odia page 106

ਸਰਬ ਜੀਆ ਕਉ ਦੇਵਣਹਾਰਾ ॥
ପରମେଶ୍ଵର ସମସ୍ତ ପ୍ରାଣୀଙ୍କୁ ଦେବା ବାଲା ଅଟନ୍ତି।

ਗੁਰ ਪਰਸਾਦੀ ਨਦਰਿ ਨਿਹਾਰਾ ॥
ଗୁରୁଙ୍କ କୃପାରୁ ସେ ଆମକୁ ଦୟାର ନଜରରେ ଦେଖିଛନ୍ତି।

ਜਲ ਥਲ ਮਹੀਅਲ ਸਭਿ ਤ੍ਰਿਪਤਾਣੇ ਸਾਧੂ ਚਰਨ ਪਖਾਲੀ ਜੀਉ ॥੩॥
ସାଗର, ଧରିତ୍ରୀ ଏବଂ ଗଗନରେ ରହିବାବାଲା ସମସ୍ତ ପ୍ରାଣୀ ତୃପ୍ତ ହୋଇଯାଇଛନ୍ତି। ମୁଁ ସନ୍ଥ-ଗୁରୁଙ୍କ ଚରଣ ଧୋଉ ଅଛି। ॥3॥

ਮਨ ਕੀ ਇਛ ਪੁਜਾਵਣਹਾਰਾ ॥
ପରମାତ୍ମା ମନର ଇଛା ପୂର୍ଣ୍ଣ କରିବା ବାଲା ଅଟନ୍ତି।

ਸਦਾ ਸਦਾ ਜਾਈ ਬਲਿਹਾਰਾ ॥
ମୁଁ ସର୍ବଦା ତାଙ୍କ ପ୍ରତି ସମର୍ପିତ।

ਨਾਨਕ ਦਾਨੁ ਕੀਆ ਦੁਖ ਭੰਜਨਿ ਰਤੇ ਰੰਗਿ ਰਸਾਲੀ ਜੀਉ ॥੪॥੩੨॥੩੯॥
ହେ ନାନକ!ଦୁଃଖ ନାଶକ ପ୍ରଭୁ ମୋତେ ଏହି ଦାନ ଦେଇଛନ୍ତି ଯେ ତାଙ୍କରି ପ୍ରୀତିରେ ମୁଁ ମଗ୍ନ ହୋଇଯାଇଛି ଯାହା ପ୍ରସନ୍ନତାର ଘରେ ଅଛି। ॥4॥32॥39॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਮਨੁ ਤਨੁ ਤੇਰਾ ਧਨੁ ਭੀ ਤੇਰਾ ॥
ହେ ଭଗବାନ! ମୋର ମନ ଏବଂ ତନ ତୋ’ ଦ୍ଵାରା ଦିଅ ହୋଇଛି ଆଉ ଧାନ ମଧ୍ୟ ତୋ’ ଦ୍ଵାରା ଦିଆଯାଇଛି।

ਤੂੰ ਠਾਕੁਰੁ ਸੁਆਮੀ ਪ੍ਰਭੁ ਮੇਰਾ ॥
ହେ ଇଶ୍ଵର! ତୁମେ ମୋର ଠାକୁର ଏବଂ ସ୍ଵାମୀ ଅଟ।

ਜੀਉ ਪਿੰਡੁ ਸਭੁ ਰਾਸਿ ਤੁਮਾਰੀ ਤੇਰਾ ਜੋਰੁ ਗੋਪਾਲਾ ਜੀਉ ॥੧॥
ହେ ପ୍ରଭୁ! ମୋର ପ୍ରାଣ ଏବଂ ତନ ତୋର ହିଁ ପୁଞ୍ଜି ଅଟେ, ହେ ଗୋପାଳ! ତୁମ ପ୍ରଭୁତ୍ଵ ହିଁ ମୋ’ ଠାରେ ଅଛି ॥1॥

ਸਦਾ ਸਦਾ ਤੂੰਹੈ ਸੁਖਦਾਈ ॥
ହେ ପରମେଶ୍ଵର! ସର୍ବଦା ତୁମେ ସୁଖ ପ୍ରଦାନ କରିବା ବାଲା ଅଟ।

ਨਿਵਿ ਨਿਵਿ ਲਾਗਾ ਤੇਰੀ ਪਾਈ ॥
ମୁଁ ନତମସ୍ତକ ହୋଇ ତୁମକୁ ନମନ କରୁଛି ଆଉ ତୋର ଚରଣ ସ୍ପର୍ଶ କରୁଅଛି।

