ਜੋ ਮਾਰੇ ਤਿਨਿ ਪਾਰਬ੍ਰਹਮਿ ਸੇ ਕਿਸੈ ਨ ਸੰਦੇ ॥
ଯେଉଁ ମନୁଷ୍ୟ ପରଂବ୍ରହ୍ମ ଦ୍ଵାରା ମୃତ ଅଟେ, ସେ କାହାରି ସହିତ ନଥାନ୍ତି।
ਵੈਰੁ ਕਰਨਿ ਨਿਰਵੈਰ ਨਾਲਿ ਧਰਮਿ ਨਿਆਇ ਪਚੰਦੇ ॥
ଏହା ଧର୍ମର ନ୍ୟାୟ ଯେ ଯେଉଁ ଲୋକ ଶତ୍ରୁହୀନ ସାଥିରେ ଶତ୍ରୁତା କରିଥାଏ, ସେ ବହୁତ ଦୁଃଖୀ ହୋଇଥାଏ।
ਜੋ ਜੋ ਸੰਤਿ ਸਰਾਪਿਆ ਸੇ ਫਿਰਹਿ ਭਵੰਦੇ ॥
ଯେଉଁ ବ୍ୟକ୍ତି ସନ୍ଥ ଦ୍ଵାରା ଶାପିତ ଅଟେ, ସେ ଯୋନିରେ ପଥଭ୍ରଷ୍ଟ ହେଉଥାଏ।
ਪੇਡੁ ਮੁੰਢਾਹੂ ਕਟਿਆ ਤਿਸੁ ਡਾਲ ਸੁਕੰਦੇ ॥੩੧॥
ବୃକ୍ଷ ମୂଳରୁ ଉପାଡି ଦେଲେ ତାହାର ଶାଖା ପ୍ରଶାଖା ଝାଉଁଳି ଯାଏ ॥31॥
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਗੁਰ ਨਾਨਕ ਹਰਿ ਨਾਮੁ ਦ੍ਰਿੜਾਇਆ ਭੰਨਣ ਘੜਣ ਸਮਰਥੁ ॥
ହେ ନାନକ! ମୋର ମନରେ ଗୁରୁ ସେହି ଭଗବାନଙ୍କ ନାମ ଦୃଢ କରିଛନ୍ତି, ଯିଏ ସ୍ଵାଭାବିକ ଭାବରେ ସୃଷ୍ଟିର ରଚନା ଏବଂ ବିନାଶ କରିବାରେ ସମର୍ଥ ଅଟନ୍ତି।
ਪ੍ਰਭੁ ਸਦਾ ਸਮਾਲਹਿ ਮਿਤ੍ਰ ਤੂ ਦੁਖੁ ਸਬਾਇਆ ਲਥੁ ॥੧॥
ହେ ମିତ୍ର! ଯଦି ତୁ ଭଗବାନଙ୍କୁ ସର୍ବଦା ସ୍ମରଣ କରୁ, ତାହାହେଲେ ତୋର ସବୁ ଦୁଃଖ ନିବୃତ୍ତ ହୋଇଯାଏ ॥1॥
ਮਃ ੫ ॥
ମହଲା 5॥
ਖੁਧਿਆਵੰਤੁ ਨ ਜਾਣਈ ਲਾਜ ਕੁਲਾਜ ਕੁਬੋਲੁ ॥
ଭୋକିଲା ମନୁଷ୍ୟ ମାନ-ଅପମାନ ତଥା ଅପଶବ୍ଦର ଖାତିର କରେ ନାହିଁ।
ਨਾਨਕੁ ਮਾਂਗੈ ਨਾਮੁ ਹਰਿ ਕਰਿ ਕਿਰਪਾ ਸੰਜੋਗੁ ॥੨॥
ହେ ହରି ନାନକ ତୁମ ନାମ ହିଁ ମାଗିଥାନ୍ତି, ଏଥିପାଇଁ, କୃପା କରି ଏପରି ସଂଯୋଗ ବନାଇ ଦିଅ ॥2॥
ਪਉੜੀ ॥
ପଉଡି॥
ਜੇਵੇਹੇ ਕਰਮ ਕਮਾਵਦਾ ਤੇਵੇਹੇ ਫਲਤੇ ॥
ମନୁଷ୍ୟ ଯେପରି କର୍ମ କରିଥାଏ, ସେ ସେପରି ଫଳ ପ୍ରାପ୍ତ କରିଥାଏ।
ਚਬੇ ਤਤਾ ਲੋਹ ਸਾਰੁ ਵਿਚਿ ਸੰਘੈ ਪਲਤੇ ॥
