ਜਿਸੁ ਲੜਿ ਲਾਇ ਲਏ ਸੋ ਲਾਗੈ ॥
ଈଶ୍ଵର ଯାହାଙ୍କୁ ନିଜ ଲଗ୍ନରେ ଲଗାଇ ନିଅନ୍ତି, ସେ ହିଁ ଲାଗିଥାଏ ଏବଂ
ਜਨਮ ਜਨਮ ਕਾ ਸੋਇਆ ਜਾਗੈ ॥੩॥
ତାହାର ଜନ୍ମ ଜନ୍ମର ସୁପ୍ତ ମନ ଜାଗ୍ରତ ହୋଇଥାଏ||3||
ਤੇਰੇ ਭਗਤ ਭਗਤਨ ਕਾ ਆਪਿ ॥
ହେ ଈଶ୍ଵର! ଭକ୍ତ ତୋର ଅଟେ ଏବଂ ତୁ ସ୍ଵୟଂ ଭକ୍ତର ହିଁ ଅଟୁ,
ਅਪਣੀ ਮਹਿਮਾ ਆਪੇ ਜਾਪਿ ॥
ନିଜ ମହିମାର ଜପ ତୁ ସ୍ଵୟଂ ହିଁ ତାହା ଦ୍ଵାରା କରାଉ।
ਜੀਅ ਜੰਤ ਸਭਿ ਤੇਰੈ ਹਾਥਿ ॥
ନାନକ କହନ୍ତି ଯେ ହେ ପ୍ରଭୁ! ଜଗତର ସବୁ ଜୀବଜନ୍ତୁ ତୋର ବଶରେ ଅଛନ୍ତି ଏବଂ
ਨਾਨਕ ਕੇ ਪ੍ਰਭ ਸਦ ਹੀ ਸਾਥਿ ॥੪॥੧੬॥੨੯॥
ତୁ ସଦା ଆମର ସାଥିରେ ଅଛୁ||4||16||29||
ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥
ਨਾਮੁ ਹਮਾਰੈ ਅੰਤਰਜਾਮੀ ॥
ଭଗବାନଙ୍କ ନାମ ଆମର ମନକୁ ଜାଣିବା ବାଲା ଅଟେ ଏବଂ
ਨਾਮੁ ਹਮਾਰੈ ਆਵੈ ਕਾਮੀ ॥
ନାମ ହିଁ ଆମର କାମରେ ଆସିଥାଏ।
ਰੋਮਿ ਰੋਮਿ ਰਵਿਆ ਹਰਿ ਨਾਮੁ ॥
ପ୍ରତି ଲୋମରେ ହରିନାମ ହିଁ ବାସ କରିଥାଏ ଏବଂ
ਸਤਿਗੁਰ ਪੂਰੈ ਕੀਨੋ ਦਾਨੁ ॥੧॥
ପୂର୍ଣ୍ଣ ସଦଗୁରୁ ଏହି ଦାନ ଦେଇଛନ୍ତି||1||
ਨਾਮੁ ਰਤਨੁ ਮੇਰੈ ਭੰਡਾਰ ॥
ପ୍ରଭୁନାମ ରୂପୀ ରତ୍ନ ହିଁ ଆମର ଭଣ୍ଡାର ଅଟେ, ଯିଏ
ਅਗਮ ਅਮੋਲਾ ਅਪਰ ਅਪਾਰ ॥੧॥ ਰਹਾਉ ॥
ଅଗମ୍ୟ, ଅମୂଲ୍ୟ ଏବଂ ଅପରାମ୍ପର ଅଟନ୍ତି॥1॥ରୁହ॥
ਨਾਮੁ ਹਮਾਰੈ ਨਿਹਚਲ ਧਨੀ ॥
ହରିନାମ ହିଁ ଆମର ସ୍ଥିର ମାଲିକ ଅଟନ୍ତି ଏବଂ
ਨਾਮ ਕੀ ਮਹਿਮਾ ਸਭ ਮਹਿ ਬਨੀ ॥
ନାମର ମହିମା ସବୁଙ୍କ ଠାରେ ବନି ରହିଛି।
ਨਾਮੁ ਹਮਾਰੈ ਪੂਰਾ ਸਾਹੁ ॥
