Odia Page 991

ਮਾਰੂ ਮਹਲਾ ੧ ॥
ମାରୁ ମହଲା1।।

ਮੁਲ ਖਰੀਦੀ ਲਾਲਾ ਗੋਲਾ ਮੇਰਾ ਨਾਉ ਸਭਾਗਾ ॥
ମୁଁ ମୂଲ୍ୟ ଦେଇ କିଣିଥିବା ମାଲିକଙ୍କ ସେବକ ଅଟେ ଏବଂ ମୋର ନାମ ଭାଗ୍ୟବାନ ହୋଇଯାଇଛି।

ਗੁਰ ਕੀ ਬਚਨੀ ਹਾਟਿ ਬਿਕਾਨਾ ਜਿਤੁ ਲਾਇਆ ਤਿਤੁ ਲਾਗਾ ॥੧॥
ମୁଁ ଗୁରୁଙ୍କ ବଚନରେ ଦୋକାନରେ ବିକି ହୋଇଯାଇଛି, ଯେଉଁଠି ମତେ ଲଗା ହୋଇଛି, ସେଇଠି ମୁଁ ଲାଗିଛି।। 1 ।।

ਤੇਰੇ ਲਾਲੇ ਕਿਆ ਚਤੁਰਾਈ ॥
ତୋର ସେବକର କିଛି ଚତୁରତା ନାହିଁ,

ਸਾਹਿਬ ਕਾ ਹੁਕਮੁ ਨ ਕਰਣਾ ਜਾਈ ॥੧॥ ਰਹਾਉ ॥
ମୋ ଦ୍ଵାରା ମାଲିକର ଆଜ୍ଞା ର ପାଳନ ମଧ୍ୟ ଭଲ ଭାବରେ ହୁଏନାହିଁ।। 1।।ରୁହ॥ 

ਮਾ ਲਾਲੀ ਪਿਉ ਲਾਲਾ ਮੇਰਾ ਹਉ ਲਾਲੇ ਕਾ ਜਾਇਆ ॥
ମୋ ମାଆ ତୋର ଦାସୀ ଅଟେ, ମୋର ବାପା ମଧ୍ୟ ତୋର ଦାସ ଅଟନ୍ତି ଏବଂ ଦାସମାନଙ୍କ ସନ୍ତାନ ଅଟେ।

ਲਾਲੀ ਨਾਚੈ ਲਾਲਾ ਗਾਵੈ ਭਗਤਿ ਕਰਉ ਤੇਰੀ ਰਾਇਆ ॥੨॥
ହେ ମୋର ମାଲିକ! ଦାସ ଦାସୀ ହୋଇକରି ମୋର ମାଆ ବାପା ତୋର ଭକ୍ତିରେ ନାଚି ରହିଲେ ଏବଂ ମୁ ମଧ୍ୟ ତୋର ହିଁ ଭକ୍ତି କରୁଛି।।2।।

ਪੀਅਹਿ ਤ ਪਾਣੀ ਆਣੀ ਮੀਰਾ ਖਾਹਿ ਤ ਪੀਸਣ ਜਾਉ ॥
ହେ ସ୍ବାମୀ! ଯଦି ତତେ ଶୋଷ ଲାଗୁଛି ତେବେ ମୁଁ ତୋର ପିଇବା ପାଇଁ ପାଣି ନେଇକରି ଆସୁଛି। ଯଦି କିଛି ଖାଇବାର ଅଛି ତେବେ ତୋ ପାଇଁ ଦାନା ପେଷିବା ପାଇଁ ଯିବି।

ਪਖਾ ਫੇਰੀ ਪੈਰ ਮਲੋਵਾ ਜਪਤ ਰਹਾ ਤੇਰਾ ਨਾਉ ॥੩॥
ମୁଁ ତମକୁ ପଙ୍ଖା କରୁଛି, ତୋର ପାଦ ମଳି ଦଉଛି ଏବଂ ତୋର ହି ନାମ ଜପୁଥିବି।।  3 ।।

ਲੂਣ ਹਰਾਮੀ ਨਾਨਕੁ ਲਾਲਾ ਬਖਸਿਹਿ ਤੁਧੁ ਵਡਿਆਈ ॥
ନାନକ କହନ୍ତି ଯେ ହେ ମାଲିକ! ଏହା ପରେ ବି ମୁଁ ତୋର ଦୟାର ସେବକ ଅଟେ, ଯଦି ତୁ କ୍ଷମା କରୁ ଏହା ତୋର ବଡପଣ ଅଟେ।