ਕਾਰ ਕਮਾਵਾ ਜੇ ਤੁਧੁ ਭਾਵਾ ਜਾ ਤੂੰ ਦੇਹਿ ਦਇਆਲਾ ਜੀਉ ॥੨॥
ହେ ଦୟାଳୁ ପରମାତ୍ମା! ମୁଁ ସେହି କାର୍ଯ୍ୟ କରିବି , ମୋତେ କରିବା ପାଇଁ ତୁମେ ଯାହା ଦେବ ଆଉ ତୁମକୁ ଭଲ ଲାଗୁଥିବ। ॥2॥

ਪ੍ਰਭ ਤੁਮ ਤੇ ਲਹਣਾ ਤੂੰ ਮੇਰਾ ਗਹਣਾ ॥
ହେ ଭଗବାନ! ମୁଁ ସବୁ କିଛି ତୁମ ଠାରୁ ହିଁ ନେଉଛି ଆଉ ତୁମେ ହିନ ମୋର ଆଭୁଷଣ ଅଟ।

ਜੋ ਤੂੰ ਦੇਹਿ ਸੋਈ ਸੁਖੁ ਸਹਣਾ ॥
ହେ ଅକାଳ ପୁରୁଷ! ତୁମେ ମୋତେ ଯେଉଁ ଦୁଃଖ ସୁଖ ଦେଉଛ ମୁଁ ତାହାକୁ ସୁଖ ଭାବି ସହିନେଉଛି।

ਜਿਥੈ ਰਖਹਿ ਬੈਕੁੰਠੁ ਤਿਥਾਈ ਤੂੰ ਸਭਨਾ ਕੇ ਪ੍ਰਤਿਪਾਲਾ ਜੀਉ ॥੩॥
ହେ ଭଗବାନ! ତୁମେ ମୋତେ ଯେଉଁଠି ରଖିଲେ ମଧ୍ୟ, ତାହା ମୋର ସ୍ଵର୍ଗ ଅଟେ। ତୁମେ ସବୁଙ୍କ ରକ୍ଷା କରିବା ବାଲା ଅଟ। ॥3॥

ਸਿਮਰਿ ਸਿਮਰਿ ਨਾਨਕ ਸੁਖੁ ਪਾਇਆ ॥
ହେ ନାନକ! ସେହି ପରମ ପିତା ପରମେଶ୍ଵରଙ୍କ ଆରାଧନା କରିବା ଦ୍ଵାରା ମୋତେ ସୁଖ ଉପଲବ୍ଧ ହୋଇଛି।

ਆਠ ਪਹਰ ਤੇਰੇ ਗੁਣ ਗਾਇਆ ॥
ହେ ପ୍ରଭୁ! ଦିନରେ ଆଠ ପହର ତୋର ମହିମା ଗାନ କରୁଅଛି।

ਸਗਲ ਮਨੋਰਥ ਪੂਰਨ ਹੋਏ ਕਦੇ ਨ ਹੋਇ ਦੁਖਾਲਾ ਜੀਉ ॥੪॥੩੩॥੪੦॥
ତାହାର ହୃଦୟର ମନୋରଥ ପୂର୍ଣ୍ଣ ହୋଇଯାଇଛି ଆଉ ବର୍ତ୍ତମାନ ସେ କେବେ ବି ଦୁଃଖୀ ହୁଏ ନାହିଁ ॥4॥33॥40॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਪਾਰਬ੍ਰਹਮਿ ਪ੍ਰਭਿ ਮੇਘੁ ਪਠਾਇਆ ॥
ପରଂବ୍ରହ୍ମ ପ୍ରଭୁ ବର୍ଷା କରିବା ପାଇଁ ମେଘକୁ ପଠାଇଛନ୍ତି।

ਜਲਿ ਥਲਿ ਮਹੀਅਲਿ ਦਹ ਦਿਸਿ ਵਰਸਾਇਆ ॥
ମେଘ ସାଗର, ଧରିତ୍ରୀ ଏବଂ ଆକାଶ ଦଶ ଦିଗରେ ବର୍ଷା କରିଅଛି।

ਸਾਂਤਿ ਭਈ ਬੁਝੀ ਸਭ ਤ੍ਰਿਸਨਾ ਅਨਦੁ ਭਇਆ ਸਭ ਠਾਈ ਜੀਉ ॥੧॥
ବର୍ଷା ଦ୍ଵାରା ଜୀବର ଅନ୍ତଃ ମନରେ ସୁଖ ଶାନ୍ତି ହୋଇଯାଇଛି ତଥା ତାହାର ସବୁ ତୃଷ୍ଣା ମେଣ୍ଟିଯାଇଛି ଆଉ ସମସ୍ତ ସ୍ଥାନରେ ପ୍ରସନ୍ନତା ଆସି ଯାଇଛି ॥1॥

