Odia Page 742

ਸੂਹੀ ਮਹਲਾ ੫ ॥
ସୁହୀ ମହଲା 5॥ 

ਦਰਸਨੁ ਦੇਖਿ ਜੀਵਾ ਗੁਰ ਤੇਰਾ ॥
ହେ ମୋର ଗୁରୁ! ମୁଁ ତୋର ଦର୍ଶନ କରି ହିଁ ଜୀବିତ ଅଛି।                

ਪੂਰਨ ਕਰਮੁ ਹੋਇ ਪ੍ਰਭ ਮੇਰਾ ॥੧॥
ଏହିପରି ପ୍ରଭୁ ମୋ’ ଉପରେ ପୂର୍ଣ୍ଣ କୃପା କରିଛନ୍ତି॥1॥          

ਇਹ ਬੇਨੰਤੀ ਸੁਣਿ ਪ੍ਰਭ ਮੇਰੇ ॥
ହେ ମୋର ପ୍ରଭୁ! ମୋର ଏହି ବିନତି ଶୁଣ, 

ਦੇਹਿ ਨਾਮੁ ਕਰਿ ਅਪਣੇ ਚੇਰੇ ॥੧॥ ਰਹਾਉ ॥
ମୋତେ ନାମ ଦେଇ  ନିଜର ଚେଲା ବନାଇ ଦିଅ॥1॥ରୁହ॥  

ਅਪਣੀ ਸਰਣਿ ਰਾਖੁ ਪ੍ਰਭ ਦਾਤੇ ॥
ହେ ଦାତା ପ୍ରଭୁ! ମୋତେ ସର୍ବଦା ନିଜ ଶରଣରେ ହିଁ ରଖ।          

ਗੁਰ ਪ੍ਰਸਾਦਿ ਕਿਨੈ ਵਿਰਲੈ ਜਾਤੇ ॥੨॥
ଗୁରୁଙ୍କ କୃପାରୁ କେହି ବିରଳ ହିଁ ତୋତେ ଜାଣିଛି॥2॥

ਸੁਨਹੁ ਬਿਨਉ ਪ੍ਰਭ ਮੇਰੇ ਮੀਤਾ ॥
ହେ ମୋର ମିତ୍ର ପ୍ରଭୁ! ମୋର ବିନତି ଶୁଣ,      

ਚਰਣ ਕਮਲ ਵਸਹਿ ਮੇਰੈ ਚੀਤਾ ॥੩॥
ତୋର ସୁନ୍ଦର ଚରଣ ମୋର ଚିତ୍ତରେ ସ୍ଥାପିତ ହେଉ॥3॥                     

ਨਾਨਕੁ ਏਕ ਕਰੈ ਅਰਦਾਸਿ ॥
ନାନକ ଏହି ପ୍ରାର୍ଥନା କରନ୍ତି ଯେ        

ਵਿਸਰੁ ਨਾਹੀ ਪੂਰਨ ਗੁਣਤਾਸਿ ॥੪॥੧੮॥੨੪॥
ହେ ପୂର୍ଣ୍ଣ ଗୁଣର ଭଣ୍ଡାର! ତୁମେ ମୋତେ କଦାପି ଭୁଲ ନାହିଁ||4||18||24||             

ਸੂਹੀ ਮਹਲਾ ੫ ॥
ସୁହୀ ମହଲା 5॥ 

ਮੀਤੁ ਸਾਜਨੁ ਸੁਤ ਬੰਧਪ ਭਾਈ ॥
ଇଶ୍ଵର ହିଁ ମୋର ବନ୍ଧୁ, ପୁତ୍ର ସମ୍ବନ୍ଧୀୟ ଓ ଭାଇ ଅଟନ୍ତି।  

ਜਤ ਕਤ ਪੇਖਉ ਹਰਿ ਸੰਗਿ ਸਹਾਈ ॥੧॥
ମୁଁ ଯେଉଁଠି ମଧ୍ୟ ଦେଖୁଅଛି, ପ୍ରଭୁ ହିଁ ମୋର ସାଥିରେ ଅଛନ୍ତି ଏବଂ ସେ ହିଁ  ମୋର ସହାୟକ ଅଟନ୍ତି॥1॥ 

ਜਤਿ ਮੇਰੀ ਪਤਿ ਮੇਰੀ ਧਨੁ ਹਰਿ ਨਾਮੁ ॥
ପ୍ରଭୁଙ୍କ ନାମ ହିଁ ମୋର ଜାତି, ମୋର ସମ୍ମାନ ଏବଂ ମୋର ଧନ ଅଟନ୍ତି।                  