ଯଦି କେହି ଉତ୍ତପ୍ତ ଲୁହା ଚୋବାଏ , ତାହାହେଲେ ଗଳା ପୋଡିଯାଏ।
ਘਤਿ ਗਲਾਵਾਂ ਚਾਲਿਆ ਤਿਨਿ ਦੂਤਿ ਅਮਲ ਤੇ ॥
ତାହାର ମନ୍ଦ କର୍ମ କାରଣରୁ ଯମଦୂତ ତାହାର ଗଳାରେ ରସି ପକାଇ ଧକ୍କା ମାରି ନେଇଥାଏ।
ਕਾਈ ਆਸ ਨ ਪੁੰਨੀਆ ਨਿਤ ਪਰ ਮਲੁ ਹਿਰਤੇ ॥
ତାହାର କୌଣସି ଆଶା ପୁରା ହୁଏନାହିଁ, ସେ ସର୍ବଦା ପର ଜିନିଷ ଚୋରୀ କରିଥାଏ।
ਕੀਆ ਨ ਜਾਣੈ ਅਕਿਰਤਘਣ ਵਿਚਿ ਜੋਨੀ ਫਿਰਤੇ ॥
କୃତଘ୍ନ ମନୁଷ୍ୟ ଭଗବାନ କରିଥିବା ଉପକାରର କୃତଜ୍ଞତା ବ୍ୟକ୍ତ କରେ ନାହିଁ, ଏଥିପାଇଁ ଯୋନିରେ ବୁଲୁଥାଏ।
ਸਭੇ ਧਿਰਾਂ ਨਿਖੁਟੀਅਸੁ ਹਿਰਿ ਲਈਅਸੁ ਧਰ ਤੇ ॥
ଯେତେବେଳେ ତାହାର ସମସ୍ତ ସାହାରା ସମାପ୍ତ ହୋଇଯାଏ, ସେତେବେଳେ ଫଳ ଭୋଗିବା ପାଇଁ ଇଶ୍ଵର ତାହାକୁ ଦୁନିଆରୁ ଉଠାଇ ନିଅନ୍ତି।
ਵਿਝਣ ਕਲਹ ਨ ਦੇਵਦਾ ਤਾਂ ਲਇਆ ਕਰਤੇ ॥
ସେ ଲଢାଇର ଅଗ୍ନିକୁ ଲିଭିବା ପାଇଁ ଦିଏ ନାହିଁ, ଏଥିପାଇଁ, ପରମାତ୍ମା ତାହା ବୁଝନ୍ତି।
ਜੋ ਜੋ ਕਰਤੇ ਅਹੰਮੇਉ ਝੜਿ ਧਰਤੀ ਪੜਤੇ ॥੩੨॥
ଯେଉଁ ଲୋକ ଅଭିମାନ କରିଥାଏ, ସେ ଭାଙ୍ଗି ଧରିତ୍ରୀ ଉପରେ ପଡିଥାଏ ॥32॥
ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3॥
ਗੁਰਮੁਖਿ ਗਿਆਨੁ ਬਿਬੇਕ ਬੁਧਿ ਹੋਇ ॥
ଗୁରୁମୁଖୀ ଠାରେ ହିଁ ଜ୍ଞାନ ତଥା ବିବେକ ବୁଦ୍ଧି ଥାଏ।
ਹਰਿ ਗੁਣ ਗਾਵੈ ਹਿਰਦੈ ਹਾਰੁ ਪਰੋਇ ॥
ସେ ଭଗବାନଙ୍କ ମହିମା ସ୍ତୁତି କରିଥାଏ ଆଉ ନିଜ ହୃଦୟରେ ତାହାର ମାଳା ପିନ୍ଧିଥାଏ।
ਪਵਿਤੁ ਪਾਵਨੁ ਪਰਮ ਬੀਚਾਰੀ ॥
ସେ ପବିତ୍ର ଏବଂ ଉଚ୍ଚ ବୁଦ୍ଧି ବାଲା ହୋଇଥାଏ।
ਜਿ ਓਸੁ ਮਿਲੈ ਤਿਸੁ ਪਾਰਿ ਉਤਾਰੀ ॥
ଯେଉଁ ବ୍ୟକ୍ତି ତାହାର ସଂଗତି କରିଥାଏ, ସେ ତାହାକୁ ଭବସାଗରରୁ ପାର କରାଇ ଦିଅନ୍ତି।
ਅੰਤਰਿ ਹਰਿ ਨਾਮੁ ਬਾਸਨਾ ਸਮਾਣੀ ॥
ତାହାର ହୃଦୟରେ ପ୍ରଭୁ ନାମ (ରୂପୀ) ସୁଗନ୍ଧ ରହିଥାଏ,
