ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਅਪਨੇ ਸੇਵਕ ਕਉ ਕਬਹੁ ਨ ਬਿਸਾਰਹੁ ॥
ହେ ସ୍ଵାମୀ ପ୍ରଭୁ! ନିଜ ସେବକକୁ କେବେ ଭୁଲ ନାହିଁ,
ਉਰਿ ਲਾਗਹੁ ਸੁਆਮੀ ਪ੍ਰਭ ਮੇਰੇ ਪੂਰਬ ਪ੍ਰੀਤਿ ਗੋਬਿੰਦ ਬੀਚਾਰਹੁ ॥੧॥ ਰਹਾਉ ॥
ମୋର ହୃଦୟରେ ଲାଗି ରୁହ, ହେ ଗୋବିନ୍ଦ! ମୋର ପୂର୍ବ ପ୍ରୀତିର ଖିଆଲ କର॥1॥ରୁହ॥
ਪਤਿਤ ਪਾਵਨ ਪ੍ਰਭ ਬਿਰਦੁ ਤੁਮ੍ਹ੍ਹਾਰੋ ਹਮਰੇ ਦੋਖ ਰਿਦੈ ਮਤ ਧਾਰਹੁ ॥
ହେ ପ୍ରଭୁ! ତୋର ପ୍ରକୃତି ପତିତକୁ ପବିତ୍ର କରିବା ଅଟେ, ଏଥିପାଇଁ ମୋର ଦୋଷକୁ ହୃଦୟରେ ରଖ ନାହିଁ।
ਜੀਵਨ ਪ੍ਰਾਨ ਹਰਿ ਧਨੁ ਸੁਖੁ ਤੁਮ ਹੀ ਹਉਮੈ ਪਟਲੁ ਕ੍ਰਿਪਾ ਕਰਿ ਜਾਰਹੁ ॥੧॥
ହେ ଶ୍ରୀହରି! ତୁ ହିଁ ମୋର ଜୀବନ, ପ୍ରାଣ, ଧନ ଏବଂ ସୁଖ ଅଟୁ, କୃପା କରି ମୋର ଅହଂକାର ଜଳାଇ ଦିଅ॥1॥
ਜਲ ਬਿਹੂਨ ਮੀਨ ਕਤ ਜੀਵਨ ਦੂਧ ਬਿਨਾ ਰਹਨੁ ਕਤ ਬਾਰੋ ॥
ଯେପରି ଜଳ ବିନା ମାଛ ଓ ଦୁଧ ବିନା ଶିଶୁ ବଞ୍ଚିବା ଅସମ୍ଭବ ଅଟେ,
ਜਨ ਨਾਨਕ ਪਿਆਸ ਚਰਨ ਕਮਲਨੑ ਕੀ ਪੇਖਿ ਦਰਸੁ ਸੁਆਮੀ ਸੁਖ ਸਾਰੋ ॥੨॥੭॥੧੨੩॥
ହେ ସ୍ଵାମୀ! ସେପରି ହିଁ ନାନକଙ୍କୁ ତୋର ଚରଣର ତୃଷ୍ଣା ଲାଗିଅଛି ଆଉ ତୋର ଦର୍ଶନ କରି ହିଁ ତାହାଙ୍କୁ ପରମ ସୁଖ ଉପଲବ୍ଧ ହୋଇଥାଏ ||2||7||123||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਆਗੈ ਪਾਛੈ ਕੁਸਲੁ ਭਇਆ ॥
ମୋର ଇହଲୋକ ଓ ପରଲୋକ ସୁଖଦାୟକ ହୋଇ ଯାଇଛି,
ਗੁਰਿ ਪੂਰੈ ਪੂਰੀ ਸਭ ਰਾਖੀ ਪਾਰਬ੍ਰਹਮਿ ਪ੍ਰਭਿ ਕੀਨੀ ਮਇਆ ॥੧॥ ਰਹਾਉ ॥
ପରଂବ୍ରହ୍ମ-ପ୍ରଭୁ ମୋ’ ଉପରେ ଦୟା କରିଛନ୍ତି ଆଉ ପୂର୍ଣ୍ଣ ଗୁରୁ ମୋର ଲଜ୍ଜା ସଂପୂର୍ଣ୍ଣ ଭାବରେ ରକ୍ଷା କରିଛନ୍ତି॥1॥ରୁହ॥
ਮਨਿ ਤਨਿ ਰਵਿ ਰਹਿਆ ਹਰਿ ਪ੍ਰੀਤਮੁ ਦੂਖ ਦਰਦ ਸਗਲਾ ਮਿਟਿ ਗਇਆ ॥
ମୋର ପ୍ରିୟତମ ହରି ମୋର ମନ-ତନରେ ବାସ କରୁଛନ୍ତି, ଏଥିପାଇଁ ସାରା ଦୁଃଖ-ଯନ୍ତ୍ରଣା ଦୂର ହୋଇ ଯାଇଛି।