ନାମ ହିଁ ଆମ ପାଇଁ ପୂର୍ଣ୍ଣ ଶାହ ଅଟେ ଏବଂ
ਨਾਮੁ ਹਮਾਰੈ ਬੇਪਰਵਾਹੁ ॥੨॥
ନାମ ହିଁ ଆମ ପାଇଁ ନିଶ୍ଚିନ୍ତ ଅଟେ||2||
ਨਾਮੁ ਹਮਾਰੈ ਭੋਜਨ ਭਾਉ ॥
ହରିନାମ ହିଁ ଆମର ପ୍ରେମ ଏବଂ ଭୋଜନ ଅଟେ ଏବଂ
ਨਾਮੁ ਹਮਾਰੈ ਮਨ ਕਾ ਸੁਆਉ ॥
ହରିନାମ ଆମର ମନର କାମନା ପୁରା କରିଥାଏ।
ਨਾਮੁ ਨ ਵਿਸਰੈ ਸੰਤ ਪ੍ਰਸਾਦਿ ॥
ସନ୍ଥଙ୍କ କୃପାରୁ ହରିନାମ କଦାପି ବିସ୍ମୃତ ହୁଏନାହି ଏବଂ
ਨਾਮੁ ਲੈਤ ਅਨਹਦ ਪੂਰੇ ਨਾਦ ॥੩॥
ନାମ ଜପିବା ଦ୍ଵାରା ପୂର୍ଣ୍ଣ ଅନାହତ ଧ୍ୱନି ଶ୍ରବଣର ଆନନ୍ଦ ମିଳିଥାଏ||3||
ਪ੍ਰਭ ਕਿਰਪਾ ਤੇ ਨਾਮੁ ਨਉ ਨਿਧਿ ਪਾਈ ॥
ପ୍ରଭୁ-କୃପା ଦ୍ଵାରା ନାମ ରୂପୀ ନବନିଧିର ଉପଲବ୍ଧି ହୋଇଛି ଏବଂ
ਗੁਰ ਕਿਰਪਾ ਤੇ ਨਾਮ ਸਿਉ ਬਨਿ ਆਈ ॥
ଗୁରୁଙ୍କ କୃପାରୁ ନାମ ସହିତ ହିଁ ପ୍ରେମ ବନି ରହିଛି।
ਧਨਵੰਤੇ ਸੇਈ ਪਰਧਾਨ ॥ ਨਾਨਕ ਜਾ ਕੈ ਨਾਮੁ ਨਿਧਾਨ ॥੪॥੧੭॥੩੦॥
ଯାହା ପାଖରେ ହରିନାମ ରୂପୀ ଭଣ୍ଡାର ଅଛି, ବାସ୍ତବରେ ସେ ହିଁ ଧନବାନ ଅଟେ||4||17||30||
ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥
ਤੂ ਮੇਰਾ ਪਿਤਾ ਤੂਹੈ ਮੇਰਾ ਮਾਤਾ ॥
ହେ ଈଶ୍ଵର! ତୁ ହିଁ ମୋର ମାତା-ପିତା ଅଟୁ,
ਤੂ ਮੇਰੇ ਜੀਅ ਪ੍ਰਾਨ ਸੁਖਦਾਤਾ ॥
ତୁ ହିଁ ମୋର ଆତ୍ମା ଓ ପ୍ରାଣକୁ ସୁଖ ଦେବା ବାଲା ଅଟୁ।
ਤੂ ਮੇਰਾ ਠਾਕੁਰੁ ਹਉ ਦਾਸੁ ਤੇਰਾ ॥
ତୁ ମୋର ମାଲିକ ଅଟୁ ଏବଂ ମୁଁ ତୋର ଦାସ ଅଟେ,
ਤੁਝ ਬਿਨੁ ਅਵਰੁ ਨਹੀ ਕੋ ਮੇਰਾ ॥੧॥
ତୋ’ ବିନା ମୋର କେହି ନାହାନ୍ତି ||1||
ਕਰਿ ਕਿਰਪਾ ਕਰਹੁ ਪ੍ਰਭ ਦਾਤਿ ॥
ହେ ପ୍ରଭୁ! କୃପା କରି ଏହି ଦାନ ପ୍ରଦାନ କର ଯେ
