ODIA PAGE 1145

ਦੁਖੁ ਸੁਖੁ ਹਮਰਾ ਤਿਸ ਹੀ ਪਾਸਾ ॥
ଆମର ଡୁହକ ଅଥବା ସୁଖ ସବୁ ତାହାଙ୍କ ପାଖରେ ଅଛି।

ਰਾਖਿ ਲੀਨੋ ਸਭੁ ਜਨ ਕਾ ਪੜਦਾ ॥
ଯିଏ ସବୁ ଭକ୍ତଙ୍କ ସମ୍ମାନ ରକ୍ଷା କରିଥାନ୍ତି,

ਨਾਨਕੁ ਤਿਸ ਕੀ ਉਸਤਤਿ ਕਰਦਾ ॥੪॥੧੯॥੩੨॥
ନାନକ ତାହାଙ୍କ ପ୍ରଶଂସା କରିଥାନ୍ତି||4||19||32||

ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥ 

ਰੋਵਨਹਾਰੀ ਰੋਜੁ ਬਨਾਇਆ ॥
ରୋଦନ କରିବା ବ୍ୟକ୍ତି ରୋଦନର ନିୟମ ବନାଇ ଥାଏ। 

ਬਲਨ ਬਰਤਨ ਕਉ ਸਨਬੰਧੁ ਚਿਤਿ ਆਇਆ ॥
ନିଜ କାର୍ଯ୍ୟ-ବ୍ୟବହାର (ଲାଭ-କ୍ଷତି)ର ତାହାର ଖିଆଲ ନଥାଏ। 

ਬੂਝਿ ਬੈਰਾਗੁ ਕਰੇ ਜੇ ਕੋਇ ॥
ଯଦି କେହି ବୈରାଗୀ ହୋଇ ତଥ୍ୟକୁ ବୁଝି ନିଏ,

ਜਨਮ ਮਰਣ ਫਿਰਿ ਸੋਗੁ ਨ ਹੋਇ ॥੧॥
ତାହାକୁ ପୁନଃ ଜନ୍ମ-ମରଣର ଦୁଃଖ ହୁଏନାହିଁ||1||

ਬਿਖਿਆ ਕਾ ਸਭੁ ਧੰਧੁ ਪਸਾਰੁ ॥
ଦୁନିଆରେ ବିକାରର ଧନ୍ଦା ପ୍ରସାରିତ ହୋଇଛି,

ਵਿਰਲੈ ਕੀਨੋ ਨਾਮ ਅਧਾਰੁ ॥੧॥ ਰਹਾਉ ॥
କିନ୍ତୁ କେହି ବିରଳ ପ୍ରଭୁ-ନାମକୁ ନିଜ ଆଶ୍ରା ବନାଇ ଥାଏ॥1॥ରୁହ॥

ਤ੍ਰਿਬਿਧਿ ਮਾਇਆ ਰਹੀ ਬਿਆਪਿ ॥
ତିନି ଗୁଣ ବାଲୀ ମାୟା ସବୁଆଡେ ବ୍ୟାପ୍ତ ଅଛି,

ਜੋ ਲਪਟਾਨੋ ਤਿਸੁ ਦੂਖ ਸੰਤਾਪ ॥
ଯିଏ ଏହା ସହିତ ଲିପ୍ତ ରହିଥାଏ, ତାହାକୁ ହିଁ ଦୁଃଖ ସନ୍ତାପ ହୋଇଥାଏ।