ਸਾਂਤਿ ਸਹਜ ਆਨਦ ਗੁਣ ਗਾਏ ਦੂਤ ਦੁਸਟ ਸਭਿ ਹੋਏ ਖਇਆ ॥੧॥
ଭାବଗବନ୍ନ୍କ ଗୁଣଗାନ କରିବା ଦ୍ଵାରା ମନରେ ଶାନ୍ତି ଓ ସ୍ଵାଭାବିକ ଆନନ୍ଦ ଜାତ ହୋଇ ଯାଇଛି ଆଉ କାମ, କ୍ରୋଧ ଇତ୍ୟାଦି ସାରା ଦୁଷ୍ଟ ନାଶ ହୋଇ ଯାଇଛି॥1॥
ਗੁਨੁ ਅਵਗੁਨੁ ਪ੍ਰਭਿ ਕਛੁ ਨ ਬੀਚਾਰਿਓ ਕਰਿ ਕਿਰਪਾ ਅਪੁਨਾ ਕਰਿ ਲਇਆ ॥
ପ୍ରଭୁ ମୋ’ ଗୁଣ ଅବଗୁଣର ବିଚାର କିଛି ମଧ୍ୟ କରି ନାହାନ୍ତି ଏବଂ କୃପା କରି ମୋତେ ନିଜର ବନାଇଛନ୍ତି।
ਅਤੁਲ ਬਡਾਈ ਅਚੁਤ ਅਬਿਨਾਸੀ ਨਾਨਕੁ ਉਚਰੈ ਹਰਿ ਕੀ ਜਇਆ ॥੨॥੮॥੧੨੪॥
ଅଟଳ, ଅବିନାଶୀ ପରମାତ୍ମାଙ୍କ ମହିମା ଅତୁଳନୀୟ ଅଟେ ଆଉ ନାନକ ସେହି ହରିଙ୍କ ଜୟ-ଜୟକାର କରିଥାନ୍ତି||2||8||124||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਬਿਨੁ ਭੈ ਭਗਤੀ ਤਰਨੁ ਕੈਸੇ ॥
ନିଷ୍ଠା ରୂପୀ ଭୟ ଏବଂ ଭକ୍ତି ବିନା କିପରି ଭବସାଗରରୁ ପାର କରାଯାଇ ପାରେ?
ਕਰਹੁ ਅਨੁਗ੍ਰਹੁ ਪਤਿਤ ਉਧਾਰਨ ਰਾਖੁ ਸੁਆਮੀ ਆਪ ਭਰੋਸੇ ॥੧॥ ਰਹਾਉ ॥
ହେ ପତିତ ଉଦ୍ଧାରକ! ଅନୁଗ୍ରହ କର; ହେ ସ୍ଵାମୀ! ତୋ’ ଉପରେ ହିଁ ମୋର ଭରସା ଅଛି ॥1॥ରୁହ॥
ਸਿਮਰਨੁ ਨਹੀ ਆਵਤ ਫਿਰਤ ਮਦ ਮਾਵਤ ਬਿਖਿਆ ਰਾਤਾ ਸੁਆਨ ਜੈਸੇ ॥
ଯେଉଁ ଜୀବକୁ ତୋର ସ୍ମରଣ କରିବା ଆସେ ନାହିଁ, ସେ ଲୋଭୀ କୁକୁର ଭଳି ବିକାର ନିଶାରେ ଏଣେତେଣେ ବୁଲୁଥାଏ।
ਅਉਧ ਬਿਹਾਵਤ ਅਧਿਕ ਮੋਹਾਵਤ ਪਾਪ ਕਮਾਵਤ ਬੁਡੇ ਐਸੇ ॥੧॥
ତାହାର ଜୀବନ ଅବଧିର ଅଧିକ ସମୟ ମୋହରେ ଅତିବାହିତ ହୋଇଥାଏ ଆଉ ପାପ କରି ହିଁ ବୁଡି ଯାଇଥାଏ॥1॥
ਭੰਜਨ ਪੁਰਖ ਨਿਰੰਜਨ ਸਾਧੂ ਸੰਗਤਿ ਰਵਣੁ ਜੈਸੇ ॥
ହେ ଦୁଃଖ ନାଶକ, ହେ ନିରଞ୍ଜନ! ମୁଁ ତୋର ଶରଣରେ ଆସିଛି, ଯେପରି ହେଉ, ସାଧୁଙ୍କ ସଙ୍ଗତିରେ ମିଳନ କରାଇ ଦିଅ।
ਕੇਸਵ ਕਲੇਸ ਨਾਸ ਅਘ ਖੰਡਨ ਨਾਨਕ ਜੀਵਤ ਦਰਸ ਦਿਸੇ ॥੨॥੯॥੧੨੫॥
ହେ ପ୍ରଭୁ! ତୁ ସବୁ କ୍ଲେଶ ନାଶ କରିବା ବାଲା ଏବଂ ସବୁ ପାପ ଦୂର କରିବା ବାଲା ଅଟୁ, ନାନକ ତୋର ଦର୍ଶନ କରି ହିଁ ଜୀବିତ ରହିଛନ୍ତି|2||9||125||