ਤੁਮ੍ਹ੍ਹਰੀ ਉਸਤਤਿ ਕਰਉ ਦਿਨ ਰਾਤਿ ॥੧॥ ਰਹਾਉ ॥
ଦିନରାତି ମୁଁ ତୋର ପ୍ରଶଂସା କରିଥାଏ॥1॥ରୁହ॥
ਹਮ ਤੇਰੇ ਜੰਤ ਤੂ ਬਜਾਵਨਹਾਰਾ ॥
ଆମେ ତୋର ଜନ୍ତ୍ର ଅଟୁ ଆଉ ତୁ ବଜାଇବା ବାଲା ଅଟୁ।
ਹਮ ਤੇਰੇ ਭਿਖਾਰੀ ਦਾਨੁ ਦੇਹਿ ਦਾਤਾਰਾ ॥
ଆମେ ତୋର ଭିକାରି ମାତ୍ର ଅଟୁ ଆଉ ତୁ ହିଁ ଦାନ ଦେବା ବାଲା ଦାତା ଅଟୁ।
ਤਉ ਪਰਸਾਦਿ ਰੰਗ ਰਸ ਮਾਣੇ ॥
ତୋର କୃପାରୁ ସବୁ ଖୁସି ମିଳିଥାଏ ଏବଂ
ਘਟ ਘਟ ਅੰਤਰਿ ਤੁਮਹਿ ਸਮਾਣੇ ॥੨॥
ପ୍ରତି ଘଟରେ ତୁ ହିଁ ବ୍ୟାପ୍ତ ଅଟୁ||2||
ਤੁਮ੍ਹ੍ਹਰੀ ਕ੍ਰਿਪਾ ਤੇ ਜਪੀਐ ਨਾਉ ॥
ତୋର କୃପାରୁ ହିଁ ନାମ ଜପ ହୋଇଥାଏ ଏବଂ
ਸਾਧਸੰਗਿ ਤੁਮਰੇ ਗੁਣ ਗਾਉ ॥
ସାଧୁ ପୁରୁଷଙ୍କ ସହିତ ତୋର ହିଁ ଗୁଣ ଗାନ କରିଥାଏ।
ਤੁਮ੍ਹ੍ਹਰੀ ਦਇਆ ਤੇ ਹੋਇ ਦਰਦ ਬਿਨਾਸੁ ॥
ତୋର ଦୟାରୁ ଦୁଃଖ-ଯନ୍ତ୍ରଣା ନାଶ ହୋଇଯାଏ,
ਤੁਮਰੀ ਮਇਆ ਤੇ ਕਮਲ ਬਿਗਾਸੁ ॥੩॥
ତୋର ଅନୁକମ୍ପାରୁ ହୃଦୟ-ପଦ୍ମ ପ୍ରସ୍ଫୁଟିତ ହୋଇଯାଏ||3||
ਹਉ ਬਲਿਹਾਰਿ ਜਾਉ ਗੁਰਦੇਵ ॥
ହେ ଗୁରୁଦେବ! ମୁଁ ତୁମ ପ୍ରତି ସମର୍ପିତ ଅଟେ,
ਸਫਲ ਦਰਸਨੁ ਜਾ ਕੀ ਨਿਰਮਲ ਸੇਵ ॥
ତୋର ଦର୍ଶନ ଫଳଦାୟକ ଅଟେ ଏବଂ ତୋର ସେବା ଅତି ନିର୍ମଳ ଅଟେ।
ਦਇਆ ਕਰਹੁ ਠਾਕੁਰ ਪ੍ਰਭ ਮੇਰੇ ॥
ନାନକ ବିନତି କରନ୍ତି ଯେ ହେ ମୋର ପ୍ରଭୁ! ମୋ’ ଉପରେ ଦୟା କର
ਗੁਣ ਗਾਵੈ ਨਾਨਕੁ ਨਿਤ ਤੇਰੇ ॥੪॥੧੮॥੩੧॥
ଯେପରି ନିତ୍ୟ ତୋର ଗୁଣଗାନ କରିବି||4||18||31||
ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥
ਸਭ ਤੇ ਊਚ ਜਾ ਕਾ ਦਰਬਾਰੁ ॥
