ODIA PAGE 1163

ਸੁਰ ਤੇਤੀਸਉ ਜੇਵਹਿ ਪਾਕ ॥
ତେତିଶ କୋଟି ଦେବତା ଯାହାଙ୍କ ରୋଷେଇ ଘରେ ଭୋଜନର କାର୍ଯ୍ୟ କରିଥାନ୍ତି, 

ਨਵ ਗ੍ਰਹ ਕੋਟਿ ਠਾਢੇ ਦਰਬਾਰ ॥
କୋଟି କୋଟି ନବଗ୍ରହ ତାହାଙ୍କ ଦ୍ଵାରରେ ଦଣ୍ଡାୟମାନ ହୋଇଥାନ୍ତି,

ਧਰਮ ਕੋਟਿ ਜਾ ਕੈ ਪ੍ਰਤਿਹਾਰ ॥੨॥
କୋଟି କୋଟି ଧର୍ମରାଜ ଯାହାଙ୍କ ଜଗୁଆଳି ଅଟେ||2||

ਪਵਨ ਕੋਟਿ ਚਉਬਾਰੇ ਫਿਰਹਿ ॥
କୋଟି କୋଟି ପବନ ଯାହାଙ୍କ ଚାରିପଟେ ବହିଥାଏ,

ਬਾਸਕ ਕੋਟਿ ਸੇਜ ਬਿਸਥਰਹਿ ॥
କୋଟି କୋଟି ନାଗରାଜ ତାହାଙ୍କ ଶେଯ ପାଇଁ ବିଛାଇ ରହିଥାନ୍ତି,

ਸਮੁੰਦ ਕੋਟਿ ਜਾ ਕੇ ਪਾਨੀਹਾਰ ॥
କୋଟି କୋଟି ସମୁଦ୍ର ଯାହାଙ୍କ ପାଣି ଭରିଥାନ୍ତି ଏବଂ 

ਰੋਮਾਵਲਿ ਕੋਟਿ ਅਠਾਰਹ ਭਾਰ ॥੩॥
ଅଠର ଭାର ବାଲା କୋଟି କୋଟି ବନସ୍ପତି ତାହାଙ୍କ ରୁମ ଅଟେ||3||

ਕੋਟਿ ਕਮੇਰ ਭਰਹਿ ਭੰਡਾਰ ॥
କୋଟି କୋଟି ଧନର ଦେବତା କୁବେର ତାହାଙ୍କ ଭଣ୍ଡାର ଭରିଥାନ୍ତି,                                                                                         

ਕੋਟਿਕ ਲਖਿਮੀ ਕਰੈ ਸੀਗਾਰ ॥
କୋଟି କୋଟି ଲକ୍ଷ୍ମୀ ତାହାଙ୍କ ପାଇଁ ଶୃଙ୍ଗାର କରିଥାନ୍ତି। 

ਕੋਟਿਕ ਪਾਪ ਪੁੰਨ ਬਹੁ ਹਿਰਹਿ ॥
ତାହାଙ୍କ ଦର୍ଶନ ଦ୍ଵାରା କୋଟି କୋଟି ପାପ ମଧ୍ୟ ଦୂର ହୋଇଯାଏ, 

ਇੰਦ੍ਰ ਕੋਟਿ ਜਾ ਕੇ ਸੇਵਾ ਕਰਹਿ ॥੪॥
କୋଟି କୋଟି ଇନ୍ଦ୍ର ମଧ୍ୟ ତାହାଙ୍କ ସେବାରେ ତତ୍ପର ରହିଥାନ୍ତି||4||

ਛਪਨ ਕੋਟਿ ਜਾ ਕੈ ਪ੍ਰਤਿਹਾਰ ॥
ଯାହାଙ୍କ ଛପନ କୋଟି ଦ୍ଵାରପାଳ ଅଛନ୍ତି,

ਨਗਰੀ ਨਗਰੀ ਖਿਅਤ ਅਪਾਰ ॥
ନଗର-ନଗର ତାହାଙ୍କ ଯଶ ପ୍ରସାରିତ ହୋଇଛି। 

ਲਟ ਛੂਟੀ ਵਰਤੈ ਬਿਕਰਾਲ ॥
ଜଟାଧାରୀ ଭୟାନକ ଭୁତ-ପ୍ରେତ, ପିଶାଚ ଇତ୍ୟାଦି ତାହାଙ୍କ ଆଜ୍ଞାରେ ହିଁ ସକ୍ରିୟ ହୋଇଥାନ୍ତି।