ਰਾਗੁ ਬਿਲਾਵਲੁ ਮਹਲਾ ੫ ਦੁਪਦੇ ਘਰੁ ੯
ରାଗ ବିଲାବଲୁ ମହଲା 5 ଦୁପଦୀ ଘର 9
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਆਪਹਿ ਮੇਲਿ ਲਏ ॥
ହେ ଇଶ୍ଵର! ତୁ ସ୍ଵୟଂ ହିଁ ଆମକୁ ନିଜ ସାଥିରେ ମିଳନ କରାଇଛୁ,
ਜਬ ਤੇ ਸਰਨਿ ਤੁਮਾਰੀ ਆਏ ਤਬ ਤੇ ਦੋਖ ਗਏ ॥੧॥ ਰਹਾਉ ॥
ଯେବେ ଠାରୁ ଆମେ ତୋର ଶରଣରେ ଆସିଛୁ, ଆମର ସବୁ ଦୋଷ ଦୂର ହୋଇ ଯାଇଛି॥1॥ରୁହ॥
ਤਜਿ ਅਭਿਮਾਨੁ ਅਰੁ ਚਿੰਤ ਬਿਰਾਨੀ ਸਾਧਹ ਸਰਨ ਪਏ ॥
ନିଜ ଅଭିମାନ ଓ ପର ଚିନ୍ତା ତ୍ୟାଗ କରି ସାଧୁଙ୍କ ଶରଣରେ ଆସି ଯାଇଛି।
ਜਪਿ ਜਪਿ ਨਾਮੁ ਤੁਮ੍ਹ੍ਹਾਰੋ ਪ੍ਰੀਤਮ ਤਨ ਤੇ ਰੋਗ ਖਏ ॥੧॥
ହେ ମୋର ପ୍ରିୟତମ! ତୋର ନାମ ଜପ କରି ତନରୁ ସବୁ ରୋଗ ନଷ୍ଟ ହୋଇ ଯାଇଛି॥1॥
ਮਹਾ ਮੁਗਧ ਅਜਾਨ ਅਗਿਆਨੀ ਰਾਖੇ ਧਾਰਿ ਦਏ ॥
ତୁ ନିଜ କୃପା କରି ବଡ ବଡ ମହାମୂର୍ଖ, ଅବୁଝା ଏବଂ ଅଜ୍ଞାନକୁ ମଧ୍ୟ ରକ୍ଷା କରିଛୁ।
ਕਹੁ ਨਾਨਕ ਗੁਰੁ ਪੂਰਾ ਭੇਟਿਓ ਆਵਨ ਜਾਨ ਰਹੇ ॥੨॥੧॥੧੨੬॥
ହେ ନାନକ! ପୂର୍ଣ୍ଣ ଗୁରୁଙ୍କ ସହିତ ସାକ୍ଷାତ ହେବା ଦ୍ଵାରା ଆମର ଜନ୍ମ-ମରଣ ଦୂର ହୋଇ ଯାଇଛି||2||1||126||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਜੀਵਉ ਨਾਮੁ ਸੁਨੀ ॥
ମୁଁ ନାମ ଶୁଣି ହିଁ ବଞ୍ଚିଅଛି।
ਜਉ ਸੁਪ੍ਰਸੰਨ ਭਏ ਗੁਰ ਪੂਰੇ ਤਬ ਮੇਰੀ ਆਸ ਪੁਨੀ ॥੧॥ ਰਹਾਉ ॥
ଯେତେବେଳେ ପୂର୍ଣ୍ଣ ଗୁରୁ ସୁପ୍ରସନ୍ନ ହୋଇଛନ୍ତି, ମୋର ସବୁ କାମନା ପୁରା ହୋଇ ଯାଇଛି॥1॥ରୁହ॥
ਪੀਰ ਗਈ ਬਾਧੀ ਮਨਿ ਧੀਰਾ ਮੋਹਿਓ ਅਨਦ ਧੁਨੀ ॥
ମୋର ପୀଡା ଦୂର ହୋଇ ଯାଇଛି, ମନକୁ ଧୈର୍ଯ୍ୟ ଆସିଛି ଆଉ ଅନାହଦ ଧ୍ୱନି ମୋତେ ମୋହି ନେଇଛି।
ਉਪਜਿਓ ਚਾਉ ਮਿਲਨ ਪ੍ਰਭ ਪ੍ਰੀਤਮ ਰਹਨੁ ਨ ਜਾਇ ਖਿਨੀ ॥੧॥
ମୋର ମନରେ ପ୍ରିୟତମ ପ୍ରଭୁଙ୍କ ମିଳନର ଆକାଂକ୍ଷା ଉତ୍ପନ୍ନ ହୋଇଛି ଆଉ ତାହାଙ୍କ ବିନା ଏକ କ୍ଷଣ ମଧ୍ୟ ମୁଁ ରହିପାରୁ ନାହିଁ॥1॥