ਗਉੜੀ ਕੀ ਵਾਰ ਮਹਲਾ ੫ ਰਾਇ ਕਮਾਲਦੀ ਮੋਜਦੀ ਕੀ ਵਾਰ ਕੀ ਧੁਨਿ ਉਪਰਿ ਗਾਵਣੀ
ଗଉଡିର ବାର ମହଲା 5 ରାଈ କାମାଲ ଦି ମୋଜଦି କି ୱାର କି ଧ୍ୱନି ଉପରି ଗାବଣୀ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାକୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਹਰਿ ਹਰਿ ਨਾਮੁ ਜੋ ਜਨੁ ਜਪੈ ਸੋ ਆਇਆ ਪਰਵਾਣੁ ॥
ଯେଉଁ ବ୍ୟକ୍ତି ଭଗବାନଙ୍କ ନାମକୁ ସ୍ମରଣ କରିଥାଏ, ତାହାର ଦୁନିଆରେ ଜନ୍ମ ନେବା ସଫଳ ହୋଇଥାଏ।
ਤਿਸੁ ਜਨ ਕੈ ਬਲਿਹਾਰਣੈ ਜਿਨਿ ਭਜਿਆ ਪ੍ਰਭੁ ਨਿਰਬਾਣੁ ॥
ଯେଉଁ ବ୍ୟକ୍ତି ନିର୍ଲିପ୍ତ ପ୍ରଭୁଙ୍କ ଭଜନ କରିଅଛି, ମୁଁ ତାହା ପାଖରେ ସମର୍ପିତ ଅଟେ।
ਜਨਮ ਮਰਨ ਦੁਖੁ ਕਟਿਆ ਹਰਿ ਭੇਟਿਆ ਪੁਰਖੁ ਸੁਜਾਣੁ ॥
ତାହାକୁ ସର୍ବଜ୍ଞ ହରି ମିଳିଯାଇଛି, ତାହାର ଜନ୍ମ ମରଣର ଦୁଃଖ କ୍ଲେଶ ଦୂର ହୋଇଯାଇଛି।
ਸੰਤ ਸੰਗਿ ਸਾਗਰੁ ਤਰੇ ਜਨ ਨਾਨਕ ਸਚਾ ਤਾਣੁ ॥੧॥
ହେ ନାନକ! ତାହାକୁ ଏକ ସତ୍ୟସ୍ଵରୂପ ପରମାତ୍ମାଙ୍କ ହିଁ ସାହାରା ଅଛି, ସେ ସତସଙ୍ଗରେ ରହି ଭବସାଗର ପାର କରିଅଛି ॥1॥
ਮਃ ੫ ॥
ମହଲା 5॥
ਭਲਕੇ ਉਠਿ ਪਰਾਹੁਣਾ ਮੇਰੈ ਘਰਿ ਆਵਉ ॥
ଯଦି ପ୍ରାତଃ କାଳରେ କେହି ଅତିଥି ମୋର ଘରକୁ ଆସନ୍ତି,
ਪਾਉ ਪਖਾਲਾ ਤਿਸ ਕੇ ਮਨਿ ਤਨਿ ਨਿਤ ਭਾਵਉ ॥
ମୁଁ ସେହି ମହାପୁରୁଷଙ୍କ ଚରଣ ଧୁଏ ଆଉ ମୋର ମନ ଏବଂ ତନକୁ ସେ ସଦା ପ୍ରିୟ ଲାଗିଥାଏ।
ਨਾਮੁ ਸੁਣੇ ਨਾਮੁ ਸੰਗ੍ਰਹੈ ਨਾਮੇ ਲਿਵ ਲਾਵਉ ॥
ସେହି ମହାପୁରୁଷ ନିତ୍ୟ ନାମ ଶୁଣି, ନାମ-ଧନ ସଞ୍ଚିତ କରି ଆଉ ନାମରେ ହିଁ ସୁରତି ଲଗାଇ ରଖିଥାନ୍ତି।
