରଣର ଗତି ଲିଭି ଯାଏ।। 1।।
ਗੁਸਾਈ ਤੇਰਾ ਕਹਾ ਨਾਮੁ ਕੈਸੇ ਜਾਤੀ ॥
ହେ ମାଲିକ! ତୋର ନାମ କେମିତି ଅଟେ, ତୋର ଚିହ୍ନଟ କେମିତି ହୁଏ,
ਜਾ ਤਉ ਭੀਤਰਿ ਮਹਲਿ ਬੁਲਾਵਹਿ ਪੂਛਉ ਬਾਤ ਨਿਰੰਤੀ ॥੧॥ ਰਹਾਉ ॥
ଯଦି ତୁ ମୋତେ ଦଶମ ଦ୍ଵାରା ରୂପୀ ମହଲା କୁ ଡାକି ଦେଉ ତେବେ ତୋ ସହ ମିଶିବାର କଥା ପଚାରି ନେବି।। 1 ।।
ਬ੍ਰਹਮਣੁ ਬ੍ਰਹਮ ਗਿਆਨ ਇਸਨਾਨੀ ਹਰਿ ਗੁਣ ਪੂਜੇ ਪਾਤੀ ॥
ସତ୍ୟ ବ୍ରାହ୍ମଣ ସେ ଅଟେ,ଯିଏ ବ୍ରହ୍ମଜ୍ଞାନ ରୂପୀ ତୀର୍ଥରେ ସ୍ନାନ କରେ ଏବଂ ହରି ଗୁଣ ଗାନ ରୂପୀ ପୁଷ୍ପରେ ପୂଜାର୍ଚ୍ଚନା କରେ ।
ਏਕੋ ਨਾਮੁ ਏਕੁ ਨਾਰਾਇਣੁ ਤ੍ਰਿਭਵਣ ਏਕਾ ਜੋਤੀ ॥੨॥
ପରମାତ୍ମା ଜଣେ ଅଟନ୍ତି,ତାହାର ହିଁ ନାମର ଅସ୍ତିତ୍ବ ଅଛି ଏବଂ ତିନି ଲୋକରେ ତାହାଙ୍କ ଜ୍ୟୋତିର ହିଁ ପ୍ରସାର ହୋଇଥାଏ।।2 ।।
ਜਿਹਵਾ ਡੰਡੀ ਇਹੁ ਘਟੁ ਛਾਬਾ ਤੋਲਉ ਨਾਮੁ ਅਜਾਚੀ ॥
ଏହି ଜିଭ ନିକିତି ର ଦଣ୍ଡ ଅଟେ, ଏହି ହୃଦୟ ନିକିତିର ପାଉଲା ଅଟେ, ଏଥିରେ ଅତୁଲ ନାମକୁ ତଉଲି ଦିଅ ଅର୍ଥାତ ହୃଦୟରେ ଭଗବାନଙ୍କ ଭଜନ କର।
ਏਕੋ ਹਾਟੁ ਸਾਹੁ ਸਭਨਾ ਸਿਰਿ ਵਣਜਾਰੇ ਇਕ ਭਾਤੀ ॥੩॥
ଏକ ପରମେଶ୍ୱର ସମସ୍ତଙ୍କ ମାଲିକ ଅଟନ୍ତି,ଯାହାର ସଂସାର ରୂପୀ ବଜାର ଅଛି, ସବୁ ଜୀବ ନାମର ବ୍ୟାପାରୀ ଅଟନ୍ତି ॥3॥
ਦੋਵੈ ਸਿਰੇ ਸਤਿਗੁਰੂ ਨਿਬੇੜੇ ਸੋ ਬੂਝੈ ਜਿਸੁ ਏਕ ਲਿਵ ਲਾਗੀ ਜੀਅਹੁ ਰਹੈ ਨਿਭਰਾਤੀ ॥
ଲୋକ ପରଲୋକ ଦୁଇ ସ୍ଥାନରେ ସତ୍ ଗୁରୁ ହିଁ ଜୀବଙ୍କ କର୍ମର ସମାପ୍ତି କରନ୍ତି,ଏହି ତଥ୍ୟକୁ ସେ ହିଁ ବୁଝନ୍ତି,ସେ ଭ୍ରମରୁ ଦୂରେଇ ଇଶ୍ଵରଙ୍କ ଧ୍ୟାନରେ ଲାଗି ରହିଥାନ୍ତି।
ਸਬਦੁ ਵਸਾਏ ਭਰਮੁ ਚੁਕਾਏ ਸਦਾ ਸੇਵਕੁ ਦਿਨੁ ਰਾਤੀ ॥੪॥
ସେ ଶବ୍ଦକୁ ମନରେ ବସାଇ ଦିଅନ୍ତି,ଭ୍ରମ କୁ ଲିଭାଇ ଦିନ ରାତି ଭଗବାନଙ୍କ ଭକ୍ତିରେ ଲୀନ ରହନ୍ତି।।4।।
ਊਪਰਿ ਗਗਨੁ ਗਗਨ ਪਰਿ ਗੋਰਖੁ ਤਾ ਕਾ ਅਗਮੁ ਗੁਰੂ ਪੁਨਿ ਵਾਸੀ ॥
ପୃଥିବୀ ଉପରେ ଗଗନ ମଣ୍ଡଳ ଅଛି,ସେହି ଗଗନ ରେ ଇଶ୍ଵର ରହନ୍ତି,ପରନ୍ତୁ ଏହି ସ୍ଥାନ ଅଗମ୍ୟ ଅଟେ ଏବଂ ଗୁରୁ ପୁଣି ଜୀବକୁ ସେହି ସ୍ଥାନର ଅଧିବାସୀ କରି ଦିଅନ୍ତି।
ਗੁਰ ਬਚਨੀ ਬਾਹਰਿ ਘਰਿ ਏਕੋ ਨਾਨਕੁ ਭਇਆ ਉਦਾਸੀ ॥੫॥੧੧॥
ହେ ନାନକ! ଗୁରୁଙ୍କ ବଚନରୁ ଏହି ଜ୍ଞାନ ହୋଇଯାଏ ଯେ ଶରୀର ରୂପୀ ଘରେ ଏବଂ ବାହାର ଜଗତରେ ପରମାତ୍ମା ହିଁ ଉପସ୍ଥିତ ଅଛନ୍ତି,ଏହି ଜ୍ଞାନରୁ ଜୀବନ ପାପମୁକ୍ତ ହୋଇଯାଏ।।5।।11।।