ਸੁਖਦਾਤਾ ਦੁਖ ਭੰਜਨਹਾਰਾ ॥
ହେ ଭଗବାନ! ତୁ ସୁଖ ପ୍ରଦାନ କରିବା ଆଉ ଦୁଃଖ ନାଶ କରିବା ବାଲା ଅଟୁ।

ਆਪੇ ਬਖਸਿ ਕਰੇ ਜੀਅ ਸਾਰਾ ॥
ତୁ ସ୍ଵୟଂ ହିଁ ସମସ୍ତ ପ୍ରାଣୀଙ୍କୁ କ୍ଷମା କରୁଅଛୁ।

ਅਪਨੇ ਕੀਤੇ ਨੋ ਆਪਿ ਪ੍ਰਤਿਪਾਲੇ ਪਇ ਪੈਰੀ ਤਿਸਹਿ ਮਨਾਈ ਜੀਉ ॥੨॥
ନିଜ ସୃଷ୍ଟିକୁ ସେ ସ୍ଵୟଂ ହିଁ ପାଳନ ପୋଷଣ କରୁଅଛି। ମୁଁ ତାହାଙ୍କ ଚରଣରେ ନତମସ୍ତକ ହୋଇ ତାହାଙ୍କୁ ପ୍ରସନ୍ନ କରୁଅଛି। ॥2॥

ਜਾ ਕੀ ਸਰਣਿ ਪਇਆ ਗਤਿ ਪਾਈਐ ॥
ଯେଉଁ ଭଗବାନଙ୍କ ଶରଣ ନେଲେ ମୁକ୍ତି ପ୍ରାପ୍ତ ହୋଇଥାଏ,

ਸਾਸਿ ਸਾਸਿ ਹਰਿ ਨਾਮੁ ਧਿਆਈਐ ॥
ପ୍ରତି ଶ୍ଵାସରେ ଭଗବାନଙ୍କ ନାମର ହିଁ ଧ୍ୟାନ କରିବା ଉଚିତ।

ਤਿਸੁ ਬਿਨੁ ਹੋਰੁ ਨ ਦੂਜਾ ਠਾਕੁਰੁ ਸਭ ਤਿਸੈ ਕੀਆ ਜਾਈ ਜੀਉ ॥੩॥
ତାହାଙ୍କ ବିନା ଅନ୍ୟ କେହି ସ୍ଵାମୀ ନାହିଁ, ସମସ୍ତ ସ୍ଥାନ କେବଳ ତାଙ୍କରି ଅଟେ। ॥3॥

ਤੇਰਾ ਮਾਣੁ ਤਾਣੁ ਪ੍ਰਭ ਤੇਰਾ ॥
ହେ ପ୍ରଭୁ! ମୋ’ ଠାରେ ତୋର ହିଁ ନାମ ଏବଂ ତୋର ହିଁ ବଳ ଅଛି।

ਤੂੰ ਸਚਾ ਸਾਹਿਬੁ ਗੁਣੀ ਗਹੇਰਾ ॥
ତୁ ହିଁ ମୋର ସଚ୍ଚା ସ୍ଵାମୀ ଏବଂ ଗୁଣର ସାଗର ଅଟୁ।

ਨਾਨਕੁ ਦਾਸੁ ਕਹੈ ਬੇਨੰਤੀ ਆਠ ਪਹਰ ਤੁਧੁ ਧਿਆਈ ਜੀਉ ॥੪॥੩੪॥੪੧॥
ଦାସ ନାନକ ଏକ ପ୍ରାର୍ଥନା କରେ ଯେ ହେ ପ୍ରଭୁ! ଦିନର ଆଠ ପହରରେ ତୋର ହିଁ ଧ୍ୟାନ କରୁଅଛି ॥4॥34॥41॥

ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥

ਸਭੇ ਸੁਖ ਭਏ ਪ੍ਰਭ ਤੁਠੇ ॥
ଯେତେବେଳେ ପ୍ରଭୁ ପ୍ରସନ୍ନ ହୋଇଯାନ୍ତି, ସେତେବେଳେ ସମସ୍ତ ସୁଖ ଉପଲବ୍ଧ ହୋଇଯାଏ।