ਹਰਿ ਦਰਿ ਸੋਭਾ ਮਹਾ ਉਤਮ ਬਾਣੀ ॥
ସେ ଭଗବାନଙ୍କ ଦରବାରରେ ବଡ ଶୋଭା ପ୍ରାପ୍ତ କରିଥାଏ ଆଉ ତାହାର ବାଣୀ ସର୍ବୋତ୍ତମ ହୋଇଥାଏ,
ਜਿ ਪੁਰਖੁ ਸੁਣੈ ਸੁ ਹੋਇ ਨਿਹਾਲੁ ॥
ଯେଉଁ ପୁରୁଷ ସେହି ବାଣୀକୁ ଶୁଣିଥାଏ, ସେ କୃତାର୍ଥ ହୋଇଯାଏ।
ਨਾਨਕ ਸਤਿਗੁਰ ਮਿਲਿਐ ਪਾਇਆ ਨਾਮੁ ਧਨੁ ਮਾਲੁ ॥੧॥
ହେ ନାନକ! ସଦଗୁରୁଙ୍କୁ ମିଶି ଏହି ନାମ (ରୂପୀ) ଧନ-ସମ୍ପତ୍ତି ପ୍ରାପ୍ତ କରିଛନ୍ତି ॥1॥
ਮਃ ੪ ॥
ମହଲା 4॥
ਸਤਿਗੁਰ ਕੇ ਜੀਅ ਕੀ ਸਾਰ ਨ ਜਾਪੈ ਕਿ ਪੂਰੈ ਸਤਿਗੁਰ ਭਾਵੈ ॥
ସଦଗୁରୁଙ୍କ ହୃଦୟର ଭେଦ ମନୁଷ୍ୟର ଜ୍ଞାତସାରରେ ଆସିପାରେ ନାହିଁ ଯେ ସଦଗୁରୁଙ୍କୁ କଣ ଭଲ ଲାଗିଥାଏ।
ਗੁਰਸਿਖਾਂ ਅੰਦਰਿ ਸਤਿਗੁਰੂ ਵਰਤੈ ਜੋ ਸਿਖਾਂ ਨੋ ਲੋਚੈ ਸੋ ਗੁਰ ਖੁਸੀ ਆਵੈ ॥
ପରନ୍ତୁ, ସଦଗୁରୁ ଶିଷ୍ୟର ହୃଦୟରେ ମହଜୁଦ ଥାଆନ୍ତି, ଯେଉଁ ମନୁଷ୍ୟ ତାହାର ସେବାର କାମନା କରିଥାଏ, ସେ ଗୁରୁଙ୍କ ଦ୍ଵାରା ପ୍ରସନ୍ନତା ପାଇଥାଏ।
ਸਤਿਗੁਰੁ ਆਖੈ ਸੁ ਕਾਰ ਕਮਾਵਨਿ ਸੁ ਜਪੁ ਕਮਾਵਹਿ ਗੁਰਸਿਖਾਂ ਕੀ ਘਾਲ ਸਚਾ ਥਾਇ ਪਾਵੈ ॥
“(କାରଣ) ସଦଗୁରୁ ଯାହା ଆଜ୍ଞା ଦେଇଥାନ୍ତି, ସେହି କାମ ଶିଷ୍ୟ କରିଥାଏ, ସତ୍ୟର ଘରେ ଗୁରୁଙ୍କ ଶିଷ୍ୟର ସେବା ସ୍ଵୀକୃତ ହୋଇଥାଏ।
ਵਿਣੁ ਸਤਿਗੁਰ ਕੇ ਹੁਕਮੈ ਜਿ ਗੁਰਸਿਖਾਂ ਪਾਸਹੁ ਕੰਮੁ ਕਰਾਇਆ ਲੋੜੇ ਤਿਸੁ ਗੁਰਸਿਖੁ ਫਿਰਿ ਨੇੜਿ ਨ ਆਵੈ ॥
ଯେଉଁ ମନୁଷ୍ୟ ସଦଗୁରୁଙ୍କ ଆଜ୍ଞାର ବିରୁଦ୍ଧରେ ଶିଷ୍ୟ ପାଖରେ କାମ କରିବା ଚାହେଁ, ଗୁରୁଙ୍କ ଶିଷ୍ୟ ପୁଣି ତାହାର ପାଖକୁ ଯାଏ ନାହିଁ,
ਗੁਰ ਸਤਿਗੁਰ ਅਗੈ ਕੋ ਜੀਉ ਲਾਇ ਘਾਲੈ ਤਿਸੁ ਅਗੈ ਗੁਰਸਿਖੁ ਕਾਰ ਕਮਾਵੈ ॥
“(ପରନ୍ତୁ) ଯେଉଁ ମନୁଷ୍ୟ ସଦଗୁରୁଙ୍କ ଦରବାରରେ ଏକାଗ୍ରଚିତ୍ତ ହୋଇ ସେବା କରିଥାଏ, ଶିଷ୍ୟ ତାହାର ସେବା କରିଥାଏ।