ਗ੍ਰਿਹੁ ਧਨੁ ਸਭੁ ਪਵਿਤ੍ਰੁ ਹੋਇ ਹਰਿ ਕੇ ਗੁਣ ਗਾਵਉ ॥
ତାହାଙ୍କ ଆଗମନରୁ ମୋର ସାରା ଘର ପବିତ୍ର ହୋଇଯାଏ, ମୁଁ ମଧ୍ୟ ଭଗବାନଙ୍କ ଗୁଣାନୁବାଦ କରିଥାଏ।
ਹਰਿ ਨਾਮ ਵਾਪਾਰੀ ਨਾਨਕਾ ਵਡਭਾਗੀ ਪਾਵਉ ॥੨॥
ହେ ନାନକ! ଏପରି ପ୍ରଭୁଙ୍କ ନାମର ବ୍ୟାପାରୀ ଭାଗ୍ୟରୁ ହିଁ ମିଳିପାରେ। ॥2॥
ਪਉੜੀ ॥
ପଉଡି॥
ਜੋ ਤੁਧੁ ਭਾਵੈ ਸੋ ਭਲਾ ਸਚੁ ਤੇਰਾ ਭਾਣਾ ॥
ହେ ପରମାତ୍ମା! ଯାହା କିଛି ତୋତେ ଭଲ ଲାଗିଥାଏ, ତୋର ସେହି ହୁକୁମ ଭଲ ଅଟେ।
ਤੂ ਸਭ ਮਹਿ ਏਕੁ ਵਰਤਦਾ ਸਭ ਮਾਹਿ ਸਮਾਣਾ ॥
ତୁମେ ସବୁ ଜୀବ-ଜନ୍ତୁଙ୍କ ଠାରେ ମହଜୁଦ ଅଛ, ସବୁଠାରେ ବ୍ୟାପକ ଅଛ।
ਥਾਨ ਥਨੰਤਰਿ ਰਵਿ ਰਹਿਆ ਜੀਅ ਅੰਦਰਿ ਜਾਣਾ ॥
ହେ ପ୍ରଭୁ! ସବୁ ପ୍ରାଣୀଙ୍କ ଠାରେ ତୁମେ ହି ଅଛ।
ਸਾਧਸੰਗਿ ਮਿਲਿ ਪਾਈਐ ਮਨਿ ਸਚੇ ਭਾਣਾ ॥
ପରମାତ୍ମାଙ୍କ ଇଚ୍ଛାକୁ ସ୍ଵୀକାର କରି ସତସଙ୍ଗରେ ରହି ସେହି ସତ୍ୟ ପ୍ରଭୂଙ୍କୁ ପ୍ରାପ୍ତ ହୋଇଥାଏ।
ਨਾਨਕ ਪ੍ਰਭ ਸਰਣਾਗਤੀ ਸਦ ਸਦ ਕੁਰਬਾਣਾ ॥੧॥
ନାନକ ସେହି ଇଶ୍ଵରଙ୍କ ଶରଣରେ ଅଛନ୍ତି ଆଉ ତାହାଙ୍କ ପାଖରେ ସଦା ସମର୍ପିତ ଥାଆନ୍ତି ॥1॥
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਚੇਤਾ ਈ ਤਾਂ ਚੇਤਿ ਸਾਹਿਬੁ ਸਚਾ ਸੋ ਧਣੀ ॥
ଯଦି ତୁମର ସ୍ମରଣ ଅଛି , ତାହାହେଲେ ସେହି ସଚ୍ଚା ସାହିବଙ୍କୁ ମନେ ପକାଅ, ଯିଏ ସବୁଙ୍କ ମାଲିକ ଅଟନ୍ତି।
ਨਾਨਕ ਸਤਿਗੁਰੁ ਸੇਵਿ ਚੜਿ ਬੋਹਿਥਿ ਭਉਜਲੁ ਪਾਰਿ ਪਉ ॥੧॥
ହେ ନାନକ! ସଦଗୁରୁଙ୍କ ସେବା ରୂପୀ ଜାହାଜ ଉପରେ ସବାର ହୋଇ ଭୟାନକ ସଂସାର- ସାଗରରୁ ପାର ହୁଅ ॥1॥