ਸੂਖ ਸਹਜ ਆਨੰਦ ਬਿਸਰਾਮ ॥੧॥ ਰਹਾਉ ॥
ଯାହା ଦ୍ଵାରା ମୋତେ ପରମ ସୁଖ ଏବଂ ଆନନ୍ଦ ଆଉ ଆରାମ ମିଳିଥାଏ॥1॥ରୁହ॥       

ਪਾਰਬ੍ਰਹਮੁ ਜਪਿ ਪਹਿਰਿ ਸਨਾਹ ॥
ପରଂବ୍ରହ୍ମଙ୍କୁ ଜପ କରି ନାମ ରୂପୀ ରକ୍ଷା କବଚ ପିନ୍ଧ,          

ਕੋਟਿ ਆਵਧ ਤਿਸੁ ਬੇਧਤ ਨਾਹਿ ॥੨॥
କାରଣ ଏହା ଧାରଣ କରିବା ଦ୍ଵାରା କୋଟି କୋଟି ଶସ୍ତ୍ର ମଧ୍ୟ ବଧ କରିପାରେ ନାହିଁ॥2॥                 

ਹਰਿ ਚਰਨ ਸਰਣ ਗੜ ਕੋਟ ਹਮਾਰੈ ॥
ପରମାତ୍ମାଙ୍କ ଚରଣର ଶରଣ ହିଁ ଆମର ଦୁର୍ଗ ଅଟେ ଆଉ  

ਕਾਲੁ ਕੰਟਕੁ ਜਮੁ ਤਿਸੁ ਨ ਬਿਦਾਰੈ ॥੩॥
ଦୁଃଖଦାୟୀ ଯମର ଭୟ ମଧ୍ୟ ତାହାକୁ ଧ୍ଵଂସ କରି ପାରେ ନାହିଁ॥3॥ 

ਨਾਨਕ ਦਾਸ ਸਦਾ ਬਲਿਹਾਰੀ ॥ ਸੇਵਕ ਸੰਤ ਰਾਜਾ ਰਾਮ ਮੁਰਾਰੀ ॥੪॥੧੯॥੨੫॥
ଦାସ ନାନକ ସର୍ବଦା ତାହାଙ୍କ ପ୍ରତି ସମର୍ପିତ ଯାଇଥାନ୍ତି, ହେ ରାଜା ରାମ! ଯିଏ ତୋର ସେବକ ଓ ସନ୍ଥ ଅଟନ୍ତି||4||19||25||        

ਸੂਹੀ ਮਹਲਾ ੫ ॥
ସୁହୀ ମହଲା 5॥ 

ਗੁਣ ਗੋਪਾਲ ਪ੍ਰਭ ਕੇ ਨਿਤ ਗਾਹਾ ॥
ମୁଁ ନିତ୍ୟ ପ୍ରଭୁଙ୍କ ଗୁଣଗାନ କରିଥାଏ,    

ਅਨਦ ਬਿਨੋਦ ਮੰਗਲ ਸੁਖ ਤਾਹਾ ॥੧॥
ଯାହା ଦ୍ଵାରା ମୋତେ ବହୁତ ଆନନ୍ଦ , ବିନୋଦ, ମଙ୍ଗଳ ଏବଂ ସୁଖ ଉପଲବ୍ଧ ହୋଇଥାଏ॥1॥        

ਚਲੁ ਸਖੀਏ ਪ੍ਰਭੁ ਰਾਵਣ ਜਾਹਾ ॥
ହେ ସଖୀ! ଚାଲ, ନିଜ ପ୍ରଭୁଙ୍କୁ ସ୍ମରଣ କରି ଆନନ୍ଦ ପ୍ରାପ୍ତ କରିବାକୁ ଯିବା ଏବଂ    