ਗੁਰ ਪੂਰੇ ਕੇ ਚਰਣ ਮਨਿ ਵੁਠੇ ॥
ପୁଣି ପୂର୍ଣ୍ଣ ଗୁରୁଙ୍କ ଚରଣ ମନରେ ନିବାସ କରିନିଏ।

ਸਹਜ ਸਮਾਧਿ ਲਗੀ ਲਿਵ ਅੰਤਰਿ ਸੋ ਰਸੁ ਸੋਈ ਜਾਣੈ ਜੀਉ ॥੧॥
ଯାହାର ମନ ପ୍ରଭୁଙ୍କ ଧ୍ୟାନରେ ସ୍ଵାଭାବିକ ସମାଧି ଲାଗିଯାଇଥାଏ, ସେହି ବ୍ୟକ୍ତି ହିଁ ଏହି ଆନନ୍ଦକୁ ଜାଣିଥଏ। ॥1॥

ਅਗਮ ਅਗੋਚਰੁ ਸਾਹਿਬੁ ਮੇਰਾ ॥
ମୋର ପରମେଶ୍ଵର ଅଗମ୍ୟ ଏବଂ ଅଗୋଚର ଅଟନ୍ତି।

ਘਟ ਘਟ ਅੰਤਰਿ ਵਰਤੈ ਨੇਰਾ ॥
ସେ ପ୍ରତ୍ୟେକ ହୃଦୟରେ ନିକଟରେ ହିଁ ରହିଥାନ୍ତି।

ਸਦਾ ਅਲਿਪਤੁ ਜੀਆ ਕਾ ਦਾਤਾ ਕੋ ਵਿਰਲਾ ਆਪੁ ਪਛਾਣੈ ਜੀਉ ॥੨॥
ସେ ସର୍ବଦା ନିର୍ଲିପ୍ତ ଅଟନ୍ତି ଆଉ ଜୀବର ଦାତା ଅଟନ୍ତି। କେହି ବିରଳ ପୁରୁଷ ହିଁ ନିଜ ସ୍ଵରୁପକୁ ବୁଝିଥାଏ ॥2॥

ਪ੍ਰਭ ਮਿਲਣੈ ਕੀ ਏਹ ਨੀਸਾਣੀ ॥
ପ୍ରଭୁଙ୍କ ମିଳନର ଏହି ଲକ୍ଷଣ ଅଟେ ଯେ

ਮਨਿ ਇਕੋ ਸਚਾ ਹੁਕਮੁ ਪਛਾਣੀ ॥
ମନୁଷ୍ୟ ନିଜ ମନରେ ଏକ ସତ୍ୟସ୍ଵରୂପ ପରମାତ୍ମାଙ୍କ ହୁକୁମକୁ ହିଁ ଚିହ୍ନି ଥାଏ।

ਸਹਜਿ ਸੰਤੋਖਿ ਸਦਾ ਤ੍ਰਿਪਤਾਸੇ ਅਨਦੁ ਖਸਮ ਕੈ ਭਾਣੈ ਜੀਉ ॥੩॥
ପ୍ରଭୁଙ୍କ ଇଚ୍ଛା ଅନୁସାରେ ଚାଲୁଥିବା ମନୁଷ୍ୟକୁ ସର୍ବଦା ସୁଖ, ସନ୍ତୋଷ, ତୃପ୍ତି ଏବଂ ହର୍ଷ ପ୍ରାପ୍ତ ହୋଇଥାଏ ॥3॥

ਹਥੀ ਦਿਤੀ ਪ੍ਰਭਿ ਦੇਵਣਹਾਰੈ ॥
ଦାତା ପରମେଶ୍ଵର ମୋତେ ନିଜ ନ୍ହାତ ଦେଇଛନ୍ତି, ଅର୍ଥାତ, ସାହାରା ଦେଇଛନ୍ତି ଆଉ

ਜਨਮ ਮਰਣ ਰੋਗ ਸਭਿ ਨਿਵਾਰੇ ॥
ପ୍ରଭୁ ଜୀବନ-ମୃତ୍ୟୁର ସମୂହ କଷ୍ଟ ଦୂର କରିଦେଇଛନ୍ତି।

ਨਾਨਕ ਦਾਸ ਕੀਏ ਪ੍ਰਭਿ ਅਪੁਨੇ ਹਰਿ ਕੀਰਤਨਿ ਰੰਗ ਮਾਣੇ ਜੀਉ ॥੪॥੩੫॥੪੨॥
ହେ ନାନକ! ଯାହାକୁ ପରମାତ୍ମା ନିଜ ସେବକ ବନାଇଛନ୍ତି, ସେ ପ୍ରଭୁଙ୍କ ଯଶୋଗାନ କରିବାର ଆନନ୍ଦ ପ୍ରାପ୍ତ କରିଥାଏ। ॥4॥35॥42॥

error: Content is protected !!