ਸੁਖੁ ਨਾਹੀ ਬਿਨੁ ਨਾਮ ਧਿਆਏ ॥
ହରିନାମର ଧ୍ୟାନ କରିବା ବିନା ସୁଖ ପ୍ରାପ୍ତ ହୁଏନାହିଁ ଏବଂ 

ਨਾਮ ਨਿਧਾਨੁ ਬਡਭਾਗੀ ਪਾਏ ॥੨॥
ନାମ ରୂପୀ ନିଧି କେହି ଭାଗ୍ୟବାନ ହିଁ ପ୍ରାପ୍ତ କରିଥାଏ||2||

ਸ੍ਵਾਂਗੀ ਸਿਉ ਜੋ ਮਨੁ ਰੀਝਾਵੈ ॥
ଯେଉଁ ଭଳି ବ୍ୟକ୍ତି ବେଶ ଧାରଣ କରି ମନ ପ୍ରସନ୍ନ ରଖିଥାଏ,

ਸ੍ਵਾਗਿ ਉਤਾਰਿਐ ਫਿਰਿ ਪਛੁਤਾਵੈ ॥
ବେଶ କାଢିବା ପରେ ପୁଣି ପଶ୍ଚାତାପ କରିଥାଏ। 

ਮੇਘ ਕੀ ਛਾਇਆ ਜੈਸੇ ਬਰਤਨਹਾਰ ॥
ଯେପରି ବାଦଲର ଛାୟା ହୋଇଥାଏ,

ਤੈਸੋ ਪਰਪੰਚੁ ਮੋਹ ਬਿਕਾਰ ॥੩॥
ସେପରି ମୋହ-ବିକାରରର ପ୍ରପଞ୍ଚ ଅଟେ||3||

ਏਕ ਵਸਤੁ ਜੇ ਪਾਵੈ ਕੋਇ ॥
ଯଦି କେହି ପ୍ରଭୁନାମ ରୂପୀ ବସ୍ତୁକୁ ପାଇଥାଏ,

ਪੂਰਨ ਕਾਜੁ ਤਾਹੀ ਕਾ ਹੋਇ ॥
ତାହାର କାର୍ଯ୍ୟ ହିଁ ପୂର୍ଣ୍ଣ ହୋଇଥାଏ।

ਗੁਰ ਪ੍ਰਸਾਦਿ ਜਿਨਿ ਪਾਇਆ ਨਾਮੁ ॥
ହେ ନାନକ! ଗୁରୁଙ୍କ ଆଶୀର୍ବାଦରୁ ଯିଏ ପ୍ରଭୁନାମ ପ୍ରାପ୍ତ କରିଛି,