ਕੋਟਿ ਕਲਾ ਖੇਲੈ ਗੋਪਾਲ ॥੫॥
ବାସ୍ତବରେ ଈଶ୍ଵର କୋଟି କୋଟି ଶକ୍ତିର ରୂପରେ ଲୀଳା କରିଥାନ୍ତି||5||

ਕੋਟਿ ਜਗ ਜਾ ਕੈ ਦਰਬਾਰ ॥
କୋଟି କୋଟି ଉତ୍ସବ ଯାହାଙ୍କ ଦରବାରରେ ହେଉଛି, 

ਗੰਧ੍ਰਬ ਕੋਟਿ ਕਰਹਿ ਜੈਕਾਰ ॥
କୋଟି କୋଟି ଗନ୍ଧର୍ବ ଜୟ-ଜୟକାର କରିଥାନ୍ତି। 

ਬਿਦਿਆ ਕੋਟਿ ਸਭੈ ਗੁਨ ਕਹੈ ॥
କୋଟି କୋଟି ରୂପରେ ବିଦ୍ୟାର ଦେବୀ ସରସ୍ଵତୀ ତାହାଙ୍କ ଗୁଣଗାନ କରିଥାନ୍ତି,

ਤਊ ਪਾਰਬ੍ਰਹਮ ਕਾ ਅੰਤੁ ਨ ਲਹੈ ॥੬॥
ସେହି ପରଂବ୍ରହ୍ମଙ୍କ ରହସ୍ୟ କେହି ଜାଣନ୍ତି ନାହିଁ||6||

ਬਾਵਨ ਕੋਟਿ ਜਾ ਕੈ ਰੋਮਾਵਲੀ ॥
ଯାହାଙ୍କ ବାବନ କୋଟି ରୁମ ଭଳି ବାନର ସେନା ଥିଲେ, 

ਰਾਵਨ ਸੈਨਾ ਜਹ ਤੇ ਛਲੀ ॥
ଯେଉଁ ରାମ ରାବଣ ସେନାକୁ ଛଳ କରିଥିଲେ,

ਸਹਸ ਕੋਟਿ ਬਹੁ ਕਹਤ ਪੁਰਾਨ ॥ ਦੁਰਜੋਧਨ ਕਾ ਮਥਿਆ ਮਾਨੁ ॥੭॥
ପୁରାଣରେ ସେହି ଈଶ୍ଵରଙ୍କ ହିଁ କୋଟି କୋଟି କଥା ଅଛି। ସେ ଦୁର୍ଜ୍ୟୋଧନର ଗର୍ବକୁ ଖର୍ବ କରିଥିଲେ||7||

ਕੰਦ੍ਰਪ ਕੋਟਿ ਜਾ ਕੈ ਲਵੈ ਨ ਧਰਹਿ ॥ ਅੰਤਰ ਅੰਤਰਿ ਮਨਸਾ ਹਰਹਿ ॥
କୋଟି କୋଟି କାମଦେବ ମଧ୍ୟ ତାହାଙ୍କ ତୁଳନା କରି ପାରନ୍ତି ନାହିଁ, କାରଣ ସେ ମନରେ ହିଁ ବାସନା ଚୋରାଇ ନେଇଥାଏ।

ਕਹਿ ਕਬੀਰ ਸੁਨਿ ਸਾਰਿਗਪਾਨ ॥
କବୀର ଜୀ ବିନତି କରନ୍ତି ଯେ ହେ ପ୍ରଭୁ! ଶୁଣ,

ਦੇਹਿ ਅਭੈ ਪਦੁ ਮਾਂਗਉ ਦਾਨ ॥੮॥੨॥੧੮॥੨੦॥
ମୁଁ  ତୋ’ ଠାରୁ ଏହି ଦାନ ଚାହିଁ ଥାଏ, ମୋତେ ଅଭୟ ପଦ (ମୋକ୍ଷ) ପ୍ରଦାନ କର||8||2||18||20||

