ਕਰਿ ਕਿਰਪਾ ਪ੍ਰਭੁ ਭਗਤੀ ਲਾਵਹੁ ਸਚੁ ਨਾਨਕ ਅੰਮ੍ਰਿਤੁ ਪੀਏ ਜੀਉ ॥੪॥੨੮॥੩੫॥
ହେ ପ୍ରଭୁ!କୃପା କରି ନିଜର ଭକ୍ତିରେ ଲଗାଅ ଯାହା ଦ୍ଵାରା ହେ ନାନକ! ସେହି ପ୍ରଭୁଙ୍କ ସତ୍ୟ ନାମ ରୂପୀ ଅମୃତ ପାନ କରୁଛନ୍ତି। ॥4॥28॥35॥
ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥
ਭਏ ਕ੍ਰਿਪਾਲ ਗੋਵਿੰਦ ਗੁਸਾਈ ॥
ସୃଷ୍ଟିର ସ୍ଵାମୀ ଗୋବିନ୍ଦ ଗୋସାଇଁ ସମସ୍ତ ଜୀବ ଉପରେ ଏପରି ଦୟାଳୁ ହୋଇଯାଇଛନ୍ତି ଯେପରି,
ਮੇਘੁ ਵਰਸੈ ਸਭਨੀ ਥਾਈ ॥
ବାଦଲ ସମସ୍ତ ସ୍ଥାନରେ ବର୍ଷା କରିଥାଏ,
ਦੀਨ ਦਇਆਲ ਸਦਾ ਕਿਰਪਾਲਾ ਠਾਢਿ ਪਾਈ ਕਰਤਾਰੇ ਜੀਉ ॥੧॥
ସୃଷ୍ଟିକର୍ତ୍ତା ସର୍ବଦା ହିଁ ଦୀନଦୟାଳୁ ଏବଂ କୃପାଳୁ ଅଟନ୍ତି ଆଉ ସେ ନିଜ ଭକ୍ତଙ୍କ ହୃଦୟ ଶୀତଳ କରିଦେଇଛନ୍ତି। ॥1॥
ਅਪੁਨੇ ਜੀਅ ਜੰਤ ਪ੍ਰਤਿਪਾਰੇ ॥
ପ୍ରଭୁ ନିଜ ଜୀବ-ଜନ୍ତୁଙ୍କ ପାଳନ ଏପରି କରନ୍ତି।
ਜਿਉ ਬਾਰਿਕ ਮਾਤਾ ਸੰਮਾਰੇ ॥
ଯେପରି ମାତା ନିଜ ଶିଶୁର ଦେଖାରଖା କରିଥାଏ
ਦੁਖ ਭੰਜਨ ਸੁਖ ਸਾਗਰ ਸੁਆਮੀ ਦੇਤ ਸਗਲ ਆਹਾਰੇ ਜੀਉ ॥੨॥
ଭଗବାନ ଦୁଖନାଶକ ଏବଂ ସୁଖର ସାଗର ଅଟନ୍ତି। ସେ ସମସ୍ତ ଜୀବକୁ ଖାଇବା ପାଇଁ ଭୋଜନ ଦିଅନ୍ତି ॥2॥
ਜਲਿ ਥਲਿ ਪੂਰਿ ਰਹਿਆ ਮਿਹਰਵਾਨਾ ॥
ଦୟାଳୁ ପରମାତ୍ମା ଜଳ ଏବଂ ଧରିତ୍ରିରେ ସର୍ବତ୍ର ଅଛନ୍ତି।
ਸਦ ਬਲਿਹਾਰਿ ਜਾਈਐ ਕੁਰਬਾਨਾ ॥
ମୁଁ ସର୍ବଦା ତାଙ୍କ ପ୍ରତି ଉତ୍ସର୍ଗିତ ଓ ସମର୍ପିତ ଅଟେ।
ਰੈਣਿ ਦਿਨਸੁ ਤਿਸੁ ਸਦਾ ਧਿਆਈ ਜਿ ਖਿਨ ਮਹਿ ਸਗਲ ਉਧਾਰੇ ਜੀਉ ॥੩॥
ଦିନ ରାତି ଆମେ ସର୍ବଦା ହିଁ ସେହି ଭଗବାନଙ୍କ ଧ୍ୟାନ କରିବା ଉଚିତ ଯିଏ ଏକ କ୍ଷଣରେ ହିଁ ସବୁଙ୍କୁ ଉଦ୍ଧାର କରିଦିଅନ୍ତି ॥3॥
ਰਾਖਿ ਲੀਏ ਸਗਲੇ ਪ੍ਰਭਿ ਆਪੇ ॥
ଭଗବାନ ସ୍ଵୟଂ ହିଁ ନିଜ ଭକ୍ତର ରକ୍ଷା କରନ୍ତି।