ਨਾਨਕ ਆਇਆ ਸੋ ਪਰਵਾਨੁ ॥੪॥੨੦॥੩੩॥
ତାହାଙ୍କ ଜନ୍ମ ହିଁ ସଫଳ ହୋଇଛି||4||20||33||                    

ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥ 

ਸੰਤ ਕੀ ਨਿੰਦਾ ਜੋਨੀ ਭਵਨਾ ॥
ସନ୍ଥ ପୁରୁଷଙ୍କ ନିନ୍ଦୁକକୁ ଯୋନି ଚକ୍ରରେ ରଖିଥାନ୍ତି,

ਸੰਤ ਕੀ ਨਿੰਦਾ ਰੋਗੀ ਕਰਨਾ ॥
ସନ୍ଥଙ୍କ ନିନ୍ଦୁକକୁ ରୋଗୀ ବନାଇ ଥାଆନ୍ତି।

ਸੰਤ ਕੀ ਨਿੰਦਾ ਦੂਖ ਸਹਾਮ ॥
ଯଦି ସନ୍ଥଙ୍କ ନିନ୍ଦା କରାଯାଏ, ଦୁଃଖ ସହ୍ୟ କରିବାକୁ ପଡିଥାଏ ଏବଂ 

ਡਾਨੁ ਦੈਤ ਨਿੰਦਕ ਕਉ ਜਾਮ ॥੧॥
ସନ୍ଥଙ୍କ ନିନ୍ଦୁକକୁ ଜାମ କଠୋର ଦଣ୍ଡ ଦେଇଥାଏ॥1॥ 

ਸੰਤਸੰਗਿ ਕਰਹਿ ਜੋ ਬਾਦੁ ॥
ସନ୍ଥଙ୍କ ନିନ୍ଦୁକକୁ 

ਤਿਨ ਨਿੰਦਕ ਨਾਹੀ ਕਿਛੁ ਸਾਦੁ ॥੧॥ ਰਹਾਉ ॥
କୌଣସି ଶାନ୍ତି ମିଳେନାହିଁ॥1॥ରୁହ॥

ਭਗਤ ਕੀ ਨਿੰਦਾ ਕੰਧੁ ਛੇਦਾਵੈ ॥
ଭକ୍ତର ନିନ୍ଦୁକ ଶରୀରକୁ ଭାଙ୍ଗି ଦେଇଥାଏ ଏବଂ 

ਭਗਤ ਕੀ ਨਿੰਦਾ ਨਰਕੁ ਭੁੰਚਾਵੈ ॥
ଭକ୍ତର ନିନ୍ଦା କରିବା ଦ୍ଵାରା ନର୍କ ଭୋଗ ହିଁ ମିଳିଥାଏ।

ਭਗਤ ਕੀ ਨਿੰਦਾ ਗਰਭ ਮਹਿ ਗਲੈ ॥
ଭକ୍ତଙ୍କ ନିନ୍ଦୁକ ଗର୍ଭରେ ଦୁଃଖ ପାଇଥାଏ,

ਭਗਤ ਕੀ ਨਿੰਦਾ ਰਾਜ ਤੇ ਟਲੈ ॥੨॥
ଭକ୍ତଙ୍କ ନିନ୍ଦୁକର କ୍ଷମତା ଓ ସବୁ ଖୁସି ଛଡାଇ ନିଆଯାଏ||2||

ਨਿੰਦਕ ਕੀ ਗਤਿ ਕਤਹੂ ਨਾਹਿ ॥
ଭକ୍ତଙ୍କ ନିନ୍ଦୁକର କେବେ ଗତି ହୁଏନାହିଁ ଏବଂ 

ਆਪਿ ਬੀਜਿ ਆਪੇ ਹੀ ਖਾਹਿ ॥
ନିଜେ କରିଥିବା କର୍ମର ଫଳ ସେ ସ୍ଵୟଂ ପ୍ରାପ୍ତ କରିଥାଏ।

ਚੋਰ ਜਾਰ ਜੂਆਰ ਤੇ ਬੁਰਾ ॥
ସେହି ଚୋର, ଦୁଷ୍ଟ, ଜୁଆଡି ଠାରୁ ମଧ୍ୟ ମନ୍ଦ ଅଟେ ଏବଂ 

ਅਣਹੋਦਾ ਭਾਰੁ ਨਿੰਦਕਿ ਸਿਰਿ ਧਰਾ ॥੩॥
ଭକ୍ତଙ୍କ ନିନ୍ଦୁକ ହିଁ ମସ୍ତକରେ ଦୁଃଖର ବୋଝ ବହନ କରିଥାଏ||3||

ਪਾਰਬ੍ਰਹਮ ਕੇ ਭਗਤ ਨਿਰਵੈਰ ॥
ପରଂବ୍ରହ୍ମଙ୍କ ଭକ୍ତ ପ୍ରେମ ସ୍ୱରୂପ ଅଟନ୍ତି, ତାହାଙ୍କ କେହି ଶତ୍ରୁ ନାହାନ୍ତି,

ਸੋ ਨਿਸਤਰੈ ਜੋ ਪੂਜੈ ਪੈਰ ॥
ଯିଏ ତାହାଙ୍କ ଚରଣ ପୂଜା କରିଥାଏ, ସେ ମୋକ୍ଷ ପ୍ରାପ୍ତ କରିଥାଏ।

ਆਦਿ ਪੁਰਖਿ ਨਿੰਦਕੁ ਭੋਲਾਇਆ ॥
ନାନକ କହନ୍ତି ଯେ ବାସ୍ତବରେ ଈଶ୍ଵର ହିଁ ନିନ୍ଦୁକକୁ ଭ୍ରମରେ ରଖିଛନ୍ତି ଏବଂ 