ਸਾਧ ਜਨਾ ਕੀ ਚਰਣੀ ਪਾਹਾ ॥੧॥ ਰਹਾਉ ॥
ସାଧୁଜନଙ୍କ ଚରଣରେ ପଡିବା॥1॥ରୁହ॥       

ਕਰਿ ਬੇਨਤੀ ਜਨ ਧੂਰਿ ਬਾਛਾਹਾ ॥
ମୁଁ ବିନତି କୃ ସନ୍ଥଜନଙ୍କ ଚରଣ-ଧୂଳିର ହିଁ କାମନା କରିଥାଏ।           

ਜਨਮ ਜਨਮ ਕੇ ਕਿਲਵਿਖ ਲਾਹਾਂ ॥੨॥
ଏହିଭଳି ନିଜ ଜନ୍ମ-ଜନ୍ମାନ୍ତରର ପାପ ଦୂର କରିଥାଏ॥2॥      

ਮਨੁ ਤਨੁ ਪ੍ਰਾਣ ਜੀਉ ਅਰਪਾਹਾ ॥
ମୁଁ ତାହାଙ୍କୁ ନିଜ ମନ, ତନ, ପ୍ରାଣ ଏବଂ ଆତ୍ମା ଅର୍ପଣ କରିଥାଏ।      

ਹਰਿ ਸਿਮਰਿ ਸਿਮਰਿ ਮਾਨੁ ਮੋਹੁ ਕਟਾਹਾਂ ॥੩॥
ହରିଙ୍କ ସ୍ମରଣ କରି ନିଜ ଅଭିମାନ ଓ ମୋହ ନାଶ କରିଥାଏ॥3॥ 

ਦੀਨ ਦਇਆਲ ਕਰਹੁ ਉਤਸਾਹਾ ॥ ਨਾਨਕ ਦਾਸ ਹਰਿ ਸਰਣਿ ਸਮਾਹਾ ॥੪॥੨੦॥੨੬॥
ହେ ଦୀନଦୟାଳୁ! ମୋର ମନରେ ଉତ୍ସାହ ଜାତ କର, ଯେପରି ଦାସ ନାନକ ତୋର ଶରଣରେ ରହିବେ||4||20||26||  

ਸੂਹੀ ਮਹਲਾ ੫ ॥
ସୁହୀ ମହଲା 5॥ 

ਬੈਕੁੰਠ ਨਗਰੁ ਜਹਾ ਸੰਤ ਵਾਸਾ ॥
ବାସ୍ତବରେ ତାହା ବୈକୁଣ୍ଠ ନଗର ହିଁ ଅଟେ, ଯେଉଁଠି ସନ୍ଥଙ୍କ ନିବାସ ଥାଏ।  

ਪ੍ਰਭ ਚਰਣ ਕਮਲ ਰਿਦ ਮਾਹਿ ਨਿਵਾਸਾ ॥੧॥
ତାହାଙ୍କ ହୃଦୟରେ ହିଁ ପ୍ରଭୁଙ୍କ ଚରଣ-କମଳର ନିବାସ ହୋଇଥାଏ॥1॥     

ਸੁਣਿ ਮਨ ਤਨ ਤੁਝੁ ਸੁਖੁ ਦਿਖਲਾਵਉ ॥
ହେ ମୋର ମନ ଓ ତନ! ଶୁଣ, ମୁଁ ତୋତେ ସୁଖ ଦେଖାଇବି।     

ਹਰਿ ਅਨਿਕ ਬਿੰਜਨ ਤੁਝੁ ਭੋਗ ਭੁੰਚਾਵਉ ॥੧॥ ਰਹਾਉ ॥
ମୁଁ ତୋତେ ଅନେକ ପ୍ରକାରର ବ୍ୟଞ୍ଜନ ଏବଂ ଭୋଗ କରାଇବି॥1॥ରୁହ॥         

ਅੰਮ੍ਰਿਤ ਨਾਮੁ ਭੁੰਚੁ ਮਨ ਮਾਹੀ ॥
ନିଜ ମନରେ ଅମୃତ ନାମ ଆସ୍ଵାଦନ କର।       

ਅਚਰਜ ਸਾਦ ਤਾ ਕੇ ਬਰਨੇ ਨ ਜਾਹੀ ॥੨॥
ଏହି ନାମର ଅଦ୍ଭୁତ ସ୍ଵାଦ ବର୍ଣ୍ଣନା କରାଯାଇ ପାରିବ ନାହିଁ॥2॥              

ਲੋਭੁ ਮੂਆ ਤ੍ਰਿਸਨਾ ਬੁਝਿ ਥਾਕੀ ॥
ନାମ ଆସ୍ଵାଦନ କରିବା ଦ୍ଵାରା ମନରେ ଲୋଭ ମରି ଯାଇଛି ଏବଂ ତୃଷ୍ଣା ମଧ୍ୟ ସମାପ୍ତ ହୋଇ ଯାଇଛି। 