ਆਦਿ ਜੁਗਾਦਿ ਦਇਆਪਤਿ ਦਾਤਾ ਤੁਧੁ ਵਿਣੁ ਮੁਕਤਿ ਨ ਪਾਈ ॥੪॥੬॥
ଯୁଗ ଯୁଗରୁ କେବଳ ତୁ ହିଁ ଦୟାଳୁ ଅଟୁ,ତୋର ବିନା ମୁକ୍ତି ମିଳି ପାରିବନାହିଁ।।4।।6।।

ਮਾਰੂ ਮਹਲਾ ੧ ॥
ମାରୁ ମହଲା ୧।।

ਕੋਈ ਆਖੈ ਭੂਤਨਾ ਕੋ ਕਹੈ ਬੇਤਾਲਾ ॥
କିଏ  ମୋତେ ଭୂତ କହେ ତ କିଏ ବେତାଳ କହେ ଏବଂ

ਕੋਈ ਆਖੈ ਆਦਮੀ ਨਾਨਕੁ ਵੇਚਾਰਾ ॥੧॥
କିଏ କହେ କି ଏହି ଲୋକ ତ ବିଚରା ନାନକ ଅଟେ।।1।।

ਭਇਆ ਦਿਵਾਨਾ ਸਾਹ ਕਾ ਨਾਨਕੁ ਬਉਰਾਨਾ ॥
କିନ୍ତୁ ସତ୍ୟ ଏହା ଅଟେ କି ପାଗଳ ନାନକ ତ ନିଜ ମାଲିକର ଦିବାନା ହୋଇଯାଇଛି।

ਹਉ ਹਰਿ ਬਿਨੁ ਅਵਰੁ ਨ ਜਾਨਾ ॥੧॥ ਰਹਾਉ ॥
ମୁଁ ତ ଇଶ୍ଵରଙ୍କ ବିନା ଆଉ କାହାକୁ ଜାଣିନାହିଁ।।।1।।ରୁହ॥

ਤਉ ਦੇਵਾਨਾ ਜਾਣੀਐ ਜਾ ਭੈ ਦੇਵਾਨਾ ਹੋਇ ॥
ବାସ୍ତବରେ ତାକୁ ହିଁ ଦିବାନ ବୁଝିବା ଦରକାର, ଯିଏ ପରମାତ୍ମା ଙ୍କ ଭକ୍ତି ଭୟରେ ଦିବନ ହୋଇଯାଏ।

ਏਕੀ ਸਾਹਿਬ ਬਾਹਰਾ ਦੂਜਾ ਅਵਰੁ ਨ ਜਾਣੈ ਕੋਇ ॥੨॥
ସେ ପରମେଶ୍ବର ଙ୍କ ଅତିରିକ୍ତ ଆଉ କାହାକୁ ଜାଣେ ନାହିଁ।।2।।

ਤਉ ਦੇਵਾਨਾ ਜਾਣੀਐ ਜਾ ਏਕਾ ਕਾਰ ਕਮਾਇ ॥
ପାଗଳ ତାହାକୁ ଭାବ, ଯିଏ ଏକ ହି କାମ ପ୍ରଭୁ ଭକ୍ତି କରିଥାଏ। 

ਹੁਕਮੁ ਪਛਾਣੈ ਖਸਮ ਕਾ ਦੂਜੀ ਅਵਰ ਸਿਆਣਪ ਕਾਇ ॥੩॥
ନିଜ ମାଲିକର ହୁକୁମ କୁ ଜାଣି ପାରିବ, ଅନ୍ୟ କିଛି ଚତୁରତା କରିବ ନାହିଁ।। 3 ।।

ਤਉ ਦੇਵਾਨਾ ਜਾਣੀਐ ਜਾ ਸਾਹਿਬ ਧਰੇ ਪਿਆਰੁ ॥
କାହାକୁ ତେବେ ଯାଇ ପାଗଳ ଭାବିବା ଦରକାର,ଯିଏ ମାଲିକର ପ୍ରେମ ହୃଦୟରେ ଧାରଣ କରେ।