ਜਿ ਠਗੀ ਆਵੈ ਠਗੀ ਉਠਿ ਜਾਇ ਤਿਸੁ ਨੇੜੈ ਗੁਰਸਿਖੁ ਮੂਲਿ ਨ ਆਵੈ ॥
ଯେଉଁ ମନୁଷ୍ୟ ଛଳ କପଟ କରିବା ପାଇଁ ଆସିଥାଏ, ତାହାର ପାଖକୁ ଗୁରୁଙ୍କ ଶିଷ୍ୟ କେବେ ଆସେ ନାହିଁ।
ਬ੍ਰਹਮੁ ਬੀਚਾਰੁ ਨਾਨਕੁ ਆਖਿ ਸੁਣਾਵੈ ॥
ନାନକ ଏହି ବ୍ରହ୍ମା ବିଚାର କହି କରି ଶୁଣାଇଥାନ୍ତି ଯେ
ਜਿ ਵਿਣੁ ਸਤਿਗੁਰ ਕੇ ਮਨੁ ਮੰਨੇ ਕੰਮੁ ਕਰਾਏ ਸੋ ਜੰਤੁ ਮਹਾ ਦੁਖੁ ਪਾਵੈ ॥੨॥
ଯେଉଁ ମନୁଷ୍ୟ ସଦଗୁରୁଙ୍କ ମନକୁ ପ୍ରସନ୍ନ କରିବା ବିନା କାର୍ଯ୍ୟ କରିଥାଏ, ସେ ବହୁତ ଦୁଃଖ ଭୋଗ କରିଥାଏ ॥2॥
ਪਉੜੀ ॥
ପଉଡି॥
ਤੂੰ ਸਚਾ ਸਾਹਿਬੁ ਅਤਿ ਵਡਾ ਤੁਹਿ ਜੇਵਡੁ ਤੂੰ ਵਡ ਵਡੇ ॥
ହେ ପରମାତ୍ମା! ତୁ ହିଁ ସଚ୍ଚା ମାଲିକ ଅଟୁ, ତୁ ମହାନ ଅଟୁ, ତୋ’ ଭଳି ଅନ୍ୟ କେହି ମହାନ ନାହାନ୍ତି।
ਜਿਸੁ ਤੂੰ ਮੇਲਹਿ ਸੋ ਤੁਧੁ ਮਿਲੈ ਤੂੰ ਆਪੇ ਬਖਸਿ ਲੈਹਿ ਲੇਖਾ ਛਡੇ ॥
ଯାହାକୁ ତୁ ନିଜ ସାଥିରେ ମିଳନ କରାଉ, ସେ ତୋ’ ସହିତ ମିଳନ କରିଥାଏ, ତୁ ସ୍ଵୟଂ ହିଁ ତାହାର ଲେଖା ଛାଡି ଦେଇ ତାହାକୁ କ୍ଷମା କରୁ।
ਜਿਸ ਨੋ ਤੂੰ ਆਪਿ ਮਿਲਾਇਦਾ ਸੋ ਸਤਿਗੁਰੁ ਸੇਵੇ ਮਨੁ ਗਡ ਗਡੇ ॥
ଯାହା ସହିତ ତୁ ନିଜେ ମିଳନ କରୁ, ସେ ମନ ଲଗାଇ ସଦଗୁରୁଙ୍କ ସେବା କରିଥାଏ।
ਤੂੰ ਸਚਾ ਸਾਹਿਬੁ ਸਚੁ ਤੂ ਸਭੁ ਜੀਉ ਪਿੰਡੁ ਚੰਮੁ ਤੇਰਾ ਹਡੇ ॥
ହେ ପ୍ରଭୁ! ତୁ ସତ୍ୟ ଅଟୁ, ତୁ ସଚ୍ଚା ମାଲିକ ଅଟୁ, ତୋ’ ଦ୍ଵାରା ହିଁ ଜୀବର ସବୁ କିଛି- ପ୍ରାଣ, ଶରୀର, ତ୍ଵଚା, ଅସ୍ଥି ଦିଆ ହୋଇଛି।
ਜਿਉ ਭਾਵੈ ਤਿਉ ਰਖੁ ਤੂੰ ਸਚਿਆ ਨਾਨਕ ਮਨਿ ਆਸ ਤੇਰੀ ਵਡ ਵਡੇ ॥੩੩॥੧॥ ਸੁਧੁ ॥
ହେ ସତ୍ୟସ୍ଵରୂପ ପରମାତ୍ମା! ତୋତେ ଯେପରି ଉପଯୁକ୍ତ ଲାଗିଥାଏ, ଆମକୁ ସେପରି ହିଁ ରଖ, ନାନକଙ୍କ ମନରେ ତୋର ହିଁ ଆଶା ରହିଛି ॥33॥1॥ଶୁଦ୍ଧ॥