ਮਃ ੫ ॥
ମହଲା 5॥
ਵਾਊ ਸੰਦੇ ਕਪੜੇ ਪਹਿਰਹਿ ਗਰਬਿ ਗਵਾਰ ॥
ମୂର୍ଖ ମନୁଷ୍ୟ ସୁନ୍ଦର ସୂକ୍ଷ୍ମ ବସ୍ତ୍ର ବଡ ଅଭିମାନରେ ପିନ୍ଧିଥାଏ,
ਨਾਨਕ ਨਾਲਿ ਨ ਚਲਨੀ ਜਲਿ ਬਲਿ ਹੋਏ ਛਾਰੁ ॥੨॥
ପରନ୍ତୁ, ହେ ନାନକ! ମାରିବା ପରେ ଏହି ବସ୍ତ୍ର ପ୍ରାଣୀଙ୍କ ସହିତ ଯାଏ ନାହିଁ, ଏଠାରେ ଜଳି ପାଉଁଶ ହୋଇଯାଏ ॥2॥
ਪਉੜੀ ॥
ପଉଡି॥
ਸੇਈ ਉਬਰੇ ਜਗੈ ਵਿਚਿ ਜੋ ਸਚੈ ਰਖੇ ॥
କେବଳ ସେହି ମନୁଷ୍ୟ ଏହି ଦୁନିଆରେ ବଞ୍ଚିଥାଏ, ଯାହାକୁ ସଚ୍ଚା ପରମେଶ୍ଵର ରକ୍ଷା କରିଛନ୍ତି।
ਮੁਹਿ ਡਿਠੈ ਤਿਨ ਕੈ ਜੀਵੀਐ ਹਰਿ ਅੰਮ੍ਰਿਤੁ ਚਖੇ ॥
ଏପରି ଲୋକଙ୍କୁ ଦର୍ଶନ କରି ହରିନାମ ରୂପୀ ଅମୃତ ଚାଖି ହୁଏ।
ਕਾਮੁ ਕ੍ਰੋਧੁ ਲੋਭੁ ਮੋਹੁ ਸੰਗਿ ਸਾਧਾ ਭਖੇ ॥
ସନ୍ଥଙ୍କ ସଙ୍ଗତି କରିଲେ କାମ, କ୍ରୋଧ, ଲୋଭ, ମୋହ ଇତ୍ୟାଦି ବିକାର ନଷ୍ଟ ହୋଇଯାଏ।
ਕਰਿ ਕਿਰਪਾ ਪ੍ਰਭਿ ਆਪਣੀ ਹਰਿ ਆਪਿ ਪਰਖੇ ॥
ପ୍ରଭୁ ସ୍ଵୟଂ ତାହାକୁ ପରୀକ୍ଷା କରିଥାନ୍ତି, ଯାହା ଉପରେ ସେ ନିଜ କୃପା ଦୃଷ୍ଟି କରିଥାନ୍ତି।
ਨਾਨਕ ਚਲਤ ਨ ਜਾਪਨੀ ਕੋ ਸਕੈ ਨ ਲਖੇ ॥੨॥
ହେ ନାନକ! ଭଗବାନଙ୍କ କୌତୁକ ବୁଝି ହୁଏନାହିଁ, କୌଣସି ପ୍ରାଣୀ ବୁଝି ପାରେ ନାହିଁ ॥2॥
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਨਾਨਕ ਸੋਈ ਦਿਨਸੁ ਸੁਹਾਵੜਾ ਜਿਤੁ ਪ੍ਰਭੁ ਆਵੈ ਚਿਤਿ ॥
ହେ ନାନକ! ସେହି ଦିନ ଶୁଭ ଏବଂ ସୁନ୍ଦର ଅଟେ, ଯେଉଁ ଦିନ ଇଶ୍ଵର ମନରେ ଆସିଥାନ୍ତି।
ਜਿਤੁ ਦਿਨਿ ਵਿਸਰੈ ਪਾਰਬ੍ਰਹਮੁ ਫਿਟੁ ਭਲੇਰੀ ਰੁਤਿ ॥੧॥
ଯେଉଁ ଦିନ ଭଗବାନଙ୍କୁ ଭୁଲି ଯାଏ, ସେହି ଋତୁ ଅଶୁଭ ଏବଂ ଧିକ୍କାର ଯୋଗ୍ୟ ଅଟେ। ॥1॥