ਨਾਨਕ ਕਿਰਤੁ ਨ ਜਾਇ ਮਿਟਾਇਆ ॥੪॥੨੧॥੩੪॥
ତାହାଙ୍କ କର୍ମକୁ ଟାଳି ହେବ ନାହିଁ||4||21||34||

ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥ 

ਨਾਮੁ ਹਮਾਰੈ ਬੇਦ ਅਰੁ ਨਾਦ ॥
ହରିନାମର ଜପ ହିଁ ଆମ ପାଇଁ ବେଦ ଏବଂ ମନ୍ତ୍ର ଉଚ୍ଚାରଣ ଅଟେ ଏବଂ

ਨਾਮੁ ਹਮਾਰੈ ਪੂਰੇ ਕਾਜ ॥
ନାମ ଦ୍ଵାରା ହିଁ ଆମ କାର୍ଯ୍ୟ ପୂର୍ଣ୍ଣ ହୋଇଥାଏ।

ਨਾਮੁ ਹਮਾਰੈ ਪੂਜਾ ਦੇਵ ॥
ନାମର ଜପ ଆମ ପାଇଁ ଇଷ୍ଟ ପୂଜା ଅଟେ ଏବଂ

ਨਾਮੁ ਹਮਾਰੈ ਗੁਰ ਕੀ ਸੇਵ ॥੧॥
ନାମର ଉପାସନା ହିଁ ଗୁରୁଙ୍କ ସେବା ଅଟେ||1||

ਗੁਰਿ ਪੂਰੈ ਦ੍ਰਿੜਿਓ ਹਰਿ ਨਾਮੁ ॥
ପୂର୍ଣ୍ଣ ଗୁରୁ ହିଁ ହରିନାମ ମନରେ ଦୃଢ କରାଇ ଥାଆନ୍ତି ଏବଂ

ਸਭ ਤੇ ਊਤਮੁ ਹਰਿ ਹਰਿ ਕਾਮੁ ॥੧॥ ਰਹਾਉ ॥
ହରିଙ୍କ ଆରାଧନା ହି ସବୁଠାରୁ ଉତ୍ତମ କାର୍ଯ୍ୟ ଅଟେ॥1॥ରୁହ॥

ਨਾਮੁ ਹਮਾਰੈ ਮਜਨ ਇਸਨਾਨੁ ॥
ଈଶ୍ବରଙ୍କ ନାମ ସ୍ମରଣ ହିଁ ଆମର ତୀର୍ଥ-ସ୍ନାନ ଅଟେ ଏବଂ

ਨਾਮੁ ਹਮਾਰੈ ਪੂਰਨ ਦਾਨੁ ॥
ନାମର ଅର୍ଚ୍ଚନା ହିଁ ଆମ ପାଇଁ ପୂର୍ଣ୍ଣ ଦାନ ଅଟେ।

ਨਾਮੁ ਲੈਤ ਤੇ ਸਗਲ ਪਵੀਤ ॥
ଈଶ୍ଵରଙ୍କ ନାମ ନେବା ଦ୍ଵାରା ସମସ୍ତେ ପବିତ୍ର ହୋଇଯାନ୍ତି।

ਨਾਮੁ ਜਪਤ ਮੇਰੇ ਭਾਈ ਮੀਤ ॥੨॥
ଯିଏ ପରମେଶ୍ଵରଙ୍କ ନାମ ଜପିଥାଏ, ବାସ୍ତବରେ ସେ ହିଁ ଆମର ଭାଇ ଓ ପରମ ମିତ୍ର ଅଟେ||2||

ਨਾਮੁ ਹਮਾਰੈ ਸਉਣ ਸੰਜੋਗ ॥
ଆମ ପାଇଁ ହରିନାମ ହିଁ ଶୁଭ-ସଂଯୋଗ ଅଟେ, 

ਨਾਮੁ ਹਮਾਰੈ ਤ੍ਰਿਪਤਿ ਸੁਭੋਗ ॥
ନାମ ସ୍ମରଣ ହିଁ ପୂର୍ଣ୍ଣ ତୃପ୍ତି ଏବଂ ଭୋଗ ଆନନ୍ଦ ଅଟେ।

ਨਾਮੁ ਹਮਾਰੈ ਸਗਲ ਆਚਾਰ ॥
ନାମର ଉପାସନା ହିଁ ଆମର ସବୁ ଆଧାର ଅଟେ ଏବଂ

ਨਾਮੁ ਹਮਾਰੈ ਨਿਰਮਲ ਬਿਉਹਾਰ ॥੩॥
ନାମର ବନ୍ଦନା ଆମର ନିର୍ମଳ ବ୍ୟବହାର ଅଟେ||3||

ਜਾ ਕੈ ਮਨਿ ਵਸਿਆ ਪ੍ਰਭੁ ਏਕੁ ॥
ଯାହାର ମନରେ ପ୍ରଭୁ ବାସ କରିଛନ୍ତି, 

ਸਗਲ ਜਨਾ ਕੀ ਹਰਿ ਹਰਿ ਟੇਕ ॥
ସେ ହିଁ ସବୁଙ୍କ ଆଶ୍ରା ବନିଛନ୍ତି।

ਮਨਿ ਤਨਿ ਨਾਨਕ ਹਰਿ ਗੁਣ ਗਾਉ ॥
ହେ ନାନକ! ସାଧୁ ପୁରୁଷଙ୍କ ସଙ୍ଗତରେ ଯାହାକୁ ନାମ ଦେଇଥାନ୍ତି,

ਸਾਧਸੰਗਿ ਜਿਸੁ ਦੇਵੈ ਨਾਉ ॥੪॥੨੨॥੩੫॥
ସେ ମନ-ତନରେ ପ୍ରଭୁଙ୍କ ଗୁଣଗାନ ହିଁ କରିଥାଏ||4||22||35||

error: Content is protected !!