ਭੈਰਉ ਬਾਣੀ ਨਾਮਦੇਉ ਜੀਉ ਕੀ ਘਰੁ ੧
ଭୈରଉ ବାଣୀ ନାମଦେବ ଜୀ ଘର 1

ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।

ਰੇ ਜਿਹਬਾ ਕਰਉ ਸਤ ਖੰਡ ॥
ହେ ଜିହ୍ଵା! ତୋର ସାତ ଖଣ୍ଡ କରିଦେବି,

ਜਾਮਿ ਨ ਉਚਰਸਿ ਸ੍ਰੀ ਗੋਬਿੰਦ ॥੧॥
ଯଦି ତୁ ହରିନାମ ଉଚ୍ଚାରଣ  ନ କରୁ||1||

ਰੰਗੀ ਲੇ ਜਿਹਬਾ ਹਰਿ ਕੈ ਨਾਇ ॥
ହେ ମନୁଷ୍ୟ! ଜିହ୍ଵାକୁ ହରିନାମରେ ରଙ୍ଗୀନ କର, 

ਸੁਰੰਗ ਰੰਗੀਲੇ ਹਰਿ ਹਰਿ ਧਿਆਇ ॥੧॥ ਰਹਾਉ ॥
ପରମାତ୍ମାଙ୍କ ଭଜନ କରି ପ୍ରେମ ରଙ୍ଗରେ ରଙ୍ଗୀନ ହୁଅ॥1॥ରୁହ॥

ਮਿਥਿਆ ਜਿਹਬਾ ਅਵਰੇਂ ਕਾਮ ॥
ହେ ଜିହ୍ଵା! ତୋର ଅନ୍ୟ କାମ ମିଥ୍ୟା ଅଟେ,

ਨਿਰਬਾਣ ਪਦੁ ਇਕੁ ਹਰਿ ਕੋ ਨਾਮੁ ॥੨॥
କେବଳ ପରମାତ୍ମାଙ୍କ ସ୍ମରଣ କରିତବା ଦ୍ଵାରା ନିର୍ବାଣ ପଦ ପ୍ରାପ୍ତ ହୋଇଥାଏ||2||

ਅਸੰਖ ਕੋਟਿ ਅਨ ਪੂਜਾ ਕਰੀ ॥
ଅସଂଖ୍ୟ କୋଟି କୋଟି ଅନ୍ୟ ପୂଜା କରାଯାଏ, 

ਏਕ ਨ ਪੂਜਸਿ ਨਾਮੈ ਹਰੀ ॥੩॥
ଏକ ମଧ୍ୟ ପ୍ରଭୁନାମ ସମକକ୍ଷ ନୁହେଁ||3||

ਪ੍ਰਣਵੈ ਨਾਮਦੇਉ ਇਹੁ ਕਰਣਾ ॥
ନାମଦେବ ବିନତି କରନ୍ତି ଯେ ହେ ଜିହ୍ଵା! ତୋ’ ପାଇଁ ଏହା ଉଚିତ କାର୍ଯ୍ୟ ଯେ