ਮੰਦਾ ਜਾਣੈ ਆਪ ਕਉ ਅਵਰੁ ਭਲਾ ਸੰਸਾਰੁ ॥੪॥੭॥
ସେ ନିଜକୁ ଖରାପ ଭାବିଥାଏ ଏବଂ ସଂସାରକୁ ଭଲ ଭାବିଥାଏ ।।  4 ।।  7 ।।

ਮਾਰੂ ਮਹਲਾ ੧ ॥
ମାରୁ ମହଲା 1 ।।

ਇਹੁ ਧਨੁ ਸਰਬ ਰਹਿਆ ਭਰਪੂਰਿ ॥
ଏହି ନାମ ରୂପୀ ଧନ ସର୍ବବ୍ୟାପୀ ଅଟେ ପରନ୍ତୁ

ਮਨਮੁਖ ਫਿਰਹਿ ਸਿ ਜਾਣਹਿ ਦੂਰਿ ॥੧॥
ସ୍ଵେଚ୍ଛାଚାରୀ ଜୀବ ସ୍ଥାନ ସ୍ଥାନ ପଥଭ୍ରଷ୍ଟ ରହି ତାହାଙ୍କୁ ଦୂର ବୋଲି ଭାବନ୍ତି।।।  1 ।।

ਸੋ ਧਨੁ ਵਖਰੁ ਨਾਮੁ ਰਿਦੈ ਹਮਾਰੈ ॥
ନାମ ରୂପୀ ଧନ ପଦାର୍ଥ ଆମ ହୃଦୟରେ ଥାଏ।

ਜਿਸੁ ਤੂ ਦੇਹਿ ਤਿਸੈ ਨਿਸਤਾਰੈ ॥੧॥ ਰਹਾਉ ॥
ହେ ଇଶ୍ଵର! ଏହି ଧନ ଯାହାକୁ ତୁ ଦେଉ, ତାର ଉଦ୍ଧାର ହୋଇଯାଏ।। 1  ।।

ਨ ਇਹੁ ਧਨੁ ਜਲੈ ਨ ਤਸਕਰੁ ਲੈ ਜਾਇ ॥
ଏହି ଧନ ନା ଅଗ୍ନିରେ ଜଳେ ନା କିଏ ଚୋରା ଏହାକୁ ଚୋରିକରି ନେଇଯାଇପାରେ।

ਨ ਇਹੁ ਧਨੁ ਡੂਬੈ ਨ ਇਸੁ ਧਨ ਕਉ ਮਿਲੈ ਸਜਾਇ ॥੨॥
ନା ଏହି ଧନ ପାଣିରେ ଡୁବେ ନା ହିଁ ଏହି ଧନବାନ କୁ କିଛି ଦଣ୍ଡ ମିଳେ।।  2 ।।

ਇਸੁ ਧਨ ਕੀ ਦੇਖਹੁ ਵਡਿਆਈ ॥
ଏହି ନାମ ଧନ ର କୀର୍ତ୍ତି ଦେଖ;

ਸਹਜੇ ਮਾਤੇ ਅਨਦਿਨੁ ਜਾਈ ॥੩॥
ଏହାର ସବୁ ଦିନ ରାତି ସହଜରେ ମସ୍ତିରେ ଅତିବାହିତ ହୋଇଯାଏ।।3।।

ਇਕ ਬਾਤ ਅਨੂਪ ਸੁਨਹੁ ਨਰ ਭਾਈ ॥
ହେ ଜିଜ୍ଞାସୁମାନେ, ଗୋଟେ ଅନୁପକଥା ଶୁଣ;

ਇਸੁ ਧਨ ਬਿਨੁ ਕਹਹੁ ਕਿਨੈ ਪਰਮ ਗਤਿ ਪਾਈ ॥੪॥
ଏହି ଧନ ବିନା କିଏ ପରମଗତି ପ୍ରାପ୍ତ କରିଛି।।  4 ।।

ਭਣਤਿ ਨਾਨਕੁ ਅਕਥ ਕੀ ਕਥਾ ਸੁਣਾਏ ॥
ନାନକ ଅକଥନୀୟ ପରମେଶ୍ବରଙ୍କ କଥା ଶୁଣାଇ କହନ୍ତି ଯେ

ਸਤਿਗੁਰੁ ਮਿਲੈ ਤ ਇਹੁ ਧਨੁ ਪਾਏ ॥੫॥੮॥
ଯାହାକୁ ସତ୍ ଗୁରୁ ମିଳି ଯାଆନ୍ତି,ତାକୁ ଏହି ଧନ ପ୍ରାପ୍ତ ହୋଇଯାଏ।।। 5 ।। 8  ।।