ਉਤਰਿ ਗਏ ਸਭ ਸੋਗ ਸੰਤਾਪੇ ॥
ଆଉ ତାହାର ସବୁ ଦୁଃଖ ଏବଂ ସଂତାପ ଦୂର ହୋଇଯାଇଛି।
ਨਾਮੁ ਜਪਤ ਮਨੁ ਤਨੁ ਹਰੀਆਵਲੁ ਪ੍ਰਭ ਨਾਨਕ ਨਦਰਿ ਨਿਹਾਰੇ ਜੀਉ ॥੪॥੨੯॥੩੬॥
ହେ ନାନକ! ଭଗବାନ ଯେବେ କୃପା ଦୃଷ୍ଟି ଦ୍ଵାରା ଦେଖିଥାନ୍ତି , ସେତେବେଳେ ତାହାଙ୍କ ନାମ-ସ୍ମରଣ କରିବା ଦ୍ଵାରା ମନୁଷ୍ୟର ମନ ଏବଂ ତନ ଖୁସି ରହିଥାଏ। ॥4॥26॥36॥
ਮਾਝ ਮਹਲਾ ੫ ॥
ମାଝା ମହଲା 5 ॥
ਜਿਥੈ ਨਾਮੁ ਜਪੀਐ ਪ੍ਰਭ ਪਿਆਰੇ ॥
ହେ ପ୍ରିୟତମ ପ୍ରଭୁ! ଯେଉଁ ସ୍ଥାନରେ ତୋର ନାମର ଜପ କରାଯାଏ,
ਸੇ ਅਸਥਲ ਸੋਇਨ ਚਉਬਾਰੇ ॥
ସେହି ସ୍ଥାନ ସ୍ଵର୍ଣ୍ଣ ଭବନ ତୁଲ୍ୟ ଅଟେ।
ਜਿਥੈ ਨਾਮੁ ਨ ਜਪੀਐ ਮੇਰੇ ਗੋਇਦਾ ਸੇਈ ਨਗਰ ਉਜਾੜੀ ਜੀਉ ॥੧॥
ହେ ମୋର ଗୋବିନ୍ଦ! ଯେଉଁ ସ୍ଥାନରେ ତୋର ନାମର ଜପ କରାଯାଏ ନାହିଁ, ସେହି ନଗର ଧ୍ଵସ୍ତ ଭୂମି ତୁଲ୍ୟ ଅଟେ। ॥1॥
ਹਰਿ ਰੁਖੀ ਰੋਟੀ ਖਾਇ ਸਮਾਲੇ ॥
ଯେଉଁ ବ୍ୟକ୍ତି ଶୁଖିଲା ରୁଟି ଖାଇ ଭଗବାନଙ୍କ ସ୍ମରଣ କରିଥାଏ,
ਹਰਿ ਅੰਤਰਿ ਬਾਹਰਿ ਨਦਰਿ ਨਿਹਾਲੇ ॥
ତାହାକୁ ଭଗବାନ ଘର ଏବଂ ବାହାର ସର୍ବତ୍ର କୃପା-ଦୃଷ୍ଟିରେ ଦେଖିଥାନ୍ତି।
ਖਾਇ ਖਾਇ ਕਰੇ ਬਦਫੈਲੀ ਜਾਣੁ ਵਿਸੂ ਕੀ ਵਾੜੀ ਜੀਉ ॥੨॥
ଯେଉଁ ବ୍ୟକ୍ତି ଭଗବାନଙ୍କ ଦ୍ଵାରା ଦିଆଯାଇଥିବା ପଦାର୍ଥ ଖାଇ ଖାଇ ଦୁଷ୍କର୍ମ କରିଥାଏ, ତାହାକୁ ବିଷର ବଟିକା ଭାବ ॥2॥
ਸੰਤਾ ਸੇਤੀ ਰੰਗੁ ਨ ਲਾਏ ॥
ଯେଉଁ ବ୍ୟକ୍ତି ସନ୍ଥଙ୍କୁ ପ୍ରେମ କରେ ନାହିଁ
ਸਾਕਤ ਸੰਗਿ ਵਿਕਰਮ ਕਮਾਏ ॥
ଆଉ ଶାକ୍ତଙ୍କ ସାଥିରେ ମିଶି ଦୁଷ୍କର୍ମ କରିଥାନ୍ତି,
ਦੁਲਭ ਦੇਹ ਖੋਈ ਅਗਿਆਨੀ ਜੜ ਅਪੁਣੀ ਆਪਿ ਉਪਾੜੀ ਜੀਉ ॥੩॥
ଏପରି ଜ୍ଞାନହୀନ ବ୍ୟକ୍ତି ନିଜ ଦୁର୍ଲଭ ବ୍ୟର୍ଥରେ ହରାଇ ଦିଏ ତଥା ସେ ନିଜର ଚେର ନିଜେ କାଟିଥାଏ ॥3॥