ଯାହାର ଦରବାର ସବୁଠାରୁ ଉଚ୍ଚ ଅଟେ,
ਸਦਾ ਸਦਾ ਤਾ ਕਉ ਜੋਹਾਰੁ ॥
ସେହି ଓଁକାର ସର୍ବଦା ବନ୍ଦନୀୟ ଅଟେ।
ਊਚੇ ਤੇ ਊਚਾ ਜਾ ਕਾ ਥਾਨ ॥
ଯାହାର ସ୍ଥାନ ସର୍ବୋପରି ଅଟେ,
ਕੋਟਿ ਅਘਾ ਮਿਟਹਿ ਹਰਿ ਨਾਮ ॥੧॥
ସେହି ହରିନାମର ଜପ କରିବା ଦ୍ଵାରା କୋଟି କୋଟି ପାପ ଅପରାଧ ଦୂର ହୋଇଯାଏ||1||
ਤਿਸੁ ਸਰਣਾਈ ਸਦਾ ਸੁਖੁ ਹੋਇ ॥
ତାହାଙ୍କ ଶରଣରେ ଆସିବା ଦ୍ଵାରା ସଦା ସୁଖ ପ୍ରାପ୍ତ ହୋଇଥାଏ,
ਕਰਿ ਕਿਰਪਾ ਜਾ ਕਉ ਮੇਲੈ ਸੋਇ ॥੧॥ ਰਹਾਉ ॥
ଯାହା ଉପରେ କୃପା କରିଥାନ୍ତି, ତାହାକୁ ନିଜ ସାଥିରେ ମିଳାଇ ଦେଇଥାନ୍ତି॥1॥ରୁହ॥
ਜਾ ਕੇ ਕਰਤਬ ਲਖੇ ਨ ਜਾਹਿ ॥
ଯାହାଙ୍କ ଲୀଳା ବୁଝି ହୁଏନାହିଁ,
ਜਾ ਕਾ ਭਰਵਾਸਾ ਸਭ ਘਟ ਮਾਹਿ ॥
ସବୁ ଲୋକଙ୍କ ଯାହାଙ୍କ ଉପରେ ଅତୁଟ ଆସ୍ଥା ଅଛି,
ਪ੍ਰਗਟ ਭਇਆ ਸਾਧੂ ਕੈ ਸੰਗਿ ॥
ସେହି ସାଧୁ-ପୁରୁଷଙ୍କ ସଙ୍ଗତରେ ରହିବା ଦ୍ଵାରା ପ୍ରକଟ ହୋଇଥାଏ।
ਭਗਤ ਅਰਾਧਹਿ ਅਨਦਿਨੁ ਰੰਗਿ ॥੨॥
ଭକ୍ତଜନ ସର୍ବଦା ତାହାଙ୍କ ଆରାଧନା କରିଥାନ୍ତି||2||
ਦੇਦੇ ਤੋਟਿ ਨਹੀ ਭੰਡਾਰ ॥
ସେ ଯେତେ ଦେଲେ ମଧ୍ୟ ତାହାଙ୍କ ଭଣ୍ଡାର ଖାଲି ହୁଏନାହିଁ।
ਖਿਨ ਮਹਿ ਥਾਪਿ ਉਥਾਪਨਹਾਰ ॥
ସେ ପ୍ରତି କ୍ଷଣରେ ବନାଇ ବିଗାଡି ଥାଆନ୍ତି।
ਜਾ ਕਾ ਹੁਕਮੁ ਨ ਮੇਟੈ ਕੋਇ ॥
ଯାହାଙ୍କ ହୁକୁମ କେହି ଟାଳି ପାରେ ନାହିଁ,
ਸਿਰਿ ਪਾਤਿਸਾਹਾ ਸਾਚਾ ਸੋਇ ॥੩॥
ସେହି ସଚ୍ଚା ପରମେଶ୍ଵର ସଂପୂର୍ଣ୍ଣ ସୃଷ୍ଟିର ବାଦଶାହ ଅଟନ୍ତି||3||
ਜਿਸ ਕੀ ਓਟ ਤਿਸੈ ਕੀ ਆਸਾ ॥
ଯାହାଙ୍କ ସାହାରା ସମସ୍ତେ ପ୍ରାପ୍ତ କରିଥାନ୍ତି, ଆମର ଆଶା ତାହାଙ୍କ ପାଖରେ ହିଁ ରହିଥାଏ।