ਮਃ ੫ ॥
ମହଲା 5॥
ਨਾਨਕ ਮਿਤ੍ਰਾਈ ਤਿਸੁ ਸਿਉ ਸਭ ਕਿਛੁ ਜਿਸ ਕੈ ਹਾਥਿ ॥
ହେ ନାନକ! ସେହି (ଇଶ୍ଵରଙ୍କ) ସାଥିରେ ମିତ୍ରତା କର, ଯାହାର ବଶରେ ସବୁ କିଛି ଥାଏ।
ਕੁਮਿਤ੍ਰਾ ਸੇਈ ਕਾਂਢੀਅਹਿ ਇਕ ਵਿਖ ਨ ਚਲਹਿ ਸਾਥਿ ॥੨॥
ଯିଏ ମନୁଷ୍ୟ ସାଥିରେ ଏକ କଦମ ମଧ୍ୟ ଚାଲେ ନାହିଁ, ତାହାକୁ କୁମିତ୍ର କୁହାଯାଏ ॥2॥
ਪਉੜੀ ॥
ପଉଡି॥
ਅੰਮ੍ਰਿਤੁ ਨਾਮੁ ਨਿਧਾਨੁ ਹੈ ਮਿਲਿ ਪੀਵਹੁ ਭਾਈ ॥
ହେ ଭାଇ! ଈଶ୍ଵରଙ୍କ ନାମ ଅମୃତ (ରୂପୀ) ଖଜଣା ଅଟେ, ସେହି ଅମୃତକୁ ସତସଙ୍ଗରେ ମିଳାଇ ପିଅ।
ਜਿਸੁ ਸਿਮਰਤ ਸੁਖੁ ਪਾਈਐ ਸਭ ਤਿਖਾ ਬੁਝਾਈ ॥
ଯାହାର ସ୍ମରଣ କରିଲେ ସୁଖ ପ୍ରାପ୍ତ ହୋଇଥାଏ ଆଉ ସାରା ତୃଷ୍ଣା ଦୂର ହୋଇଯାଏ।
ਕਰਿ ਸੇਵਾ ਪਾਰਬ੍ਰਹਮ ਗੁਰ ਭੁਖ ਰਹੈ ਨ ਕਾਈ ॥
ଗୁରୁ ପରଂବ୍ରହ୍ମଙ୍କ ସେବା କରିଲେ କିଛି କ୍ଷୁଧା ରହେ ନାହିଁ।
ਸਗਲ ਮਨੋਰਥ ਪੁੰਨਿਆ ਅਮਰਾ ਪਦੁ ਪਾਈ ॥
(ନାମ-ସ୍ମରଣ କରିଲେ) ସବୁ ମନୋରଥ ପୂର୍ଣ୍ଣ ହୋଇଯାଏ ଆଉ ଅମର ପଦ ପ୍ରାପ୍ତ ହୋଇଯାଏ।
ਤੁਧੁ ਜੇਵਡੁ ਤੂਹੈ ਪਾਰਬ੍ਰਹਮ ਨਾਨਕ ਸਰਣਾਈ ॥੩॥
ହେ ପରଂବ୍ରହ୍ମ! ତୁମ ଭଳି ତୁମେ ହିଁ ଅଟ ଆଉ ନାନକ ତୋର ଶରଣରେ ଅଛନ୍ତି ॥3॥
ਸਲੋਕ ਮਃ ੫ ॥
ମହଲା 5॥
ਡਿਠੜੋ ਹਭ ਠਾਇ ਊਣ ਨ ਕਾਈ ਜਾਇ ॥
ମୁଁ ସବୁ ଜାଗାରେ (ଭଗବାନଙ୍କୁ) ଦେଖିଛି, କୌଣସି ସ୍ଥାନ ତାହାଙ୍କ ଠାରୁ ଖାଲି ନାହିଁ।
ਨਾਨਕ ਲਧਾ ਤਿਨ ਸੁਆਉ ਜਿਨਾ ਸਤਿਗੁਰੁ ਭੇਟਿਆ ॥੧॥
ହେ ନାନକ! ଯାହାଙ୍କୁ ସଦଗୁରୁ ମିଳି ଯାଇଛନ୍ତି, ତାହାକୁ ଜୀବନର ଆନନ୍ଦ ମିଳିଯାଇଛି॥1॥