ਤੇਰੀ ਸਰਣਿ ਮੇਰੇ ਦੀਨ ਦਇਆਲਾ ॥
ହେ ଦୀନଦୟାଳୁ! ମୁଁ ତୋର ଶରଣରେ ଆସିଛି।
ਸੁਖ ਸਾਗਰ ਮੇਰੇ ਗੁਰ ਗੋਪਾਲਾ ॥
ହେ ମୋର ଗୁରୁ ଗୋପାଳ! ତୁ ସୁଖର ସାଗର ଅଟୁ।
ਕਰਿ ਕਿਰਪਾ ਨਾਨਕੁ ਗੁਣ ਗਾਵੈ ਰਾਖਹੁ ਸਰਮ ਅਸਾੜੀ ਜੀਉ ॥੪॥੩੦॥੩੭॥
ମୋତେ କୃପା କର। ନାନକ ତୋର ହିଁ ମହିମା ଗାନ କରୁଛନ୍ତି। ମୋର ଲଜ୍ଜା-ପ୍ରତିଷ୍ଠା ରଖ॥4॥30॥37॥
ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥
ਚਰਣ ਠਾਕੁਰ ਕੇ ਰਿਦੈ ਸਮਾਣੇ ॥
ଯେବେ ଭଗବାନଙ୍କ ସୁନ୍ଦର ଚରଣ ମୋର ହୃଦୟରେ ସ୍ଥାପନ ହୋଇଯାଇଛି, ତାହାହେଲେ,
ਕਲਿ ਕਲੇਸ ਸਭ ਦੂਰਿ ਪਇਆਣੇ ॥
ମୋର ସବୁ ଦୁଃଖ ଏବଂ ସନ୍ତାପ ନାଶ ହୋଇଯାଇଛି।
ਸਾਂਤਿ ਸੂਖ ਸਹਜ ਧੁਨਿ ਉਪਜੀ ਸਾਧੂ ਸੰਗਿ ਨਿਵਾਸਾ ਜੀਉ ॥੧॥
ସନ୍ଥଙ୍କ ସଙ୍ଗତିରେ ନିବାସ ହୋଇ ମୋର ଅନ୍ତଃ ମନରେ ଅନାହତ ଶବ୍ଦର ମଧୁର ଧ୍ୱନି ଉତପର୍ଣ୍ଣ ହୋଇଯାଇଛି ଆଉ ମନରେ ଶାନ୍ତି ଏବଂ ସ୍ଵାଭାବିକ ସୁଖ ଉପଲବ୍ଧ ହୋଇଯାଇଛି ॥1॥
ਲਾਗੀ ਪ੍ਰੀਤਿ ਨ ਤੂਟੈ ਮੂਲੇ ॥
ଭଗବାନଙ୍କ ସହିତ ଏପରି ପ୍ରୀତି ଲାଗିଅଛି, ଯାହା କଦାପି ଭାଙ୍ଗିବ ନାହିଁ।
ਹਰਿ ਅੰਤਰਿ ਬਾਹਰਿ ਰਹਿਆ ਭਰਪੂਰੇ ॥
ଭଗବାନ ମୋର ଭିତରେ ଓ ବାହାରେ ସର୍ବତ୍ର ବ୍ୟାପକ ହୋଇ ରହିଛନ୍ତି।
ਸਿਮਰਿ ਸਿਮਰਿ ਸਿਮਰਿ ਗੁਣ ਗਾਵਾ ਕਾਟੀ ਜਮ ਕੀ ਫਾਸਾ ਜੀਉ ॥੨॥
ଭଗବାନଙ୍କ ନାମ ସ୍ମରଣ ସର୍ବଦା କରି ତଥା ତାହାଙ୍କ ମହିମା-ସ୍ତୁତି ଦ୍ଵାରା ମୋର ମୃତ୍ୟୁର ଫାଶୀ କଟିଯାଇଛି ॥2॥
ਅੰਮ੍ਰਿਤੁ ਵਰਖੈ ਅਨਹਦ ਬਾਣੀ ॥
ମୋର ମନରେ ଅନାହତ ଶବ୍ଦର ପ୍ରକଟ ହେବାରୁ ହରି ରସ ରୂପୀ ଅମୃତ ବର୍ଷା ହେବାରେ ଲାଗିଛି।
ਮਨ ਤਨ ਅੰਤਰਿ ਸਾਂਤਿ ਸਮਾਣੀ ॥
ମୋର ମନ ଏବଂ ତନରେ ଶାନ୍ତି ପ୍ରବେଶ କରିଯାଇଛି।