ਪਾਰਬ੍ਰਹਮ ਕੀ ਸਰਣਿ ਜਨ ਤਾਕੀ ॥੩॥
ସନ୍ଥଜନ ପରଂବ୍ରହ୍ମଙ୍କ ଶରଣ ହିଁ ଦେଖିଛନ୍ତି॥3॥          

ਜਨਮ ਜਨਮ ਕੇ ਭੈ ਮੋਹ ਨਿਵਾਰੇ ॥ ਨਾਨਕ ਦਾਸ ਪ੍ਰਭ ਕਿਰਪਾ ਧਾਰੇ ॥੪॥੨੧॥੨੭॥
ମୋର ଜନ୍ମ-ଜନ୍ମାନ୍ତରର ଭୟ ଏବଂ ମୋହ ଦୂର କରି ଦେଇଛନ୍ତି, ନାନକଙ୍କ ଉପରେ ପ୍ରଭୁ କୃପା କରିଛନ୍ତି||4||21||27||        

ਸੂਹੀ ਮਹਲਾ ੫ ॥
ସୁହୀ ମହଲା 5॥ 

ਅਨਿਕ ਬੀਂਗ ਦਾਸ ਕੇ ਪਰਹਰਿਆ ॥
ପ୍ରଭୁ ଦାସଙ୍କ ଅନେକ ତ୍ରୁଟି ନିବୃତ୍ତ କରି ଦେଇଛନ୍ତି ଆଉ       

ਕਰਿ ਕਿਰਪਾ ਪ੍ਰਭਿ ਅਪਨਾ ਕਰਿਆ ॥੧॥
କୃପା କରି ତାହାଙ୍କୁ ନିଜର ବନାଇଛନ୍ତି॥1॥      

ਤੁਮਹਿ ਛਡਾਇ ਲੀਓ ਜਨੁ ਅਪਨਾ ॥
ହେ ପ୍ରଭୁ! ତୁ ନିଜ ସେବକକୁ ମୁକ୍ତ କରିଛୁ,     

ਉਰਝਿ ਪਰਿਓ ਜਾਲੁ ਜਗੁ ਸੁਪਨਾ ॥੧॥ ਰਹਾਉ ॥
କାରଣ ସେ ସ୍ଵପ୍ନ ଭଳି ଜଗତ ରୂପୀ ଜାଲରେ ଛନ୍ଦି ହୋଇଥିଲା॥1॥ରୁହ॥    

ਪਰਬਤ ਦੋਖ ਮਹਾ ਬਿਕਰਾਲਾ ॥
ମୋ’ ଠାରେ ପର୍ବତ ରୂପୀ ବିକରାଳ ଦୋଷ ଥିଲା,         

ਖਿਨ ਮਹਿ ਦੂਰਿ ਕੀਏ ਦਇਆਲਾ ॥੨॥
ଯାହା ଦୟାଳୁ ଏକ କ୍ଷଣରେ ହିଁ ଦୂର କରି ଦେଇଛନ୍ତି॥2॥            

ਸੋਗ ਰੋਗ ਬਿਪਤਿ ਅਤਿ ਭਾਰੀ ॥
ଶୋକ, ରୋଗ ଏବଂ ଅତି ଭାରି ବିପତ୍ତି    

ਦੂਰਿ ਭਈ ਜਪਿ ਨਾਮੁ ਮੁਰਾਰੀ ॥੩॥
ପରମାତ୍ମାଙ୍କ ନାମ ଜପିବା ଦ୍ଵାରା ଦୂର ହୋଇ ଯାଇଛି॥3॥       

ਦ੍ਰਿਸਟਿ ਧਾਰਿ ਲੀਨੋ ਲੜਿ ਲਾਇ ॥  ਹਰਿ ਚਰਣ ਗਹੇ ਨਾਨਕ ਸਰਣਾਇ ॥੪॥੨੨॥੨੮॥
ପ୍ରଭୁ କୃପା-ଦୃଷ୍ଟି କରି ମୋତେ ନିଜ ସାଥିରେ ଲଗାଇଛନ୍ତି, ହେ ନାନକ! ମୁଁ ଶ୍ରୀହରିଙ୍କ ଚରଣ ଧରିଛି ଆଉ ତାହାଙ୍କ ଶରଣରେ ଆସି ଯାଇଛି||4||22||28||   

error: Content is protected !!