ਮਾਰੂ ਮਹਲਾ ੧ ॥
ମାରୁ ମହଲା 1 ।।

ਸੂਰ ਸਰੁ ਸੋਸਿ ਲੈ ਸੋਮ ਸਰੁ ਪੋਖਿ ਲੈ ਜੁਗਤਿ ਕਰਿ ਮਰਤੁ ਸੁ ਸਨਬੰਧੁ ਕੀਜੈ ॥
ପିଙ୍ଗଳା ନାଡିକୁ ରେଚକ କ୍ରିୟା ଦ୍ଵାରା ସୁଖ ନିଅ, ପୂରକ କ୍ରିୟା ଦ୍ଵାରା ପ୍ରାଣ ବାୟୁରେ ଭରି ନିଅ, ପ୍ରାଣାୟମର ଏହି ଯୁକ୍ତି ଉପଯୋଗ କରି ସୁଷୁମ୍ନା ନାଡି ସହିତ ସମ୍ବନ୍ଧ ଯୋଡି ରଖ। 

ਮੀਨ ਕੀ ਚਪਲ ਸਿਉ ਜੁਗਤਿ ਮਨੁ ਰਾਖੀਐ ਉਡੈ ਨਹ ਹੰਸੁ ਨਹ ਕੰਧੁ ਛੀਜੈ ॥੧॥
ଚଞ୍ଚଲ ମାଛ ପରି ଆମର ମନକୁ ସ୍ଥିର କରି ଯଦି ରଖାଯାଏ, ତାହାହେଲେ ପୁଣି ଏହି ଆତ୍ମା ପଥଭ୍ରଷ୍ଟ ରହେ ନାହିଁ ଆଉ ନା ଏହି ଶରୀର ରୂପୀ ପ୍ରାଚୀର ଧ୍ଵସ୍ତ ହୋଇଥାଏ||1||  

ਮੂੜੇ ਕਾਇਚੇ ਭਰਮਿ ਭੁਲਾ ॥
ଆରେ ମୂର୍ଖ! କଣ ପାଇଁ ଭ୍ରମ ରେ ପଥଭ୍ରଷ୍ଟ ହେଉଛୁ ?

ਨਹ ਚੀਨਿਆ ਪਰਮਾਨੰਦੁ ਬੈਰਾਗੀ ॥੧॥ ਰਹਾਉ ॥
ତୁ ପରମାନନ୍ଦ ନିର୍ଲିପ୍ତ ପରମେଶ୍ବରଙ୍କ ନାମ ଜାଣି ନାହୁଁ କି।।1।।ରୁହ॥ 

ਅਜਰ ਗਹੁ ਜਾਰਿ ਲੈ ਅਮਰ ਗਹੁ ਮਾਰਿ ਲੈ ਭ੍ਰਾਤਿ ਤਜਿ ਛੋਡਿ ਤਉ ਅਪਿਉ ਪੀਜੈ ॥
ଅଜର ବିକାରକୁ ଜଳାଇ ଦିଅ, ମୋହ-ମାୟା ସମାପ୍ତ କର, ଭ୍ରାନ୍ତିକୁ ତ୍ୟାଗ କରି ନାମାମୃତ ପାନ କର।  

ਮੀਨ ਕੀ ਚਪਲ ਸਿਉ ਜੁਗਤਿ ਮਨੁ ਰਾਖੀਐ ਉਡੈ ਨਹ ਹੰਸੁ ਨਹ ਕੰਧੁ ਛੀਜੈ ॥੨॥
ଚଞ୍ଚଲ ମାଛ ପରି ଆମର ମନକୁ ସ୍ଥିର କରି ଯଦି ରଖାଯାଏ, ତାହାହେଲେ ଜନ୍ମ-ମରଣ ଦୂର ହୋଇଯାଏ, ଆତ୍ମା ନା ପଥଭ୍ରଷ୍ଟ ରହିଥାଏ ଆଉ ନା ଶରୀର ରୂପୀ ପ୍ରାଚୀର ଧ୍ଵସ୍ତ ହୋଇଥାଏ||2||

error: Content is protected !!