ਅਨੰਤ ਰੂਪ ਤੇਰੇ ਨਾਰਾਇਣਾ ॥੪॥੧॥
ଅନନ୍ତ ରୂପ ନାରାୟଣଙ୍କ ନାମ ଜପି ଅଛି||4||1||

ਪਰ ਧਨ ਪਰ ਦਾਰਾ ਪਰਹਰੀ ॥
ଯିଏ ପର ଧନ ଏବଂ ପର ନାରୀର ମୋହ ତ୍ୟାଗ କରି ଦେଇଛି,

ਤਾ ਕੈ ਨਿਕਟਿ ਬਸੈ ਨਰਹਰੀ ॥੧॥
ଈଶ୍ଵର ତାହାଙ୍କ ନିକଟରେ ବାସ କରିଥାନ୍ତି||1||

ਜੋ ਨ ਭਜੰਤੇ ਨਾਰਾਇਣਾ ॥
ଯେଉଁ ବ୍ୟକ୍ତି ପରମାତ୍ମାଙ୍କ ଭଜନ କରେ ନାହିଁ, 

ਤਿਨ ਕਾ ਮੈ ਨ ਕਰਉ ਦਰਸਨਾ ॥੧॥ ਰਹਾਉ ॥
ମୁଁ ତାହାଙ୍କ ଦର୍ଶନ କରିବି ନାହିଁ॥1॥ରୁହ॥

ਜਿਨ ਕੈ ਭੀਤਰਿ ਹੈ ਅੰਤਰਾ ॥
ଯାହାର ଅନ୍ତର୍ମନରେ ଭେଦଭାବ ଥାଏ,

ਜੈਸੇ ਪਸੁ ਤੈਸੇ ਓਇ ਨਰਾ ॥੨॥
ସେହି ପୁରୁଷ ଏପରି ଅଟେ, ଯେପରି ପଶୁ ହୋଇଥାଏ||2||

ਪ੍ਰਣਵਤਿ ਨਾਮਦੇਉ ਨਾਕਹਿ ਬਿਨਾ ॥ ਨਾ ਸੋਹੈ ਬਤੀਸ ਲਖਨਾ ॥੩॥੨॥
ନାମଦେବ ବିନତି କରନ୍ତି ଯେ ନାକ ବିନା ବତିଶ ଲକ୍ଷଣ ଥିବା ବାଲା ବ୍ୟକ୍ତି ସୁନ୍ଦର ଲାଗେ ନାହିଁ||3||2||

ਦੂਧੁ ਕਟੋਰੈ ਗਡਵੈ ਪਾਨੀ ॥ ਕਪਲ ਗਾਇ ਨਾਮੈ ਦੁਹਿ ਆਨੀ ॥੧॥
ଲୋଟାରେ ପାଣି ନେଇ ନାମଦେବ କପିଳ ଗାଈକୁ ଦୁହିଲେ ଆଉ ଦୁଧ ନେଇ ମନ୍ଦିର ଆସିଲେ||1||

ਦੂਧੁ ਪੀਉ ਗੋਬਿੰਦੇ ਰਾਇ ॥
ସେ ପ୍ରେମ ପୂର୍ବକ ବିନତି କରନ୍ତି ଯେ, ହେ ଗୋବିନ୍ଦ! ଦୁଧ ପିଅ,

ਦੂਧੁ ਪੀਉ ਮੇਰੋ ਮਨੁ ਪਤੀਆਇ ॥
ପୁନଃ ପ୍ରାର୍ଥନା କରିଛି, ଦୁଧ ପିଅ, ମୋର ମନ ପ୍ରସନ୍ନ ହୋଇଯିବ,

ਨਾਹੀ ਤ ਘਰ ਕੋ ਬਾਪੁ ਰਿਸਾਇ ॥੧॥ ਰਹਾਉ ॥
ଯଦି ତୁ ଦୁଗ୍ଧ ପାନ କରି ନାହୁଁ, ଘରେ ପିତାଜୀ ମୋ’ ସହିତ ନାରାଜ ହୋଇଯିବେ॥1॥ରୁହ॥

ਸੋੁਇਨ ਕਟੋਰੀ ਅੰਮ੍ਰਿਤ ਭਰੀ ॥ ਲੈ ਨਾਮੈ ਹਰਿ ਆਗੈ ਧਰੀ ॥੨॥
ସୁନାର ଲୋଟାରେ ଅମୃତମୟ ଦୁଧ ଭରି ନାମଦେବ ଭଗବାନଙ୍କ ପ୍ରତିମା ସମ୍ମୁଖରେ ରାଖୀ ଦେଲେ||2||                                                   

ਏਕੁ ਭਗਤੁ ਮੇਰੇ ਹਿਰਦੇ ਬਸੈ ॥ ਨਾਮੇ ਦੇਖਿ ਨਰਾਇਨੁ ਹਸੈ ॥੩॥
କେବଳ ଏକ ତୋର ଭଳି ଭକ୍ତ ହିଁ ମୋର ହୃଦୟରେ ବାସ କରିଥାନ୍ତି, ନାମଦେବଙ୍କ ଶ୍ରଦ୍ଧା ଦେଖି ଈଶ୍ଵର ହାସ୍ୟ ସହିତ କହିଲେ||3||

ਦੂਧੁ ਪੀਆਇ ਭਗਤੁ ਘਰਿ ਗਇਆ ॥
ଏହିପରି ଭକ୍ତ ନାମଦେବ ଭଗବାନଙ୍କୁ ଦୁଧ ପିଆଇ ଘରକୁ ଫେରି ଆସିଛନ୍ତି ଏବଂ

error: Content is protected !!