ਤ੍ਰਿਪਤਿ ਅਘਾਇ ਰਹੇ ਜਨ ਤੇਰੇ ਸਤਿਗੁਰਿ ਕੀਆ ਦਿਲਾਸਾ ਜੀਉ ॥੩॥
ହେ ଭଗବାନ ସଦଗୁରୁ ତୋର ଭକ୍ତଙ୍କୁ ଆଶ୍ଵାସନା ଦେଇଛନ୍ତି ଆଉ ହରି ରସ ରୂପୀ ଅମୃତକୁ ପାନ କରାଇ ତାହାକୁ ତୃପ୍ତ ଏବଂ ସନ୍ତୁଷ୍ଟ କରିଦେଇଛନ୍ତି। ॥3॥
ਜਿਸ ਕਾ ਸਾ ਤਿਸ ਤੇ ਫਲੁ ਪਾਇਆ ॥
ଯେଉଁ ଭଗବାନଙ୍କ ମୁଁ ଶୀବ୍କ ଥିଲି, ତାଙ୍କ ଠାରୁ ମୁଁ ନିଜେ କରିଥିବା ସେବାର ଫଳ ପାଇଛି।
ਕਰਿ ਕਿਰਪਾ ਪ੍ਰਭ ਸੰਗਿ ਮਿਲਾਇਆ ॥
ସଦଗୁରୁ କୃପା କରି ମୋତେ ଭଗବାନଙ୍କ ସହିତ ମିଳନ କରାଇଦେଇଛନ୍ତି।
ਆਵਣ ਜਾਣ ਰਹੇ ਵਡਭਾਗੀ ਨਾਨਕ ਪੂਰਨ ਆਸਾ ਜੀਉ ॥੪॥੩੧॥੩੮॥
ହେ ନାନକ! ସୌଭାଗ୍ୟରୁ ମୋର ଜନ୍ମ-ମରଣ ଚକ୍ର କଟି ଯାଇଛି ଆଉ ଭଗବାନଙ୍କ ସହିତ ମିଳନର କାମନା ପୁରା ହୋଇଯାଇଛି। ॥4॥31॥38॥
ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥
ਮੀਹੁ ਪਇਆ ਪਰਮੇਸਰਿ ਪਾਇਆ ॥
ବର୍ଷା ହୋଇଛି, ଏହାକୁ ପରମେଶ୍ଵର ହିଁ କରିଛନ୍ତି।
ਜੀਅ ਜੰਤ ਸਭਿ ਸੁਖੀ ਵਸਾਇਆ ॥
ଏହା ଦ୍ଵାରା ପ୍ରଭୁ ସମସ୍ତ ଜୀବ-ଜନ୍ତୁଙ୍କୁ ସୁଖୀ କରିଛନ୍ତି।
ਗਇਆ ਕਲੇਸੁ ਭਇਆ ਸੁਖੁ ਸਾਚਾ ਹਰਿ ਹਰਿ ਨਾਮੁ ਸਮਾਲੀ ਜੀਉ ॥੧॥
ହରି-ପରମେଶ୍ଵର୍ଙ୍କ ନାମର ସ୍ମରଣ କରିବା ଦ୍ଵାରା ତାହାଙ୍କ ପୀଡା ଦୂର ହୋଇଯାଇଛି ଆଉ ତାହାଙ୍କୁ ସଦା ସୁଖ ମିଳିଯାଇଛି। ॥1॥
ਜਿਸ ਕੇ ਸੇ ਤਿਨ ਹੀ ਪ੍ਰਤਿਪਾਰੇ ॥
ଏହି ଜୀବ-ଜନ୍ତୁ ଯେଉଁ ପରମାତ୍ମାଙ୍କ ଦ୍ଵାରା ଉତ୍ପର୍ଣ୍ଣ ହୋଇଛନ୍ତି, ସେ ହିଁ ତାହାଙ୍କ ରକ୍ଷା କରିଛନ୍ତି।
ਪਾਰਬ੍ਰਹਮ ਪ੍ਰਭ ਭਏ ਰਖਵਾਰੇ ॥
ପରଂବ୍ରହ୍ମ-ପରମେଶ୍ଵର ତାହାର ରକ୍ଷକ ବନିଯାଇଛନ୍ତି।
ਸੁਣੀ ਬੇਨੰਤੀ ਠਾਕੁਰਿ ਮੇਰੈ ਪੂਰਨ ਹੋਈ ਘਾਲੀ ਜੀਉ ॥੨॥
ମୋର ଠାକୁରଜୀ ମୋର ପ୍ରାର୍ଥନା ଶୁଣିଛନ୍ତି ଆଉ ମୋର ଭକ୍ତି ସଫଳ ହୋଇଯାଇଛି। ॥2॥